ପରଲୋକ ଦର୍ଶନ
ପରଲୋକ ଦର୍ଶନ
ସକାଳୁ କମଳା ଖୁଡ଼ି ଅଗଣା ଟାରେ ବସି ବାହୁନି ବାହୁନି କାନ୍ଦୁଥାନ୍ତି l ଏହା ଦେଖି ରିତା ପଚାରିଲା : କାହିଁକି କାନ୍ଦୁଛ ଖୁଡ଼ି କ'ଣ ହୋଇଛି?
କମଳା :- ସବୁ ସରିଗଲାଲୋ ଆମ ପାଇକ ଘର ମାୟା ନାନୀ ଆଉ ନାହିଁ.. ଦୁଇ ଝିଅ ଙ୍କୁ ଭସେଇ ଦେଇ ଚାଲିଗଲା ଆର ପାରିକୁ l
ଏପଟେ ପାଇକ ଘରେ (ସେତବେଳେ ଗାଁ ରେ ପୋଲିସ ଚାକିରୀ କରୁଥିବା ଲୋକ ଙ୍କୁ ପାଇକ କହନ୍ତି ) କାନ୍ଦ ବୋବାଳି ଚାଲିଥିଲା l ଛଅ , ଆଠ ବର୍ଷ ର ଦୁଇ ଝିଅ l ସେମାନେ ବା କଣ ବୁଝିବେ l ସମସ୍ତ ଙ୍କ ମୁହଁ କୁ ବଲ ବଲ ହୋଇ ଚାହୁଁ ଥାନ୍ତି ଏବଂ ମା ',ମା ' ଡାକୁଥାନ୍ତି l କାନ୍ଦି କାନ୍ଦି କହୁଥାନ୍ତି,' ତୁ କାହିଁକି ଏମିତି ଶୋଇଛୁ ଆମକୁ ଖାଇବାକୁ ଦେବୁନି ମା ' l ବାହାରେ ସାଇ ଭାଇ ମାନେ କୋକେଇ ସଜାଡୁ ଥାନ୍ତି l ଘରକୁ ବନ୍ଧୁ ବାନ୍ଧବ ର ସୁଅ ଛୁଟି ଥାଏ l ସମସ୍ତ ଙ୍କ ଓଠ ରେ ଗୋଟିଏ କଥା ଔଷଧ ଗଛ ଟାଏ l ଯାହାକୁ ଘିଅ ମନ୍ତୁରାଇ ଦିଅନ୍ତି ଯେତେବଡ଼ ଘା ମଧ୍ୟ ଭଲ ହୋଇଯାଏ l
ଏପରି ଏକ ମୁହୂର୍ତ ରେ ହଠାତ ମାୟା ଦେଵୀ ଉଠି ବସି ପଡିଲେ l ସମସ୍ତେ ପ୍ରଥମେ ଭୟଭୀତ ପରେ ଆଶ୍ଚର୍ଯ୍ୟ ହୋଇଗଲେ l ତାପରେ ସେ ପାଣି ଢାଳେ ମାଗି ଢକ ଢକ କରି ପିଇଗଲେ l ସମସ୍ତ ଙ୍କୁ ଦେଖି ବୁଝି ଗଲେ ଏବଂ ସେ ପରଲୋକ ରେ ଦର୍ଶନ କରିଥିବା ସମସ୍ତ ବୃତାନ୍ତ ବର୍ଣ୍ଣନା କଲେ ଯାହା ଥିଲା ଅତି ରୋମାଞ୍ଚକର l
" ଦୁଇ ଜଣ କିମ୍ଭୁତ କିମାକାର ବ୍ୟକ୍ତି, ଭାରି ଉଚ୍ଚା ମୋର ଦୁଇ ହାତ ଧରି ଟାଣୁ ଥାନ୍ତି l ମୁଁ ଥିଲି ଝୁଲନ୍ତା ଅବସ୍ଥାରେ l ସତରେ ଏକ ବିରାଟ ସିଂହାସନ ରେ ବସିଛନ୍ତି ଯମ ରାଜ l ହାତରେ ତାଙ୍କରି ଧର୍ମ ଦୌଡ଼ି l ସୁନା, ମୋତି, ମାଣିକ୍ୟ ରେ ପୁରା ଅଞ୍ଚଳଟି ଝଲସୁଥାଏ l ତାଙ୍କ ପାଖରେ ଆଉ ଏକ ସୁବର୍ଣ୍ଣ ଚୌକି ରେ ବସିଥିଲେ ଜଣେ ବୟୋଜ୍ୟେଷ୍ଠ ଲୋକ l ଚିତ୍ରଗୁପ୍ତ ହୋଇଥିବେ ବୋଧେ l ସେ ଦୂତ ଦୁଇଟି ମୋତେ ଟାଣୁ ଥିବା ବେଳେ ସେ ( ଚିତ୍ର ଗୁପ୍ତ ) ଗମ୍ଭୀର ସ୍ୱର ରେ କହିଲେ :- 'ତାଙ୍କୁ ଛାଡିଦିଏ ' ତାଙ୍କର ସମୟ ହୋଇନି l ତାଙ୍କର ବହୁତ କର୍ମ ବାକିଅଛି l"
ସେ ଆଉ ବନ୍ଧୁ ପରିଜନ ପାଇଁ ଏହା ଏକ ଆଚମ୍ବିତ ଘଟଣା l ସେ ଆହୁରି ଦୀର୍ଘ ପଚାଶ ବର୍ଷ ବଞ୍ଚି ନିଜର କାର୍ଯ୍ୟ ସମ୍ପାଦନ କଲେ l
