Dambaru Gouda

Others

4  

Dambaru Gouda

Others

ଜୀବନ

ଜୀବନ

3 mins
412


  ନିରବରେ ବସି ସୋମନାଥ ବାବୁ ଚିନ୍ତା କରୁଥିଲେ । ଅନ୍ଧାରୁଆ କୋଠରୀର କେଉଁ କୋଣ ଅନୁକୋଣରୁ ତାଙ୍କ କାନରେ ହଠାତ୍ ପ୍ରତି ଧ୍ୱନିତ୍ୱ ହେଲା ମୋବାଇଲ ର ସେଇ ରିଙ୍ଗଟନ ଟି ଯେଉଁ କଲ୍ ତାଙ୍କ ଝିଅ ମଞ୍ଜୁଳାର ଥିଲା। ମଞ୍ଜୁଲାର କେଇ ପଦ କଥା ତାଙ୍କୁ ବିଗତ ଜୀବନର କଥା ସବୁ ମନେ ପକାଇ ଦେଇଛି । ହାଲୋ ବାବା ମୋ ଭାଇ ମନୋଜ କୁ କହିଦେବ ମୁଁ ଏଥର ପହିଲି ରଜକୁ ଘରକୁ ଆସିବି ।ରଜ ପର୍ବ ପାଇଁ ଆଉ ଆମ କଲେଜ ମଧ୍ୟ ଏବେ ଛୁଟି ଅଛି। ମୁଁ ଏଥର ଘରକୁ ନିଶ୍ଚୟ ଆସିବି । ଆଉ ଘରେ ସମସ୍ତଙ୍କୁ କହିଦେବ ଏମିତି ଅନେକ କିଛି କହିଗଲା ।

      ସୋମନାଥ ବାବୁ ମନେ ମନେ ଭାବୁଛନ୍ତି ସେ ଦିନେ ଯେଉଁ ଭୁଲ କରିଥିଲେ ଆଜି ତାଙ୍କ ପୁଅ ମନୋଜ କଣ ସେଇ ପଥ ଧରିଛି କି? 

    ଅତି ସୁନ୍ଦର ଥିଲା ସେ ଦିନର ଜୀବନ ସୋମନାଥ ତାଙ୍କର ପ୍ରେମିକା ସେବତୀ କୁ ସ୍ତ୍ରୀ ରୂପେ ପାଇ ସେ କେତେ ଖୁସିରେ ଥିଲା । ହଁ ଏୟାତ ସତ ଯେ ସେତେବେଳେ ତାଙ୍କର ସମ୍ପତ୍ତି ବୋଲି କିଛି ନଥିଲା କେବଳ ଗୋଟିଏ ଚାଲଛପର ଘରଟିଏ ଥିଲା। କିନ୍ତୁ ସମୟ ଓ ଭାଗ୍ୟ ଆଣି ଦେଇଥିଲା ତାଙ୍କୁ ଅନେକ କିଛି । ସ୍ତ୍ରୀ ତାଙ୍କର ସତରେ ଭାଗ୍ୟବତୀ, ଗୁଣବତୀ। ସେବତୀ ର ପାଦ ପଡ଼ିବା ପରେ ଘର ତାଙ୍କର ଧନ ସମ୍ପତ୍ତି ର ଭଣ୍ଡାର ଆଉ ସ୍ଵର୍ଗ ପାଲଟି ଯାଇଥିଲା । ତାଙ୍କ ସ୍ଵାମୀଙ୍କର ଜୀବନର ସବୁଇଛା ଗୋଟେ ଗୋଟେ କରି ସବୁ ଇଚ୍ଛା ପୁରଣ କରିବାକୁ ଲାଗିଲା । ସୋମନାଥ ବାବୁ କିନ୍ତୁ ଆଜି ବସି ଭାବୁଛନ୍ତି । କଣ ମୋ ସେବତୀ ମୋର ସବୁଇଛା ପୂରଣ କରିବାକୁ ଲାଗିଛି ।

    ସଂସାର ଜଞ୍ଜାଳ ରେ ସେ ନିଜକୁ ପାଇବି ପାଉନାହାନ୍ତି କାହିଁକି ? ତାଙ୍କ ମନରେ ଅନେକ ଭାବନା ଜୀବନରେ ଶାନ୍ତି ଜମା ନଥାଏ । ଦିନ ସାରା କାମ କରି କରି ହାଲିଆ ହୋଇଯାଏ ସଂଧ୍ୟାର ଅଳସ ଭାଙ୍ଗୁ ଭାଙ୍ଗୁ ନିଦ ଚାଲିଆସେ ଆଖିକୁ ପବନ ପହଁରା ଦେଇ । ଦାନା ପାଣିର ସଂଘର୍ଷରେ ଜମିରେ ଚାଷ ବାସ କରି ଚଳନ୍ତି ହେଲେ ଏ ଜୀବନ କ'ଣ ଜୀବନ ?

     ନା ଅଛି ଏଥିରେ ଜୀଇଁବାର ଆଶା ନା ଜୀବନରେ ଶାନ୍ତି ଭାଗ୍ୟ ବିଧାତାର ଖେଳ ଅତି ନିଆରା ମଣିଷକୁ ଜୀବନ ଦେଲା ଅସୁମାରି ସ୍ଵପ୍ନ କିନ୍ତୁ ସ୍ଵପ୍ନ ପଛରେ ଧାଇଁ ଧାଇଁ କେତେବେଳେ ଯେ ନିଦ ଭାଙ୍ଗିଯାଏ ତାହା ଜାଣି ପାରନ୍ତି ନାହିଁ ।

     ଛୋଟ ପରିବାର ସୁଖୀ ପରିବାର ସମୟର ଆଦେଶରେ ବଢି ଚାଲିଲା ତାଙ୍କର ସୁଖ ସଂସାର ଗଢି ଚାଲିଲେ ସେ ସ୍ଵପ୍ନର ଦୁନିଆ କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟ ଏଇୟା ଯେଉଁ ସମୟ ତାଙ୍କୁ ଏ ସୁଖର ସଂସାର ଦେଲା ପ୍ରତି ଦିନରେ ପୁଣି ନେଇଗଲା ତାଙ୍କ ପ୍ରତିଟି ନିଦରୁ ଚୋରାଇ ନେଇଗଲା ପ୍ରତି ମୁହୂର୍ତ୍ତର ଖୁସି । ସମୟ ହିଁ ନାହିଁ ଆଜି ଣେ ଜୀବନ ପଡ଼ିଛି ଲମ୍ବା । ସ୍ତ୍ରୀ ସେବତୀ ଆଉ ପୁଅ ମନୋଜ ଆଉ ଝିଅ ମଞ୍ଜୁଳାକୁ ସେ ସବୁ ସୁଖ ଦେଲେ ବୋଲି ମନେ ମନେ ପ୍ରତିଜ୍ଞା କଲେ ଏବଂ ପୂରଣ କଲେ ମଧ୍ୟ ହେଲେ ଥରୁଟିଏ ଦେଖିପାରିଲେ ନାହିଁ ସମୟର ଅଦୃଶ୍ୟ ଇଙ୍ଗିତକୁ ।

     ଅଖ ଚାଲୁଥିଲେ ଚକ୍ ଚାଲିଲା ଭଳି ନୀତିରେ ଦିନ ପରେ ରାତି ଆଉ ରାତି ପରେ ଦିନ ଏମିତି ୨୮ ବର୍ଷ କେମିତି କାଟି ଦେଇଥିଲେ ତାହାର ହିସାବ ଆଜି ଖୋଜି ପାଉ ନାହାନ୍ତି । ଜୀବନର ସବୁ ସୁଖ ଭିତରେ ସେ କିଛି ମୁହୂର୍ତ୍ତର ଖୁସି ହରାଇ ବସିଛନ୍ତି । ଯେଉଁ କେଇଟା ମୁହୂର୍ତ୍ତ କି ସେ ନିଜ ପରିବାରରେ ସାମିଲ ହୋଇଥାନ୍ତେ । ମଣିଷ ଜୀବନ ଭିତରେ ଯିଏ ଖୋଜିଥାଏ ସାଥି ସେ ସାଥିହରା, ସ୍ଵପ୍ନ ହରି , ନିଃସଙ୍ଗ ହୋଇଯାଏ । ଆଉ ଯିଏ ଦିନ ମଧ୍ୟରେ ଜୀବନକୁ ଦେଖେ ବା ସ୍ପର୍ଶକରେ ତା ଜୀବନ ଲାଗେ ସ୍ଵପ୍ନଭରା ,ସୁଖଭରା । ସମୋନାଥ ବାବୁ ନିଜ ପୁଅ ଝିଅ ଆଉ ସୁଖ ସଂସାର ପ୍ରତି ଏଇ ଭାବନା ଦେଖି ନିଜକୁ ଧିକ ମନେ କରୁଥିଲେ । କାରଣ ସେ ନିଜ ନାତି ଦୁଲବ ଆଖିରେ ଦେଖିଛନ୍ତି ନିଜ ପୁଅ ମନୋଜ ର ଆଉ ମଞ୍ଜୁଳାର ପିଲାଦିନକୁ ସେ କେମିତି ବାବାଙ୍କ ସ୍ନେହ ଆଦରକୁ ଅପେକ୍ଷା କରି ନିଦ ଗୁଡ଼ିକ କାଟିଛନ୍ତି ।

     ନିଜ ପରିବାରକୁ ସୁଖ ଦେବାକୁ ଯାଇ ପରିବାର ଠାରୁ ଦୂରରେ ରହି ସମୋନାଥ ଆଜି ନିଃସଙ୍ଗ ପଥରେ ପଥିକ ହୋଇ ଯାଇଛନ୍ତି। । ସ୍ତ୍ରୀ ସେବତୀ କୁ ସେ ହରାଇ ଛନ୍ତି ସେ ନିଜ ପୁଅକୁ ନିଜେ କରିଥିବା ଭୁଲକୁ କହି ତାକୁ ଏପରି ନ କରିବାକୁ କହିବାକୁ ଚାହିଁଥିଲେ । ହିଁ ସେଥିରେ ତାଙ୍କର ସାହାସ ନଥିଲା । ସବୁ ଦୁଃଖ ଉଦବେଗ ନିରାଶା ଆଜି ତାଙ୍କ ଖଳାକୁ ରୁଦ୍ଧ କରି ଦେଇଛି । ତାଙ୍କୁ ଲାଗିଛି ସେ କାନ୍ଦନ୍ତି କି ଛୋଟ ପିଲାଙ୍କ ଭଳି ମୋ ମୋ କରି ଏହି ନିଃସଙ୍ଗ ରାତିରେ ପୁରବୀ ରାଗରେ ଏମିତି ଅନେକ କଥା ଭାବୁ ଭାବୁ ରାତି ସରି ଯାଇଛି । ସତରେ ଏ ସମୟ ମଧ୍ୟ ବଡ଼ ବିଚିତ୍ର ଆଗକୁ ଯିବାକୁ ଥିଲେ ଲାଗେ କେତେ ଲମ୍ବା ରାସ୍ତା ଭଳି କିନ୍ତୁ କଟି ଯାଇଥିବା କେତେ ଅଙ୍କାବଙ୍କା ଗଳିରୁ ଏଇ ଏବେ କିଛି ମୁହୂର୍ତ୍ତରେ ପାରିହେଲା ଭଳି ବିଗତ କେତେ ବର୍ଷର କଥା ସବୁ ସମୋନାଥ ବାବୁଙ୍କୁ ଲାଗିଛି ବିଗତ ସଂଧ୍ୟା ଭଳି ।ସମୟ ସାଗର ନେଇ ଆସେ କେତେ ଅସୁମାରୀ ଆଶା ଆଉ ସ୍ଵପ୍ନ ସେଇ କିଛି ସ୍ଵପ୍ନ କିଛି ଅନୁଭୁତି ସବୁଦିନ ପାଇଁ ଆଖିରେ ସ୍ମୃତି ହୋଇ ରହିଯାଏ ଏଇତ ଜୀବନ ।"


Rate this content
Log in