Sunanda Mohanty

Others

3  

Sunanda Mohanty

Others

ରାଧା

ରାଧା

3 mins
181



ରାଧାଷ୍ଟମୀ ଦୁଇ ଦିନ ପୁର୍ବରୁ ଲଗାଣ ବର୍ଷା ପବନ ଲାଗିରହିଛି ତ ଉପସ୍ଥାନ ନିଲ, ସେଥିରେ ସରକାରୀ ସଚେତନତା ସ୍କୁଲକୁ ଆଶ୍ରୟସ୍ଥଳୀ ରୂପେ ବ୍ୟବହାର କରାଯାଇପାରେ, ତ ପିଲାଙ୍କ ବଦଳରେ ଆମେ ସବୁ ଶିକ୍ଷକ ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମୀ ଉପସ୍ଥିତ ରହିଥିବା ବେଳେ କମନ ରୁମ ସରଗରମ ଥାଏ l "ରାଧା"ଙ୍କ ଉପରେ କିଏ ଏ ସ୍କୁଲ ର ପରମ୍ପରା ଅନୁଯାୟୀ ସେବାୟତ ନିଯୋଗ ଦ୍ୱାରା ପିଲାଙ୍କୁ ପ୍ରସାଦ ଦିଆଯାଉଥିବା କଥା ମନେ ପକେଇଦେଉଥାଏ ତ କିଏ ପୌରାଣିକ ତଥ୍ୟଭିତ୍ତିକ ରାଧାଙ୍କ ଉପସ୍ଥିତି ର ତର୍ଜ୍ଜମା ବିଶ୍ଳେଷଣ ଇତ୍ୟାଦି କରୁଥାଏ, ଆଉ ମୁଁ ବୁଡ଼ିଯାଇଥାଏ, ଏ ସ୍ଥାନର ମହିମା ରେ ରାଧା ଙ୍କ ମହନୀୟତା ପୂର୍ଣ୍ଣ କିମ୍ବଦନ୍ତୀ ରେ l

   ମନ୍ଦିର ପଛପଟେ ବଡ଼ପଣ୍ଡା ଙ୍କ ଘର । କେତେ ଦିଅଁ ଦେବତା କରି ଗୋଟିଏ ବୋଲି ଝିଅ ତାଙ୍କର । ଶ୍ରଦ୍ଧା ରେ ନାମ ରଖିଥାନ୍ତି ଲଷ୍ମୀ ଆଉ ସଙ୍ଗରେ ନେଇଯାନ୍ତି ମନ୍ଦିରକୁ । ଲଷ୍ମୀ ଛୋଟ ବେଳୁ କୃଷ୍ଣ ଙ୍କ ବଇଁଶି ସହ ଖେଳିବା, କୃଷ୍ଣ ଙ୍କ ମୟୂର ପୁଚ୍ଛ ନିଜ ମୁଣ୍ଡରେ ନାଇବା କୁ କେହି ଆକଟ କରୁନଥିଲେ ବି ବଡ଼ପଣ୍ଡା ଝିଅକୁ ଆକଟ କରନ୍ତି । ଏଣିକି ଲଷ୍ମୀ, ବଡ଼ ହେଲାଣି, ଆଣନ୍ତିନି ମନ୍ଦିରକୁ ଲଷ୍ମୀକୁ କିନ୍ତୁ ଅଧିକାଂଶ ଅଧରାତିରେ ଲଷ୍ମୀ, ଘରୁ ଅଦୃଶ୍ୟ ହୋଇଯିବା ତଥା କୃଷ୍ଣ ଙ୍କ ଅଙ୍ଗବାସ ପିନ୍ଧି ଫେରିବାରେ ପଣ୍ଡାଏ ଆଶ୍ଚର୍ଯ୍ୟ ହୁଅନ୍ତି । ଖାଲି ସେତିକି ନୁହେଁ କୌଦିନ ଲଷ୍ମୀ ରୂମରୁ କୃଷ୍ଣଙ୍କ ବଂଶୀ ମିଳେ କୋଉଦିନ କର୍ଣ୍ଣ କୁଣ୍ଡଳ, ତ କେବେ ପାଉଁଜି । ବିବ୍ରତ ବଡ଼ପଣ୍ଡା ଭଲକି ଦୁଆର ଦେଇ, ଚାବି ରଖନ୍ତି ମେକାପ ଘରେ ତ ସେଇ ଏକାକଥା ଆଉ ଯୋଉଦିନ କୃଷ୍ଣ ଙ୍କ ଦେହରେ ଝିଅର ଅଙ୍ଗବାସ ବା ଶାଢ଼ୀ ଦେଖିଲେ ନିଜ ଆଖିକୁ ବି ବିଶ୍ୱାସ କରିପାରିଲେ ନାହିଁ ଆଉ କାନକୁ ବି । ଯେବେ ସମସ୍ତେ ଟୁପୁରୁ ଟାପୁରୁ ହେଲେ କୃଷ୍ଣ ଓ ଲଷ୍ମୀ, ବକୁଳବନ ମଧ୍ୟରେ ରାତିରେ ତମାଳବୃକ୍ଷ ତଳେ ଅସଙ୍ଗତ ଅବସ୍ଥାରେ କେତେ କିଏ ଦେଖିଲେଣି । ବଡ଼ ପଣ୍ଡା କୃଷ୍ଣ ଙ୍କୁ ଗୁହାରୀ କଲେ, ଲୋକଲଜ୍ଜ୍ୟା ମରଣଠୁ ବଳି ପ୍ରଭୁ କହିଲେ ଆଉ ପ୍ରତିକାର ସ୍ୱରୂପ ଲଷ୍ମୀ ଶୋଉଥିବା ଦୁଆରେ ତାଲା ପକେଇଲେ, ହେଲେ ସବୁ ବୃଥା, ରାଜାଙ୍କ କାନକୁ କଥା ଗଲା, ବଡ଼ପଣ୍ଡା ଓ ଲଷ୍ମୀ ଙ୍କୁ ପଂଚାୟତ ବସି ବାସନ୍ଦ କରାଗଲା । ସାଇ ଭାଇ ଓ ମନ୍ଦିର, କିନ୍ତୁ ରାଜା ଙ୍କୁ ସ୍ବପ୍ନ ହେଲା ଲଷ୍ମୀ ମୋ ରାଧା, ବାପ ଝିଅ ଙ୍କୁ ବାସନ୍ଦ ମୁକ୍ତ କରି ମୋ ମୂର୍ତ୍ତୀ ର ବାମ ପାର୍ଶ୍ୱରେ ରାଧା ମୂର୍ତ୍ତୀ ସ୍ଥାପନ କରାଅ । ସେଇୟା ହେଲା, ହେଲେ ବିଚାରୀ ଲଷ୍ମୀ, ହେଲା ଶଯ୍ୟାଶାୟୀ, ପୀଡିତା, ମୂର୍ତ୍ତୀ ଗଢ଼ାହେବା ଦିନ ଆରମ୍ଭରୁ, ଔଷଧ କାଟୁ କଲା ନାହିଁ । ମୂର୍ତ୍ତୀ ସମ୍ପୂର୍ଣ୍ଣ ହେଲା ଦିନ ଚାଲିଗଲା ଲଷ୍ମୀ। ବଡ଼ପଣ୍ଡା ବୁଝି ଯାଇଥିଲେ ଝିଅ ଲଷ୍ମୀ ହିଁ ଠାକୁରାଣୀ ରାଧା ଆଉ ତାଙ୍କ ସହ ସମସ୍ତେ, କଥାଟା ହେଇଗଲା ସ୍ଥାନୀୟ କିମ୍ବଦନ୍ତୀ। ମନ୍ଦିର କୁ କୃଷ୍ଣ କେମିତି କିପରି ଆସିବା ସହ ରାଧାମୂର୍ତ୍ତୀ ଗଢ଼ାର କିମ୍ବଦନ୍ତୀ ଆଜିବି ଲୋମଟାଙ୍କୁରା ସୃଷ୍ଟି କରେ ଆଉ ମହାଆଡମ୍ବର ରେ ରାଧାଅଷ୍ଟମୀ ପାଳନ ହୁଏ ସ୍ଥାନୀୟ ସାକ୍ଷୀଗୋପାଳ ମନ୍ଦିରରେ l

   ମୋ ଭାବନା ର ପୂର୍ଣ୍ଣଛେଦ ପଡିଛି କି ନାହିଁ ରାଧା ଆସି ପହଁଚିଲା । ସାଟିଫିକେଟ ନେବ, ମନେପକାଉଥିଲା, ତାଙ୍କ ବ୍ୟାଚ ରେ ପିଲାମାନେ ସମସ୍ତେ ରାଧାଷ୍ଟମୀ ରେ ମନ୍ଦିର ରୁ ପ୍ରସାଦ ପାଆନ୍ତି। ଏହା କହି ରାଧା ଆଣିଥିବା ମିଠା ବାଂଟୁଥିଲା ତ ମୁଁ କହିଲି ଆଜି ତୋର ଜନ୍ମ ଦିନ କି ରାଧା, ହେଇଥିବତ, ନହେଲେ ତୋ ନାମ କାହିଁକି ରାଧା ହେଇଥାନ୍ତା । ରାଧା କହୁଥିଲା ଖାଲି ମୋର ନୁହେଁ ଆଜି ମୋ ବୋଉ ଓ ଆଈ ର ବି ଜନ୍ମଦିନ । ଏଠିକା କିମ୍ବଦନ୍ତୀ ଜାଣିଛନ୍ତି ନା ନାହିଁ ଗୁରୁମା, ଯୋଉ ଦିନ ଲଷ୍ମୀ ମରିଯାଇ ରାଧା ମୂର୍ତ୍ତୀ ରେ ଜୀବନ୍ତ ହୋଇ ରହିଲେନିକି, ସେହିଦିନ ପରା ମୋ ଆଈଙ୍କ ଆଈ ଜନ୍ମ ହେଇଥିଲେ, ଆଉ ସବୁଠୁ ବଡ଼କଥା ସେହି ଦିନ ତାଙ୍କ ଝିଅ ତାଙ୍କ ଝିଅ ହୋଇ ମୋ ଯାଏଁ, ଏଁ କହି ମୁଁ କିଛି ସମୟ ସ୍ଥାଣୁ ପାଲଟି ଗଲି । ହେଲେ ପ୍ରକୃତିସ୍ଥ ହୋଇ କହିଲି, ହେଲେ ମାଆ ତୁ ପାଠ ପଢୁନୁ କାହିଁକି । ତୁ ସ୍କୁଲ ରେ ପଢୁଥିଲା ବେଳେ ନାଚ ଗୀତ, ଦିବେଟ, ରଚନା ଏମିତିକି ବଗିଚା କାମ ସବୁ ସୁନ୍ଦର କରୁଥିଲୁ । ପାଠ ପଢିବା ସହ ସେସବୁ ଗୁଣ ଗାରିମା ବଢ଼ା ଝିଅ । ରାଧା କହୁଥିଲା ଦେହ ଭଲ ନଥିବାରୁ ରହିଯାଇଥିଲି ଗୁରୁମା, ଏଇଥର ଆଡ୍ମିସନ କରିବି । ମୁଁ କହୁଥିଲି ମାଆ ରାଧାଙ୍କ ଦୟାରୁ ଭଲରେ ରହ ରାଧା, ସେ ନଇଁପଡି ପ୍ରଣାମ କରୁଥିଲା ଆଉ ତା ମଙ୍ଗଳ କାମନା କରି ସେ ଆଣିଥିବା ମିଠା ଭୋଜନ କରି ଆମେ ସମସ୍ତେ ରାଧାର ଉତ୍ତୋରତର ଉନ୍ନତି କାମନା କରୁଥିଲୁ ରାଧାଅଷ୍ଟମୀରେ ମୋର କିନ୍ତୁ ତା ଜନ୍ମଦିନ କଥା କର୍ଣ୍ଣ ପଟଳ ରେ ଗୁଞ୍ଜରିତ ହେଉଥିଲା l


Rate this content
Log in