STORYMIRROR

Pradeep Kumar Panda

Children Stories Classics Inspirational

3  

Pradeep Kumar Panda

Children Stories Classics Inspirational

ପାପାଙ୍କୁଶ ଏକାଦଶୀ

ପାପାଙ୍କୁଶ ଏକାଦଶୀ

3 mins
163

ଆଜି ଶୁଣିବା ପାପାଙ୍କୁଶ ଏକାଦଶୀ ବ୍ରତ କାହାଣୀ । ଆଶ୍ୱିନ ମାସ ଶୁକ୍ଳ ପକ୍ଷ ଏକାଦଶୀ ଦିନ ପାଳନ କରାଯାଇଥାଏ। ଏହି ବ୍ରତ କରିବା ଦ୍ୱାରା ଏହା ଜୀବନର ପରମ ଲକ୍ଷ୍ୟ ଭଗବତ ଭକ୍ତି ପ୍ରାପ୍ତ କରିବାରେ ସାହାଯ୍ୟ କରିଥାଏ।


ଏହି ଦିନ ଭଗବାନ ଶ୍ରୀ ହରିଙ୍କୁ ଶ୍ରଦ୍ଧା ଏବଂ ଭକ୍ତିର ସହ ସେବା କରିବା ଉଚିତ। ଭକ୍ତମାନେ ନିଜର ମନସ୍କାମନା ପୂରଣ ପାଇଁ ଭଗବାନ ବିଷ୍‌ଓୁଙ୍କର ପଦ୍ମନାଭ ସ୍ୱରୂପ ପ୍ରତିମା ପୂଜା କରିଥାନ୍ତି। ପ୍ରତ୍ୟେକ ଏକାଦଶୀର ଭିନ୍ନ ଭିନ୍ନ ମହତ୍ୱ ରହିଥାଏ କିନ୍ତୁ ପାପାଙ୍କୁଶ ଏକାଦଶୀ କରୁଥିବା ବ୍ୟକ୍ତିଙ୍କ ଜଣାତରେ ହେଉ କିମ୍ବା ଅଜାରତରେ ସମସ୍ତ ପାପର ପ୍ରାୟଶ୍ଚିତ ହୋଇଥାଏ। ଏହି ବ୍ରତ କରିବା ଦ୍ୱାରା ମନ ଏବଂ ଆତ୍ମା ଶୁଦ୍ଧ ହୋଇଥାଏ।


ପାପାଙ୍କୁଶ ଏକାଦଶୀ କରିବା ଦ୍ୱାରା ଏକ ହଜାର ଅଶ୍ୱମେଧ ଏବଂ ଶହେ ସୂର୍ଯ୍ୟ ଯଜ୍ଞ କରିବାର ଫଳ ପ୍ରାପ୍ତି ହୋଇଥାଏ। ଏହି ଏକାଦଶୀ ଦିନ ଯେଉଁ ବ୍ୟକ୍ତି ଉଜାଗର ରହିଥାନ୍ତି ସେ ସ୍ୱର୍ଗର ଅଧିକାରୀ ହୋଇଥାନ୍ତି। ଆଜିର ଦିନରେ ଦାନ କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ। ପଦ୍ମ ପୁରାଣ ଅନୁଯାୟୀ ଯେଉଁ ବ୍ୟକ୍ତି ସୁନା, ତେଲ, ଭୂମି, ଗାଈ, ଅନ୍ନ, ଜଳ, ଜୋତା ଏବଂ ଛତା ଦାନ କରିଥାନ୍ତି ସେହି ବ୍ୟକ୍ତିମାନେ ଯମରାଜଙ୍କ ଦର୍ଶନ କରିନଥାନ୍ତି।


ପାପାଙ୍କୁଶ ଏକାଦଶୀ ଦିନ ଗରୁଡ ଉପରେ ବରାଜମାନ କରିଥିବା ଭଗବାନ ବିଷ୍ଣୁଙ୍କ ଦିବ୍ୟ ରୂପ ପୂଜା କରାଯାଇଥାଏ।


ଏକାଦଶୀ ଦିନ ସକାଳୁ ଉଠି ସ୍ନାନ କାର୍ଯ୍ୟ ସାରିବା ପରେ ବ୍ରତ ସଂକଳ୍ପ କରିବା ଉଚିତ। ଭଗବାନ ବିଷ୍ଣୁଙ୍କୁ ଚନ୍ଦନ, ଅକ୍ଷତ, ଫଳ, ଫୁଲ ଆଦି ଅର୍ପଣ କରନ୍ତୁ। ଏହାପରେ ଏକାଦଶୀ ବ୍ରତ କଥା ଶୁଣିବା ଉଚିତ। ଏଥିସହ ‘ଓଁ ଭଗବତେ ବାସୁଦେବାୟ’ ମନ୍ତ୍ର ଜପ କରିବା ବିଧେୟ।


ଯୁଧୁଷ୍ଠିର କହିଲେ , – ହେ ମଧୁସୂଦନ ! ଆଶ୍ୱିନ ମାସର ଶୁକ୍ଳପକ୍ଷ ଏକାଦଶୀର ନାମ କ'ଣ , ତାହା କୃପାପୂର୍ବକ ଆମକୁ କୁହନ୍ତୁ । ଶ୍ରୀକୃଷ୍ଣ କହିଲେ – ହେ ରାଜେନ୍ଦ୍ର ! ଆଶ୍ୱିନ ମାସର ଶୁକ୍ଳପକ୍ଷରେ ସର୍ବପାପହରା ଏକାଦଶୀ "ପାପାଙ୍କୁଶା" ନାମରେ ପ୍ରସିଦ୍ଧ । ଏହି ଏକାଦଶୀରେ ସର୍ବାଭୀଷ୍ଟ ଫଳ ପ୍ରାପ୍ତି ନିମିତ୍ତ ସ୍ଵର୍ଗ - ମୋକ୍ଷଦାତା ଶ୍ରୀଭଗବାନ୍ ପଦ୍ମନାଭଙ୍କର ପୂଜା କରିବେ । ଜିତେନ୍ଦ୍ରିୟ ମୁନିଗଣ ଦୀର୍ଘକାଳ ତପସ୍ୟା କରି ଯେଉଁ ଫଳ ପ୍ରାପ୍ତ ହୁଅନ୍ତି , ଭଗବାନ ବିଷ୍ଣୁଙ୍କୁ ପ୍ରଣାମ କଲେ ସେହି ଫଳ ଲାଭ ହୋଇଥାଏ । ମାନବ ବହୁତ ପ୍ରକାର ପାପ କାର୍ଯ୍ୟ କରି ଯଦି ଜୀବନର ଶେଷଦଶାରେ ପାପାହାରୀ ଶ୍ରୀହରିଙ୍କର ଶରଣାପନ୍ନ ହୁଏ ତାହାହେଲେ ତା’ର ଆଉ ନର୍କ ଗତି ହେବ ନାହିଁ । ଶ୍ରୀହରିସଂକୀର୍ତ୍ତନ ଦ୍ବାରା ପୃଥିବୀର ସମସ୍ତ ତୀର୍ଥ ଫଳ ପ୍ରାପ୍ତି ହୋଇଯାଏ । ଏ ଜଗତରେ ଯେଉଁ ମାନେ ଶ୍ରୀଭଗବାନଙ୍କର ଶରଣରେ ଆସଛି , ସେମାନଙ୍କୁ ଯମଯାତନା ଭୋଗ କରିବାକୁ ହୁଏ ନାହିଁ । କଥାପ୍ରସଙ୍ଗରେ ଶ୍ରୀ ଏକାଦଶୀର ମହିମାକୀର୍ତ୍ତନ କଲେ ପାପଜନିତ ନିଦାରୁଣ ଯମଦଣ୍ଡରୁ ମୁକ୍ତିଲାଭ ହୋଇଥାଏ ।


 ବୈଷ୍ଣବ ଭକ୍ତପ୍ରବର ଶ୍ରୀ ମହାଦେବଙ୍କର ଯେ ନିନ୍ଦା କରିଥାଏ , ଅନ୍ତିମରେ ସେ ବୈକୁଣ୍ଠ ଗତି ପ୍ରାପ୍ତ ହେବା ପରିବର୍ତ୍ତେ ନର୍କକୁ ଗମନ କରନ୍ତି ଏବଂ ଚଉଦ ଇନ୍ଦ୍ରପାତ ପରିବର୍ତ୍ତେ ନର୍କଯାତନା ଭୋଗ କରନ୍ତି । ମହାପାପନାଶକ ଶ୍ରୀହରି ବାସର ବ୍ରତପରି ତ୍ରିଭୁବନରେ କୌଣସି ପବିତ୍ରକାରୀ ବସ୍ତୁ ନାହିଁ । ସହସ୍ର ସହସ୍ର ଅଶ୍ଵମେଧ ଯଜ୍ଞ ଏବଂ ଶତ ଶତ ରାଜସୂୟ ଯଜ୍ଞ ଶ୍ରୀଏକାଦଶୀ ବ୍ରତର ଏକ ଅଂଶ ସହିତ ସମାନ ନୁହେଁ । ଐହିକ ଜଗତରେ ଏକାଦଶୀ ପରି ପବିତ୍ର ବ୍ରତ ଖୁବ୍ କମ୍ ଦୃଷ୍ଟ ହୁଏ । ଏହି ବ୍ରତପାଳନଦ୍ଵାରା ସ୍ଵର୍ଗ - ମୋକ୍ଷ ଲାଭ , ଶରୀର ରୋଗମୁକ୍ତ ଅନୁକୁଳ ସ୍ତ୍ରୀ ଓ ବନ୍ଧୁ , ଧନ ପ୍ରଭୃତି ପ୍ରାପ୍ତ ହୋଇଥାଏ ।


ହେ ରାଜା ! ଶ୍ରୀହରି ବାସରଠାରୁ ଗୟା , ଗଙ୍ଗା , କାଶୀ ଏପରିକି କୁରୁକ୍ଷେତ୍ର ମଧ୍ୟ ପୁଣ୍ୟ ସ୍ଥାନ ନୁହେଁ । ହେ ଭୂପାଳ ! ଏକାଦଶୀରେ ରାତ୍ରି ଜାଗରଣ ସହିତ ଉପବାସ କଲେ ଅନାୟାସରେ ବୈକୁଣ୍ଠ ଲାଭ ହୁଏ । ଏହି ପାପାଙ୍କୁଶ ବ୍ରତର ଫଳ ମାନବ ସର୍ବପାପମୁକ୍ତ ହୋଇ ଗୋଲକକୁ ଗମନ କରିପାରନ୍ତି । ଏହି ପବିତ୍ର ଦିନରେ ଯେ ସ୍ଵର୍ଣ୍ଣ , ତିଳ ( ରାଶି ବୀଜ ) , ଭୂମି , ଦୁଗ୍ଧବତୀ ଗାଭୀ , ଅନ୍ନ , ଜଳ ଓ ପାଦୁକା ଏବଂ ଛତ୍ର - ବସ୍ତ୍ରାଦି ଦାନ କରନ୍ତି , ସେମାନଙ୍କୁ ଆଉ ଯମାଳୟକୁ ଯିବାକୁ ହୁଏ ନାହିଁ । ଯେଉଁମାନେ ଏ ସମସ୍ତ ପୁଣ୍ୟ କାର୍ଯ୍ୟରୁ ବିରତ ଥାନ୍ତି , କମାରର ଭାତି ପରି ସେମାନଙ୍କର ଜୀବନ ବିଫଳ । ଦରିଦ୍ର ବ୍ୟକ୍ତିଗଣ ମଧ୍ୟ ଏହି ବ୍ରତ ଦିନରେ ଯଥାଶକ୍ତି ଦାନ ଆଦି କାର୍ଯ୍ୟ କରିବା କର୍ତ୍ତବ୍ୟ । ଯେଉଁମାନେ ନିଷ୍ଠାର ସହିତ ଏହି ବ୍ରତ ପାଳନ କରିବେ , ସେମାନେ ନର୍କ ଯନ୍ତ୍ରଣା ହାତରୁ ମୁକ୍ତ ଏବଂ ଉଚ୍ଚବଂଶଜାତ , ନୀରୋଗ ଓ ଦୀର୍ଘାୟୁ ହେବେ । ବହୁ ପାପାଚାରୀବ୍ୟକ୍ତି ନିର୍ବିଚାରରେ ଯଦି ଏ ସମସ୍ତ ପୁଣ୍ୟବ୍ରତାଦି ଅନୁଷ୍ଠାନ କରନ୍ତି , ତାହାହେଲେ ସେ ଗୌରବ ନାମକ ନର୍କଯନ୍ତ୍ରଣାରୁ ମୁକ୍ତ ହୋଇ ବୈକୁଣ୍ଠ ସୁଖ ଲାଭ କରିବେ ।


ଶ୍ରୀକୃଷ୍ଣ କହିଲେ – ହେ ରାଜା ! ତୁମକୁ ବିସ୍ତୃତ ଭାବରେ ଏହି ପାପାଙ୍କୁଶା ବା ପାଶାଙ୍କୁଶା ଏକାଦଶୀ ମାହାନ୍ୟ କୀର୍ତ୍ତନ କଲି । 


Rate this content
Log in