Alhadini Panigrahi dash

Others

5.0  

Alhadini Panigrahi dash

Others

ପବିତ୍ର ବନ୍ଧନ

ପବିତ୍ର ବନ୍ଧନ

4 mins
355


ଧୁ ଧୁ ଖରା...ଝିଅ ଟିର ଭୟାତୁର ମୁଖ ମଣ୍ଡଳ କୁ ଲକ୍ଷ୍ୟ କରି ..ଆଗପଛ କିଛି ନ ବିଚାରି ଦୋକାନ ଭିତର କୁ ଡାକିନେଲା " ଭିତରକୁ ଆସ"ଗୁରୁ ଗମ୍ଭୀର ସ୍ବର ଶୁଣି ସସ୍ମିତା କୁ ଲାଗିଲା ସତେ ଯେପରି ସ୍ବୟଂ ମହାଦେବ ତପସ୍ୟା ଭଙ୍ଗ କରି ତାକୁ ଅଭୟ ପ୍ରଦାନ କରିବା ପାଇଁ ଏ ଧରା ପୃଷ୍ଟକୁ ଅବତରଣ କଲେ ଅବା !ଦୋକାନ ଭିତରକୁ ପଶି ଆସି ଲୁଚିଗଲା ସସ୍ମିତା।ମୁହଁ ରେ ତଥାପି ଭୟ ର ଚିହ୍ନ ସୁସ୍ପଷ୍ଟ, ସେମାନେ ବୋଧହୁଏ ଚାଲି ଯିବେଣି ବୋଧହୁଏ। କିନ୍ତୁ ବାହାରକୁ ଯିବା ପାଇଁ ଛାତିରେ ଛାତିଏ ଭୟ।ଏଣେ ,ଅଜଣା ଯୁବକ ପାଖରେ ରହିବା ବି ଅସହଜ ଲାଗୁଥାଏ। କଣ କରିବ କିଛି ଭାବି ପାରୁ ନ ଥାଏ ସେ।


ସତରେ ଭାରତ ସ୍ୱାଧୀନ ହେବାର ଏତେ ବର୍ଷ ପରେ ମଧ୍ୟ ନାରୀ ସଂପୂର୍ଣ୍ଣ ସୁରକ୍ଷିତ ନୁହେଁ।ନିଜକୁ ନିଜେ ଅସହାୟ ମଣୁଛନ୍ତି ସସ୍ମିତା।ତା ଆୟତ ଚକ୍ଷୁ ଯୁଗଳ ରେ ଅଦିନିଆ ବର୍ଷାର ପୂର୍ବଭାଷ। ଗୋଡ ଦିଟା ପଥର ପାଲଟି ଯାଉଛି ଯେମିତି।


ସୁବୋଧ କିନ୍ତୁ ପଚାରି ନଥିଲା ତାର ପରିଚୟ, ତାର ଠିକଣା।ତା ମନରେ ନଥିଲା, କିନ୍ତୁ ,କାହିଁକି ର ପ୍ରଶ୍ନ ଚିହ୍ନ।ସନ୍ଧ୍ୟା ହେବାପରେ ପୁଣି ସେଇ ଗୁରୁ ଗମ୍ଭୀର ସ୍ବର ପ୍ରଶ୍ନ କଲା "କୁଆଡେ ଯିବ?" ଏଥର କିନ୍ତୁ ବର୍ଷାର ପୂର୍ବଭାଷ ଦେଉଥିବା ଆଖି କୋଣର ବାଦଲ ଫାଟି ବର୍ଷାରୁ ବନ୍ୟା ରୁପ ଧାରଣ ଆଖି ପତା ର ବନ୍ଧବାଡ ଡେଇଁ ଗଣ୍ଡଦେଶକୁ ପ୍ଳାବିତ ହେବା ଆରମ୍ଭ କରି ଦେଇଥିଲା।


. ସୁବୋଧ ଭାବି ପାରିଲାନି କଣ କରିବ ,କିଏ ଏ ଝିଅ, କାହିଁକି କାନ୍ଦୁଛି କିଛି ବୁଝି ନପାରି ବାରମ୍ବାର ପଚାରିବାରୁ ସେ କାନ୍ଦି କାନ୍ଦି କେବଳ ଏତିକି କହିଲା ଯେ ସେ ଅନାଥ ,ତାର ନିଜର ବୋଲି କେହି ନାହାନ୍ତି।ସେେ ଅନାଥ ାସେ ଏହା ମଧ୍ୟ ଜାଣେନା ,ସେ ବର୍ତ୍ତମାନ ଯିବ କେଉଁଠି କି ? ଗୋଟିଏ ଅଚିହ୍ନା ଯୁବକ କୁ ହୁଏତ ସେ ଭରସା କରି ପାରୁନଥିଲା।କିନ୍ତୁ ଯୁବକର ଆଖି କହିଦେଉଥିଲା ତା ନିଷ୍କପଟ ହ୍ରୁଦୟ ର କଥା।

ସତରେ ନାରୀ ର ଗୋଟିଏ ଷଷ୍ଠେନ୍ଦ୍ରିୟ ଥାଏ, ପୁରୁଷର ଚାହାଣୀ ରୁ ସେ ଜାଣିପାରେ ପୁରୁଷ ର ଚରିତ୍ର।ା

. ତଥାପି ତଥାପି ଦୂନିଆଁ ଠାରୁ ସେ ପାଇଥିବା ଆଘାତ କାହାକୁ ବିଶ୍ବାସ କରିବାକୁ ଦେଉନଥିଲା।କଥା ରେ କହନ୍ତିନି "ଯା ପୁଅ କୁ ସାପ କାମୁଡିଛି ,ତା ମା ପାଳ ଦଉଡି ଦେଖିଲେ ଡରେ "।ତଥାପି ଅନ୍ୟ ଉପାୟ ନପାଇଁ ସୁବୋଧ ର ଆଗ୍ରହରେ ତା ଘରକୁ ଚାଲିଆସିଲା।ସୁବୋଧ ନିଜେ ରୁଟି,ତରକାରି କରି ତାକୁ ଖାଇବାକୁ ଦେଲା।

. ଏହିପରି ଦୁଇଦିନ ଗଲାପରେ ମଧ୍ୟ ସୁବୋଧ ତାହାକୁ କିଛି ପଚାରି ନାହିଁ କି ସେ ନିଜେ ମଧ୍ୟ କିଛି କହିନାହିଁ।

. ସସ୍ମିତା ଆଶ୍ଚର୍ଯ୍ୟ ଚକିତ ହୋଇଯାଏ ଜଣେ ଅଚିହ୍ନା ମଣିଷ କୁ ଆଜି କାଲି କିଏ ବା ବିନା ସ୍ବାର୍ଥ ରେ ସାହାଯ୍ୟ କରୁଛି।ଗୋଟିଏ ଅଚିହ୍ନା ମଣିଷ ପାଖରେ ସେ ଆଜି ସୁରକ୍ଷିତ।ଅଥଚ ଯାହାକୁ ସେ ପିତ୍ରୁତୁଲ୍ୟ ମାନି ଆସୁ ଥିଲା ପିଲାବେଳୁ ,ସେ ହିଁ ପ୍ରତାରଣା କଲେ ତା ସହିତ।ଆଜି ସେ ପଡୋଶୀ ନେତ ମାଉସୀ ପାଖରୁ ସବୁ ଶୁଣି ସାରିଲା ପରେ ସୁବୋଧ ପ୍ରତି ତା ମଥା ନଇଁ ଯାଉଥିଲା ,ଶ୍ରଦ୍ଧା ରେ ,ଭକ୍ତି ରେ।

. ସୁବୋଧ ର ବି ଘର ଥିଲା ,ପରିବାର ଥିଲା ସେ ଓ ତାର ବାପା,ମା ଙ୍କୁ ନେଇ ା

ମୁଣ୍ଡ ଉପରେ +୨ ର ଫାଇନାଲ୍ ପରିକ୍ଷାା ଥାଏ ,ବାପା ମା ଙ୍କ ବୁଝାଇବା ସତ୍ତ୍ଵେ ସେ ରାଜି ହୋଇ ନଥିଲା ତାଙ୍କ ସହିତ ବାହାଘର ରେ ଯୋଗ ଦେବାପାଇଁ ଯିବାକୁ।ାଅଗତ୍ୟା ବାଧ୍ୟ ହୋଇ ,ତା ବାପା,ମା ତାକୁ ଘରେ ଏକା ଛାଡି ଚାଲିଗଲେ ବାହାଘର।ସୁବୋଧ କେବେ ବି ଏକୁଟିଆ ରହିନଥିଲା।

. ସେ କେବେ ଘରେ ଏକୁଟିଆ ରହିନାହିଁ।ରାାତି ବରଟା ହେଲାଣି ,ଫୋନ୍ କଲେ ଲାଗୁନି ,ରାତିର ବୟସ ଯେତେ ବଢୁଛି,ତାର ମନ ସେତେ ଆଶଙ୍କିତ ହେଉଛି ାଏତିକି ବେଳେ କବାଟ ରେ କରାଘାତ ଶୁଣି ଆଗ୍ରହରେ ଦୌଡିଗଲା ସେ।ବାାପାା କଣ ଆଣି ଦେଇଛନ୍ତି ଦେ଼ଖିବା ପାଇଁ।ହଁ ,ବାପା,ମା ଆସିଛନ୍ତି ହେଲେ ଜୀବନ୍ତ ଅବସ୍ଥା ରେ ନୁହେଁ, ଲାସ୍ ର ରୁପରେ।ତାାଙ୍କ ସହିତ କିଛି ପୋଲିସ ଓ ପଡୋଶୀ ନେତ ମାଉସୀ,।ତାାକୁ ଆଉ କିଛି ଦେଖା ଗଲାନି। ନେତ ମାଉସୀ ର କଥା ତାକୁ ଅସ୍ପଷ୍ଟ ଶୁଣା ଯାଉଥିଲା।ଧନରେ ,ତୁ ଆଜିଠାରୁ ଅନାାଥ ,ତୋ ବାପା, ମା ଆକ୍ସିଡେଣ୍ଟ ରେ...ଆଉ କିଛି ଶୁଣିବା ପୂର୍ବରୁ ସେ ଚେତାଶୁନ୍ୟ ହୋଇ ପଡିଗଲା।ସେେଇ ଦିନଠୁ ପାଠ ପଢା ରେ ଡୋରି ବନ୍ଧା ହେଲା ାବାପା ର ଦୋକାନ ରେ ବସିଲା।ପାାଲଟି ଗଲା ଭିନ୍ନ ମଣିଷ ଟେ ଚୁଲବୁଲ ଯୁବକ ଟି ମୁହଁ ରେ ରାଜୁତି କଲା ବ୍ରୁଦ୍ଧ ଟିର ଗାମ୍ଭୀର୍ଯ୍ୟ।

. ନେତ ମାଉସୀ ଠାରୁ ସବୁକଥା ଶୁଣିଲା ପରେ ସୁବୋଧ ପ୍ରତି ତା ମନରେ ଭରିଗଲା ସ୍ନେହର ଧାରା ଟିଏ।ଭାାବିଲା ଆଜି ହିଁ ସୁବୋଧ କୁ ତା ବିଷୟରେ ସବୁ କହିଦେବ।

. ସୁବୋଧ ଚୁପଚାପ ଶୁଣୁଥିଲା। ମୋ ନାଁ କିଏ ଦେଇଥିଲା ଜାଣିନି ,କିନ୍ତୁ ଅନାଥାଶ୍ରମ ର ସମସ୍ତେ ମୋତେ ସସ୍ମିତା ଡାକୁଥିଲେ।ହେେତୁ ପାଇଲା ଦିନୁ ନିଜକୁ ସେଇଠି ଦେଖୁଛି।ବାାପାା ମା ,ଭାଇ ଭଉଣୀ, ର ସ୍ନେହ କଣ ମୁଁ ଜାଣିନି ,ଜାଣିନି ପରିବାର କଣ ାଅନାଥାଶ୍ରମ କୁ ମାନି ନେଇଥିଲି ,ମୋ ପରିବାର ,ଅନ୍ତେବାସୀ ଙ୍କୁ ମୋ ଭାଇ ଭଉଣୀ ଓ ଦୟାନନ୍ଦ ସାରଙ୍କୁ ମୋ ବାପା।ଆଶ୍ରମରେ ସେଦିନ ପାଳନ କରାଗଲା ମୋ ଜନ୍ମ ଦିନ ବହୁତ ଧୁମଧାମ ରେ।ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ।କେମିତି ନିରେଖି ଦେଖୁଥିଲେ ମୋତେ।ଆଉ ମୋତେ ଦେଖେଇ ଦୟାନନ୍ଦ ସାର୍ ଙ୍କ ସହ କଣ ସବୁ କଥା ହେଉଥିଲେ।ଡରି ଡରି ସେଦିନ ସାର୍ ଙ୍କୁ ପଚାରି ଦେଲି ସେମାନେ ମୋ ବିଷୟରେ କଣ କହୁଥିଲେ।ସାାର୍ ଙ୍କ ମୁହଁରେ ହସ।ମୁଁ ପରା ତୋ ବାପା ପରି ,ତୋ ବିବାହ କରିବା ମୋ କର୍ତ୍ତବ୍ୟ। ସେମାନଙ୍କ ସହ ତୋ ବାହାଘର ବିଷୟରେ କଥା ହେଉଥିଲି ଲୋ ସସ୍ମିତା।ବାୟାଣୀ ଟା କହି ସ୍ନେହ ରେ ମୋ ଗାଲ କୁ ଚିପି ଦେଇଥିଲେ।ତାଙ୍କ ପ୍ରତି ମୋ ମନର ଭକ୍ତି ଦ୍ବିଗୁଣିତ ହୋଇଗଲା।


ସେଇ ଦିନଠାରୁ ମୋ ଶୁଷ୍କ ମନମାଟିରେ ପୂର୍ଣ୍ଣ ହୋଇଯାଇଥିଲା ନବୀନ ଶ୍ୟାମଳ ଦୁର୍ବାଦଳ। ମନ ପ୍ରଜାପତି ଉଡି ବୁଲୁଥିଲା। ସ୍ବପ୍ନ ଦେଖିବା ଆରମ୍ଭ କରୁଥିଲି ମୁଁ।


ମୁଁ କଣ ଜାଣିଥିଲି ଅନାଥ ର ଜୀବନ ରେ ସ୍ବପ୍ନ ଦେଖିବା ମନା।ଖୁସି ହେବା ମନା।ବୁଝିପାରିଲିନି ସାର୍ ଙ୍କ ହସ ତଳର ବିଷକୁ।ମୋ ଜଣେ ସାଙ୍ଗ ହାତରେ କହିପଠାଇଲେ ,ମୋତେ କାଳେ ବୋହୁ କରିବାର ପ୍ରସ୍ତାବ ନେଇ କିଏ ଆସିଛନ୍ତି ,ମୋତେ ଚା' ନେଇ ଯିବାକୁ ହେବ।


ଲାଜ,ଭୟ ମିଶ୍ରିତ ସ୍ବପ୍ନିଳ ହୃଦୟ ନେଇ କମ୍ପିତ ପାଦରେ ଚା ଧରି ଆଗେଇ ଚାଲୁଥାଏ।ଭାବୁଥାଏ ମୋର ଅନାଥ ଜୀବନ ଶେଷ ହେଲା।ଏଥର ମୋର ବି ଗୋଟେ ପରିବାର ହେବ। ହେଲେ ଅଫିସ ଆଗକୁ ସାଇ ଯାହା ଶୁଣିଲି ମୋ ପାଦ ତଳ ର ମାଟି ଖସିଗଲା।ସାର୍ ଯେ କେଉଁ ଦଲାଲ୍ ମାନଙ୍କ ହାତରେ ମୋତେ ବିକ୍ରି କରିବାକୁ ଯାଉଛନ୍ତି, ତାହା ବୁଝିଗଲି ମୁଁ।ମୁଁ ତ ଆଉ ସୀତା ମାତା ନୁହେଁ ଯେ ମୋ କହିବା ମାତ୍ରେ ବସୁଧା ଦି'ଫାଳ ହୋଇ ମୋତେ ତା କୋଳ ରେ ଆଶ୍ରୟ ଦେବ। ତେଣୁ ମୁଁ ମୋର ସମସ୍ତ ଶକ୍ତି ଖଟାଇ ଜୋର ରେ ଦୌଡି ପଳାଇ ଆସିଲି ଗନ୍ତବ୍ୟ ହୀନ ଭାବରେ। ମୋ ପଳାଇ ଆସିବା ଦେଖ୍ ସେଇ ଦଲାଲ୍ ମାନଙ୍କୁ ମୋ ପଛରେ ଲଗାଇ ଦେଲେ ଲେଇ ସାର୍ ଯାହାକୁ ମୁଁ ପିତାର ଆସନରେ ବସାଇଥିଲି।ତାପରେ ତୁମେ ସବୁ ଜାଣିଛ ଭାଇ।ତା ପାଟିରୁ ଆପେ ଆପେ ଭାଇ ଶବ୍ଦ ବାହାରି ପଡିଲା।


. ଭଉଣୀ ସ୍ନେହ ରୁ ବଂଚିତ , ସ୍ନେହ କାଙ୍ଗାଳ ଭାଇଟି ବି କାନ୍ଦି ପକାଇଲା ଭଉଣୀ ସହିତ।


ଦୁଇଟି ଅଚିହ୍ନା ମଣିଷ ବାନ୍ଧି ହୋଇ ଯାଇଥିଲେ ପବିତ୍ର ବନ୍ଧନ ରେ ..।


Rate this content
Log in