STORYMIRROR

SUKANTA KHANDA

Others

4  

SUKANTA KHANDA

Others

ପଖାଳ ଦିବସ

ପଖାଳ ଦିବସ

4 mins
282


ଅଶୀ ବର୍ଷର ବୁଢୀଟିଏ ନିତେଇ ଦେଈ ଥୁରୁଥୁରୁ ପାଦରେ ଯାଉଥିଲା। ସେ ବହୁତ ଜୀବନରେ କଷ୍ଟ ସହି ଆସିଲାଣି। ଈଶ୍ବରଙ୍କୁ ନିତି ପ୍ରାର୍ଥନା କରେ କି ଯଥାଶୀଘ୍ର ଆର ପାରିକୁ ନେଇଯିବା ପାଇଁ ଯେଉଁଠି ତାର ଅତି ଆପଣାର ଲୋକ ଅନେକ ଦିନରୁ ଯାଇ ସାରିଛନ୍ତି। ଆଖିରେ ଆଖିଏ ଲୁହ ବୁହାଇ ନିଜର ନିତି ଦିନିଆ କାମ କରିବାକୁ ଯାଉଥିଲା। ତାର ପୁଅ ଓ ବୋହୂଙ୍କର ନିର୍ଦ୍ଦେଶ କି ଗାଈ ଗୁହାଳ,ଛେଳି ଗୁହାଳ ଓ କୁକୁଡା଼ ଘର ପୋଛିବା ସହିତ ନିଜର ଚଳିବା ମୁତାବକ ପାଣି ଆଣିବ ନ ହେଲେ ଖାଇବା ବିଲକୁଲ ବନ୍ଦ।

    ସେ ଆଜି ଏ କାମକୁ କରୁଛି। ନ କରିବା ଚାରା ହିଁ ନାହିଁ ତଥାପି ଦିନେ ହେଲେ ପୁଅ କି ବୋହୂଙ୍କୁ ଅପଭାଷା ତୁଣ୍ଡରୁ ଖୋଲିନି। ସର୍ବଦା କହେ କି ମୋର ଜୀବନ ସରିଗଲାଣି ଖାଇବାକୁ ନ ଦେବ ତ ମୃତ୍ଯୁ ହୋଇଯିବ ତେବେ ଦୁଃଖ କରିବି କାହିଁକି? ତୁମେ ସବୁ ଭଲରେ ଚଳିଲେ ହେଲା। ତାର ଦୁଃଖ ଏହିକି ଯଥାଶୀଘ୍ର ଆର ପାରିକୁ ଈଶ୍ବର ନେଉ ନାହାନ୍ତି କାହିଁକି?

     ଆଜି ନିଜର ଗାଈ ଗୁହାଳ,ଛେଳି ଗୁହାର ଓ କୁକୁଡା଼ ଘର ପୋଛା ସହ ଗାଧୁଆ ମଧ୍ଯ ସରିଲାଣି। ଈଶ୍ବରଙ୍କୁ ଅନନ୍ତ କୋଟି ପ୍ରାର୍ଥନା ଓ ଧନ୍ଯବାଦ ଦେବା ଭିତରେ ହୃଦୟ କୋଣରେ କେମିତି ଗୋଟିଏ ଲହଡି଼ ଭାଙ୍ଗିଲା। କିଏ ଯେମିତି ଚେତେଇ ଦେଲା କି ଆଜି ପଖାଳ ଦିବସ। ନିତେଇ ଦେଈ ବୁଢୀ଼ଟିର ମନ କୁଣ୍ଢେ ମୋଟା ହୋଇଗଲା। ସେ ଅପେକ୍ଷା କଲା ବୋହୂ ଆଜି କ'ଣ ଖାଇବା ଦେଉଛନ୍ତି? ମନ ହୃଦୟରେ ନିଜର କଥା ସରିନାହିଁ ବୋହୂ ପଖାଳ ଭାତ କଂସାଏକୁ ସଜନା ଶାଗ ସହ ପିଆଜ ଫାଳେ ଆଣି ଥୋଇ ଦେଇଗଲା। ବୁଢୀ଼ ଦେଖୁଦେଖୁ ଅନନ୍ତ କୋଟି ଧନ୍ଯବାଦ ସହ ଈଶ୍ବରଙ୍କୁ ସମର୍ପଣ କରି କହିଲା,"ଈଶ୍ବର ! ମୋର ହାତରେ ଆଉ ଚାବିକାଠି ହିଁ ନାହିଁ ନିତି ପୁଅ ଓ ବୋହୂଙ୍କୁ ଅନେଇବାକୁ ପଡୁଛି। ଆଜିର ଏ ପଖାଳ କଂସା ଓ ଶାଗ ଖରଡା଼କୁ ଗୋଟିଏ ନୁହେଁ, କୋଟିଏ ମନେକରି ଅବଶ୍ଯ ଗ୍ରହଣ କରନ୍ତୁ। ହଠାତ୍ ଜଣେ ଶିଶୁ କୁଆଡେ଼ ଥିଲା କେଜାଣି ଦୌଡି଼ଆସି କହିଲା,"ଜେଜି ! ଏଇ ଦେଖନ୍ତୁ କ'ଣ ଧରିକି ଆସିଛି?" ଶିଶୁଟି ଲସର ପସର ହୋଇ ଆସି ଥୁଆ ହୋଇଥିବା ପଖାଳ କଂସା ପାଖରେ ବସିଗଲା ଓ ଆଣିଥିବା ଖାଦ୍ଯ ସହ ବୁଢୀ଼ର ଖାଦ୍ଯ ପାଖରେ ଥୋଇ ଦେଇ ଖାଇବା ଆରମ୍ଭ କଲା। ସେ ଦେଖିଲା କି ଶିଶୁଟି ହସହସ ବଦନରେ ଅନେଇ ରହୁଛି ଓ ଇଙ୍ଗିତ ମଧ୍ଯ କହୁଛି କି ଜେଜି ଆସନ୍ତୁ ତୁମେ ବି ଖାଇନିଅ ଭାରି ସ୍ବାଦିଷ୍ଟ ହୋଇଛି? ବୁଢୀ଼ଟି ଭାବିଲା ଏ ମୋର ନାତି କି ନାତୁଣୀ ନୁହେଁ। ମୋର ନିଜର ଲୋକ ଯଦିଓ ଭଲ ପାଆନ୍ତି ନାହିଁ କି ଭଲରେ ହସିକରି କଥା ପଦେ କହନ୍ତି ନାହିଁ କିନ୍ତୁ ଏ ଶିଶୁଟିର ହୃଦୟରେ ଯାହା ଫୁଟି ଉଠୁଛି ମନେ ହେଉଛି ନିଶ୍ଚୟ ଈଶ୍ବର ବ୍ଯତୀତ ଆଉ କିଏ ହୋଇ ପାରିବେ?

     ନିତେଇ ଦେଈ ବୁଢୀ଼ଟି ଲୁହ ଲୁହ ଛଳଛଳ ହୋଇଗଲା ଓ ପାଖକୁ ଯାଇ କହିଲା,"ଧନରେ ! ତୁମେ କିଏ ଆଗ କହ ତ ଯାହା ମୁଁ ମୋର ଜୀବନରେ ତୋତେ ଆଗରୁ ଦେଖି ନାହିଁ କି ମୋତେ ବି ତୁମେ ଦିନେ ହେଲେ ଖାଇବାକୁ ଆଣିଦେଇ ନାହିଁ। ଏତେ ସବୁ ଖାଦ୍ଯ ମୋତେ ଆଣିବାକୁ ତୋତେ ଭଲା କିଏ କହିଲା?" ଶିଶୁଟି କହିଲା,"ଜେଜି ! ମୁଁ ଯିଏ ବି ହୁଏ ତୁମକୁ ଜେଜି ଡାକୁଛି ମାନେ କ'ଣ ହେବି ସମ୍ପର୍କରେ କୁହ?" ବୁଢୀ଼ଟି ଆଖିରେ ଅନନ୍ତ ଲୁହ ବହିଗଲା। ସେ ଶିଶୁଟିକୁ କୁଣ୍ଢାଇ ଲୁହର ବର୍ଷାରେ ଗାଧୋଇ ଦେଇ କହିଲା,"ଧନ ! ତୋର ଅସଲ ରୂପ ନ ଦେଖିବା ଯାଏ ଆଜି କୌଣସି ବି ଖାଦ୍ଯ ଖାଇବି ନାହିଁ। ତୁମେ ଆଗ ତୁମର ଅସଲ ରୂପ ଦେଖାଅ। ମୋର ମନ କହୁଛି ତୁମେ ମଣିଷ ନୁହଁ,ସାକ୍ଷାତ ଦେବତା ଅଟ।" ନିତେଇ ଦେଈ ବୁଢୀ଼ଟି ଯେମିତି ଅନଶନ ବସିଗଲା ଓ ଲୁହର ବର୍ଷାରେ ସାରା ଘରଟି ଲହଡି଼ ଭାଙ୍ଗିଲା। ଶିଶୁଟି ମଧ୍ଯ ବୁଢୀ଼ର ଅନଶନରେ ତରଳି ରହି ପାରିଲା ନାହିଁ। ନିଜର ଅସଲ ରୂପକୁ ଦେଖାଇ ଠିଆ ହେଲା ତ ବୁଢୀ଼ ହାତ ଯୋଡି଼ଦେଲା। ଗୋଡ଼ତଳେ ପଡି଼ ଆର ପାରିକୁ ନେଇ ଯିବାକୁ ଅନୁନ୍ନୟ ଓ ବିନୟ କଲା। 

     ବୁଢୀ଼ଟି ଦେଖୁଥିଲା ଶିଶୁଟି କେହି ନୁହଁ ସ୍ବୟଂ ଜଗନ୍ନାଥ କାଳିଆ ସାଆନ୍ତ। ଜଗନ୍ନାଥ ନିଜର ରୂପ ଦେଖାଉ ଦେଖାଉ ସାରା ଘରଟି ସୁଗନ୍ଧର ମହକି ଉଠିଲା। ଆକାଶରୁ ଦିବ୍ଯ ରଥଟିଏ ଓହ୍ଲାଇ ଆସିଲା ଓ ବୁଢୀ଼କୁ ବସାଇ ଆକାଶ ମାର୍ଗରେ ଉଡି଼ବାକୁ ଲାଗିଲା। ବୁଢୀ଼ଟି ଯେମିତି ବିଶ୍ବ ଦରବାର ଭ୍ରମଣରେ ଗଲା। ବୁଢୀର ପରିବାର ଯଥା ପୁଅ,ବୋହୂ,ନାତି ଓ ନାତୁଣୀ ଯିବା ପଥକୁ ଅନେଇଥିଲେ। ସେମାନେ ନିଜକୁ ଘୃଣା କରୁଥିଲେ। ତାଙ୍କର ଘରେ କେତେଦିନ ଧରି ରହି ଆସୁଥିବା ଏ ଲୋକଙ୍କୁ ଅସଲରେ ଚିହ୍ନି ପାରିଲେ ନାହିଁ। ବୁଢୀ଼ ଯେ ଭବିଷ୍ଯତକୁ କୌଣସି କାମକୁ ନୁହଁ ଏହି ମନୋଭାବ ହୃଦୟରେ ଧରି ନୀଚ୍ଚତା ଦୃଷ୍ଟିରେ ଦେଖୁଥିଲେ। 

    ଧୀରେଧୀରେ ଦିବ୍ଯ ରଥଟି ଆକାଶ ମାର୍ଗରେ ଯାଉଯାଉ କୁଆଡେ଼ ନିମିଳିତ ହୋଇଗଲା। ଘର ପରିବାର କେହି ବି ଆଉ ଦେଖିବାକୁ ସୁଯୋଗ ହିଁ ନ ଥିଲା। ନାତି ଓ ନାତୁଣୀ ସହ ସାରା ପରିବାର ଶେଷଥର ପାଇଁ ହାତ ଯୋଡି଼ଦେଲେ। ପୁଅ ଓ ବୋହୂ ଘର ଭିତରକୁ ଯାଇ ଦେଖନ୍ତି ତ କିସମ କିସମ ଖାଦ୍ଯ ଥୁଆ ହୋଇଛି ଓ ମହମହ ବାସ୍ନାରେ ଖେଳି ଯାଉଛି। ଯାହା ସେମାନେ ଜୀବନରେ ଦେଖି ନାହାନ୍ତି କି ଚାଖି ନାହାନ୍ତି?

      ସତରେ ! ପଖାଳ ଦିବସ ବୁଢୀ଼ଟି ପ୍ରାୟତଃ ସବୁ ବର୍ଷ ହିଁ ପାଳନ କରିଥାଏ। ନିଜର ସାଧ୍ଯ ମତେ ଈଶ୍ବରଙ୍କୁ ସମର୍ପଣ କରି କୃତାର୍ଥ ମଣିଥାଏ। ଆଜି ସେହିପରି ନିଜର କଷ୍ଟାର୍ଜିତ ଖାଦ୍ଯ ନୁହଁ,ପୁଅର ଅର୍ଜିତ ସମ୍ପତିରେ ଯେଉଁ ଅର୍ଘ୍ଯ ବାଢି଼ ଦେଇଥିଲା ଈଶ୍ବରଙ୍କ ପାଖକୁ ଗଲା ଓ ଈଶ୍ବର ସନ୍ତୁଷ୍ଟ ହୋଇ ନିତେଇ ଦେଈ ବୁଢୀ଼ର ଜୀବନକୁ ନର୍କ ନୁହେଁ,ସ୍ବର୍ଗଗାମୀ କରେଇବା ସକ୍ଷମ କରେଇଲେ। ସତରେ ! ଧନ୍ଯ ନିତେଇ ଦେଈ ବୁଢୀ଼ ଯିଏ ପଖାଳ ଦିବସ ପାଳନ ସହ ଓଡି଼ଶାର ବଡ଼ ଠାକୁରଙ୍କୁ ଆବାହନ ପୂର୍ବକ ନିଜର ଦେହ ଓ ମନକୁ ସମର୍ପଣ କରି ଦେଇଥିଲା। ସେ ପ୍ରତିବର୍ଷ ନିଜର ସମର୍ପଣ ଭାବକୁ ଈଶ୍ବର ବୁଝିଲେ ଓ ବୁଢୀ଼ର ଜୀବନକୁ ଧନ୍ଯ କରିବା ପାଇଁ ସ୍ବୟଂ ଧାଇଁ ଆସି ସାକ୍ଷାତ ଦେବା ସହ ଆତ୍ମାକୁ ଚିର ସନ୍ତୋଷ ପ୍ରଦାନ କଲେ ।

         


Rate this content
Log in