STORYMIRROR

Dipti lekha Mishra

Others

3  

Dipti lekha Mishra

Others

ପରିବାର -୩

ପରିବାର -୩

1 min
494

ଗୋଟିଏ ବଡ ପରିବାରର ପୁଅଟି ପରିବା ପତ୍ର ବିକିବାକୁ ଆସି ଅନ୍ୟ ଏକ ଗାଁରେ ରାତି କଟାଇଥିଲା ।କିଛି ସମୟ ପରେ ସୂର୍ଯୋଦୟ ହେଲା ।ସକାଳୁ ବଳକା ପରିବା ବିକ୍ରୟ କରି ପୁଣି ଗାଁକୁ ଫେରିଲା ।ଏମିତି କିଛି ଦିନ ବେପାର ଖୁବ୍ ଜୋର୍ ରେ ଚାଲିଲା ।

ବାପା ମାଆ ଭଲ ଝିଅଟି ବାଛି ବିବାହ କରାଇଲେ ।ଘରେ ପଶୁ ନପଶୁଣୁ ବୋହୂ ଶାଶୁ ଶ୍ବଶୁରଙ୍କୁ ଆପଣାର କରିନେଲା ।କିନ୍ତୁ ଏ ଭଲ ସଂପର୍କ ସହି ନ ପାରି ନଣନ୍ଦ ଭାବିଲା ଫାଟ ସୃୃୃୃଷ୍ଟି କରିବ ଦୁହିଁଙ୍କ ମଧ୍ଯରେ ।ଶାଶୁ ଭାତରେ ଘିଅ କି କ୍ଷୀର ପକାଇଲେ ଖାଇପାରନ୍ତିନି ।ଦିନେ ତାଙ୍କ ବାପା ବାଧ୍ୟ କରିଥିବାରୁ ବୋଉ ବାନ୍ତି କରିଦେଇଥିଲା ।ଝିଅକୁ ଏ ସୁଯୋଗ ମିଳିଲା ।

ଭାଉଜ ଖାଦ୍ୟ ବାଢିବାରୁ ନଣନ୍ଦ ଧିରେ ଯାଇ କ୍ଷୀର ଆଉ ଘିଅ ଟୋପେ ମିଶାଇଦେଲେ ।ଭାଉଜର ଆଖିରେ ଏ ଦୄୄୄଶ୍ୟ ପଡିଥିଲା ।ସେ ଚୁପି ଚୁପି ଦେଖୁଥାଏ ଆଉ ତା ମୋବାଇଲ୍ ରେ ରେକର୍ଡ କରି ରଖିଥାଏ ।କିନ୍ତୁ ଅଶାନ୍ତି ନ କରି ଭାତ ଥାଳି ପରିବର୍ତ୍ତନ କରିଥିଲେ ।

ଝିଅ ଏସବୁ ଘଟଣା ଦେଖି ଛାନିଆ ହୋଇଗଲା ।କେମିତି ସମ୍ଭବ ଭାବି ମୁଣ୍ଡରେ ହାତ ଧୋଇ ବସିଥିଲେ ।ଶାଶୁଙ୍କୁ ବୋହୂ ନଣନ୍ଦର କିର୍ତ୍ତୀକଳାପ ସଂପର୍କରେ ଆଗରୁ ସୁଚନା କରିଦେଇଥିଲେ ।ଏଣୁ ଶାଶୁ ଆସି ମୁଣ୍ତ ଆଉଁସି ଝିଅକୁ କହିଲେ ମା ଲୋ ଆଉ କେବେ ଅନ୍ୟକୁ ବିପଦକୁ ଠେଲିବା ଚେଷ୍ଟା କରିବୁନି ନଚେତ୍ ମା ଘର ଦୁଆର ପଡିଯିବ ।



Rate this content
Log in