Kalpana Kumari Pradhan

Children Stories

3.4  

Kalpana Kumari Pradhan

Children Stories

ନିରନ୍ତର ପ୍ରଚେଷ୍ଟା

ନିରନ୍ତର ପ୍ରଚେଷ୍ଟା

2 mins
218


"ସମସ୍ତେ କୁହନ୍ତି ବିଫଳତା, ସଫଳତା ପାଇଁ ପଥ ଉନ୍ମୋଚନ କରିଥାଏ l" ଏହି କଥାଟି ଅକ୍ଷରେ ଅକ୍ଷରେ ସତ ହୋଇଥିଲା ସ୍ନେହା ର ଜୀବନରେ l ସେତେବେଳେ କୁ ସେ ଷଷ୍ଠ ଶ୍ରେଣୀ ରେ ପଢୁଥିଲା l ପିଲାଟି ଦିନରୁ ତାର ବକୃତାରେ ବଡ଼ ଆଗ୍ରହ l ସବୁ ବର୍ଷ ସ୍ୱାଧୀନତା ଦିବସ ଓ ଗଣତନ୍ତ୍ର ଦିବସ ପାଇଁ ବକୃତା ଆୟୋଜନ ହୁଏ l ବର୍ତ୍ତମାନ ପରି ଶିଶୁ ମାନଙ୍କୁ ଉତ୍ସାହିତ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ନ ଥିଲା l ତେଣୁ ନିଜ ସ୍ବପ୍ନ କୁ ସାକାର କରିବାକୁ ହେଲେ ବର୍ଷ କୁ କେବଳ ଦୁଇଟି ସୁଯୋଗ lଅଗଷ୍ଟ ପନ୍ଦର ଆଉ ଦୁଇଦିନ ଥାଏ, ଶ୍ରେଣୀ ରେ ଶିକ୍ଷକ ପଚାରୁ ପଚାରୁ ସ୍ନେହା ଛିଡା ହୋଇ କହିଲା - ସାର ମୁଁ ବକୃତା ଦେବି l ତାର ଆଗ୍ରହ ଦେଖି ସେ ବହୁତ ଖୁସି ହେଲେ l ସନ୍ଧ୍ୟା ରେ ସ୍ନେହା ଘରକୁ ଫେରି ବାପା ଙ୍କୁ କହିଲା ତା ପାଇଁ ପଦେ ଲେଖିଦେବା ପାଇଁ l ବାପା ଙ୍କ ଠାରୁ ସ୍ୱାଧୀନତା ସଂଗ୍ରାମ ଏବଂ ଆମ ସଂଗ୍ରାମୀ ମାନଙ୍କ କଥା ବୁଝିଲା l ସବୁ ତାର ମନେ ରହିଗଲା l

ଆରମ୍ଭ ହେଲା ବକୃତା l ଜଣେ ଜଣେ କରି ବକୃତା ଦେଉଥାନ୍ତି ତାର ସହପାଠୀ ମାନେ l ଆସିଲା ସ୍ନେହା ର ପାଳି l ଏହା ପୂର୍ଵ ରୁ ସେ କେବେ ଏତେ ଲୋକଙ୍କ ଆଗରେ କିଛି କହିନି l ସେଠି ଛିଡା ହେଉ ହେଉ ତା ଗୋଡ ଥରିବାକୁ ଲାଗିଲା l କଣ ଦୁଇ ଧାଡି କହି ନଥିବ କଣ୍ଠ ବି ଥରିଲା l ସେ ବିଶେଷ କିଛି କହିପାରିଲା ନାହିଁ l ତାର ମନ ଭାରି ଦୁଃଖ ହୁଏ ନିଜ ବିଫଳତା କୁ ନେଇ lକିନ୍ତୁ ତାର ଷଷ୍ଠ, ସପ୍ତମ ଦୁଇ ବର୍ଷ ଚାଲିଯାଏ କେବଳ ଚେଷ୍ଟା ରେ କିନ୍ତୁ ସେ ସଫଳ ହୋଇପାରେନି l କିନ୍ତୁ ସେ ତାର ପ୍ରଚେଷ୍ଟା ଛାଡେନି l ସବୁବେଳେ ଭାଗ ନେଉଥିଲା ବକୃତା ପ୍ରତିଯୋଗିତା ରେ l ସେ ଯେତେବେଳେ ଅଷ୍ଟମ ଶ୍ରେଣୀ ରେ ନାମ ଲେଖେଇଲା l ତା ପର ଠାରୁ ସେ ପଛକୁ ବୁଲି ଚାହିଁନି l ସେ ଯେତେବେଳେ ବକୃତା ରେ ପ୍ରଥମ ସ୍ଥାନ ଅଧିକାର କଲା ଅଷ୍ଟମ ଶ୍ରେଣୀ ରେ ପଢୁ ପଢୁ ତା ମନରୁ ଭୟ କୁଆଡେ ଉଭେଇ ଗଲା l ସଫଳତା ପଥରେ ସେ ଆଗେଇ ଗଲା l ଏବଂ ତାର ବିଦ୍ୟାଳୟ ଜୀବନ ସାରା ସେ ବକୃତା ରେ ପ୍ରଥମ ହୋଇଛି l


Rate this content
Log in