Saudamini Tripathy

Children Stories Drama

4  

Saudamini Tripathy

Children Stories Drama

ପ୍ରେମରେ ପ୍ରେମରେ

ପ୍ରେମରେ ପ୍ରେମରେ

4 mins
325



           ହର ଓ ମାଧବ ଦୁଇ ବନ୍ଧୁ ପିଲାବେଳୁ l କିନ୍ତୁ ବହୁ ଦିନ ଅର୍ଥାତ୍ ଦୀର୍ଘ ପଚିଶ ବର୍ଷ ପରେ ଆସୁଛି ଗାଆଁକୁ ତାର ବନ୍ଧୁ, ଖୁବ୍ ଖୁସି ହର, ପାଦ ତାର ତଳେ ଲାଗୁନାହିଁ l ପିଲାଙ୍କୁ କହି ଗେଣ୍ଡୁ ଫୁଲ ମାଳ ଟିଏ କରିଛି ହର l ଘରୁ ବାହାର ବାହାରୁ ଘର ହେଉଛି ବନ୍ଧୁ ପ୍ରତୀକ୍ଷାରେ l ଘରେ ବି ରୋଷେଇ କରି ରଖିଛି, ତାଙ୍କର ପରିବାର ଆସି ଖାଇବାକୁ l ଅଢ଼େଇ ଟା ବାଜିବାକୁ ବସିଲାଣି, ଆଉ ସମ୍ଭାଳି ନ ପାରି ଘରୁ ବାହାରି ଛକ ଆଡକୁ ବାହାରିଲା ହର l ଛକ ଠାରୁ ଖଣ୍ଡେ ଦୂରରେ ଅଛି ଢୋ କରି ବମ୍ ଫୁଟିଲା ଭଳି ଗୋଟିଏ ଜୋରରେ ସବ୍ଦ ଶୁଣିବାକୁ ପାଇଲା l ଛକ ଆଡକୁ ଧାଇଁଲା ସେ l କାହାର ଗାଡି ଧକ୍କା ହେଲା ବୋଧେ l ଦୁଇ ତିନି ମିନିଟ ପରେ ପହଁଚି ରକ୍ତ ଜୁଡ଼ୁବୁଡ଼ୁ ଶରୀରରେ ଦୁଇ ସ୍ତ୍ରୀ ଲୋକଙ୍କୁ ଟାଣି ଓଲଟି ଥିବା କାର ଭିତରୁ ଆଣିଲା l ରାସ୍ତା ପାଖ ଜୋର଼କୁ ଗାଡିଟି ଗଡି ଯାଇଥିଲା l ତାକୁ ଅନ୍ୟ ଲୋକ ମାନଙ୍କ ସହିତ ମିଶି ଟାଣି ଓଟାରି ଆଉ ଦୁଇ ଜଣ ପୁରୁଷ ଲୋକଙ୍କୁ କାଢି ବାହାର କଲେ, ଅତି ଦୁଃସହ ଅବସ୍ଥାରେ, ଆମ୍ବୁଲାନ୍ସ ଆସି ପହଞ୍ଚିଲା ଡାକ୍ତର ଖାନା ସମସ୍ତେ ଚାଲି ଗଲେ l ମାଧବ ଗାଡିକୁ ଗୋଟିଏ ବୋଲେରୋ ତୀବ୍ର ଗତିରେ ଆସି ଧକ୍କା କରିଥିଲା ଗାଡ଼ି ଛକରେ ମୋଡ଼ ବୁଲିବା ବେଳେ l ଡାକ୍ତର ଖାନାରେ ପହଂଚି ମାଧବର ବାପା ଚାଲିଗଲେ l ମା ଓ ସ୍ତ୍ରୀ କିଛି ଦିନ ପରେ ସୁସ୍ଥ ହୋଇ ଘରକୁ ଫେରିଲେ l ମାଧବର କିନ୍ତୁ ମୁଣ୍ଡ ଗୋଟିଏ ପଟ ଜୋରରେ ମାଡ ହୋଇଥିବାରୁ ସିରିୟସ ଥିଲା l ଯଦି ଭଲ ହେବ କିଛି ଦେଖି ପାରିବ ନାହିଁ ଦୃଷ୍ଟି ଶକ୍ତି ହରାଇବା କଥା ଡାକ୍ତର ବାବୁ କହିଲେ l କେହି ଯଦି ଗୋଟିଏ ଆଖି ଦାନ କରିବ ତେବେ ଗୋଟିଏ ଆଖିରେ ଦେଖି ପାରିବ ବୋଲି ଡାକ୍ତର କହିଥିଲେ l ସ୍ୱାସ୍ଥ୍ୟ ବୀମା ଥିବାରୁ ମାଧବର ଚିକିତ୍ସା ସହଜ ସାଧ୍ୟ ହେବ ବୋଲି ଜାଣିଲେ l ସମସ୍ତେ ଆଖି ଦାନ କଥା ଶୁଣିଲେ ମାତ୍ର କେହି ରାଜି ନ ଥିଲେ ଦେବା ପାଇଁ l ମାର ବୟସ ଦୃଷ୍ଟି ରୁ ଦୃଷ୍ଟି ଶକ୍ତି କମଜୋର ଥିବାରୁ ଡାକ୍ତର ମନା କଲେ l ଶେଷକୁ ହର ରାଜି ହେଲା ଗୋଟିଏ ଆଖି ଦେବାକୁ ସାଙ୍ଗକୁ l ହରର ସ୍ତ୍ରୀ ମନା କଲେ ବି ତାର କୋମଳ ଦରଦୀ ହୃଦୟ ବିଳାପୀ ଉଠିଥିଲା ପିଲା ବେଳାର ବନ୍ଧୁ ଜୀବନ ପାଇଁ l

            

           ସ୍ତ୍ରୀ ପଚାରିବାରୁ ସେ କାନ୍ଦ କାନ୍ଦ ହୋଇ ଭାବ ବିହ୍ଵଳ ହୋଇ କହିଲା ତା ଯୋଗୁ ମୁଁ ଆଜି ସଂସାରରେ ବଞ୍ଚି ରହିଛି l ମୋ ବାପାର ଏତେ ପଇସା ପତ୍ର ନ ଥିଲା ମତେ ଓ ଅପା କୁ ଖୁଆଇ ପିଆଇ ଦୁଇ ଓଳି ଭଲ ରେ ରଖିବ ବୋଲି l ବାପା ଜମିଦାର ଘରେ ପିଲାବେଳୁ ମୂଲ ଲାଗି ଯାହା ଆଣନ୍ତି ତାହାର ଅଧା ଜମିଦାର ରଖନ୍ତି ବାପାର ବାପା କରଜ ନେଇ ଥିଲେ ସୁଧ ବାବଦକୁ l ମା ଯାଇ ମାଧବର ଘରେ କାମ କରେ l ଯାହା ଆଣି ଥାଏ ଆମେ ମିଳିମିଶି ଖାଇ ଘରେ ପଡି ରହୁ l ପରେ ମାଧବର ଦୁଇ ବଡ ଭଉଣୀ ଓ ମାଧବକୁ ତା ମା ଏକା ଦେଖି ରଖି ପାରୁ ନ ଥିଲା ବୋଲି ମୋ ମା ଯାଇ ତାଙ୍କ ଘରେ କାମ କରି ଯାହା ଆଣିଥିଲା ତାହା ଆମକୁ ଦେଉଥିଲା ଖାଇବାକୁ l ମାଧବ ର ବାପା ଭୁବନେଶ୍ବରରେ ସରକାରୀ ଚାକିରିଆ l ଗାଁ ରେ ଚାଷବାସ କରିବାକୁ ଆମ ବାପା ତାଙ୍କ ଘରେ ରହି କାମ କରୁଥିଲେ l କାରଣ ଜମିଦାର ଆମ ବାପାଙ୍କ ଜମି ନେଇଗଲା ସୁଦ୍ଧ ନ ଦେଇ ପାରିବାରୁ l କିଛି ଦିନ ପରେ ଘରର ଓଦା ମାଟି କାନ୍ଥ ପଡି ଆମ ମା ମରିଗଲେ l ଘରେ କିଛି ନାହିଁ ଖାଇବାକୁ l ମାଧବ ଓ ମୁଁ ଏକା ଶ୍ରେଣୀରେ ପାଠ ପଢୁଥିଲୁ l ମାଧବ ସବୁଦିନ ସ୍କୁଲ ଗଲାବେଳକୁ ମତେ ତାଙ୍କ ଘରକୁ ନେଇ ପଖାଳ ଆଉ ଯାହା ତରକାରୀ ଖାଇ ସ୍କୁଲ କୁ ଯାଉ, ମୋ ଅପା ବି l ସ୍କୁଲ ରୁ ଆସି ତାଙ୍କ ଘରେ ବୋଲ ବାଣୀ କରେ, ବାପା ଚାଷ ବାସ କରନ୍ତି ମଜୁରିଆ ଭଳି l


              ଦିନ କର କଥା l ମାଧବର ବାପା ଭୁବନେଶ୍ବର ରୁ ଆସି ଗାଁ ରେ ଥାଆନ୍ତି l ଆମେ ସାଙ୍ଗ ପିଲାମାନେ ସବୁ ମିଳି ମିଶି ଖେଳୁ ଖେଳୁ ତାଙ୍କ ବାଡି ପଟ ଗୁହାଳ ପଛରେ ଥିବା ଖତ ଗଦାରେ ମୁଁ ନିଆଁ ଲଗାଇ ଦେଲି l ଖରା ଦିନ ଖତ ଗଦାର କାଠି କୁଟା ପାଳ ଶୁଖିଲା ଗୋବର ଯାହା ଦଶ ଗାଡି ବିକିଲେ ହୋଇ ଥାନ୍ତା, ପୁରା ଜଳି ଯାଇ ପାଉଁଶ ହୋଇ ଗଲା l ବିକିଲେ ହଜାରେ ଟଙ୍କା ହୋଇ ଥାନ୍ତା ତାହା ଶହେ ଟଙ୍କା ବି ହେଲା ନାହିଁ l ତା ବାପା ରାଗି ଯାଇ ପଚାରିଲେ ମୋ ଗାଁ ସାଙ୍ଗ ମାନଙ୍କୁ ,କିଏ ନିଆଁ ଲଗାଇଛି ? କେହି କିଛି କହିବା ଆଗରୁ ମାଧବ କହି ଦେଲା ସିଏ ନିଆଁ ଲଗାଇଛି ବୋଲି l ମତେ ବଞ୍ଚାଇ ଦେଲା, ନ ହେଲେ ମୋ ବାପାର ଚାକିରି ଯାଇ ଥାନ୍ତା, ଆମେ ପଇସା ଦେଇ ନ ପାରି ଖାଇବାକୁ ନ ପାଇ ମରି ଥାନ୍ତୁ, ଆଉ ତା ବାପା ମୋ ବାପା ଦୁହେଁ ମତେ ମାରି ଥାନ୍ତେ l


        ତା ଛଡା ତା ଭଉଣୀ ମାନଙ୍କ ସଙ୍ଗେ ମିଶି ମୋ ଭଉଣୀ ଖୁଦୁରୁକୁଣି ଓଷା ପାଳନ୍ତି, ଆମେ ମିଶି କି ଫୁଲ ତୋଳି ପୂଜା କରୁ l ମତେ ମାଧବ ଖୁବ୍ ଭଲ ପାଏ ମୋର ମାଆ ନାହିଁ ବୋଲି ,ଦୟା ଥାଏ ତା ମନରେ l ମାଆ କୁ କହି ମୋ ପାଇଁ ବହି ଖାତା କଲମ ପେନସିଲ କିଣି ମତେ ପଢିବାକୁ ଦିଏ, ସାହାଯ୍ୟ କରେ l ମୋ ପାଇଁ ଢାଲ ହୋଇ ଥାଏ l ସେମାନେ ତାର ବଡ ଅପା ର ଦଶମ ଶ୍ରେଣୀ ପାସ ପରେ କଲେଜ ପଢିବାକୁ ଭୁବନେଶ୍ବର ଚାଲି ଗଲେ ବାପାଙ୍କ କ୍ବାଟରରେ ରହିଲେ l ସାନ ଅପା ର ନବମ ଆଉ ଆମର ଅଷ୍ଟମ ଶ୍ରେଣୀ ବେଳକୁ l ତା ପରେ ବାପା ରିଟାର୍ଡ ହୋଇ ଏବେ ଗାଁକୁ ଘରକୁ ଫେରୁଥିଲେ l ମୋ ସାଙ୍ଗକୁ ମୁଁ କେମିତି ଅବହେଳା କରିବି, ମୋ ଜୀବନ ସେ ପିଲାବେଳୁ ରକ୍ଷା କରିଛି, ମୋ ଆଖିରେ ସେ ଦୁନିଆ ଦେଖିବ ଆମେ ମିଳିମିଶି ରହିବୁ ଗାଁରେ l

ତା ସ୍ତ୍ରୀ ଓ ପିଲାମାନେ ତା ଭଲ ପାଇବା ଦେଖି ଚୁପ୍ ହୋଇଗଲେ l ସେ ଆଖି ଦାନ କରି ମାଧବ ପୁଣି ଦେଖିପାରିଲା ସାରା ଦୁନିଆ l ଏହାକୁ କହନ୍ତି ସୁହୃଦ୍ ଅର୍ଥାତ୍ ବନ୍ଧୁତ୍ଵ, ଏକ ଆଦର୍ଶ ବନ୍ଧୁ ର କର୍ମ l


Rate this content
Log in