Dambaru Gouda

Others

4  

Dambaru Gouda

Others

ଭୟାନକ କାଳରାତ୍ରି

ଭୟାନକ କାଳରାତ୍ରି

4 mins
410


      ଶତାବ୍ଦୀର ଏହି ଭୟାନକ କାଳରାତ୍ରି ଆଜି ଓଡ଼ିଶାରେ ତାଣ୍ଡବ ରଚିଛି । ହଠାତ୍ କଳା ହାଣ୍ଡିଆ ମେଘ ଢାଙ୍କି ଦେଲା ପରି ଓଡ଼ିଶାକୁ ମାଡ଼ି ଆସିଲା ଭୟାନକ କାଳରାତ୍ରି । କିଏ ଜାଣିଥିଲା ଏମିତି ଏକ କାଳ ଯମ ଜଗି ବସିଛି ବୋଲି । ଏହି କାଳ ରାତ୍ରୀ ରେ ଅନେକ କିଛି ହରାଇବାକୁ ପଡ଼ିଲା କାହାର ସୁନାର ସଂସାର ଉଜୁଡି ଗଲା ତୋ କାହାର ବଂଶ ନିପାତ ହୋଇଗଲା । ସତରେ ବାସ୍ତବରେ ମଣିଷ ଜୀବନ ଏକ ପାଣି ଫାଟକା ସଦୃଶ୍ୟ କେତେବେଳେ ଅବା ଉଭେଇ ଯାଏ ତାହା କେହି ମଧ୍ୟ ଜାଣି ନଥାନ୍ତି । ଛାତି ଫାଟିଯାଏ ଦେହର ଲୋଭ ଟଆଙ୍କଉରଇ ଉଠେ ,ସେ ଅତିବ ଦାରୁଣ ମର୍ମନ୍ତୁଦ ରେଳ ଦୁର୍ଘଟଣା ଭୟଙ୍କର କାଳରାତ୍ରି ବାହାନଗା ମର୍ମନ୍ତୁଦ ରେଳ ଦୁର୍ଘଟଣା ର ଦୃଶ୍ୟ ।

      ୨୦୨୩ ମସିହା ଜୁନ ୦୨ ତାରିଖ ଶୁକ୍ରବାର ଦିନ ସନ୍ଧ୍ୟା ସମୟରେ ଏପରି ଏକ ଭୟାନକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଗ୍ରସ୍ତ ଓଡ଼ିଶାରେ ତାଣ୍ଡବ ରଚି ଦେଇ ଗଲା । ଏହା ବାଲେଶ୍ୱର ଜିଲ୍ଲା ବାହାନଗା ଠାରେ ଏପରି ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଛି । କରମଣ୍ଡଳ ନାମକ ଏକ ଟ୍ରେନ ଟି ଦୃତ ଗତିରେ ଯାଉଥିବା ବେଳେ ମାଳବାହି ଟ୍ରେନଟି କୁ ଧକ୍କା ଦେଇଥିଲା ଟ୍ରେନଟି ହଠାତ୍ ଲାଇନଚ୍ୟୁତ ହୋଇ ଯାଇଛି । ଯାହା ଫଳରେ ହଠାତ୍ ଦୁର୍ଘଟଣା ଗ୍ରସ୍ତ ରେ ସମ୍ମୁଖୀନ ହେବାକୁ ପଡିଛି । ଏହି ମର୍ମନ୍ତୁଦ ରେଳ ଦୁର୍ଘଟଣା କାହାର ସୁନାର ସଂସାର ଉଜୁଡି ଯାଇଛି ତୋ କାହାର ବଂଶ ନିପାତ ଯାଇଛି ଏପରି ଏକ କାଳରାତ୍ରି ଗତକାଲି ତାଣ୍ଡବ ରଚି ଦେଇ ଯାଇଛି ।

     'ଦୃତ ଗତି ମହା ବିପତ୍ତି ' ସତରେ ମଣିଷ ଜୀବନ ଏକ ପାଣି ଫଟକା ସଦୃଶ୍ୟ କେତେବେଳେ ଏହା ଉଭେଇ ଯାଏ ତାହା କେହି ମଧ୍ୟ ଜାଣି ନଥାନ୍ତି । ହସ ଖୁସିରେ ଥଟା ମଜା ସାଥେ ପୁଣି ତାସମାଡି,ଅନ୍ତାକ୍ଷରୀ ବାଦାମ,ମଟର,ଚାହା କଫି ସଙ୍ଗେ କିଏ ଗାଉଥିଲା ଝାଲମୁଢି । କିଏ ଗୋପୁଥିଲା ପୁରୀ ଯିବ ବୋଲି ସ୍ନାନ ଯାତ୍ରା ଦେଖିବାକୁ , ଆଉ କିଏ କହୁଥିଲା ଚେନ୍ନାଇ ରେ ଯାଇ ଚାକିରି ଟିଏ ଖୋଜିବି ବୋଲି । ସେତେବେଳକୁ ଯାତ୍ରୀ ମାନେ ବି ଖୁସିରେ ଗୋପୁଥିଲେ ଆଉ ବିକାଲି ମାନେ ମଧ୍ୟ ଖୁସିରେ ବିକୁଥିଲେ । ଟ୍ରେନଟି ତା ପଛେ ଦୃତ ଗତିରେ ଚାଲିଛି । ଛାଡି ବାଲେଶ୍ଵର ଧରିବ ଭଦ୍ରକ କରମଣ୍ଡଳ ନାମକ ଟ୍ରେନଟି । ହଠାତ୍ ସେତେବେଳେ ବାହାନଗା ଠାରେ ମାଲ ଗାଡି ସାଥେ ହେଲା ଧକ୍କା ମୁହାଁମୁହିଁ । ପନ୍ଦର ଡବା ତା ଧାରଣାରୁ ଖସି ରୋକି ଦେଲା ତାକୁ ନେଇ ସେଥିରୁ ସାତଟି ଡବା ଦୃତ ଗତିରେ ଅନ୍ୟ ପାଖ ଧାରଣାରେ ପଡ଼ିଗଲା ଯହିଁ ଆଖିର ପିଛୁଳାକେ ଲାଇନଚ୍ୟୁତ ହୋଇ । ଯାତ୍ରୀମାନଙ୍କ ଚିତ୍କାରରେ ଏମନ୍ତ ସମୟରେ ଯଶୋବନ୍ତପୁର ହାଓଡ଼ା ସେ ଦୃତଗାମୀ ଅତି ଦୃତ ବେଗରେ ଆସି ଚଢ଼ିଗଲା । ଆଉ ସେ ସାତ ପଡ଼ାରେ ପୁଣି ଆଖି ପିଛୁଳାକେ ଦୁଇ ଦୁଇ ଥର କାଳଯମ ଜଗି ବସି ଥିଲା । ଦୁଇ ଶହ ଅଣ ତିରିଶି ଯାତ୍ରୀମାନଙ୍କ ଜୀବନକୁ ଦେଲା ନାଶକରି । ଆଉ ନଅ ଶହ ଯାତ୍ରୀ ଆକୁଳ ଚିତ୍କାର ରେ ଡାକୁଥିଲେ ସାହାଯ୍ୟ ପାଇଁ । ସ୍ଥାନୀୟ ଜନତା ମାନେ ସେଠାରେ ପହଞ୍ଚି ସାହାଯ୍ୟ ହାତ ବଢେଇମାନେ ।

      ସନ୍ଧ୍ୟା ସମୟରେ ଦୁର୍ଘଟଣା ପରେ ଅନ୍ଧାର କାଳରାତ୍ରି ରେ ଆହତ ଯାତ୍ରୀ ମାନଙ୍କୁ ଉଦ୍ଧାର କରି ଚାଲିଲେ । ସେଠାରେ ଦୃତ ଗତିରେ ରାଜ୍ୟ ଓ କୈନ୍ଦ୍ରର ଉଦ୍ଧାର କାରିମାନେ ଆହତ ମାନଙ୍କୁ ନେଇ ବାଲେଶ୍ୱର ସୌର ଭଦ୍ରକ ଡାକ୍ତର ଖାନାକୁ ଯାତ୍ରୀ ମାନଙ୍କୁ ଆଣିବାର ବ୍ୟବସ୍ଥା କରିଥିଲେ । ଖାଦ୍ୟ ପାନୀୟ ଦେଇ ଯାତ୍ରୀ ମାନଙ୍କୁ ସ୍ଥାନୀୟ ଲୋକେ ସେମାନଙ୍କର ସେବା ଶୁଶ୍ରୁଷାର ଲାଗିଥିଲେ । ସେମାନେ ସେମାନଙ୍କର ମାନବିକତାର ପରିଚୟ ଦେଇଥିଲେ । ବିଭିନ୍ନ ଡାକ୍ତରଖାନାରେ ଏବେବି ରକ୍ତ ଦାନ ଦେବାପାଇଁ ସ୍ଥାନୀୟ ଯୁବକମାନେ ଠିଆ ହୋଇଛନ୍ତି । ଧାଡ଼ିରେ ସେଥିପାଇଁ ମାନବିକତା ତ ସରିନି ଏବେବି ବଞ୍ଚିଛି ସମାଜରେ । ଯାହାର ଝଲକ ଦେଖିବାକୁ ମିଳିଥିଲା ଏହି ମର୍ମନ୍ତୁଦ ରେଳ ଦୁର୍ଘଟଣା ଗ୍ରସ୍ତ ରେ । ବହୁତ ଲୋକଙ୍କ ଶବକୁ ଚିହ୍ନି ହେଉନାହିଁ । ଏହି ଦୁର୍ଘଟଣା ଗ୍ରସ୍ତ ରେ କାହାର ସୁନାର ସଂସାର ଉଜୁଡି ଯାଇଛି କେତେ ଯେ ଲୁହ ଗଡି ଯାଇଛି କାହାର ହାତ କାହାର ଗଡ଼ କାହାର ବେକ ଦେହରୁ ଅଲଗା ହୋଇଯାଇଛି । ଆଜି ସେ ଜାଗାରେ ହଜାର ହଜାର ଲୋକଙ୍କ କ୍ରନ୍ଦନରେ ସେ ମାଟି ଥରି ଉଠିଛି ।ଲୁହ ଆଉ ଲହୁରେ ରକ୍ତର ମାଟି ହୋଇ ଯାଇଛି । କିଏ ବାପା ମା ଙ୍କୁ ହରାଇଲା ତୋ କିଏ ନିଜ ସ୍ବାମୀଙ୍କୁ ହରାଇଲା ଏପରି ଏକ ଭୟାନକ କାଳରାତ୍ରି ରୂପର ଛାୟା ଖେଳିଯାଇଛି ।

    ସାରା ଭାରତର ଲୋକ ବସିଥିଲେ କେତେ ଖୁସି ଗପ ଖୋଲି ଆନନ୍ଦ ମନରେ ଗନ୍ତବ୍ୟ ସ୍ଥଳରେ ସହଜରେ ଯିବେ ବୋଲି । କିଏ ବସିଥିଲା ବାପା ମା କୋଳରେ କିଏ ଥିଲା ସ୍ଵାମୀ ସଙ୍ଗେ କିଏ ଥିଲା ନିଜ ପରିବାର ସାଙ୍ଗରେ ତୋ କିଏ ଥିଲା ଭାଇ ଭଉଣୀ ସାଙ୍ଗରେ ପୁଣି କିଏ ଥିଲା ସାଙ୍ଗସାଥିଙ୍କ ସାଙ୍ଗରେ । କିଏ ଡାକୁଥିଲା ଚା ଆଳୁଚପ ଗୀତ ଗାଇ ନାନା ରଙ୍ଗରେ । କିଏ ଦେଖୁଥିଲା ଝରକା ପାଖରେ ବସି ବାହାର ର ଦୃଶ୍ୟ ଦେଖିବାକୁ ପୂରୁବ ଆକାଶେ ଉଇଁ ଦେଖୁଥିଲା ନୂଆ ନୂଆ ଦୃଶ୍ୟ ଶଶି । ସେମାନଙ୍କ କାହାଣୀ ସରିନି କି ସେମାନଙ୍କର ଆଶା ବି ପୁରଣ ହୋଇନାହିଁ । କେଉଁଠି ଲୁଚିଥିବା କାଳଯମ କାଳରାତ୍ରି ଓଡ଼ିଶାକୁ ମାଡ଼ି ଆସିଲା ।  

     ଯିଏ ଦୁନିଆ ଛାଡି ଗଲା ହେଲା ପାରି ଯିଏ ଦେଖିଛି ସେ କେବେ ଏହି ଛାତିଥରା ଦୃଶ୍ୟକୁ ଭୁଲି ପାରିବନି । ଛାତିଥରା ଲୋମଟାଙ୍କୁରା ଦୃଶ୍ୟ । ଲୋକ ଲହୁ ଲୁହାଣ ହୋଇ କିଏ ସାହାଯ୍ୟ ମାଗୁଥିଲେ ଜୀବନ ଵଞ୍ଚାଇବା ପାଇଁ ତ କିଏ ଟିକେ ପାଣି ମାଗୁଥିଲେ । ଆଜି ରାଜ୍ୟରୁ ଦେଶରେ ସମସ୍ତଙ୍କ ଆଖିରେ ଲୁହ ସେ ଅତିବ ଦାରୁଣ ମର୍ମନ୍ତୁଦ ଭୟଙ୍କର କାଳରାତ୍ରି ବାହାନଗା ମର୍ମନ୍ତୁଦ ରେଳ ଦୁର୍ଘଟଣା ଦୃଶ୍ୟ । ମଣିଷ ଜୀବନ ଦୁଇ ଦିନ ମାତ୍ର ଆଜି ଅଛି କାଲିକି ନଥିବ ଆଉ ଏ ଜୀବନ ପାଣି ଫଟକା ପରି କେତେବେଳେ ଫାଟିଯିବ ଜାଣିହେବ ନାହିଁ । ହେ ଜଗତର ନାଥ ଜଗନ୍ନାଥ ଏମିତି କାଳରାତ୍ରି ଆଉ କେବେ ନ ଆସୁ । ଯେଉଁମାନେ ଅସୁସ୍ଥ ଅଛନ୍ତି ସେମାନେ ଶିଘ୍ର ସୁସ୍ଥ ହେଇଯାଆନୁ ଆଉ ସେମାନଙ୍କର ଚଞ୍ଚଳ ଜୀବନର ସୁନ୍ଦରତା ପୁଣି ଥରେ ଗଢି ତୋଳନ୍ତୁ । ଏବଂ ସେମାନଙ୍କ ସୁନାର ସଂସାର ପୁଣି ଥରେ ହସି ଉଠୁ।"

 


 ୍


Rate this content
Log in