Dambaru Gouda

Others

2.6  

Dambaru Gouda

Others

ପ୍ରକୃତିର ଗନ୍ତାଘର କୋରାପୁଟ

ପ୍ରକୃତିର ଗନ୍ତାଘର କୋରାପୁଟ

2 mins
138


     ସକାଳର ସୂର୍ଯ୍ୟ ଉଦୟ ସଙ୍ଗେ ଏଠି ବାଜିଥାଏ ପାରମ୍ପରିକ ଆଦିବାସୀ ମହୁରୀ ବାଜା । ଆଉ ପାଦରେ ପାଦ ଛନ୍ଦି ନାଚିଥାନ୍ତି ଆଦିବାସୀ ଜନଜାତି । ପାହାଡ଼ର ସବୁଜିମାରେ ଯେବେ ପ୍ରକୃତିର ନିରବତା ଭାଙ୍ଗି ଅଙ୍କାବଙ୍କା ରାସ୍ତା ଦେଇ ରେଳଗାଡ଼ି ଗଢିଯାଏ , ଆଖିରେ ପଡ଼େ ଆଦିବାସୀ ଜନଜାତି ମାନଙ୍କର ଚଞ୍ଚଳ ଜୀବନର ସୁନ୍ଦରତା । ଏଠି ପ୍ରକୃତି ପଡାଏ ଜୀବନକୁ ବଞ୍ଚାଇବାର ବର୍ଣ୍ଣବୋଧ , ସମୟକୁ ଉପଭୋଗ କରିବାର ଜୀବନର ଭଗ୍ନାଂଶ, ଆଉ ସଞ୍ଜ ଗଢିଲେ ଶୁଣାଏ। ସଉରା,ଗାଦବା,ପରଜା,ଶବର, ଆଉ ବଣ୍ଡା ଆଦିବାସୀ ଜନଜାତି ମାନଙ୍କର ହସ ଲୁହର ସବୁ କରୁଣ କାହାଣୀ ।

      ଆଦିବାସୀ ଜନଜାତି ମାନଙ୍କ ସହ ଢେମସା ନାଚୁ ନାଚୁ ଏଠି ମତୁଆଲା ହୁଅନ୍ତି ଯୁବପିଢି ।ଗୀତର ତାଳେତାଳେ ନାଚି ଉଠନ୍ତି କୋରାପୁଟ ମାଟିର ଆଦିବାସୀ ଭେଣ୍ଡିଆ ଯୁବକ ମାନେ । ସହରୀ ଜୀବନଟୁ ବୋଧେ ବହୁତ ଦୂରରେ । ବୋଧେ ପ୍ରକୃତି ସହ ଜୀବନ ଜୀଇଁବାର ପ୍ରକୃତ ସନ୍ଧାନ ପାଆନ୍ତି ଆଦିବାସୀ ଜନଜାତି ର ଲୋକ ମାନେ । 

     ଏଠି କଫିର ବାସ୍ନା ହାତଠାରି ବିଦେଶୀ ମାନଙ୍କୁ ବି ଡାକିଆଣେ । ପରିଚିତ କରେ ପୃଥିବୀର ଏହି ଭୂସ୍ବର୍ଗ ସହର ମୋ କୋରାପୁଟ । ପରିଚିତ କରାଏ ଓଡ଼ିଶାର ସୁଇଜରଲ୍ୟାଣ୍ଡ ମୋ କୋରାପୁଟ ସହ । 

      କୋଲାବର ଶୀତଳ ଜଳରାଶି ଉପରେ ଯିଏ ଯେବେ ଡଙ୍ଗାରେ ବସାଇ ଯାଇଛି ସେହିଁ ଦେଖିଛି,ଜଳ, ପାହାଡ଼ ଆଉ ଆକାଶର ମହା ମିଳନକୁ । ପାହାଡ଼ ଉପରେ ଧଳା ଚାଦର ଘୋଡେଇ ହୋଇ ବାଦଳ ଯେବେ ଶଇତକୁ ସ୍ୱାଗତ କରେ । ଅଙ୍କାବଙ୍କା ଘାଟି ରାସ୍ତା ଉପରେ ଦେଇ ଏଠି ପର୍ଯ୍ୟଟକଙ୍କ ଭିଡ଼ ଜମେ । 

    ଦେଓମାଳି ଉପର ଦେଇ ଭାସି ଯାଉଥିବା କୁହୁଡି ଆଉ ଡୁଡୁମା ଜଳ ପ୍ରପାତର ଘୁ ଘୁ ଶବ୍ଦ ସତେ ଯେମିତି କିମିଆ କରେ । ପ୍ରକୃତିର ଏଇତ ଗୀତ ଗାଉଥିବା ଝରଣା । ଆଉ ମାଛକୁଣ୍ଡ ପ୍ରକୃତିର ଏକ ନିଆରା ତା'ର । ପାହାଡ଼ର ଛାତି ଚିରି ବହିଯାଉଥିବା ପାଣି, ଡେମ ଉପର ଦେଇ ଇଂରେଜ ଅମଳରୁ ଯାଉଥିବା ଉଇନଟ୍ରେନ ଯାହା ପର୍ଯ୍ୟଟକ ମାନଙ୍କୁ ସ୍ଵାଗତ କରେ । ପୁଞ୍ଜିସିଲରେ ପଥର ଉପରେ ଜଳର ପ୍ରବାହ ସତେ ଯେମିତି କିମିଆ କରେ । 

   ଯେବେ ଆଖିରେ ପଡ଼େ ଶୋରିଷ ଫୁଲର ହଳଦିଆ କ୍ଷେତ ତା ସୁଦୃଢ ସତେ ଅଳସୀ ଫୁଲର ବାସ । ସାରା ଜୀବନ ଏହି କୋରାପୁଟ ରେ ରହିବାକୁ ଇଚ୍ଛା ହୁଏ କିନ୍ତୁ ଏକଥା ବି ସତ କେହି ରହିନାହିଁ ରହିବେ ନାହିଁଟି ଭବରଙ୍ଗ ଭୂମିତଳେ, ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡିବେ କାଳବଳେ । 

ଦିନେ ନା ଦିନେ ଆମେ ସମସ୍ତେ ଏହି ମାଟିରେ ମିଶିବାକୁ ପଡ଼ିବ । ଆଉ କୋଟିଆର ସେ ଆଦିବାସୀ ଗାଁ କୁ ଚିହ୍ନିନି ଦିଏ ତା ଉପରୁ ଭାସିଯାଉଥିବା ଶୀତୁଆ ବାଦଳ । ଏଇତ ଏଇଠି ଆରମ୍ଭ ହେଇଛି ପର୍ଯ୍ୟଟକ ମାନଙ୍କ ଭିଡ଼ । ଆଉ ପର୍ଯ୍ୟଟକ ମାନଙ୍କ ପାଇଁ ଏବେ ଦେଓମାଳିରେ ଲାଗିଛି ପାରାଗ୍ଲାଇଡିଙ୍ଗ । ସହ ସହ ପର୍ଯ୍ୟଟକ ପ୍ରତିଦିନ ଯାଉଥାନ୍ତି କୋରାପୁଟ ର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଆଉ ପାରାଗ୍ଲାଇଡିଙ୍ଗର ମଜା ନେଉଛନ୍ତି । ହେଲେ ଗୁମ୍ଫା ଭିତରେ ବସି ଆଦିବାସୀ ଠାକୁରଙ୍କ ଆଗରେ ମଥଆଦଏଇ ମାନସିକ କରିବାକୁ ଏଠି ଶ୍ରଦ୍ଧାଳୁମାନଙ୍କର ଭିଡ ଜମିଥାଏ । ହେଲେ କୋରାପୁଟର ସବୁ ଯାଗାକୁ ଉପଭୋଗ କରିବା ପରେ ବି ତାକୁ ନ ଦେଖିଲେ ସତେ ଯେମିତି ସବୁକିଛି ଅଧୁରା ରହିଯାଏ ଶାବର ଶ୍ରୀ କ୍ଷେତ୍ରରେ ଚକାପିଡା ମାରି ବସିଥିବା ଓଡ଼ିଶା ଦେଶର ରାଜା କଳା ଠାକୁରକୁ । ମୋ କୋରାପୁଟ ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର, ଓଡ଼ିଶାର ଭୂସ୍ବର୍ଗ ସହର ମୋ କୋରାପୁଟ ।"



Rate this content
Log in