Dipti lekha Mishra

Others

5.0  

Dipti lekha Mishra

Others

ପରିବାର -୭

ପରିବାର -୭

2 mins
534


ବହୁତ ଦିନ ତଳର ଘଟଣା ।ମିଛ ଲାଗିଲେ ବି ପୁରାପୁରି ସତ କଥା ଆଉ କାହାଣୀ ।ମୋ ଜେଜେମାଆ ଏତେ ବଡ ପରିବାରକୁ ଗୌଟିଏ ସୁତୁଲିରେ ବାନ୍ଧି ରଖିଥିଲେ ।ଠିକ୍ ସମୟରେ ଠିକ୍ କାମ କରିବାକୁ ସମସ୍ତେ ଭଲ ପାଉଥିଲେ ।ତାଙ୍କ କଥାରୁ ବାହାରିବା ପାଇଁ କାହାର ସାହାସ ନଥାଏ ।ସମସ୍ତେ ମୋ ଜେଜେମାଆ ଙ୍କୁ ବହୁତ ଭଲ ପାନ୍ତି । ଭାରି ଭଲ ଲାଗୁଥିଲା ସେ ଦିନ ଗୁଡାକ ।


ମୋ ମଝିଆ ବଡ ମାଆ ଭାରି ଘୃଣା କରୁଥାନ୍ତି । ବଡ ବାପା ମୋର ଭଲ ପାଠ ହେଉଛି ଆଉ ଲେଖିବା ଜାଣିଦେଲି ବୋଲି ଏକ ବର୍ଷ ବୟସ ବଢାଇ ତାଙ୍କର ସାନଝିଅ ସହ ମୋର ନାମ ଏକା ସାଙ୍ଗରେ ସ୍କୁଲ୍ ରେ ନାମ ଲେଖାଇଲେ । ଯାହା ଆଣନ୍ତି ଖାଇବା ଜିନିଷ ବଡବାପା ସମସ୍ତଙ୍କୁ ଦେବାକୁ ଚାହୁଁଥାନ୍ତି କିନ୍ତୁ ମଝିଆ ବଡମାଆ ସେସବୁ ଖାଦ୍ୟକୁ ନେଇ ଗମ୍ଭୀରି ଘରେ ପଶିଯାନ୍ତି ଆଉ ନିଜ ପିଲାମାନଙ୍କୁ ଟାଣିନେଇ ଖୁଆନ୍ତି ।ଏସବୁ ଦେଖି ମୋ ଜେଜେମାଆ ମୋ ପାଇଁ ଲୁଚେଇ ରଖିଥାନ୍ତି ଟୁକୁରୁ ମୁକୁରୁ ଖାଦ୍ୟ । ଆଉ ସେମାନେ ଲୁଚିକରି ଖାଇଲେ ମୋତେ ଜେଜେମାଆ ଖୁଆଇଦିଅନ୍ତି ।ମୋତେ ମୋ ମାଆ ବାପାର ଅଭାବ କେବେ ଜାଣିବାକୁ ଦେଇନାହାଁନ୍ତି ।

ଦିନେ ମୋର ଆଖି ପରୀକ୍ଷା କରି ଚଷମା ଅଣାହେଲା ।ବାପା କେବେ ମୋତେ ପରକଲା ଭଳି କଥା କହନ୍ତିନି। ମୋ ପାଇଁ ଚଷମା ବଡବାପା ଆଣିବାରୁ ମଝିଆ ବଡ ମାଆ ସହି ନପାରି ବହୁତ ଗାଳିଦେଇଥିଲେ ।ତା ପର ଦିନ ମୋ ଚଷମା ନେଇ ଭାଙ୍ଗିଦେଲେ ମଝିଆ ବଡ ମାଆ ,ମୋ ଆଖି ଆଗରେ ।ମୋତେ ଦେଖିଦେଇ ଚମକି ପଡିଲେ ।ମୋତେ ଘର ପଡିଶାରେ ଥିବା ପୁନାଦି ଉପରକୁ ଟାଣି ଟାଣି ନେଲେ ଆଉ ମୋ ହାତରେ ପାଟ ପୋକ ଧରେଇ ଦେଲେ ।ମୋତେ ପାଟପୋକ ଭାରି ଡର ।ମୋତେ ଡରାଡରି କରି କହିଲେ ଶୁଣେ ଅଲକ୍ଷଣୀ ଆଜିର କଥା କାହାକୁ ବି କହିବୁନୁ ଯଦି କହିବୁ ତୋ କଳି ମୋଡିଦେବି ।ମୋର ଜଙ୍ଘକୁ ବହୁତ ଜୋର୍ ରେ ମୋଡିଦେଲେ ।ଆଉ ଏତେ କଷ୍ଟ ହୋଇଥିଲା ଯେ ମନେ ପଡିଲେ ଆଜି ବି ଆଖିରେ ଲୁହ ଆସିଯାଉଛି ।ଭାରି ନିଷ୍ଠୁର ସ୍ତ୍ରୀ ଲୋକ ଥିଲେ ।


ମୁଁ ଡରରେ କାହାକୁ ନ କହି ଟେବୁଲ୍ ଉପରେ ଭଙ୍ଗା ଚଷମାଟି ରଖିଦେଲି ।ବାପା ତାକୁ ଦେଖି ବହୁତ ଗାଳି କଲେ ।ସହିଗଲି ସବୁ ଗାଳି ।ଗାଲକୁ ଚାପୁଡାଏ ବି ମାରିଥିଲେ ।ତଥାପି ଚୁପ୍ ଥିଲି ।ଏସବୁ ମୋ ଜେଜେମାଆ ଦେଖୁଥାନ୍ତି ।ସେ ମୋ ମିଛକୁ ଜାଣିପାରିଥିଲେ ।ମୋତେ କହାଲେ ତୁ ମୋତେ ମିଛ କହନା ଝିଅ ।ସତ କହ କିଏ ଭାଙ୍ଗିଛି ।ତୁ ଭୂଲ୍ ନ କରି ମାଡଗାଳି କାହିଁକି ସହିଯାଉଛୁ ।ମୁଁ ମାଆକୁ ଲୁଚାଇପାରିନଥିଲି ।ଯାହା ହେବ ହେଉ କହି କହିଦେଲି ।ମୋ ମୁଣ୍ଡକୁ ଆଉଁସି ଆଖିରୁ ଦୁଇଧାର ଲୁହ କାଢିଲେ ଆଉ ସହିନପାରି ରାତିରେ ପରିବାର ବୈଠକ ଆୟୋଜନ କଲେ ।ସମସ୍ତଙ୍କୁ ମୋ ଜଙ୍ଘ ର ଲାଲ୍ ଲାଲ୍ ଚିହ୍ନ ଦେଖାଇ କହିଲେ ଦେଖ ଏଡିକି ବକଟେ ଛୁଆ ଘରର ମର୍ଯ୍ୟାଦା ତଳେ ନ ପକାଇବାକୁ ତା ମଝିଆ ବଡ ମାଆର ଦୁଃଖଦିଆ ପ୍ରକୃତି କାହାକୁ କହିନଥିଲା ।


ହଠାତ୍ ମଝିଆ ବଡମାଆ ରାଗି କହିଲେ ହେ ପ୍ରଭୂ ମୁଁ ଏମିତି କିଛି କରିନି ।ଧର୍ମ ସହିଲେ ହେଲା ।ସେଠି ମୋ ଜେଜେମାଆ କହିଲେ ହଁ ହେଉ ଯିଏ ମିଛ କହୁଛି ତାକୁ ଅଚିହ୍ନା ରୋଗ ହେଉ ।ମୋ ପିଲାଟାର ବାପାମାଆ ପାଖରେ ନାହାଁନ୍ତି ବୋଲି ତୁ ତାକୁ ସହିପାରୁନୁ ।ବାସ୍ କିଛି ଦିନ ହେଇଛି କି ନାହିଁ ପାରାଲିସିସ୍ ହୋଇଗଲା ମଝିଆ ବଡ ମାଆକୁ ।ସେ କଷ୍ଟ ମୁଁ ସହିପାରୁନଥିଲି, ତଥାପି ଜେଜେମାଆ ର କଥା ଶୁଣି ତାଙ୍କ ପାଖକୁ ବି ଯାଇନଥିଲି କି ସେ ମରିଗଲା ଦିନ ଆଖିରୁ ଲୁହ ଟୋପାଏ ବି ଝରାଇନି ।ସମସ୍ତେ କହିଲେ ଯେ ଆରେ ଆଖିରୁ ଲୁହ ଟିକେ ତ କାଢେ ଆଉ କଣ ସେ ଫେରିବ ?ତଥାପି ମୋ ଆଖିରେ ଲୁହ ନଥିଲା ।ଆଜି ସେ କଥା ମନେ ପଡିଲେ ଲାଜ ଆସୁଛି ।



Rate this content
Log in