Dambaru Gouda

Others

4  

Dambaru Gouda

Others

ଗରିବ ପିଲାର ପାଠପଢ଼ା

ଗରିବ ପିଲାର ପାଠପଢ଼ା

3 mins
363


      ନିରବରେ ବସି ଜଗବନ୍ଧୁ ଭାଇ ନିଜ ଜୀବନର ଅଗଣିତ ଅଧ୍ୟାୟକୁ ଖୋଜିବାକୁ ଚେଷ୍ଟା କରୁଥିଲେ । କିନ୍ତୁ ତାଙ୍କ ଜୀବନରେ ଏମିତି ଏକ ସମୟ ଆସିଲା ଯାହା ସବୁଦିନ ପାଇଁ ଦୁଃଖ ଦାୟକ ହୋଇ ରହିଗଲା ଯାହାକୁ ଜଗବନ୍ଧୁ ଭାଇ ହଜାର ଦୁଃଖକୁ ଛାତିରେ ଚାପି ରଖିଛି । କେବଳ ସେତିକି ନୁହେଁ ଜଗବନ୍ଧୁ ଭାଇ ଜନ୍ମରୁ ଏକ ଦିବ୍ୟାଙ୍ଗ । ନିଜ ଦେହରେ ବେମାରକୁ ଧରି ମଧ୍ୟ ଜଗବନ୍ଧୁ ଭାଇ ପାଠପଢ଼ା ରେ ଆଗେଇ ଚାଲିଥିଲେ । ସମୟର ପରିବର୍ତ୍ତରେ ବାଧା ସାଜିଲା ଅର୍ଥ ।

        ଅଙ୍କାବଙ୍କା ଘାଟି ରାସ୍ତା ଉପରେ ଦେଇ ଯିବାକୁ ପଡ଼େ ପୁରୁଣାଗୁଡା । ଚାରି ଆଡେ଼ ପାହାଡ଼ ପର୍ବତ ଘେରା ମଝିରେ ଛୋଟିଆ ଗାଁଟି ଖୁବ ସୁନ୍ଦର ସେ ଲୋକମାନେ ସେ ଗାଁରେ ଆଦିବାସୀ ପରମ୍ପରା ଏବେ ମଧ୍ୟ ବଜାଏ ରଖିଛନ୍ତି ।ଖୁବ୍ ସରଳ ଆଉ ବିଶ୍ଵାସୀ । ସେହି ଗାଁର ୨୩ ବର୍ଷୀୟ ଯୁବକ ଜଗବନ୍ଧୁ ଖୁବ ସରଳ, ବିଶ୍ଵାସୀ ଏବଂ ନିରିହ ପିଲାଟି କେବେ ଦି ପଇସା ଏସ୍ କରି ଉଡ଼େଇ ଦିଏ ନାହିଁ। ତାଙ୍କ ମନରେ ସବୁବେଳେ ଗୋଟିଏ ଚିନ୍ତା ମୁଁ ଆଗକୁ ବଢ଼ିବାକୁ ଚାହୁଁଛି। ଆଉ କିଛି କରିବାକୁ ଚାହୁଁଛି। କିନ୍ତୁ ସବୁବେଳେ ଅର୍ଥ ଆଗରେ ଜଗବନ୍ଧୁ ହାରିଯାଉଛି ।

      ଜଗବନ୍ଧୁ ସବୁବେଳେ କହୁଥିଲା ମୁଁ ଦିନେ ଭଲ ମଣିଷଟିଏ ହେବି ଆଉ ସମାଜ ପାଇଁ କିଛି କରିବି ପିଲାଟି ସବୁବେଳେ ଅନ୍ୟର ସାହାଯ୍ୟ ପାଇଁ ଆଗୁଆ ହାତ ବଢ଼ାଏ ।

ଜଗବନ୍ଧୁ ବଡ଼ ମାଝିଗୁଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ଦଶମ ଶ୍ରେଣୀରେ ୮୦% ନମ୍ବର ରଖି ପାସ ହୋଇଥିଲେ ।

ଏହି କଥା କେବଳ ଗୋଟିଏ ଗରିବ ପିଲା ହିଁ କହିପାରିବ ଯେ ଗୋଟିଏ ପ୍ରାଇଭେଟ୍ କଲେଜରେ ପାଠ ପଢ଼ିବାକୁ ହେଲେ ପଇସାର କେତେ ଆବଶ୍ୟକତା ପଡ଼େ। ଜଗବନ୍ଧୁ ଅଭାବ ଅନାଟନ ଭିତରେ ରହି ମଧ୍ୟ ୨ ବୋରିଗୁମ୍ମା ଭୈରବ ମହାବିଦ୍ୟାଳୟ ରେ ପାଠ ପଢ଼ିଲେ ଆଉ ୭୫% ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିଲେ।

    ଜଗବନ୍ଧୁ ଭାଇର ପରିବାର କହିଲେ ଜଗବନ୍ଧୁ ହିଁ ନିଜେ ଏକଲା ମଣିଷଟିଏ ଜଗବନ୍ଧୁ ଭାଇ କୁ କୌଣସି ସରକାରୀ ସୁବିଧା ମିଳିପାରି ନାହିଁ। ନା ରହିବାକୁ ଘର ଟିଏ ନା ସରକାରଙ୍କ ପକ୍ଷରୁ ବାର୍ଦକ୍ୟ ଭତ୍ତା ଟିଏ । ଜଗବନ୍ଧୁ ଅନେକ ଦୁଃଖ କଷ୍ଟ ସହି ଛୋଟିଆ ଚାଲ ଛପର ଘରେ ଏକୁଟିଆ ମଣିଷ ରହେ ଆଉ ବାଡି ବଗିଚାରେ ଚାଷବାସ ପନିପରିବା ଟିକିଏ କରେ । ସେହି ପନିପରିବା ବଜାରକୁ ବିକ୍ରି କରି ଯାହା ଦି ପଇସା ପାଏ ସେଥିରେ ସେ ନିଜେ ଚାଲିଯାଏ । କିନ୍ତୁ ତା ପାଠପଢ଼ା ପାଇଁ ଅଧିକ ଟଙ୍କା ଦରକାର । ପଇସା ର ଅସୁବିଧା ସତ୍ତ୍ୱେ ଜଗବନ୍ଧୁ ସ୍ନାତକ ଶିକ୍ଷା ଲାଭ କରିବାକୁ ପୁଣି ଥରେ ପ୍ରାଇଭେଟ୍ କଲେଜରେ ପୁଣି ଥରେ ନାମ ଲେଖାଇଲେ ବୋରିଗୁମ୍ମା ଭୈରବ ଡିଗ୍ରୀ ମହାବିଦ୍ୟାଳୟ ରେ ୩ ଓଡ଼ିଆ ବିଭାଗରେ ନାମ ଲେଖାଇଲେ । ଜଗବନ୍ଧୁ ତିନି ବର୍ଷ ଅନେକ ଦୁଃଖ କଷ୍ଟ ସହି ପାଠପଢ଼ା ରେ ସ୍ନାତକ ମହାବିଦ୍ୟାଳୟରେ ୮୨% ନମ୍ବର ରଖି ପାସ୍ ହୋଇଥିଲା । 

     ଅର୍ଥ ଆଗରେ ଜଗବନ୍ଧୁ ହାର ମାନି ନାହିଁ ଅର୍ଥ ଅଭାବ ସତ୍ତ୍ୱେ ମଧ୍ୟ ଜଗବନ୍ଧୁ ନିଷ୍ପତ୍ତି ନେଲେ ଆଗକୁ ବଢିବା ଆଉ ସ୍ନାତକୋତ୍ତର ଶିକ୍ଷା ଲାଭ କରିବାକୁ। ଜଗବନ୍ଧୁ ସ୍ନାତକୋତ୍ତର ଶିକ୍ଷା ଲାଭ କରିବାକୁ ପର୍ମ ଆବେଦନ କଲେ। ତା ପରେ ଜଗବନ୍ଧୁର ଆବେଦନ କରିଥିବା ପର୍ମ ଟି ସିପିଇଟ ଏନ୍ଟ୍ରାସ ସେଣ୍ଟର କୋରାପୁଟ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ପଡ଼ିଥିଲା । ୧୭ ତାରିଖ ଜୁଲାଇ ମାସରେ ଏନ୍ଟ୍ରାସ ଦେବାକୁ ଜଗବନ୍ଧୁ ବାହାରି ପଡିଲେ । ବୋରିଗୁମ୍ମା ଦେଇ ଜୟପୁର ଅଭିମୁଖେ ବାହାରି ପଡିଲେ । ସେ ଖୁବ ଜରରେ ବର୍ଷା ହେଉଥାଏ । ନିରିହ ପିଲାଟି ଜୟପୁର ପହଞ୍ଚି ବସଷ୍ଟାଣ୍ଡ ରେ ଛିଡ଼ା ହୋଇ ଯାଇଥାଏ । ଛାତାଟିଏ ଧରି ଆଉ ସେ ଦିନ ବର୍ଷା କମିବାର ନାଁ ନଥିଲା ସମୟ ଗଢ଼ି ଚାଲିଥାଏ ।

   ହଠାତ୍ ଚାରିଜଣ ଦୁର୍ବୃତ ମୁହଁରେ କଳାପଟି ବାନ୍ଧି ଆସିଲେ ଆଉ ସେମାନଙ୍କର ଗାଡ଼ି ଭିତରେ ଟାଣି ନେଇଗଲେ । ମୁଁ ନିରିହ ପିଲାଟି କଣ ବା କରି ପାରିଥାନ୍ତି। ଭୟରେ ମୋର ଛାତି ଥରି ଉଠୁଥାଏ । ସେମାନେ ମୋଠୁ ମୋ ଛୋଡେଇ ନେଲେ ମୋ ପାଖରେ ଥିଲା ତିନି ହଜାର ଟଙ୍କା । ଦୁର୍ବୃତ ମାନେ ଟଙ୍କା ଆଶାରେ ସେ ଦିନ ମୋ ଲାଇଫ ବରବାଦ କରିଦେଲେ। ଆଉ ମୋ ଇଜତ ଲୁଟିନେଲ । ମୋ ପାଖରେ ଟଙ୍କାଟିଏ ବି ନଥିଲା ଜୟପୁର ଠାରୁ ଚାଲି ଚାଲି ଘରକୁ ଫେରି ଆସିଲି । ଆଉ ଏହି କଥା ମୋ ସାଙ୍ଗକୁ ସବୁ କହିଲି । 

   ଏହି ସବୁ କଥା ଶୁଣି ମୁଁ ବହୁତ କାନ୍ଦିଲି ତା ଦୁଃଖ କୁ ସହିନପାରି। ଗୋଟେ ଗୋଟେ କରି ମତେ ସେ ଦିନ ସବୁ କହିଥିଲା । ପାଠପଢି ଭଲ ଚାକିରିଟିଏ କରିବି ବୋଲି ମୋତେ ସବୁବେଳେ କହୁଥିଲା । ଜନ୍ମରୁ ତା ଦେହରେ ବେମାରଟିଏ ଲାଗିଥିଲା ଉ ସେ ଦିନର ଘଟଣାକୁ ନେଇ ଚିନ୍ତାରେ ପଡ଼ିଗଲା । ତା ଦୁଃଖରେ ଆହା ପଦେ କହିବାକୁ କେହି ନଥିଲେ । ସେଇ ଚିନ୍ତାରେ ପଡ଼ିଗଲେ । ଆଉ କିଛି ଦିନ ପରେ ମୋ ସାଙ୍ଗ ଏ ଦୁନିଆ ଛାଡି ସବୁଦିନ ପାଇଁ ଚାଲିଗଲେ । ସେ ଦିନର କଥା ଆଜିବି ମୋତେ ବହୁତ କଷ୍ଟ ଦିଏ ଆଉ ଆଖିରୁ ଦୁଇଟୋପା ଲୁହ ଗଢିଯାଏ । ମଣିଷ ଜୀବନରେ ବେଳେ ବେଳେ ଏମିତି ପରିସ୍ଥିତି ରେ ସାମ୍ନା କରିବାକୁ ପଡେ । ଏମିତି ଏକ ଦୁଃଖର କଥା ଯାହା ମୋ ସାଙ୍ଗ ଜୀବନରେ ଘଟିଥିଲା । ଯାହା ଆଜି ମଧ୍ୟ ସେ କଥା ମନେ ପକାଇଲେ ମୋ ଶୀତେଇ ଉଠେ ଆଉ ଆଖିରୁ ଲୁହ ଅନବରତ ବହିଚାଲେ ।"

     


Rate this content
Log in