Dambaru Gouda

Others

3  

Dambaru Gouda

Others

ମୌସୁମୀ

ମୌସୁମୀ

2 mins
115


   ଆସିଛି ରୁଆ ପୋତା ପାଗ । ଆଦିବାସୀଙ୍କ ଖୁସି କହିଲେ ନ ସରେ । ନାନା ରକମର ଗୀତ ଗାଇ ଜାହିର କଲେ ସେମାନଙ୍କ ମନରେ କଥା । ଧାରା ଶ୍ରାବଣରେ ହସୁଛି ଧରା ବର୍ଷାରେ ଭିଜୁଛି ଧରଣୀ ରାଣୀ ଆହାଃ କି ମନଲୋଭା ! 

  ତେବେ ଶ୍ରାବଣର ଧାରା ଖାଲି ପ୍ରକୃତିକୁ ଭିଜଉ ନାହିଁ ବରଂ ଚାଷୀ ତଥା ଚାଷ ପାଇଁ ହେଉଛି ଅନୁକୂଳ । ଫଳରେ ଆଦିବାସୀ ମାନଙ୍କର ଖୁସି ଏବେ ଦୁଇଗୁଣା ହେଇଛି । ପାରମ୍ପାରିକ ଗୀତ ଗାଇ ଚାଷେ ଖେଳାଉଛନ୍ତି ସେମାନଙ୍କ ମଥା ସତରେ କେଡେ ସୁନ୍ଦର ସେଇ ଆଦିବାସୀ ଜନଜାତି ମାନଙ୍କର ଓଠର ଭାଷା ଆଉ ମୁରୁକି ହସା ବେଶ୍ ଚଳଚଞ୍ଚଳ ହୋଇ ଉଠିଛି ।

     ଗୀତର ତାଳେ ତାଳେ ବିଲରେ ଧାନ ରଉଛନ୍ତି ଆଦିବାସୀ ମହିଳା ମାନେ । ସତରେ ସେମାନଙ୍କ ଗୀତ ଆଉ ସ୍ୱର ହୃଦୟସ୍ପର୍ଶୀ । ଆଦିବାସୀ ମାଟିରେ ବହୁଳ ପରିମାଣରେ ଜୀବନ ଯାପନ କରୁଥିବା ଆଦିବାସୀ ମାନେ ଚାଷ ଉପରେ ନିର୍ଭର ଶୀଳ । ଏଠାକାର ଲୋକ ବର୍ଷା ହେଉ ବା ନହେଉ ଚାଷକାର୍ଯ୍ୟ ସବୁବେଳେ ଚଳଚଞ୍ଚଳ ଏହି ଆଦିବାସୀ ମାନଙ୍କର ବେଉସା । ଚାଷ ଭଲ ହେଲେ ସେମାନଙ୍କର ବର୍ଷକର ଜମା ହୁଏ ପୁଞ୍ଜି । ହେଲେ ଚଲିତ ଋତୁରେ ଆଷାଢ଼ରେ ଦେଖାନଥିଲା ବର୍ଷା । ଜମି ଫାଟି ଆଁ କରିଥିଲା । ବର୍ଷା ପାଇଁ ଆଦିବାସୀ ଲୋକ ମାନେ ପୂଜାର୍ଚ୍ଚନା ବି କରିଥିଲେ । କିନ୍ତୁ ଚାଷୀଙ୍କ ସବୁଆଶା ଆଶଙ୍କାକୁ ଦୂର କରିଛି ଶ୍ରାବଣ ।

     ପାଗ ଭଲ ହେତୁ ଧାନ ତୂଳୀ ଲଗାଇବା ସହ ଆରମ୍ଭ ହୋଇଛି ରୁଆ । ଆଦିବାସୀ ଜନଜାତି ମହିଳା ମାନେ ଏକାଠି ହୋଇ ଗୀତ ଗାଇ ଗାଇ କରୁଛନ୍ତି ଧାନ ରୁଆ । ବର୍ଷା ଆସିଲେ ଆରମ୍ଭ ହୁଏ ଆଦିବାସୀ ମାନଙ୍କର ମହାପର୍ବ । କଥାରେ ଅଛି ଚାଷ ଅଛି ଯାହାର କି ସୁଖ ତାହାର । ସାରା ଜଗତକୁ ଅନ୍ନ ଯୋଗାଉଥିବା ଚାଷୀ ଓ ଶ୍ରମିକ ମାନଙ୍କର ଚାଲିଛି ଏବେ ମହାପର୍ବ ଫସଲ ଭଲ ହେଲେ ଜଗତ ଶାନ୍ତିରେ ରହିବ ବୋଲି ଆଶା ବାନ୍ଧିଛି ଚାଷୀ ମନ ।"



Rate this content
Log in