STORYMIRROR

Siddhartha Sankar Tripathy

Children Stories Inspirational Others

3  

Siddhartha Sankar Tripathy

Children Stories Inspirational Others

ପିମ୍ପୁଡିର ଅନ୍ତ

ପିମ୍ପୁଡିର ଅନ୍ତ

3 mins
181


ପିମ୍ପୁଡିଟି ପାହାଡର ଛୋଟ ଛୋଟ ପଥର ଉପରେ ଅତି ସନ୍ତର୍ପଣରେ ଯାଉ ଯାଉ ଖସିଯାଉଛି ଛୋଟପଥରଟି। ଖସିଯାଉଛି ରସାତଳକୁ। ଅସ୍ତିତ୍ବ ହରାଉଛି ପିମ୍ପୁଡି। 


   

     ସହରି ପିମ୍ପୁଡିଟି ସତର୍କତାର ସହ ପିଚୁ ରାସ୍ତା ପାର କଲାବେଳେ ଭଗବାନଙ୍କ ସର୍ବଶ୍ରେଷ୍ଠ କ୍ରୁତି ମନୁଷ୍ଯର ପାଦତଳେ ଚାପିହୋଇ ଜୀବନ ହାରୁଛି। 


  

     ଠିକ୍ ଯେମିତି ଆଜିର ଯୁବସମାଜ। ସହରୀ ବୋହୁ ଶ୍ୱଶୁରକୁ ଅନାଥାଶ୍ରମର ଦ୍ୱାର ଦେଖାଉଛି, ଏପଟେ ଗାଆଁର ପୁଅ ସମ୍ପତ୍ତିର ଲାଳସାରେ ମାଆର ତଣ୍ଟି ଚିପିଦେଉଛି। ଉଭୟ କ୍ଷେତ୍ରରେ ମରୁଛି ନିରୀହ ପିମ୍ପୁଡି ।


କିନ୍ତୁ କାହିଁକି  ???


   ମାଆକୁ ଦେଖି କହୁଥିଲା ବାବୁଲା। ମାଆ ଲୋ ! ଏ ଦୁନିଆଁ ଏମିତି ଏତେ ସ୍ବାର୍ଥପର କାହିଁକି ?ତୁ କହିଲୁ ବୋଉ, ଛୋଟବେଳୁ ବାପାକୁ ଦେଖିନାହିଁ। ଘରର ସ୍ୱଳ୍ପ ଜମିବାଡି ବିକ୍ରିକରି ମୋତେ ସହର ଆଣି ଆସିଲୁ। କେବଳ ମୁଁ ଭଲପାଠ ପଢି ମଣିଷ ହେବା ପାଇଁ।


   ଆମ ଆଶ୍ରୟ ଏହି ପୋଲତଳ ଝୋପଡି। ପାଞ୍ଚ ଘରେ କାମକରି ମୋ ପଢା ପଢି କରୋଉଛୁ। ମୁଁ ଯଦି କାଲିସକାଳୁ ଏସବୁ ଭୁଲିଯିବି, ଭଗବାନ ବି କ୍ଷମା କରିବେନି। ଲୁହଛଳଛଳ ଆଖିରେ ବାବୁଲା କହିଲା ଦେଖିବୁ ବୋଉ, ଏ ପିମ୍ପୁଡିର ଅନ୍ତ ର ଇତିହାସ ଏ ବାବୁଲା ବଦଳେଇଦେବ। ତା ଆଖିରୁ ଲୁହ ପୋଛି ଦେଉଥିଲା କୁନି। କହୁଥିଲା, ନା ରେ ବାବୁଲା, ମନୁଷ୍ଯ ପରିସ୍ଥିତିର ଦାସ। ଆସନ୍ତାକାଲିର କଥା କିଏ ଜାଣିଛି ? ମୁଁ ତ ପାଚିଲାପତର, କାଲି ଥିବି କି ନା। ବାବୁଲା ବୋଉକୁ ଜାବୁଡିଧରି କହିଲା, ଏ ବୋଉ ସେମିତି କହନି। ତତେ ଦୁନିଆ ଦେଖିବାର ଅଛି। ତାଛଡ଼ା ମୁଁ ବଡଚାକିରୀ କରି ତତେ ସୁଖରେ ରଖିବା ସହ ଏ ବାବୁଲା ପିମ୍ପୁଡିର ଅନ୍ତ..... ଉପାଖ୍ୟାନକୁ ମିଥ୍ୟା ପ୍ରମାଣିତ କରିଦେବ। ପ୍ରମାଣିତ କରିଦେବ ଯେ କାହାକୁ ଦୁଃଖ ଦିଏନାହିଁ, ତାର ଦୁଃଖଦ ଅନ୍ତ ର ପ୍ରଶ୍ନ ହିଁ ଉଠୁନାହିଁ।




      ମାଆ କୁନି କହୁଥିଲା, ବାବୁରେ, ଇତିହାସ ଅପରିବର୍ତ୍ତିନୀୟ, ପିମ୍ପୁଡିର ମ୍ରୁତ୍ୟୁ ରହସ୍ଯ ଏମିତି। ବିଧିର ବିଧାନ କେ କରିବ ଆନ। ତାଛଡା ମାଆବାପା ତାଙ୍କ କର୍ତ୍ତବ୍ଯ କରନ୍ତି ଫଳର ଆଶା ନରଖି। *ତାଛଡା ଆଗରେ ଗଭୀର ଖାତ ଓ ତୋ ପାଠପଢା ସୂଚାରୁରୂପେ ସମ୍ପର୍ଣ୍ଣ କରିବାର ସ୍ବପ୍ନ*।ଭଗବାନଙ୍କୁ ଡାକ ତୋ ମାଆର ଦୁର୍ବଳ ପାଦ ସେହି ଖାତ ପାରହୋଇ ଦୁହିଁଙ୍କର ସ୍ବପ୍ନ ସଫଳ କରିବାରେ ସମର୍ଥ ହେଉ। 



      ବାବୁଲାର ପାଠପଢାରେ ପାଖରେ ଥିବା ଗହଣାଗାଣ୍ଠି ଆସବାବପତ୍ର ସବୁ ସରିବାରେ ଲାଗିଲା। ପରିସ୍ଥିତି ଏମିତି ହେଲା ପୋଲତଳ ଝୋପଡିର କାଠରେ ରୋଷେଇ କରିବାକୁ ପଡିଲା। 



     ବାବୁଲା ପାଠପଢା ସାରି ସହରରେ ବଡଚାକିରୀ କଲା। ଚାକିରୀ କରିବା ଭିତରେ ଭଲପାଇ ବସିଲା ସହକର୍ମୀ ସୀମାକୁ। ଧନାଢ୍ଯ ସୀମାର ଗୋଟିଏ ଘୃଣା ଗରୀବ ଓ ଗରିବୀ। ପରିସ୍ଥିତିର ଚାପରେ ସୀମାର ପରିବାର ବର୍ଗଙ୍କୁ କହିଲା ସେ ଅନାଥ। 



 ସେପଟେ କୁନି ମାଆ ପିମ୍ପୁଡି ପରି ଛୋଟପିମ୍ପୁଡି ବାବୁଲାକୁ ପିଠିରେ ବସାଇ ଗଭୀର ଖାତ ପାର କରିଦେଇଥିଲା। କିନ୍ତୁ ସ୍ବପ୍ନ ସହ ନିଜେ ସେ ଖାତରେ ଗଳିପଡିଥିଲା।

ଦୁଇବର୍ଷ ହେଲା ବାବୁଲା ଚାକିରୀ କରିସାରିଲାଣି, ଅଥଚ.......!

ଭଙ୍ଗାରସପାତ୍ର ଓ ରେଳଷ୍ଟେସନ ଛଡା କୁନିର ଆଉ ରାସ୍ତା ନଥିଲା। ଷ୍ଟେସନରେ ଭିକ୍ଷାବ୍ରୁତ୍ତି କରୁଥିଲା କୁନି ଭିତରେ କାନ୍ଦୁଥିଲା ଗଭୀର ଖାତରେ ପଡି ସ୍ୱପ୍ନକୁ ଲହୁଲୁହାଣ କରି, ହେଲେ ବାବୁଲାର ମଙ୍ଗଳ କାମନାକରି ହସୁଥିଲା। 


 ହଠାତ୍ ଦିନେ.......


କୁନି ଦେଖିଲା ବାବୁଲା, ଆଉ ଗୋଟିଏ ଝିଅର ହାତଧରି ଷ୍ଟେସନରେ ବୁଲୁଛି। ତା ସ୍ତ୍ରୀ ବୋଧେ। 

ବାବୁଲା...........! ସ୍ୱତଃ ପାଟିରୁ ବାହାରିଗଲା କୁନିର। ବାବୁଲା ମାଆକୁ ଦେଖି ନଦେଖିଲା ପରି ଆଗକୁ ବଢୁଥିଲା। ତା ସ୍ତ୍ରୀ କହିଲା, ଏଇ ... ଏ ଭିକାରୁଣୀ କଣ ତମ ନାଆଁ ଧରି ଡାକୁଛି ? ବାବୁଲା କହିଲା, ନା ନା ସେଇଟା ଆମ ଗାଆଁ ପାଗଳୀଟା। ହଉ ଖୁଚୁରା ଦେଇଦିଅ। 


ବାବୁଲା କହିଲା, ଆରେ ତମେ ଦେଇଦିଅ। ମୁଁ ଏଗୁଡାକୁ ଘୃଣା କରେ। ବାବୁଲାର ସ୍ତ୍ରୀ ଭିକାରୁଣୀ କୁନିକୁ କିଛି ଖୁଚୁରା ବଢେଇ କହିଲା, ଏ ପାଗଳୀ ନେ। ତମମାନଙ୍କ ପରି ଭିକାରୁଣୀ ଯୋଗୁଁ ଦେଶ ବଦନାମ। ହସିଦେଇ କୁନି କହିଲା ମାଆ ! ବଡ ସ୍ବପ୍ନ ଦେଖୁଦେଖୁ ଏଇ ଖାତରେ ଗଳି ପଡିଲି। ଜାଣିଛ ମାଆ, ସହର ହେଉ କି ଗାଆଁ, ଧନୀ ହେଉ କି ଗରୀବ, ପିମ୍ପୁଡିର ଅନ୍ତ......ନିଶ୍ଚିତ। 

ଧେତ୍ ପାଗଳୀ, କଣ ସବୁ ଗପି ଯାଉଛି, ଚାଲ କହି ବାବୁଲାର ହାତଧରି ଆଗକୁ ବଢୁଥିଲା ତା ସ୍ତ୍ରୀ। 

ପଛକୁ ଫେରିଫେରି ଚାହୁଁଥିଲା ବାବୁଲା। କୁନିର ଅନ୍ତରାତ୍ମା ଶାନ୍ତିରେ ହସୁଥିଲା ଏତେ ଦୁଃଖରେ ବି ଓ ଆଶୀର୍ବାଦ କରୁଥିଲା ବାବୁଲାକୁ। ସେ ପରା ମାଆ....!!


Rate this content
Log in