Disambar Meher

Others

2.3  

Disambar Meher

Others

ଫଗୁନ୍ ଭି ବଏରୀ କଲା

ଫଗୁନ୍ ଭି ବଏରୀ କଲା

1 min
377


ସକାଲ୍ ପାଏଲା ଛୁଆ ପିଲାମାନେ ରଙ୍ଗ୍ ଡବା ଡବା ନେ ଗୁଲିକରି ପିଚକାରିନେ ଭର୍ଲେ ଆର୍ ଝିଡା ଝିଟି ହେଉଥିଲେ । ହୁଲି ପରବ୍ ଲାଗି ପରା ଜାକିର୍ ଲୋକର୍ ମନେ ହଁସି ଖୁସି ଥିଲା । ଜୁଆନ ମନେ ଟଁକା ଚାନ୍ଦା କରି ବଜା ଆର୍ ଡିଜେ ଆନ୍ଲେ ଉସତଁ ମନେ ବଜୁଥିଲେ । ଢୋଲ୍ ନିସାନ୍ ତାସା ଡାଲଖେଇ ରସର୍ କେଲିନେ ପରା ଦୁଲ୍କି ଜାଉଥିଲା । ଧଗଂରା ଧାଗଂରି ,ଛୁଆ ପିଲା ,ବୁଢା ବୁଢୀ, ମାଏଜୀ ମୁନୁସ୍ ସଭେଁ ଫଗୁ ଝିଟା ଝିଟି ହେଇକରି ପରବ୍ ର ମଜା ଉଠୋଉଥିବାର୍ ବେଲେ ରେବତୀ ଘରର୍ ଦୁଆର୍ ବନ୍ଧେ ଚଉକିଗୁଟେ ପାରିକରି ସବୁ ଦେଖୁଥିଲା । ଆଏଁଖ୍ ନୁ ଲୁହୁ ଦୋରୋ ଦୋରୋ ବାହାରୁଥିଲା ।ପନତ୍ କାନିନେ ଜେତେ ପୁଚ୍ଲେ ଭି ଲୁହର୍ ଝରନା ନି ଥେବୁଥାଇ ,ଗଦେଇ ହେଇ ଜାଉଥିଲା । ମୁହୁଁ ସୁକି କରି ସୁରକୁଟି ଜାଇଥିଲା ।ରେବତୀର ଦେହେନେ ଏକା ରଙ୍ଗ କି ଫଗୁ ନାଇଁ ଲାଗି ଥେଇ । ଆର୍ ଫଗୁନେ ବିଚାରି ତାର୍ ମୁନୁସ୍ ସଙ୍ଗେ ପହେଲା ହୁଲି ମନେଇ ଥିଲା । ସାତ୍ ବାନି ରଙ୍ଗ ତାର୍ ଦିହିନେ ଝଲ୍ ମଲି ଜାଉଥିଲା ଆଏଜ୍ ଫଗୁନ୍ ପାସ୍ରି ଦେଲା, ତାଖେ ବଏରି କରିଦେଲା ଦିହି ସାରା ଧୋବ୍ ରଙ୍ଗ୍ ଜୀବନ୍ ସାରା ଚରେଇ ଦେଲା । ରେବତୀ ହୁଲି ଖେଲ୍ ଦେଖୁଥିଲା ମାତର୍ ମନ୍ ଥିଲା ତାର୍ ମରନ୍ ହରିଆ ପାସେ ।

ଡିସମ୍ୱର ମେହେର

ଗଣ୍ତାବାହାଲି ,ନୂଆପଡା


Rate this content
Log in