ପୁଣି ଫେରି ଯିବାକୁ ଇଚ୍ଛା
ପୁଣି ଫେରି ଯିବାକୁ ଇଚ୍ଛା
ଆଭା ପଞ୍ଚମ ଶ୍ରେଣୀରେ ପଢେ। ସହରର ଚକଚାକ୍ୟ ଦେଖିଛି। ହେଲେ ଗାଁ ର ସୁନ୍ଦରତା ବିଷୟରେ ସେ କେବେ ଜାଣି ନାହିଁ। ତା ସାଙ୍ଗମାନଙ୍କ ଠାରୁ ଗାଁ ବିଷୟରେ ଶୁଣେ। ଜେଜେବାପା ବି ବେଳେ ବେଳେ ଗାଁ କୁ ଯାଆନ୍ତି। ହେଲେ ବାପା ଓ ମାଆ କେବେ ହେଲେ ଗାଁ କୁ ଯାଆନ୍ତି ନାହିଁ। ସେମାନେ କୁହନ୍ତି ଗାଁ କୁ ଯିବା ପାଇଁ ସମୟ ନାହିଁ। ଆଜି ଗାଁ କୁ ନେଇ ବିଦ୍ୟାଳୟରେ ଡିବେଟ ହେଲା। ସମସ୍ତେ ନିଜ ନିଜ ଗାଁ ବିଷୟରେ କହିଲେ। ହେଲେ ଆଭା କିଛି କହି ପାରିଲି ନାହିଁ। ସାଙ୍ଗମାନେ ତାର ଥଟ୍ଟା ପରିହାସ କଲେ। ସେ ବିଗିଡି ଗଲା।
ବିଦ୍ୟାଳୟରୁ ଆସିଲା ବେଳକୁ ଆଭାର ମନ ବହୁତ ଖରାପ ଥିଲା। ମାଆ ପଚାରିଲା ରୁ ସେ କିଛି କହିଲା ନାହିଁ। ଚୁପଚାପ ବସି ଖାଇ ଦେଇ ରୁମକୁ ଚାଲିଗଲା। ମାଆ ( ରଖିନି ) ଆଶ୍ଚର୍ଯ୍ୟ ହୋଇ ଚିହିଁ ରହିଲେ। ଏ ଭଡଭଡିର ଆଜି ହେଇଛି କଣ ? ଏତେ ସେ ଚୁପ ଯେ ? ସେ ତାର ଜେଜେବାପା ଙ୍କୁ ସବୁ ସତ କଥା କୁହେ। ତା ଜେଜେବାପା ଆସିଲେ କହିବ ଭାବି ରନି ଚୁପ ହୋଇ ଗଲେ।
ସନ୍ଧ୍ୟା ସମୟରେ ହରିଶ ବାବୁ ( ଆଭା ର ଜେଜେବାପା ) ସନ୍ଧ୍ୟା ଭ୍ରମଣ କରି ଘରକୁ ଫେରିଲେ। ରିନି ସନ୍ଧ୍ୟା ଦେଇ ଆସି ହରିଶଙ୍କୁ ପ୍ରଣାମ କଲେ।
ରିନି : ବାପା ଚାହା ପିଇବେ ?
ହରିଶ : ହଁ ରେ ମାଆ। ଆଉ ଆମ ଗେହ୍ଲି କାହିଁ ? ଆଜି ଘର ଏତେ ଶୁନଶାନ୍ ହୋଇଛି ।
ରିନି : ଆଜି ତାର ମୁଡ୍ ଅଫ୍ ଅଛି ବାପା।
ହରିଶ : କଣ ହୋଇଛି ତାର ?
ରିନି : ଆପଣ ଜାଣିଛନ୍ତି ତାର ମୁଡ୍ ଅଫ୍ ଥିଲେ ସେ କଣ ମୋତେ କିଛି କୁହେ କି? ସେ ତ ସବୁ କଥା ଆପଣଙ୍କୁ କୁହେ।
ହରିଶ : ଠିକ ଅଛି ମୁଁ ପଚାରିବି। ମୋତେ ଜଣା ଅଛି ସେ କେମିତି ଭାବରେ ତା ମୁଡ୍ ଠିକ ହେବ। ହଉ ମାଆ ତୁ ମୋ ପାଇଁ ଚାହା କର ଆଉ ତା ପାଇଁ ପକୁଡ଼ି କର। ମୁଁ ଟିକେ ସାମ୍ନା ଦୋକାନରୁ ଆସେ।
ରିନି : ଆଜ୍ଞା ବାପା ।
ହରିଶ ବଜାର ଯାଇ ଆଭା ପାଇଁ ତା ମନ ପସନ୍ଦର ଚକଲେଟ ଓ ଗରମ ଗରମ ଜଳେବି ନେଇ ଆସିଲେ।
ହରିଶ ଘରକୁ ଆସି ରିନିଙ୍କୁ କହିଲେ ଖାଇବା ନେଇ କି ଆଭା ରୁମକୁ ଯିବା ପାଇଁ।
ଆଭା ମୁହଁ ଶୁଖାଇ ଖଟରେ ବସି ଥାଏ।
ହରିଶ କିଛି ନ ଜାଣିଲା ପରି ଆଭା ଆଭା ମୋ ଗେହ୍ଲି କାହିଁ କି ? କହି ଆଭାର ରୁମ ଭିତରକୁ ଆସିଲେ।
ଆଭା ଜେଜେବାପା ଙ୍କୁ ଦେଖି ପେଟେଇ ପଡ଼ିଲା।
ହରିଶ : ଏ ଗେହ୍ଲି ତୋର କ'ଣ ହୋଇଛି ? ମୋ ସହ କଥା ହେବୁ ନାହିଁ କି ?
ଆଭା ମୁଣ୍ଡ ହଲେଇ ନା କହିଲା।
ହରିଶ : ଏଇ ଦେଖ୍ ତୋ ପାଇଁ ମୁଁ କଣ ଆଣିଛି।
ଆଭା କଣେଇ କଣେଇ ଚାହିଁଲା ଆଉ ଗରମ ଗରମ ଜଳେବି , ପକୁଡ଼ି ସହ ଚକଲେଟ ଦେଖି ତା ପାଟିରୁ ଲାଳ ଗଡିଲା। ସେ ଉଠି ବସିଲା। ରିନି ହରିଶଙ୍କୁ କହିଲେ ବାପା ଚାହା ପିଅନ୍ତୁ।
ରିନିଙ୍କୁ ଦେଖି ଆଭା ମୁହଁ ଘୁରାଇ ଦେଲା।
ହରିଶ : ଓହ ମୋ ଧନ ତା ମାଆ ଉପରେ ରାଗିଛି।
ଆଭା ମୁଣ୍ଡ ହଲେଇ ହଁ କହିଲା ଆଉ ଧିରରେ କହିଲା ବାପା ଉପରେ ବି।
ରିନି ସେଠାରୁ ପଳାଇ ଯାଉଥିଲେ।
ହରିଶ ତାଙ୍କୁ ରହିବା ପାଇଁ କହିଲି। ଆଉ ଆଭାକୁ ପଚାରିଲେ କଣ ହୋଇଛି ?
ଆଭା : ଏମାନେ ମୋତେ କେବେ ଗାଁକୁ ମୋତେ ନେଇ ଯାଆନ୍ତି ନାହିଁ। ମୁଁ ଗାଁ ବିଷୟରେ ଜାଣି ନାହିଁ। ଦେଖିଛି ତ କେବଳ ସହରର ଚାକଚାକ୍ୟ। କେମିତି ମୁଁ ଜାଣିବି ଗାଁ କଣ। ଆମ ପୂର୍ବ ପୁରୁଷମାନଙ୍କର ଜୀବନ କେମିତି ଥିଲା।
ଆଭା ବିଦ୍ୟାଳୟରେ ଘଟି ଥିବା ସବୁ ଘଟଣା ବିଷୟରେ କାନ୍ଦି କାନ୍ଦି କହିଲା।
ହରିଶ : ତୁ ଏ ସବୁ ଖାଇ ଦେ । ମୁଁ ତୋତେ ଆମ ଗାଁ ବିଷୟରେ କହିବି।
ଆଭା ପକୁଡ଼ି ଓ ଜଳେବି ଖାଇବା ପାଇଁ ଲାଗିଲା।
ହରିଶ ଆରମ୍ଭ କଲେ ଗାଁ ଆଉ ନିଜ ଛୋଟ ବେଳ କଥା ବିଷୟରେ କହିବା ପାଇଁ। ସେ କହିଲେ ପୁଣି ଫେରି ଯିବାକୁ ଇଚ୍ଛା ହେଉଛି ସେଇ ବାଲ୍ୟକାଳକୁ। କେତେ ସୁନ୍ଦର ଥିଲା ଆମ ଗାଁ ଆଉ ତାର ପ୍ରାକୃତିକ ଶୋଭା। ଛୋଟ ବେଳ ଆମର ତୁମ ଭଳି ବଡ଼ ବିଦ୍ୟାଳୟ ନ ଥିଲା। ଆମେ ଚାଟଶାଳୀରେ ପାଠ ପଢୁ ଥିଲେ ।
ଆଭା : ଚାଟଶାଳୀ କଣ ଜେଜେବାପା ?
ହରିଶ : ଗଛ ମୂଳରେ ଶିକ୍ଷକ ସବୁ ଛାତ୍ରଛାତ୍ରୀ ଙ୍କୁ ବସାଇ ପଢାଉ ଥିଲେ। ସେଇଠି ଚେୟାର ଟେବୁଲ ନ ଥାଏ। ଆମେ ସବୁ ନିଜ ହାତରେ ଆସନ ତିଆରି କରି ଥାଉ। ମାଟି, ବାଲି ଗୋଡ଼ି ଉପରେ ଆସନ ବିଛାଇ ପାଠ ପଢୁ ଥିଲୁ।
ଆଭା : ବାହାରେ ଖରା ଗରମ, ବର୍ଷା ଶୀତରେ ପାଠ ପଢିବା କଷ୍ଟ ଥିଲା ନା ଜେଜେବାପା ?
ହରିଶ : ନାରେ, ସେତେବେଳେ ପରିବେଶ ଏମିତି ନ ଥିଲା। ସେତେବେଳେ ପରିବେଶ ପୁରା ନିର୍ମଳ ଥିଲା। ସବୁ ଋତୁ ଠିକ ସମୟରେ ଆସୁଥିଲା। ବାୟୁମଣ୍ଡଳରେ ସନ୍ତୁଳନ ଥିଲା। ବେଶୀ ଗରମ, ବେଶୀ ଶୀତ କି ବେଶୀ ବର୍ଷା ହେଉ ନ ଥିଲା। ସେତେବେଳେ ନା ଥିଲା ଏୟାର କଣ୍ଡିସନ ନା ଥିଲା ଫ୍ରିଜ। ଏମିତି କି ଅଧା ଗାଁ ରେ ବିଜୁଳି ସୁଧା ନ ଥିଲା। ଯଦି ବି ଯେଉଁଠି ବିଜୁଳି ଥିଲା ଅଧିକାଂଶ ସମୟରେ କଟି ଯାଉ ଥିଲା। ତଥାପି ଲଣ୍ଠନ ଆଲୁଅରେ ପାଠ ପଢ଼ିବାର ମଜା ଅଲଗା ଥିଲା।
ଆଭା : ତୁମକୁ ସେ ସବୁ ମଜା ଲାଗୁ ଥିଲା। କେତେ କଷ୍ଟକର ଥିବ ନା।
ହରିଶ : ନା ରେ । ସେ କେତେ ମଜା ଥିଲା। ଆମ ସମୟରେ ଖେଳିବା ପାଇଁ ଭିଡିଓ ଗେମ୍ କି ମୋବାଇଲ ନ ଥିଲା। ଆମେ ଜଙ୍ଗଲ ରେ ଖେଳୁ ଥିଲୁ। କେତେ ଫଳ ମୂଳ ଜଙ୍ଗଲରୁ ଆଣି ଖାଉ ଥିଲୁ। କେତେ ହରିଣ, ଠେକୁଆ , ମାଙ୍କଡ ଙ୍କୁ ଆମେ ଦେଖୁ ଥିଲୁ। ଆମେ ସାଙ୍ଗମାନେ ଏକ ଛୁଟି ହୋଇ କେତେ କଣ କରି ଯାଉ ଥିଲୁ। ସନ୍ଧ୍ୟା ସମୟରେ ପାଠ ପଢା ସାରି ସାଙ୍ଗମାନଙ୍କ ସହ ଖେଳୁ ଥିଲୁ। ଜେଜେବାପା ଜେଜେମା ଙ୍କ ପାଖରେ ବସି ଗପ ଶୁଣୁ ଥିଲୁ। ସାଙ୍ଗମାନଙ୍କ ସହ ନଦୀକୁ ଯାଇ ମାଛ ଧରି ଆଣୁ ଥିଲୁ। ଛୁଟି ଦିନରେ ଆମେ ନଦୀ ରେ ଗାଧୋଉ ଥିଲୁ।
ଆଭା : ବାଓ ବଢିଆ। ପୁରା ସୁଇମିଂ ପୋଲ ପରି।
ହରିଶ : ହଁ ରେ।
ଆଭା : ତାହା ହେଲେ ଲୋକମାନେ ଗାଁ ରେ ନ ରହି ସହରକୁ ଆସିଲେ କଣ ପାଇଁ ?
ହରିଶ : ଆଧୁନିକତାର ବଶିଭୂତ ହୋଇ। ବିଜ୍ଞାନ ର ଉନ୍ନତି ଦ୍ଵାରା ଲୋକମାନଙ୍କ ର ଚିନ୍ତା ଶୈଳୀ ରେ ପରିବର୍ତ୍ତନ ଆସିଲା। ଗାଁ କୁ ସହରରେ ପରିଣତ କରିବାକୁ ଯାଇ ଜଙ୍ଗଲ କାଟିବାରେ ଲାଗିଲେ। କେତେ ଜୀବ ଜନ୍ତୁ ଜଙ୍ଗଲ କଟା ହେବାରୁ ବାହାରକୁ ଆସିଲେ। ଆଉ ନିଜ ଘର ହରାଇ ସେମାନେ ଲୋକମାନଙ୍କ ଶୀକାର ହେଲେ। ଏ କଥା ଆମ ସରପଞ୍ଚ ଓ ବାପା ଜେଜେବାପାମାନେ ହେବାକୁ ଦେଲେ ନାହିଁ। ଗାଁ ପାଖ ଜଙ୍ଗଲ କାଟିବାକୁ ଦେଲେ ନାହିଁ। ସେଥିପାଇଁ ଆମ ଗାଁ ଆଉ ସହର ହୋଇ ପାରିଲା ନାହିଁ। ତୋ ବାପା ମାଆ ପରି ଗାଁ ର ଯୁବକ ଯୁବତୀ ମାନେ ଗାଁ ଛାଡି ସହରକୁ ଚାଲି ଆସିଲେ। ହେଲେ କେହି ବୁଝିଲେ ଜଙ୍ଗଲ କାଟି ପଦା କରି ଦେଲେ ବିଚାରା ଜଙ୍ଗଲର ଜୀବଜନ୍ତୁ ମାନେ ଯିବେ କୁଆଡେ ? ଏବେ ବନ୍ୟ ଜନ୍ତୁ ଦେଖିବା କଷ୍ଟ। କେତେ ଜୀବଜନ୍ତୁଙ୍କ ବଂଶ ଲୋପ ପାଇଗଲାଣି। ପ୍ରକୃତିର ଭରସ୍ୟାମ ନଷ୍ଟ ହେଲାଣି। ସେଇଠି ପାଇଁ ସବୁଜ ଗୃହ ର ପ୍ରଭାବ ଦେଖାଦେଇଛି। ଠିକ ସମୟରେ ଠିକ ଋତୁ ଆସୁ ନାହିଁ। ନାନା ପ୍ରକାର ର ପ୍ରାକୃତିକ ବିପର୍ଯ୍ୟୟ ଆସୁଛି। ଆଉ ଏମିତି ଚାଲିଲେ ଅମ୍ଳଜାନ ଅଭାବ, ଜଳ ଅଭାବରେ ଏମିତି ବି ଏକ ସମୟ ଆସିବ ଯେବେ ଏ ପୃଥିବୀ ରେ ମଣିଷର ଲୋପ ପାଇ ଯିବ। ଗାଁ ରୁ ସହର ହୋଇ ଯିବ। ହେଲେ ରହିବା ପାଇଁ ଜୀବ ଜଗତ ନଥିବ। ଆମ ଶରୀର ଭି ଆଧୁନିକ ଚଳନିରେ ପଡ଼ି ଦୁର୍ବଳ ହେଉଛି। ରୋଗ ପ୍ରତିରୋଧକ ଶକ୍ତି କମି ଯାଇଥିବରୁ କରୋନା ପରି ମହାମାରୀ ଦୁଇ ବର୍ଷ ହେଲାଣି କାୟା ମେଳାଇଛି। ଏମିତି କି ଅମ୍ଳଜାନ ଅଭାବରେ କେତେ ଲୋକ ମରି ଯାଉଛନ୍ତି। ଆମେ ସୁଧୁରିବା ଆଉ ଚାରି ଆଡେ଼ ଗଛ ନ ଲଗାଇଲେ ଆମ ଭବିଷ୍ୟତ ଅନ୍ଧାର ହୋଇ ଯିବ। ତେଣୁ ମୁଁ ମୋ ସାଙ୍ଗ ସହ ମିଶି ଗଛ ଲଗାଏ।
ଆଭା : ଜେଜେବାପା ମୋତେ ଆମ ଗାଁ କୁ ନେଇ ଯିବ ନା।
ପଛ ପଟରୁ ଆଭାର ବାପା ଶ୍ରୀପତି ଆସି କହିଲେ ହଁ ଆମେ ଏଇ ଆସୁଛି ଦୁର୍ଗାପୂଜା ଛୁଟିରେ ଆମ ଗାଁ କୁ ଯିବା। ଶ୍ରୀପତି ନିଜ ଭୂଲ ବୁଝି ପାରିଲେ ଏବଂ ହରିଶଙ୍କୁ କହିଲେ ଆଜି ଠାରୁ ମୁଁ ମୋ ସାଙ୍ଗମାନଙ୍କୁ କହିବି ଆମେ ମଧ୍ୟ ଚାରି ଆଡେ଼ ଗଛ ଲଗାଇବା ଏବଂ ପରିବେଶ ସୁରକ୍ଷା କରିବା। ବାପା ତୁମ କଥାରେ ମୋତେ ମୋ ବାଲ୍ୟକାଳ କଥା ମନେ ପଡିଗଲା। ମୋତେ ପୁଣି ଫେରି ଯିବାକୁ ଇଚ୍ଛା ହେଉଛି ସେଇ ବାଲ୍ୟକାଳରକୁ।