STORYMIRROR

Sunanda Mohanty

Children Stories Thriller Children

4  

Sunanda Mohanty

Children Stories Thriller Children

ପ୍ରତିଛବି

ପ୍ରତିଛବି

2 mins
4

ମାଆ ପ୍ରତିଛବି କହିଲେ କଣ? ଆ ଦେଖିବୁ କହି ମାଆ ବାରିପଟ କଇଁ ଗଡିଆକୁ ନେଇଗଲେ ପୁଅ କାହ୍ନୁକୁ ଆଉ ପାଣି ଭିତରେ ପଡ଼ିଥିବା ରାଜୁର ଚହଲା ପ୍ରତିବିମ୍ବ ଦେଖାଇ କହିଥିଲେ ଦେଖ କାହ୍ନୁ ଏଇଟା ତୋର ପ୍ରତିଛବି. କାହ୍ନୁ ଗାଧେଇ ସାରି ଦର୍ପଣ ଆଗେ ମୁଣ୍ଡ କୁଣ୍ଡାଇଲା ବେଳେ ପଚାରୁଥିଲା ମାଆଙ୍କୁ ଏଇଟା ପରା ମୋ ପ୍ରତିଛବି ବୋଲି କହିଥିଲ ଆଉ ତେବେ କଇଁ ଗାଡିଆର ପାଣିରେ ପଡ଼ିଥିବା ମୋ ଛାଇ କେମିତି ମୋ ପ୍ରତିଛବି ହେଲା କୁହ ତ!ମାଆ କହିଲେ ଆମ ପଛପଟେ ପଡୁଥିବା ଛାଇ ଆମସଙ୍ଗେ ସଙ୍ଗେ ଥାଏ କିନ୍ତୁ ଆମ ଆଗପଟ ପ୍ରତିଛବି ଆମକୁ ଦେଖାଯାଏନା କିନ୍ତୁ ପୋଖରୀ ପାଣିରେ, ଦର୍ପଣ ବା ଆଇନାରେ ହିଁ ଦେଖାଯାଏ.ସେହି ଛାଇକୁ ଆମେ ପ୍ରତିଛବି କହିଥାଉ. କାହ୍ନା ଟିକେ କଣ ଚିନ୍ତା କଲା ପରି ଘଡିଏ ଭାବି ହେବାରୁ ମାଆ କହିଲେ ହଁ ଆଉ ଗୋଟେ ପ୍ରତିଛବି ଅଛି ମଣିଷର ଯାହା ତା ଛାଇ ଭଳି ଆଗରେ କି ପଛରେ ପଡ଼େନା କିନ୍ତୁ ଲୋକଙ୍କୁ ଜଣା ପଡେ.
   କାହ୍ନା କହିଲା ସେହି କଥା କହୁଥିଲି ମାଆ. ସାର କହୁଥିଲେ ଦୟା କରିବାର ବ୍ୟକ୍ତିକୁ ଦୟାଳୁ, ଧର୍ମ କରୁଥିବା ବ୍ୟକ୍ତିକୁ ଧାର୍ମିକ, ରାଗ କରୁଥିବା ମଣିଷକୁ ରାଗି, ମିଛ କହୁଥିବା ଵ୍ୟକ୍ତିକୁ ମିଛୁଆ କୁହାଯାଏ ଏବଂ ସେଇଟା ତାର ପ୍ରତିଛବି ବୋଲି ସାର କହିବାରୁ ମୁଁ ବୁଝିପାରିନଥିଲି. ମାଆ ଏବେ କହୁଥିଲେ ତୁମ ବ୍ୟବହାର, ଆଚ୍ଚରଣ ଓ ଉଚ୍ଚାରଣ ତଥା ବ୍ୟକ୍ତିତ୍ୱ ମାନେ କିଏ କୋଉଭଳି ତାହା ଅନ୍ୟ ପାଖରେ ତୁମ ପ୍ରତିଛବି ଅଟେ . ଯେମିତିକି କାଲା, ଜଡ଼ା ବା ଖନା କି ଅନ୍ଧ କି ବଧିର ଇତ୍ୟାଦି.ମାତ୍ର ନିଜେ ନିଜ ପଛପଟ ଛାଇ ପରି ଆଗପଟେ ପଡୁଥିବା ପାଣିରେ ବା ଦର୍ପଣ ଭିତରେ ଦେଖାଯାଉଥିବା ଛବି ହିଁ ତୁମ ନିଜର ନିଜ ପାଇଁ ପ୍ରତିଛବି. କାହ୍ନା କହିଲା ବୁଝିଗଲି ମାଆ ଜେଜେ କେତେ ଦୟାଳୁ ତଥା ଧାର୍ମିକ ଥିଲେ ବୋଲି ତୁମେ କୁହ ତାହା ତାଙ୍କର ପରିବାର ଓ ଅନ୍ୟଙ୍କ ପାଇଁ ପ୍ରତିଛବି ନା. ହଁ.ଆଉ ମୋ ପୁଅ କାହ୍ନା ଭାରି ସୁନା, କଥାମାନେ, ସତକହେ ଓ ଜମା ଦୁଷ୍ଟନୁହେଁ ଏଇଟା ମୋ ପୁଅର ଅନ୍ୟମାନଙ୍କ ପାଇଁ ପ୍ରତିଛବି ଆଉ ଏଇ ଦେଖେ ଆଇନାକୁ. ତା ଭିତରେ ଯିଏ ସେ କିନ୍ତୁ ଏକଦମ ତୋରି ଏକାନ୍ତ ମାନେ କେବଳ ତୋରି ପ୍ରତିଛବି,ଯାହା ଆଉ କାହାର ନୁହେଁ.କିନ୍ତୁ ସମାଜ ଓ ପରିବାର ତଥା ଅନ୍ୟ ପାଇଁ ଜଣେ ନିଜର ଗୁଣ ଧର୍ମ ବଦଳେଇ ମିଛୁଆରୁ ସତ କହୁଥିବା ଵ୍ୟକ୍ତି ହୋଇପାରିବ.ଦୟା ଗୁଣ ଆପଣେଇ ଜଣେ ନିଜକୁ ଦୟାଳୁ କରିପାରିବ ଠିକ ବାଲ୍ମୀକିଙ୍କ ଭଳି ମରା ମରା କହୁ କହୁ ରାମ ରାମ କହି ତପସ୍ୱୀ ରୂପେ ପ୍ରତିଛବି ଛାଡିଯାଇ ଅମର ହୋଇ ପରି ନିଜ ଦୁନିଆଁ ସୃଷ୍ଟି କରିପାରିବ.ବୁଝିଗଲି ମାଆ କହି କାହ୍ନୁ ତାଳି ମାରି ନାଚୁଥିଲା ଓ କହୁଥିଲା ମୋ ସାଙ୍ଗମାନଙ୍କୁ କହିବି କି ମନ୍ଦଗୁଣ ଛାଡି ଭଲ ଗୁଣ ସବୁକୁ ନିଜର କରିନେଇ ନିଜର ପରିଚୟ ହିଁ ହେବ ତୁମର ପ୍ରତିଛବି.
      ମାଆ କହୁଥିଲେ ଆଉ ଗୋଟେ ପ୍ରତିଛବି ମଧ୍ୟ ଅଛି,ଯେମିତିକି ପରିବାରର ପୁଅ ତା ମା ପରି କି ଝିଅ ତାର ବାପା ପରି ଅର୍ଥାତ ଝିଅ ତା ବାପାଙ୍କ ପ୍ରତିଛବି ଅଟେ ଓ ପୁଅ ତା ମା'ର
ପ୍ରତିଛବି ଅଟେ ବୋଲି କୁହାଯାଏ.କାହ୍ନା କହୁଥିଲା ହଁ ମୋ ବାପା ଯେମିତି ରଜରେ ହେଉଥିବା ଡ୍ରାମାରେ ଗୋବବନ୍ଧୁ ରୋଲ କରିବାକୁ ଯାଇ ଏମିତି ବେଶ ପୋଷାକ ପିନ୍ଧିଥିଲେ ସମସ୍ତେ କହୁଥିଲେ ପୁରା ଗୋପବନ୍ଧୁଙ୍କ ପ୍ରତିଛବି ତ. ମାଆ କହୁଥିଲେ ହଁ ତୁମେ ସବୁ ଯେମିତି ଫ୍ୟାନସି ଡ୍ରେସ ପ୍ରତିଯୋଗିତା ବେଳେ ସ୍କୁଲରେ ଗାନ୍ଧି, ଜବାହାର, ଶାସ୍ତ୍ରୀ, ବିବେକାନନ୍ଦ ତଥା ରାମକୃଷ୍ଣଙ୍କ ପ୍ରତିଛବି ଗ୍ରହଣ କରିଥାଅ. କାହ୍ନା ବୁଝିଗଲା ପରି ହସୁଥିବା ଦେଖି ମାଆ କହିଲେ ରୂପ,ଗୁଣ, କର୍ମ, ପୋଷାକରେ ଏକତା ଥିବା ବ୍ୟକ୍ତିଙ୍କୁ କେମିତି ପ୍ରତିଛବି ବୋଲି କୁହାଯାଏ ବୁଝିଗଲୁ ତ କାହ୍ନା?କାହ୍ନା କହୁଥିଲା ହଁ ମାଆ କିଛି ତ ବୁଝିଲି ନିଶ୍ଚୟ.



Rate this content
Log in