STORYMIRROR

Sunanda Mohanty

Others

3  

Sunanda Mohanty

Others

ପ୍ରେମରେ ନଥାଏ ଛଳନା ଯେବେ

ପ୍ରେମରେ ନଥାଏ ଛଳନା ଯେବେ

2 mins
110


ଟିକି ନାତୁଣୀଟି ମୋର ଏଵେ ଠେକୁଆ ପ୍ରେମରେ ପଡିଛି ,ପଡୋଶୀଙ୍କ ଘରେ ଥିବା ଜୀବନ୍ତ ଧଳା ଠେକୁଆ କୁ ଦେଖି ଦେଖି ଖାଦ୍ୟ ଢ଼ୋକି ଦେଉଛି ଆଉ ଟେଡି ଗୁଡିକୁ ଠେକୁ ଠେକୁ କହି ଗେଲ କରୁଥିବାର ଭିଡ଼ିଓ ଦେଖି ,ତା ପାଇଁ ଗୋଟେ ବଡ଼ ଠେକୁଆ ଟେଡି କିଣି ରଖିଥାଏ ,ଗଲେ ସାଙ୍ଗରେ ନେଇଯିବି ବା ସେ ଆସିଲେ ଦେବି ବୋଲି ଭାବିଥାଏ ।


   ନାତୁଣୀଟିକି ଝିଅ ମୋର ଏ ,ବି ,ସି ,କହିବା ଶିଖାଉଥାଏ ତ ସେ ଏବିସି ବୋଲି କହିଦେଉଥାଏ ଆଉ ଫର୍ଦ୍ଧେ କାଗଜ ଉପରେ କଲମ ବା ପେନସିଲରେ ଗାରେଇ ଗାରେଇ ଏବିସି ,ଏବିସି କହୁଥାଏ ,ତ ମୁଁ ତା ପାଇଁ ସାଇତି ରଖିଥାଏ ପେନ ଟିଏ ,ଯୋଉଥିରେ ମୋ ନାମ ଲେଖା ଯାଇଥାଏ ଆଉ ସେଇଟିକୁ ମୁଁ ପ୍ରତିଲିପି ରୁ ଉପହାର ସ୍ୱରୂପ ପାଇ ମୋ ମନ ଏତେ ଖୁସି ଥାଏ ଯେ ପ୍ରେରଣା ମିଳେ କିଛି ନୂଆ ଲେଖିଯିବାକୁ ,କିଛି ବାର୍ତ୍ତା ଦେଇଯିବାକୁ ,ପ୍ରତିଲିପି ପରି ଶୃଙ୍ଖଳିତ ପ୍ଲାଟଫର୍ମରେ ସବୁଦିନ ପାଇଁ ସଭ୍ୟ ଟିଏ ହୋଇ ରହିଯିବାର ପ୍ରେରଣା ସହ ସେହି ପେନ ଟିକୁ ମୁଁ ସାଇତି ଦେଇଥାଏ ମୋ ଟିକି ନାତୁଣୀ ପାଇଁ ।


   ମୁଁ ସିନା ଯାଇପାରିଲିନି ହେଲେ ନାତୁଣୀ ଆସିଥିଲା ଆଉ ତାପାଇଁ ରଖିଥିବା ଟେଡି ଠେକୁଆଟିକୁ ଉପହାର ରୂପେ ପାଇ ,ତାକୁ ଧରି ଖୁବ ଖେଳୁଥିଲା ,ତ ମୋ ମନ ପରିପୂର୍ଣ୍ଣତାରେ ଜୀବନ ଧନ୍ୟ ହୋଇଯାଉଥିଲା ,ପୁଣି ସେ ଯେବେ ଏବିସି କହୁଥିଲା ,ତା ପାଇଁ ରଖିଥିବା ଛୋଟ ଡ଼ାଇରୀ ଟିକୁ ଦେଇ ,ସେଇ ପେନ ଟିକୁ ଯେତେ ଖୋଜେ ତ ମିଳି ନଥିଲା ,ମନ ଭିଷଣ ଦୁଃଖ ହେଲା ,ମୋ ଅତି ଆଦରର ନାତୁଣୀ କୁ ମୋ ନାମ ଲେଖା ଥିବା ପେନ ଟି ନଦେଇ ପାରି ମୋ ପ୍ରେମଫୁଲ ମଉଳି ଯାଉଥିଲା ଯେମିତି ।

   ନାତୁଣୀ ଏ ଭିତରେ ଝିଅ ସହ ଫେରିଗଲାଣି ,ସେଦିନ ଚା ନେଇ ଆଶୁତୋଷଙ୍କୁ ଦେବାକୁ ଯାଇ ଚମକି ପଡିଲି କାରଣ ସେହି ପେନ ଟିରେ ସେ ହିସାବ କିତାବ କରି ଚାଲିଛନ୍ତି ,ତ ମୁଁ ବିସ୍ମୟରେ ତାଙ୍କୁ ଚାହିଁଲି ,ଆଉ ସେ କଣ ବୁଝିଲେ କି ନାହିଁ କିନ୍ତୁ କହୁଥିଲେ ,ନାତୁଣୀ କଣ ଏ ପେନ ର ମୂଲ୍ୟ ବୁଝିଥାନ୍ତା ,ପିଲାଲୋକ ,ଭାଙ୍ଗି ଦେଇଥାନ୍ତା ,ହେଲେ ମୋ ପାଖେ ରହିଲେ ତ ତୁମେ ଅଧିକା ଖୁସି ହେବ ,ଆଉ ଏହି ପେନରେ ଲେଖୁ ଲେଖୁ ମୁଁ ତୁମ ସ୍ପର୍ଶ ଅନୁଭବ କରୁଛି ବୋଲି ବୁଝୁଛ ନା ନାହିଁ ମାଡାମ ,ଏ ବୟସରେ ବି ମୁଁ ଲାଜେଇ ଯାଇଥିଲି ଖୁବ କାରଣ ତାଙ୍କ ପ୍ରେମରେ ଛଳନା ନଥିଲା ବରଂ ପ୍ରେମର ଉପହାର ସ୍ୱରୂପ ପେନ ଟିକୁ ଭଲପାଇବାର ନିଦର୍ଶନ କରିନେଇଥିଲେ ସ୍ୱାମୀ ଆଶୁତୋଷ ।


Rate this content
Log in