Dambaru Gouda

Others

4  

Dambaru Gouda

Others

ପାଞ୍ଚ ସାଙ୍ଗର ଆତ୍ମବଳ

ପାଞ୍ଚ ସାଙ୍ଗର ଆତ୍ମବଳ

2 mins
298


      ଥରେ ପାଞ୍ଚ ଜଣ ସାଙ୍ଗ କର୍ମ କ୍ଷେତ୍ରରେ ବିଫଳ ହୋଇ ପଳାୟନ ପାଇଁ ସ୍ଥିର କଲେ । ସେମାନଙ୍କର ବୟସ ୨୦ ରୁ ୨୫ ବର୍ଷ ମଧ୍ୟରେ ତହୁଁ ଗୋଟିଏ ନଦୀ କୂଳେ କୂଳେ ଆଗକୁ ଚାଲିଲେ । କ'ଣ ଖାଇବେ କେଉଁଠି ରହିବେ ଏହି ଚିନ୍ତାରେ ସେମାନେ ଯାଉ ଯାଉ ବାଟରେ ଗୋଟିଏ ବଡ଼ ବରଗଛ ପଡିଲା ସେଇ ବରଗଛ ଆକାରକୁ ଦେଖି ପାଞ୍ଚଜଣ ଯାକ ସାଙ୍ଗ ଆଶ୍ଚର୍ଯ୍ୟ ହୋଇଗଲେ । ସେମାନେ ସେଇ ବର ଗଛର ଗୋଟିଏ ଡାଳରେ ବସିପଡ଼ିଲେ । ସେଠାରେ ବସି ବିଭିନ୍ନ ଆଲୋଚନା କଲେ । ସେହି ଗଛ ତଳେ ତମ୍ବୁ ପକାଇ ଜଣେ ଉଦ୍ଭିଦ ବିଜ୍ଞାନୀ ରହୁଥିଲେ । ସେ ସେହି ବୃହତ ବରଗଛ ଉପରେ ଗବେଷଣା କରି ବିଭିନ୍ନ ତଥ୍ୟ ସଂଗ୍ରହ ପାଇଁ ସେଠାରେ ରହୁଥିଲେ । ପିଲା ମାନଙ୍କ କଥା ଶୁଣି ପଦାକୁ ବାହାରି ଆସିଲେ । ଭାବିଲେ ଏମାନେ ନିଶ୍ଚିତ ଛାତ୍ର ହୋଇଥିବେ ଯେ କି ଏଠାରେ ତଥ୍ୟ ସଂଗ୍ରହ ପାଇଁ ଉପସ୍ଥିତ ଅଛନ୍ତି । ଉଦ୍ଭିଦ ବିଜ୍ଞାନୀ ଜଣକ ସେମାନଙ୍କ ନିକଟତର ହେଲେ । ସେମାନଙ୍କ ସହ କଥା ହେଲେ ସମସ୍ୟା ଜାଣି ପାରିଲେ । ପରେ ବୈଜ୍ଞାନିକ ଜଣକ କହିଲେ ମୁଁ ତୁମ୍ଭମାନଙ୍କୁ କିଛି ଦାନ କରିବି । କୁହ ତୁମ ମାନଙ୍କର କ'ଣ ଦରକାର ? ପାଞ୍ଚ ଜଣ ଯାକ ସାଙ୍ଗ ନିରାଶ ହୋଇ ପଳାଇ ଆସିଥିବାର ଆଶ୍ଵାସନା ପାଇଁ ଟିକିଏ ଆଶ୍ବସ୍ତ ହେଲେ ପ୍ରଥମ ଜଣକ କହିଲେ ଆମକୁ କିଛି ଅନ୍ନ ଦିଅନ୍ତୁ କାରଣ ଅନ୍ନ ବିନା ଏ ଜୀବନ ବଞ୍ଚିବା ସମ୍ଭବ ନୁହେଁ । ଦ୍ଵିତୀୟ ଜଣକ କହିଲେ ଆମକୁ କିଛି ବୁଦ୍ଧି ଦିଅନ୍ତୁ କାରଣ ବୁଦ୍ଧି ବିନା କୌଣସି ଭଲକାମ କରିବା ଅସମ୍ଭବ । ତୃତୀୟ ଜଣକ କହିଲେ ଆମକୁ କିଛି ବଳ ଦିଅନ୍ତୁ କାରଣ ବଳ ବିନା କୌଣସି କଠିନ କାମ କରିବା ଅସମ୍ଭବ । ଚତୁର୍ଥ ଜଣକ କହିଲେ ଆମକୁ କିଛି ସୁଖ ପ୍ରଦାନ କରନ୍ତୁ କାରଣ ମଣିଷ ସବୁବେଳେ ସୁଖରେ ରହିବାକୁ ଭଲପାଏ । ଟିକିଏ ଚିନ୍ତା କରି ପଞ୍ଚମ ଜଣକ କହିଲେ ଆଜ୍ଞା ଆମକୁ କିଛି ସର୍ଗ ସୁଖ ପ୍ରଦାନ କରନ୍ତୁ କାରଣ ମୁଁ ଶୁଣିଛି ସ୍ୱର୍ଗ ସୁଖ ହେଉଛି ମହାସୁଖ । 

        ସବୁ ଶୁଣି ସାରିବା ପରେ ଗବେଷକ ଜଣକ ଠୋ ଠୋ ହୋଇ ହସି ଉଠିଲେ । ଯୁବକ ମାନେ ଟିକେ ଇତସ୍ତତଃ ହୋଇ ପଡିଲେ । ବୈଜ୍ଞାନିକ ଜଣକ କହିଲେ ପିଲାମାନେ ତୁମେ ଜଣକ ପରି ପାଞ୍ଚ ଜଣ ପାଞ୍ଚଟି କଥା ମାଗିଲେ କିନ୍ତୁ ଏ ପାଞ୍ଚଟି କଥାକୁ ଅକ୍ତିଆର ପାଇଁ ଯାହା ଆବଶ୍ୟକ, ତାହା ତୋ କେହି ମାଗିଲେ ନାହିଁ । ପିଲାମାନେ ନିରବ । ସେମାନଙ୍କ ମଧ୍ୟରୁ ଜଣେ କହିଲା ସେ ଜିନିଷ ଟି କ'ଣ ? ଗବେଷକ କହିଲେ ତାହା ହେଲା ଆତ୍ମବଳ ତୁମେ ସବୁ ଛାତ୍ର ଶକ୍ତି । ତୁମ ମାନଙ୍କ ଉପରେ ଦେଶ ଓ ଜାତିର ଭବିଷ୍ୟତ , କିନ୍ତୁ ତୁମେ ମାନେ ଯଦି ଆତ୍ମବଳ ଠାରୁ ଦୂରରେ ରହିବା ନିଜର ସ୍ୱପ୍ନକୁ ସାର୍ଥକ କରି ପାରିବନି ।

     ଆତ୍ମବଳ ଥିଲେ ସବୁ ଅସାଧ୍ୟ ସାଧନ ସୋଇପାରିବ । ତେଣୁ ଆତ୍ମବଳ କୁ ଦୃଢ କରି କର୍ତ୍ତବ୍ୟ, ନିଷ୍ଠା, ଅଧ୍ୟବସାୟ,ଧର୍ଯ୍ୟ ସହ ନିଜ ଲକ୍ଷ୍ୟ ପଥରେ ଆଗେଇ ଗଲେ ସଫଳତା ତୁମ ପଛେ ପଛେ ଯିବ । ଏହାର ଉଦାହରଣ ଇତିହାସରେ ଅନେକ ଅଛି । ପିଲାମାନେ ଏହାଶୁଣି ନିଜର ଭୁଲ ବୁଝିପାରିଲେ । ଆଉ ଆଗକୁ ନଯାଇ ଘରକୁ ଫେରିଆସି ନିଜ ନିଜ ଲକ୍ଷ୍ୟ ସାଧନ ପାଇଁ ଶପଥ ନେଲେ ।"


Rate this content
Log in