Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Kalyani Nanda

Others

3.1  

Kalyani Nanda

Others

ନୀରବତା ଭିତରେ ବ୍ଯସ୍ତତା

ନୀରବତା ଭିତରେ ବ୍ଯସ୍ତତା

2 mins
378


ଲକ ଡାଉନ ....ପ୍ରଥମ ଦିନ/ତା.25/3/2020


ସକାଳ.....,

ଡିଅର ଡାଏରୀ,

ସକାଳଟା ଆଜି ବହୁତ ଶାନ୍ତ ଲାଗୁଛି ।ସୁନ ସାନ ରାସ୍ତା। ବାହାରେ ମର୍ଣିଂ ୱାକରେ ବି କେହି ଦେଖା ଯାଉ ନାହାନ୍ତି । ଅନ୍ଯ ଦିନ ଗୁଡିକରେ ଆମ ସୋସାଇଟି ଭିତରେ ସକାଳୁ ସକାଳୁ ୱାକ ପାଇଁ ଯୁବକ, ଯୁବତୀ, ବୁଢା, ବୁଢାଙ୍କ ଭିଡ ହୋଇଯାଏ।ଆଜି କିନ୍ତୁ ଲକ ଡାଉନ ମାନେ ପୁରା ଲକ ଡାଉନ। ଖୁସି ବି ଲାଗିଲା ଯେ ଯା ହଉ, ଲୋକେ ଅଚାନକ ଆସିଥିବା ବିପଦର ଗୁରୁତ୍ବ ବୁଝିଛନ୍ତି । ଆଜି ମଣିଷ ମାନେ ଘରେ ବନ୍ଦୀ । ବ୍ଯସ୍ତତା ସବୁ ଯେମିତି ବନ୍ଦ ଘର ଭିତରେ କୋଳାହଳ କରୁଛନ୍ତି। ବାହାରେ ଖାଲି ପକ୍ଷୀ ମାନଙ୍କର ଖୁସିର କଳରବ ।ସେମାନେ ଯେମିତି ଏଇ ଏବେ ସ୍ବାଧୀନ । ମୁକ୍ତ ବିହଙ୍ଗର ନାମକୁ ଯେମିତି ଏବେ ସଂପୂର୍ଣ୍ଣ ଭାବରେ ସାର୍ଥକ କରୁଛନ୍ତି ।


ଦ୍ବିପ୍ରହର....,

ଏଇ ସମୟଟି ଭୋଜନ ସମୟ। ମନରେ ଖାଇବା ଚିନ୍ତା । ପେଟ ପାଇଁ ନାଟ। କାଲିକି କଣ ହେବ ଜଣା ନାହିଁ। ଖାଇବା ଚିନ୍ତା ରୁ ଖାଇବା ଜିନିଷ ଚିନ୍ତା। କିଛି ଜିନିଷ ଅଛି କିଛି ନାହିଁ । ଲକ୍ ଡାଉନ ବେଳେ ଖାଇବା ଜିନିଷ କେତେବେଳେ ବନ୍ଦ ହେଇଯାଇପାରେ। ଦୋକାନରେ ଯାହା ମିଳୁଛି ଆଗରୁ ନେଇ ଆସି ଘରେ ରଖିଦେଇଥିବା ଠିକ ହେବ। ପୁଣି ବ୍ଯସ୍ତତା, ଚିନ୍ତାରେ ଭାରାକ୍ରାନ୍ତ ମନ। ଜିନିଷ କେତେ ମିଳିବ ଜଣା ନାହିଁ କିନ୍ତୁ ଦୋକାନ ଯାଏ ଯିବାକୁ ହେବ।ଭିଡ ଭିତରୁ ଯାହା ମିଳିବ ବାଛି ବାଛି ଆଣିବାକୁ ହେବ। 21 ଦିନ କିଛି କମ ନୁହେଁ , ପୁଣି ବଢିବ କି ନାଇଁ କେଜାଣି । ଏଇ ଦ୍ବିପ୍ରହରର ଖରା ସାଂଗକୁ ଜିନିଷ ଧରି ଆସିବା କଥା ଭାବିଲା ବେଳକୁ ଗୋଡ ଦି ଟା ପଛକୁ ଘୋଷାରି ହେଉଥାଏ। କିନ୍ତୁ ଯିବାକୁ ତ ହେବ। ଅଗତ୍ୟା ବାହାରିଲି। ଖାଦ୍ଯ ତ ଯୋଗାଡ କରିବାକୁ ହେବ। କରୋନା ରେ ହେଉ ନହେଉ ଖାଦ୍ଯ ବିନା ମରିବ କିଏ ?


ସନ୍ଧ୍ଯା....,

ଯାହା ମିଳିଛି ସେତିକିରେ ସନ୍ତୋଷ କରିବା କଥା। ଯେତିକି ଅଛି ସେତିକି ଭାଗ, ମାପ କରି ଦିନ ବିତାଇବା କଥା। ସନ୍ଧ୍ଯାରେ ବାଲକୋନି ରେ ବସି ଚା ପିଉ ପିଉ ଆଜି ଦିନ କଥା ଭାବୁ ଥାଏ । ପାନ , ସିଗାରେଟ, ବିଡି, ମଦ ଅଭ୍ଯାସ ଥିବା ଲୋକଙ୍କର କଥା। କି ବିକଳ ଅବସ୍ଥା ସେମାନଙ୍କର ! ଦୋକାନରୁ ସାମାନ ନେଇ ବାହାରିଲା ବେଳକୁ କିଛି ଲୋକଙ୍କ କଥୋପକଥନ ଶୁଣି ଆଶ୍ଚର୍ଯ୍ଯ ହେଲି । " କଣ କରିବ ମଣିଷ ସତରେ । କି ଲକ୍ ଡାଉନ ହେଲା , ସିଗାରେଟ, ପାନ, ନାଲି ପାଣି ସବୁ ବନ୍ଦ। " ଜଣେ ତା ଦୁଃଖ କହୁଥାଏ।" ହଁ ପରା, ସିଗାରେଟ, ପାନ ନହେଲେ ମୁଁ ରହି ପାରେନା। କଣ ଯେ କେମିତି କରିବି । ପାନ ଦୋକାନୀ ଗୁଡାକ ଦୋକାନ ବନ୍ଦ କରିଛନ୍ତି । "ସେମାନଙ୍କ ବ୍ଯସ୍ତତା ଦେଖି ମୁଁ ଭାବୁ ଥାଏ, ଏ ଆଡେ କରୋନା ଭୟାବହତା, ସିଆଡେ ଲକ୍ ଡାଉନ ଯୋଗୁଁ ଖାଦ୍ୟର ସ୍ବଳତା। ଗରିବ, ବୁଢ଼ାବୁଢ଼ୀ, ଛୁଆ ପିଲା ଥିଲା ଲୋକ ଚଳିବେ କେମିତି ? ମୁଁ ଯେତିକି ଆଣି ପାରିଲି ସେତିକିରେ ଖୁସି ହେଲି। ମନକୁ ସାନ୍ତ୍ବନା ଦେଲି। ଭାବିଲି, ଯାହା ଆଣି ପାରିଲିନି ଆଉ କେହି ତ ନେଇ ଚଳିତ ଯିବ କିଛି ଦିନ ।

ତୃପ୍ତିର ମନଟା ଭରି ଉଠିଲା ।

ଟେବୁଲ ପାଖରେ ବସି Story Mirror ପାଇଁ ଆଜିର ଦିନକୁ ଶବ୍ଦ ପୁଞ୍ଜରେ ସଜାଇବାରେ ଲାଗି ପଡିଲି । ରାତି ଗଭୀର ହେଉଥାଏ। ସକାଳ ପରି ରାତି ବି ଶାନ୍ତ । ନୀରବତାର ରାଜତ୍ବ। ଚୌକିଦାରର ହ୍ସିସିଲ ଶବ୍ଦ ଓ ବେଳେ ବେଳେ ପକ୍ଷୀଟିଏ ସେଇ ନୀରବତାକୁ ଭଂଗ କରୁଥାଏ।


Rate this content
Log in