STORYMIRROR

Dambaru Gouda

Others

4  

Dambaru Gouda

Others

ମୁଁ ଦୁଃଖିତ ଆମକୁ କ୍ଷମା କରନ୍ତୁ

ମୁଁ ଦୁଃଖିତ ଆମକୁ କ୍ଷମା କରନ୍ତୁ

2 mins
37

୨୦୧୯ ମସିହାର କଥା କୋରାପୁଟ ରୁ ଲକ୍ଷ୍ମୀପୁର ଅଭିମୁଖେ ଟ୍ରେନରେ ଯାତ୍ରା କରୁଥିବା ସମୟରେ ଜଣେ ବୃଦ୍ଧ ନିଜର ୨୨ ବର୍ଷର ଯୁବକ ପୁତ୍ରକୁ ସାଙ୍ଗରେ ଧରି ଗୋଟିଏ ଟ୍ରେନ ରେ ଯାତ୍ରା କରୁଥାନ୍ତି । ବୁଦ୍ଧ ଓ ତାଙ୍କର ପୁତ୍ର ବସିଥାନ୍ତି ଟ୍ରେନ ର ଗୋଟିଏ ଝର୍କା ପାଖରେ । ସେହି କମ୍ପାର୍ଟମେଣ୍ଟଟି ସେତେବେଳକୁ ଯାତ୍ରୀ ମାନଙ୍କ ଦ୍ଵାରା ଭରପୁର ହୋଇ ଯାଇଥାଏ । କିନ୍ତୁ ଠିକ ସମୟରେ ଟ୍ରେନଟି ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ନିଜର ଯାତ୍ରା ଆରମ୍ଭ କରିଦେଲା । ଟ୍ରେନ ଟି ଚାଲିବା ଆରମ୍ଭ କରିବା ମାତ୍ରକେ ବୃଦ୍ଧଙ୍କ ସହ ଥିବା ତାଙ୍କର ଯୁବକ ପୁତ୍ରଟି ଖୁସିରେ କୁରୁଳି ଉଠିଲା । ଟ୍ରେନ ର ଝର୍କା ଦେଇ ବାହାରର ଶୋଭା ଓ ସବୁଜିମାକୁ ଦେଖି ସେ ଆତ୍ମହରା ହୋଇ ଉଠୁଥାଏ । ମଝିରେ ମଝିରେ ଚିତ୍କାର କରି କହୁଥାଏ, ବାପା ! ବାପା ! ଏଇ ଦେଖ ଦୂରର ପାହାଡ଼ ଘର ଗୁଡ଼ିକ କି ସୁନ୍ଦର ଦେଖାଯାଉଛି । ଏଇ ଦେଖ! ଦେଖ ! ସେ ଗଛ ଗୁଡ଼ିକ କେମିତି ପଛକୁ ଧାଇଁ ଛନ୍ତି । ଯୁବକଟିର ଏ ପ୍ରକାରର ଆଚରଣକୁ ଦେଖି ସେହି କମ୍ପାର୍ଟମେଣ୍ଟରେ ଯାତ୍ରା କରୁଥିବା କରୁଥିବା ଅନ୍ୟ ସହ ଯାତ୍ରୀମାନେ ଆଶ୍ଚର୍ଯ୍ୟ ହୋଇ ପରସ୍ପର ମଧ୍ୟରେ କଥା ହେଉଥାନ୍ତି । ଯୁବକଟି ବୋଧେ ପାଗଳ । ଯୁବକଟିର ଏ ପ୍ରକାରର ଆଚରଣକୁ ଦେଖି ତା ବାପା ଖୁସି ହେଉଥାନ୍ତି ସିନା ତାକୁ କିଛି ହେଲେ କହୁନ ଥାନ୍ତି । ବରଂ ଯୁବକଟିର ଏ ପ୍ରକାରର ଆଚରଣକୁ ଦେଖି ସେ ବେଶ୍ ଉପଭୋଗ କରୁଥାନ୍ତି । ଏପରି ସମୟରେ ଆରମ୍ଭ ହେଇଗଲା ଅଦିନିଆ ବର୍ଷା । କମ୍ପାର୍ଟମେଣ୍ଟର ଝର୍କା ବାଟ ଦେଇ ବର୍ଷା ଛିଟା ଭିତରେ ପଡିଲା ସମସ୍ତେ ବନ୍ଦ କରିଦେଲେ ନିଜ ନିଜର ଝର୍କା କିନ୍ତୁ ସେହି ଯୁବକଟି ନିଜର ଝର୍କା ବନ୍ଦ କରିବା ପରିବର୍ତ୍ତେ ଝର୍କା ବାଟେ ହାତ ବାହାର କରି ବର୍ଷା ଜଳରେ ଖେଳିବାକୁ ଲାଗିଲା । ଯୁବକଟିର ସମ୍ମୁଖରେ ବସିଥିଲେ ନବ ବିବାହିତ ଦମ୍ପତି, ବର୍ଷା ଜଳ ଆସି ସ୍ତ୍ରୀ ଟିର ସାଢୀରେ ପଢିବାରୁ ସ୍ଵାମୀ ଜଣକ ଆଉ ଧୈର୍ଯ୍ୟ ଧରି ରହିପାରିଲେ ନାହିଁ ।ରାଗ ତମ୍ ତମ୍ ହୋଇ ସେ ବୃଦ୍ଧଙ୍କୁ କହିଲେ କାହିଁକି ଏ ପାଗଳ କୁ କୌଣସି ପାଗଳ ଖାନାରେ ଭର୍ତ୍ତି ନ କରି ସାଙ୍ଗରେ ଧରି ବୁଲୁଛ । ଏ ପ୍ରକାର କଥା ଶୁଣି ବୃଦ୍ଧଙ୍କ ଆଖି ଛଳ ଛଳ ହୋଇ ଗଲା । ବାଷ୍ପରୁଦ୍ଧ କଣ୍ଠରେ ସେ କହିଲେ , ଆଜ୍ଞା କ୍ଷମା କରିବେ। ମୁଁ ମୋର ପୁଅକୁ ଆଜି ଡାକ୍ତର ଖାନାରୁ ନେଇ ଘରକୁ ଫେରୁଛି । ତେବେ ସେ ପାଗଳ ନୁହେଁ ବରଂ ଜନ୍ମରୁ ଅନ୍ୟ ଥିଲା । ଜଣେ ବ୍ୟକ୍ତି ତାଙ୍କୁ ତାଙ୍କର ଚକ୍ଷୁ ଦଆନକଲଆ ପରେ ସେ ଦେଖି ପାରୁଛି ଏବଂ ସେ ଖୁସିରେ ଏମିତି ହେଉଛି । ତା'ର ଏ ଆଚରଣ ପରିପ୍ରେକ୍ଷୀରେ ଆପଣ ମାନଙ୍କୁ ଅସୁବିଧା ଭୋଗିବାକୁ ପଡ଼ିଥିବାରୁ ମୁଁ ଦୁଃଖିତ ଆମକୁ କ୍ଷମା କରନ୍ତୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍