STORYMIRROR

Aminilu Ray

Others

2  

Aminilu Ray

Others

ପିଲାଦିନ ଗପ

ପିଲାଦିନ ଗପ

1 min
412


ଅଷ୍ଟମରେ ପଢୁଥିଲି । ରିକ୍ରେସନ୍ ଟାଇମ୍ ରେ ଶ୍ରେଣୀଗୃହରେ ଏକା ବସିଥିଲାବେଳେ ହଠାତ୍ କାହିଁକି କେଜାଣି ମୋ ମନକୁ ଆସିଲା ଗଳ୍ପଟିଏ ଲେଖିବାକୁ । ମୁଁ ଲେଖିବାରେ ନିଜକୁ ହଜେଇ ଦେଇଥାଏ । ବାହାରୁ ଝରକାପଟୁ ପ୍ରଧାନ ଶିକ୍ଷକ ମୋତେ ଲକ୍ଷ୍ୟ କରୁଥାନ୍ତି, ମୁଁ କ’ଣ ଲେଖୁଛି ? ଗପଟି ସରିବାକୁ ଆଉ ଦୁଇ ଧାଡି ଅଛି, ସେହି ସମୟରେ ସେ ମୋ ପାଖକୁ ଆସି କହିଲେ –

-କ’ଣ ଲେଖୁଛୁ ?

ମୁଁ ଡରିଯାଇଥିଲି । ସେ ମୋ ହାତରୁ ଖାତାଟିକୁ ନେଇ ପଢି ଖୁସି ହେଇ କହିଲେ –

-ଭଲ ତ ଲେଖୁଛୁ । ଲେଖେ, ହେଲେ ପାଠ ପଢା ଖରାପ ଯେମିତି ନ କରୁ ।

ସେହିଦିନୁ ତାଙ୍କର ପ୍ରଥମ ପ୍ରେରଣାରେ ମୁଁ କେତେ ଯେ ଅନାବନା ଗପ ଲେଖି ବର୍ଷା ଦିନେ ଗାଁ ଦାଣ୍ଡରେ ପାଣି ସୁଅରେ କାଗଜ ଡଙ୍ଗା କରି ଭସାଇଛି, ତା’ର କିଛି ହିସାବ ନାହିଁ କି ଗପ ଲେଖି ସାରି ଘରର ସମସ୍ତଙ୍କୁ ଶୁଣେଇବା ପରେ ଖୁସିରେ ତାକୁ ଟୁକୁଡା ଟୁକୁଡା କରି ପାଣି ସୁଅରେ ଭସାଇ ଦେଇଛି, ସେକଥା ଭାବିଲେ ଏବେ ମୋତେ ଭାରି ହସ ଲାଗେ । ମନ ହୁଏ, ଆଉ ଥରେ ସେ ପିଲା ଦିନ ଫେରିଆସନ୍ତା କି ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍