STORYMIRROR

Trilochan Karjee

Others

5.0  

Trilochan Karjee

Others

ନିୟମ

ନିୟମ

1 min
996


କୌଣସି କାରଣରୁ ଦୁଇ ଗାଁ ଭିତରେ ଗଣ୍ଡଗୋଳ। ପରିସ୍ଥିତି ଭାରି ଜଟିଳ ହୋଇ ପଡ଼ିଲା। ଏ ଗାଁରୁ ସେଇ ଗାଁକୁ ଯିବା ଆସିବା ସମ୍ପୂର୍ଣ୍ଣ ବନ୍ଦ। ପ୍ରଥମ ଗାଁର ମୁଖିଆଙ୍କର ନିୟମ ହେଲା ସେଇ ଗାଁକୁ ଯିଏ ଯିବ ତାକୁ ପାଞ୍ଚ ଶହ ଏକ ଟଙ୍କା ଜୋରିମାନା ଗାଁ ପାଣ୍ଠିକୁ ଦେବାକୁ ହେବ। ଦ୍ବିତୀୟ ଗାଁର ମୁଖିଆଙ୍କର ନିୟମ ହେଲା ସେଇ ଗାଁକୁ ଯିଏ ଯିବ ସବୁଦିନ ପାଇଁ ଗାଁରୁ ବାସନ୍ଦ କରାଯିବ।

ଠିକ୍ ଠାକ୍ ନିୟମରେ ଚାଲୁଥିଲା ।

....

କିଛି ଦିନ ପରେ ହଠାତ୍ ସବୁ ନିୟମ କୋହଳ ହୋଇଯାଇଥିଲା। କାରଣ ପ୍ରଥମ ଗାଁ ମୁଖିଆଙ୍କର ଝିଅ ସହ ଦ୍ବିତୀୟ ଗାଁ ମୁଖିଆଙ୍କର ପୁଅକୁ ଭଲ ପାଇ ପ୍ରେମ ବିବାହ କରିଛି ।

ଏବେ ଦୁଇ ଗାଁର ଲୋକେ ମିଶି ଉଭୟଙ୍କର ଭୋଜି ଖାଇବା ପାଇଁ ଏକାଠି ହୋଇଛନ୍ତି।

ତ୍ରିଲୋଚନ କାର୍ଯୀ

ପାତ୍ରପୁର,ଗଂଜାମ


Rate this content
Log in