Dambaru Gouda

Others

4  

Dambaru Gouda

Others

ଦରଦୀ ମା'ର ଚିଠିଟିଏ

ଦରଦୀ ମା'ର ଚିଠିଟିଏ

5 mins
367


  ମୋ ସ୍ନେହର ଗେଲୁ

      ମୋର ସ୍ନେହ ନେବୁ । ଚାରି ଦିନ ହେଲା ମୋତେ ଖୋଜୁଥିବୁ । ଆଜି ମୁଁ ତୋ ଠୁ ବହୁତ ଦୂରରେ ଅଛି । ଆଶା ଏ ଚିଠିଟି ତୋ ପାଖରେ ପହଞ୍ଚି ପାରିବ । ଯଦିଓ ନ ପହଞ୍ଚି ପାରିଲା ତାହା ତୋ ଆଉ ମୋ ଭାଗ୍ୟର ବିଡମ୍ବନା ବୁଝିନେବୁ ।

   ଶୁକ୍ରବାର ସକାଳୁ ଆମ ମାଲିକ ରତ୍ନାକର ବାବୁ ମୋ ଠୁଁ କ୍ଷୀର ଦୁହି ସାରିବା ପରେ ତୋ ଠୁ ମୋତେ ଅଲଗା କରିଦେଲେ। ତୋତେ ଗୁହାଳରେ ବାନ୍ଧିଦେଇ ମୋତେ ବାହାରେ ଚରି ବୁଲିବାକୁ ଛାଡ଼ିଦେଲେ । ମୁଁ ବାହାରେ ଚରି ବୁଲି ବୁଲି ବହୁ ଦୂରକୁ ଚାଲିଗଲା । ଚରି ବୁଲି ବୁଲି ମୁଁ ସହରର କଂକ୍ରିଟ ଜଙ୍ଗଲ ଭିତରେ ପହଞ୍ଚି ଗଲି ସେଠାରେ ଟିକିଏ ହେଲେ କଞ୍ଚାଘାସ ମିଳିଲା ନାହିଁ । ତା ପରେ ମୁଁ ପୁଣି ଚରି ବୁଲି ଆମ ମାଲିକ ରତ୍ନାକର ବାବୁ ଙ୍କ ଘରେ ପହଞ୍ଚି ଗଲି । ତା ପର ଦିନ ଠିକ୍ ସେମିତି ଖାଦ୍ୟ ଅନ୍ୱେଷଣରେ ବାହାରି ଆସିଲି । ଦେଖିଲି ଦୁଇଜଣ ନୃସଂଶ କିଛି ବଳଦ ଓ ଗାଈକୁ ଆଡେଇ ଆଡେଇ ଚାଲିଥାନ୍ତି । ଏମାନେ କୁଆଡେ ଯାଉଛନ୍ତି ଏମାନଙ୍କୁ କିଏ ନେଇ ଯାଉଛି ମୁଁ ଏକଥା ଭାବୁ ଭାବୁ ନୃସଂଶ ଲୋକଟି ହଠାତ୍ ମୋ ଆଡ଼କୁ ଆ ସି ମୋତେ ସେ ପଞ୍ଚା ଭିତରକୁ ନେଇଗଲା । ମୁଁ ବହୁ ଚେଷ୍ଟା ପରେ ବି ସେ ପଞ୍ଚା ଭିତରୁ ବାହାରକୁ ଆସି ପାରିଲି ନାହିଁ । ଶେଷରେ ମୁଁ ଧର୍ଯ୍ୟହରା ହୋଇଗଲି । ତୁ ତୋ ଜାଣିଛୁ ମୋ ଦେହର ଅଧିକ ଓଜନ ପାଇଁ ମୁଁ ଅଧିକ ସମୟ ଚାଲି ପାରେ ନାହିଁ । ଚାଲୁ ଚାଲୁ ଟିକେ ଠିଆ ହୋଇଗଲେ ପଛରୁ ବାଉଁଶ ବାଡିରେ ନିର୍ଘାତ ପାହାର ପଡୁଥିଲା ମୁଁ ପିଲାବେଳେ ଦିନେ ବି ମାଡ଼ ଖାଇ ନଥିଲି । ନୂଆଁ କରି ମାଡ଼ ବହୁତ ଯୋରରେ କାଟୁଥିଲା ଏମିତି ପଚିଶିରୁ ତିରିଶି କିଲୋମିଟର ଦୂର ଚାଲି ଚାଲି ଜାତୀୟ ରାଜପଥରେ ବାମ ପାଖରେ ଜୟନ୍ତୀଗିରି ହାଟରେ ପହଞ୍ଚିଗଲି ।

    ଆମ ପରି ବହୁତ ବଳଦ ଗାଈ ମଇଁଷି ଛେଳିମେଣ୍ଢା ଓ ଷଣ୍ଢ ମାନେ ମଧ୍ୟ ଅଛନ୍ତି । ତା ଭିତରୁ ହଠାତ୍ ତୋ ଭାଇ ରାମ ଦେଖାହେଲା ଯାହାକୁ ରତ୍ନାକର ବାବୁ ବିଗତ ଦୁଇ ବର୍ଷ ତଳେ ବିକ୍ରି କରିଦେଇଥିଲେ ମାତ୍ର ଅଳ୍ପ କିଛି ଟଙ୍କାରେ । ରାମ ହମ୍ବା ରୋଢି ଛାଡି ମୋ ପାଖକୁ ଧାଇଁ ଆସିଲା। ମୁଁ ତାକୁ ସ୍ନେହରେ ଟିକେ ଗେଲ କରି ଚାଟି ପକେଇଲି ଏହି ସମୟରେ ବଡ଼ ଟ୍ରକ୍ ଟିଏ ଆସିଲା ଟ୍ରକର ପଛ ଗେଟ ଖୋଲା ହେଲା। ଆଖିକୁ ବିଶ୍ୱାସ ହେଉନଥାଏ ।

    ଚାରି ଗୋଡ଼କୁ ବାନ୍ଧି ତଳେ ଶୁଆଇ ଦିଆଗଲା ଆଉ ଟିକେ ନିରିଖି ଦେଖିଲି ପାଟିକୁ ପ୍ଲାଷ୍ଟିକ ସୂତାରେ ସିଲେଇ କରି ଦିଆଯାଇଛି ସେହିପରି ଆଖିରୁ ଝରୁଥାଏ ଲୁହ ଆଉ ପାଟିରୁ ଝରୁଥାଏ ଲହୁ । ମୁଁ ଭାବୁଥାଏ ଆମର ବୋଧେ ଏ ଅବସ୍ଥା ହେବନି ଭାବନାକୁ ଧୂଳି ସାତ୍ କରି ହଠାତ୍ କିଛି ସାତ ଆଠ ଜଣ ଲୋକ ରୋଶି ଧରି ଆସିଲେ ଆଉ ମୋତେ ଚାରି ଗୋଡ଼କୁ ବାନ୍ଧି ତଳେ ଶୁଆଇ ଦିଆଗଲା ଆଉ ମୋ ପାଟିକୁ ପ୍ଲାଷ୍ଟିକ ସୂତାରେ ସିଲେଇ କରି ଦିଆଗଲା । ବହୁତ କଷ୍ଟ ହେଉଥାଏ ରେ ମୋ ଧନ ଆଳୁ ପିଆଜ ବସ୍ତା ପରି ଆମ ମାନଙ୍କୁ ଟ୍ରକରେ ଲଦିଦେଲେ । ତା ପରେ ଆମ ମାନଙ୍କ ଉପରେ ତମ୍ବୁ ଗୋଡ଼ାଇ ଦେଲେ।

    ଅଣନିଃଶ୍ବାସୀ ଲାଗୁଥାଏ ମୋତେ ଶୋଷ ବି ଲାଗୁଥାଏ । ଭୋକ ଓ ଶୋଷର ତାଡନା ସହ ଅନ୍ୟ ସାଥି ମାନଙ୍କ ଖୁରା ମାଡ଼ରେ ଦେହ ମୋର ଖଣ୍ଡିଆ ଖାବରା ହୋଇ ଯାଇଥାଏ । ପାଟିରୁ ଝରି ଝରି ରକ୍ତ ପାଟିଏ ହୋଇଗଲାଣି । ବାଧ୍ୟ ହୋଇ ନିଜ ରକ୍ତକୁ ନିଜେ ଢ଼ୋକି ଦେଲି।

      ଜାତୀୟ ରାଜପଥରେ ଟ୍ରକ ଟି କ୍ଷିପ୍ର ଗତିରେ ଚାଲିବାକୁ ଲାଗିଲା ଅଳ୍ପ କିଛି ସମୟରେ ତନଖି ଫାଟକଟିଏ ପଡ଼ିଲା । କିଛି କାଖି ବାବୁ ଟ୍ରକ କୁ ଅଟକାଇ ସେତେବେଳେ ଭାବିଲି ବୋଧେ ଖାକି ବାବୁ କଂସେଇ ପାଖରୁ ଆମକୁ ରକ୍ଷା କରିବେ । କାନ ଡେରି ଶୁଣିଲି ଏଇ ଫାଟକଟି ଆନ୍ଧ୍ର ଗୋ ହତ୍ୟା ତନଖି ଫାଟକ ବୋଲି ମାତ୍ର ଭାଗ୍ୟର ବିଡମ୍ବନା କାଖି ବାବୁ ଙ୍କ ଏଜେଣ୍ଟ ସହ କଂସେଇ ର ମୁଳଚାଲ ଚାଲିଲା । ମାତ୍ର ସାତ ହଜାର ଟଙ୍କା ବିନିମୟରେ ଛଅ ଶହ ଶତାବନ ନିରିହ ଜୀବନକୁ ଦାନବ ହାତରେ ଖିନ ଭିନ୍ ହେବାକୁ ଛାଡ଼ିଦେଲେ ।

   ପୁଣି ଆଖି ପିଛୁଳାକେ ଟ୍ରକଟି ଆଗକୁ ବଢ଼ିବାରେ ଲାଗିଛି । ପହଞ୍ଚି ଗଲା ଯାଇ ଲକ୍ଷଣ ନାଥ ତନଖି ଫାଟକ ପାଖରେ । ଏଇଠି ଟ୍ରକ୍ ର ସମସ୍ତ କାଗଜ ପତ୍ର ତନଖି କରାଗଲା । ଏଇଠି ମଧ୍ୟ ଖାକି ବାବୁ ଟ୍ରକକୁ ଅଟକାଇ ଦେଲେ ଆଉ ଆଗକୁ ଯାଇ ତେର ହଜାର ଟଙ୍କା ବିନିମୟରେ ପକେଟ୍ ଗରମରେ ଟ୍ରକକୁ ଆନ୍ଧ୍ର ଅଭିମୁଖେ ଗତି କରିବାକୁ ଅନୁମତି ଦେଲେ । ସେତେବେଳକୁ ସଂଧ୍ୟା ନଇଁ ନଇଁ ଆସୁଥାଏ ତୋ କଥା ମୋତେ ଅଧିକରୁ ଅଧିକ ମନେ ପଡୁଥାଏ ରେ ଧନ ।

    ନିଃଶବ୍ଦ ରାତିରେ ଆନ୍ଧ୍ର ପ୍ରଦେଶ ଆଡ଼କୁ ଟ୍ରକ୍ ଟି ଆଗକୁ ବଢ଼ିବାରେ ଲାଗିଛି । ରାସ୍ତାର ଖାଲଢିପ ସହ ସାଥି ମାନଙ୍କ ଖୁରା ମାଡ଼ରେ ଦେହ ମୋର ଖଣ୍ଡିଆ ଖାବରା ହୋଇ ଯାଇଥାଏ ଦେହରୁ ଅଧିକରୁ ଅଧିକ ରକ୍ତ ଝରୁଥାଏ ଆଉ ପାଟିରୁ ଝରୁଥାଏ ଲହୁ । ଆଉ ଅନବରତ ବୋହି ଚାଲିଥାଏ ମୋ ଦେହରୁ ରକ୍ତ। ବୋଡି ଭରୁ ଟ୍ରକଟି ଯାଇ ବାଙ୍ଗଲାଦେଷ ସୀମାରେଖା ଫରଦିପୁର ଗାଁର କଂସେଇ ଖାନା ପାଖକୁ ପହଞ୍ଚିଗଲା କଂସେଇ ଖାନାରୁ ଗୋ ମାଂସ ଗନ୍ଧ ବାଜିବା ମାତ୍ରେ ମୋ ଦେହ ଶୀତେଇ ଉଠିଲା ।

    କିଛି ସମୟ ପରେ ଆମ ଉପରୁ ତମ୍ବୁ ଟିକୁ କାଢି ନିଆଗଲା ଟିକେ ବାହାର ପବନ ବାଜିବାରୁ ଦେହ ଟିକେ ଭଲ ଲାଗିଲା । ହେଲେ ସେ ପବନରେ ଗୋ ମାଂସର ଗନ୍ଧ ହଠାତ୍ ଦୁଇ ଦାନବ ଟ୍ରକ୍ ଭିତରକୁ ମାଡ଼ି ଆସିଲେ ଆଉ ଆମକୁ ଗୋଟି ଗୋଟି କରି ଫିଙ୍ଗି ଚାଲିଲେ। ତଳକୁ ଓଃ କି କଷ୍ଟ ରାମ ଆଉ ମୁଁ ପାଖାପାଖି ପଡ଼ିଥାଉ। ରାମ ମୋତେ ମା ବୋଲି ଡାକି ପାରୁନି କି ମୁଁ ତାକୁ ସ୍ନେହରେ ଟିକେ ଗେଲ କରି ପାରୁନି କିଛି ବି କରି ପାରୁ ନ ଥାଏ । ମୋର କଷ୍ଟ ସହ ରାମର କଷ୍ଟ ହୃଦୟକୁ ବିଦୀର୍ଣ୍ଣ କରୁଥାଏ । ପାଟିରୁ ଲହୁ ଆଉ ଆଖରୁ ଲୁହ ଏକାକାର ହୋଇ ଯାଇଥାଏ । 

  ପ୍ରତ୍ୟେକଙ୍କୁ ଏକ ଏକ ଶିକୁଳିରେ ବାନ୍ଧି ଦିଆଯାଇଥାଏ । ମୋ ରାମର ପାଳି ଆଗ ପଢିଲା ଶିକୁଳିଟି ରାମର ଗୋଡ଼ରେ ବାନ୍ଧି ଉପରକୁ ଟେକିନେଇ ଗଲେ ତଳକୁ ମୁଣ୍ଡ ଓ ଲାଞ୍ଜ ଓହଳି ପଡିଲା । ପାଟିରେ ଥିବା ରକ୍ତ ଭକ୍ କରି ମେଞ୍ଚାଏ ତଳକୁ ପଡ଼ିଲା । ମୋ ଛାତି ଫାଟି ଯାଉଥାଏ ଦୁଇ ଘଣ୍ଟା ଏମିତି ତଳମୁହା ହୋଇ ରହିଲା ପରେ ଟକମକ ଫୁଟୁଥିବା ଗରମ ପାଣି ଏକ ପାଇପ୍ ଯୋଗେ ଆଣି ତା ଦେହରେ ପକାଇଲେ ରାମ ମୋତେ ବିକଳରେ ଦେଖୁଥାଏ ।

     ରାମର ପାଟିରୁ ଅନବରତ ଲୁହ ଆଉ ଆଖରୁ ଲୁହ ଏକାକାର ହୋଇ ଝରୁଥାଏ । ଗରମ ପାଣିର ମାଡ଼ର କଷ୍ଟରେ ମେଞ୍ଚାଏ ଝାଡ଼ା କରିଦେଲା । ଜୀବନ ବିକଳରେ ରାମ ଛଟପଟ ହେଉଥିଲା । ବଞ୍ଚି ଥାଉ ଥାଉ ତା ଜୀବନ୍ତ ଦେହରୁ ଚମଡା କାଢ଼ିବା ଆରମ୍ଭ କରିଦେଲେ ।

      ରାମ ଦେହରୁ ରକ୍ତର ନଇଁ ଛୁଟି ଚାଲିଥାଏ । ଚମଡା ବାହାର କରି ସାରିବା ପରେ ଚକ୍ ଚକ୍ ଦିଶୁଥିବା ଦୁଇ ସଙ୍ଗକୁ କଚ୍ କରି ହାଣି ଦେଲେ । ଧାରୁଆ ଛୁରୀରେ ମାଂସ ଖଣ୍ଡ ଖଣ୍ଡ କରି କାଟି ଚାଲିଲେ । ମାଂସ କାଟୁ କାଟୁ ଦାନବଟି ରାମ ପାଟିରେ ସିଲେଇ କରି ଦିଆଯାଇଛିଥିବା ସୂତାକୁ ଫିଟାଇ ଦେଲେ । ରାମ ହମ୍ବା ରୋଢି ଛାଡି ଶେଷ ନିଶ୍ବାସ ତ୍ୟାଗ କଲା ହେ ଭଗବାନ ମୋତେ କଣ ଏସବୁ ଦେଖିବାକୁ ବଞ୍ଚେଇ ରଖିଥିଲେ । ରାମ ପରେ ମୋର ବି ସେହି ଅବସ୍ଥା ହେବ ମୋର ଧନ ଜାଣିଛୁ ହେଲେ ଟ୍ରକ୍ ଚଢ଼ିଲା ଦିନରୁ ଜୀଅନ୍ତା ମୋଡ଼ ପାଲଟିଛି । ମୋଢର ଜୀଇବା ମରିବା କଣ ଯେ ଆଉ କି କଷଣ ଦେବେ । ଆଉ କିଛି ଲେଖି ପାରୁନିରେ ତୋ ନିଜର ଯତ୍ନ ନିଜେ ନେବାକୁ ଚେଷ୍ଟା କରିବୁ। ସମୟରେ ଖାଇନେବୁ ରତ୍ନାକର ବାବୁଙ୍କୁ କହିବୁ ତୋତେ କେବେ ବାହାରକୁ ଛାଡିବେ ନାହିଁ କି ତୋତେ କେବେବି ବିକିବେ ନାହିଁ ।


Rate this content
Log in