STORYMIRROR

Dambaru Gouda

Others

3  

Dambaru Gouda

Others

ଡେଲିଭେରି ବୟ

ଡେଲିଭେରି ବୟ

2 mins
184

   ପିଲା ଦିନରୁ ଦୁଃଖ କ'ଣ ଜାଣିଛି । କିଶୋର ଅବସ୍ଥାରୁ ଯୁବକ ଅବସ୍ଥାକୁ ଆସିବା ପରେ ମୋର ପାଠ ପଢ଼ା ସଙ୍ଗେ ଘର ପରିବାରର ବୋଝ ମୋ କାନ୍ଧ ଉପରେ । କେମିତି ଦୁଇ ପଇସା ରୋଜଗାର କରିବି ସେ ଦୁଃଖକୁ ନେଇ ଅନେକ ଅନେକ ସ୍ଵପ୍ନ ! ଶେଷରେ ବହୁ କଷ୍ଟରେ ଡେଲିଭେରି ବୟ ରେ କାମ ଟିଏ ମିଳିଲା । କିନ୍ତୁ ପୁଣି ଏକ ଅସୁବିଧା ମୁଣ୍ଡ ଟେକିଲା । ଜିନିଷ ବାଣ୍ଟିବାକୁ ଯିବି କେମିତି । ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ବୁଲିବାକୁ ପଡ଼ିବ । ଏପଟେ ନିଜର ପଢ଼ା ଖର୍ଚ୍ଚ ପାଇଁ ଚିନ୍ତା ଆଉ ପରିବାରର ଚିନ୍ତା ,ଶେଷରେ ମୁଁ ଏହା ମନସ୍ଥ କଲି ଯେ ଯେତେ ସମ୍ଭବ ହେବ ମୁଁ ଚାଲି ଚାଲି ବୁଲିବି । ଥକିଗଲେ ରାସ୍ତାରେ ଯାଉଥିବା ଭାଇ ମାନଙ୍କୁ ଲିପ୍ଟ ମାଗିବି ଆଉ ଗୋଟିଏ ଯାଗାରେ ଅନ୍ୟ ଯାଗାକୁ ଯିବି ପରେ କିଛି ସଞ୍ଚୟ କରି ଗାଡ଼ି ଟିଏ କିଣିବି ତେଣିକି ଭଗବାନ ଙ୍କ ଉପରେ ସବୁ ରହିଲା ।

     ସେମିତି ହିଁ ହେଲା କିଛି ଦିନ ଚାଲି ଚାଲି ବୁଲିଳି । ଥକିଗଲେ ଲିପ୍ଟ ମାଗୁଥିଲି କଠିନ ପରିଶ୍ରମ ଦ୍ଵାରା ଅଳ୍ପ କିଛି ଅର୍ଥ ମଧ୍ୟ ସଞ୍ଚୟ ହୋଇଗଲା ଧାର କରଜ କରି ନିଜର କିଛି ସଞ୍ଚିୟ ଟଙ୍କାକୁ ମିଶାଇ ଏକ ଦୁଇ ଚକିଆ ବି ଏସ ଏ ଫୁଟନ ସାଇକେଲ ଟିଏ କିଣିଥିଲି । ତା ପରେ ଆରାମରେ ଡେଲିଭେରି ବୟ ପାଇଁ ବୁଲିବାକୁ ଲାଗିଥିଲା । ତେଣୁ ମୁଁ ଅନେକ ସମୟରେ ଭାବେ ମୋ କିଛି ନଥିବାରୁ ମୁଁ ଅନେକ ଲୋକଙ୍କୁ ଲିପ୍ଟ ମାଗିଛି। ତେଣୁ ମୁଁ ନିଶ୍ଚୟ ଅନ୍ୟକୁ ସାହାଯ୍ୟ କରିବି । ଏମିତି ମୁଁ ଅନେକ ଲୋକଙ୍କୁ ଲିପ୍ଟ ଦେଇ ସାହାଯ୍ୟ କରିଛି ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ନେଇଛି । ନିଜର ସାଇକେଲ ଟିଏ ଥିବା ଯୋଗୁଁ ଯାହାକୁ ଯେତେବେଳେ ବି ଆବଶ୍ୟକ ପଡ଼େ ମୁଁ କାହାକୁ ମନା କରେ ନାହିଁ । ଏମିତି ମୁଁ ଆମ ଅଞ୍ଚଳରେ ପର ଉପକାରୀ ଯୁବକ ଭାବେ ବେଶ ପରିଚିତ ହୋଇଥିଲି । ହଠାତ୍ ମୋ ଘରର ପରିସ୍ଥିତି ବଦଳିବା ସହିତ ମୋର ପଢ଼ାପଢ଼ି ରେ ବାଧା ଉପୁଜିଲା ଜୀବନରେ ଅନେକ ସ୍ଵପ୍ନ ଦେଖିଥିଲି ଭବିଷ୍ୟତ ରେ ଭଲ ମଣିଷ ଟିଏ ହେବି କିନ୍ତୁ ମୋର ସ୍ଵପ ତୋ ସ୍ଵପ୍ନ ରେ ହିଁ ରହିଗଲା ।"


Rate this content
Log in