Kalpana Kumari Pradhan

Children Stories

4  

Kalpana Kumari Pradhan

Children Stories

ନିର୍ଜନ ବଣରେ ସାଥୀ

ନିର୍ଜନ ବଣରେ ସାଥୀ

3 mins
406


ସମୟ ପ୍ରାୟ ସାଢେ ଚାରିଟା ହେବ l ଦାଣ୍ଡ ଦୁଆରେ ଆସି ଲାଗିଲା ବସ l ସମସ୍ତେ ଚଳ ଚଞ୍ଚଳ l ଜେଜେ ଡାକ ଛାଡୁଥାନ୍ତି, ଜଣ ଜଣ କରି ଗାଡ଼ିରେ ବସିପଡ଼ l ରାତି ପାହି ଯିବ l କେତେ ବାଟ ଯିବାର ଅଛି l

   ତ୍ରିଶା ଆଉ ତା ବାପା, ମା ଆଉ ବଡ଼ ଭାଇ ତଥା ପରିବାର ଅନ୍ୟାନ୍ୟ ସଦସ୍ୟ ସବୁ ବସିଲେ l ବସ ଯାତ୍ରା ଆରମ୍ଭ କଲା l ପ୍ରାୟ ଶୀତ ଦିନ ଆସିଲେ ସମସ୍ତ ଙ୍କ ମନରେ ଏକ ଖୁସି ଲହରୀ ଖେଳି ଯାଏ l ପରିବାର ହେଉ ଅବା ସ୍କୁଲ, କଲେଜ ଅବା ସାଙ୍ଗ ସାଥୀ ସବୁଠି ଭ୍ରମଣ ପାଇଁ ଆୟୋଜନ l ଆମର ଜେଜେ ବି ସେପରି ସପରିବାର ଯାଇ ଏକ ବଣ୍ୟ ପରିବେଶ ରେ ଗୋଟିଏ ଦିନ ଅତିବାହିତ କରିବାକୁ ଚାହୁଁଥିଲେ l ଜେଜେ ଶୀତ କୋର୍ଟ ସାଙ୍ଗକୁ ମଫୁଲର ଭିଡି ଡ୍ରାଇଭର ପାଖରେ ବସିଥାନ୍ତି l ଧୀରେ ଧୀରେ ଘନ ଅନ୍ଧକାର ପ୍ରଶମିତ ହେଉଥିଲା କୁଜ୍ଝଟୀକାର ସଫେଦ ଓଢ଼ଣୀ ସ୍ପଷ୍ଟ ପ୍ରତୀତ ହେଉଥିଲା l ବସ ର ଗ୍ଲାସ ରେ ଲାଗିଥିବା କାକର ବିନ୍ଦୁ କୁ ଆଡେଇ ଦେଖୁଥିଲି ଦୁଇ ପାର୍ଶ୍ଵ ର ପ୍ରକୃତି କୁ l ଶୀତ ର ବି ମଜା ନେଉଥିଲୁ ଆମେ ଛୋଟ ଛୋଟ ଭାଇ ଭଉଣୀ ମାନେ l ଜେଜେ ଆଉ ମା, ବାପା,ଦାଦା,ଖୁଡ଼ି ଓ ବଡ଼ ଭାଇ ଭଉଣୀ ରୋଷେଇ କାର୍ଯ୍ୟ ରେ ଲାଗିଲେ l ଠିକ ସମୟରେ ଖାଇବା କାର୍ଯ୍ୟକ୍ରମ ସରିଲା l ଏହି ସମୟ ରେ ଆମେ ଭାଇ ଭଉଣୀ ଖେଳ ରେ ମସଗୁଲ ଥିଲୁ l ସେହି ପିକନିକ ସ୍ଥଳି ର ଅଳ୍ପ ଦୂରେ ବହି ଯାଉଥିଲା ଏକ ସୁନ୍ଦର ଝରଣା ଟିଏ l ଖାଇ ସାରି ସମସ୍ତେ ଏକାଠି ବସି ବିଭିନ୍ନ ଖେଳ କୌତୁକ କରୁଥାନ୍ତି l ମୁଁ ମା ଙ୍କୁ କହି ସେହି ଝରଣା କୂଳେ ବସିଲି l ତାର ସୌନ୍ଦର୍ଯ୍ୟରେ ମୁଁ ଏତେ ମୁଗ୍ଧ ହୋଇଗଲି କେତେବେଳେ ସନ୍ଧ୍ୟା ହେଲା ଜଣା ନାହିଁ l ମୋ ଆଖିରେ ପଡିଲା ଏକ ସୁନ୍ଦର ହରିଣ ଛୁଆ ଟିଏ l ଝରଣା ର ତଟ ଦେଶ ରେ l ମୁଁ ତା ପଛରେ ପଛରେ ଦୌଡୁ ଥାଏ ତାକୁ ଧରିବା ପାଇଁ

 ହଏପଟେ ବସ ବାହାରିବା ପାଇଁ ସଜ ହେଲାଣି l ମା ଙ୍କର ବି ମନେ ନାହିଁ ମୁଁ ସେ ଝରଣା କୂଳକୁ ଯାଇଛି l ସମସ୍ତେ ଭାବିଲେ ମୁଁ ଅନ୍ୟ ଭାଇଭଉଣୀ ସଙ୍ଗରେ ବସ ରେ ବସିଲିଣି ବୋଲି l ଅନ୍ଧାରରେ କେହି ଆଉ ଖୋଜି ନାହାନ୍ତି ତ୍ରିଶାକୁ l ବସ ଅନେକ ଦୂର ଗଲା ପରେ ମା ପଚାରିଲେ "ଶୀତ ବସ୍ତ୍ର ଠିକ୍ ସେ ପିନ୍ଧିଚୁ ତ ତ୍ରିଶା " ନ ହେଲେ ଥଣ୍ଡା ଲାଗିବ l କିଛି ଉତ୍ତର ନାହିଁ l ସମସ୍ତେ ଖୋଜିଲେ ତ୍ରିଶା କାହିଁ, ତ୍ରିଶା ନାହିଁ ବସରେ ! ମା ଭୟରେ ଅସ୍ଥିର ହୋଇପଡିଲେ, ମନେ ପଡିଲା ତ୍ରିଶା ତାଙ୍କୁ କହି ଝରଣା ନିକଟକୁ ଯାଇଥିଲା l ସଙ୍ଗେ ସଙ୍ଗେ ବସ ସେଠୁଁ ଫେରିଲା ।

   ଏପଟେ ତ୍ରିଶା ସେ ସ୍ଥଳି ଫେରି ଦେଖିଲା କେହି ନାହିଁ l ଲାଗିଥିବା ଚୁଲି ନିଆଁର ମିଞ୍ଜି ମିଞ୍ଜି ଆଲୁଅରେ ସେ ଜାଗା ଟି ଅଳ୍ପ ଆଲୋକିତ ଥାଏ l ତା ପାଦ ତଳୁ ମାଟି ଖସିଗଲା ପରି ଲାଗିଲା l ରାତ୍ରି ର ଅନ୍ଧକାର, ଘୋର ଅରଣ୍ୟ ଭିତରେ ସେ ଏକାକୀ l ଯେପରି ତା କ୍ରନ୍ଦନର ଧ୍ୱନି ପ୍ରତିଧ୍ୱନିତ ହେଉଥାଏ l ଝିଙ୍କାରୀର ସ୍ୱର ଧୀରେ ଧୀରେ ତୀବ୍ର ହେବାକୁ ଲାଗୁଥିଲା l ସେ କିଛି ଉପାୟ ନ ପାଇ ଆଖି ବନ୍ଦ କରି ଏକ ଗଛ ପାଖରେ ବସିପଡ଼ିଲା l କାହାର କୋମଳ ସ୍ପର୍ଶ, ସେ ଚାହିଁ ଦେଖିଲା ସେଇ ହରିଣ l ଯାହା ପାଇଁ ସେ ନିଜଲୋକଙ୍କଠୁ ବିଛିନ୍ନ ହୋଇଥିଲା l ସେ ଯେପରି ତା ଦୁଃଖରେ ସମ ଦୁଃଖ ଜଣାଉଛି ତା ସାଙ୍ଗରେ ଥିଲେ ଆଉ ଦୁଇଟି ହରିଣ l ସେଇ ଏକାକୀ ମୁହୂର୍ତ୍ତ ରେ ସେମାନେ ଥିଲେ ତା ନିର୍ଜନତା ର ସାଥୀ l ଏତିକି ବେଳେ ଶୁଭିଲା ବସ ର ହର୍ଣ୍ଣ l ତ୍ରିଶା ର ଖୁସି କହିଲେ ନ ସରେ ମା ଦୌଡ଼ି ଆସି ତାକୁ କୋଳେଇ ନେଲେ l ତ୍ରିଶା ବିଦାୟ ନେଲା ସେଇ ବନ୍ଧୁ ମାନଙ୍କ ଠାରୁ ଯେଉଁମାନେ ତାର ଭୟଭୀତ ପ୍ରାଣର ସାଥୀ ହୋଇଥିଲେ l 


Rate this content
Log in