jyotsna mayee panda

Others

3  

jyotsna mayee panda

Others

ନୀଳ ଫ୍ରକ ମୋ ଜୀବନ କାହାଣୀ

ନୀଳ ଫ୍ରକ ମୋ ଜୀବନ କାହାଣୀ

4 mins
271


ଗୋଟେ ବାପା ହିଁ ଗୋଟେ ଝିଅ ର ପ୍ରଥମ ପୁରୁଷ ଯାହାକୁ ସେ ଜୀବନ ର ସବୁ କଥା ଖୋଲି କହିପାରେ.... l ସୁଖ ଦୁଃଖ ର ସାଥି ଟିଏ l ମା ସିନା ଝିଅ ର ମନ କଥା ବୁଝେ କିନ୍ତୁ ଝିଅ ର ଆଳି ଅଝଟ ସବୁ ସେ ବାପା ହିଁ ପୂରଣ କରିଥାନ୍ତି l ସେଥିପାଇଁ କଥା ରେ ଅଛି ଗୋଟେ ସ୍ୱାମୀ ପାଇଁ ତା ସ୍ତ୍ରୀ ରାଣୀ ହୋଇ ନ ପରେ କିନ୍ତୁ ଗୋଟେ ଗରିବ ବାପା ର ଝିଅ ବି ସବୁବେଳେ ତା ବାପା ପାଇଁ ରାଜକୁମାରୀ ହୋଇ ରହିଥାଏ l ମୋର ଠିକ ମନେଅଛି ସେଦିନ ବାପା ରଥଯାତ୍ରା ପାଇଁ ଆମ ସମସ୍ତ ଙ୍କ ପାଇଁ ନୂଆ ଡ୍ରେସ କିଣିବାକୁ ଯାଇଥିଲେ l ଆଉ ମୁଁ ତାଙ୍କୁ ଗୋଟେ ନୀଳ ରଙ୍ଗ ର ଫ୍ରକ ଆଣିବାକୁ କହିଥିଲି l ଆମେ ତିନି ଭାଇ ଭଉଣୀ... ମୁଁ ବଡ଼ ଝିଅ.... ବାପାମାନଙ୍କ  ସାଧାରଣତଃ ଝିଅ ମାନଙ୍କ ପ୍ରତି ବେସି ଭଲ ପାଇବା ଥାଏ l ସେଥିପାଇଁ ଆମ ଘରେ ସବୁବେଳେ ଅଭିଯୋଗ ଯେ ବାପା ତାଙ୍କ ଝିଅ କୁ ଖାଲି ଭଲ ପାଆନ୍ତି l ଆଉ ଆମକୁ ବେସି ଭଲ ପାଆନ୍ତି ନି.... ଏ ଅଭିଯୋଗ ଟା ମୁଁ ସବୁବେଳେ ଶୁଣେ lମା ବି ପ୍ରାୟ କହେ "ଝିଅ କୁ ମୁଣ୍ଡ ରେ ବସେଇ ଥାଅ ଆଉ କିଛି କାମ ଶିଖିଵ ନି ଶାଶୁ ଘରେ ଗଲେ ମୋତେ କଥା ଶୁଣେଇବ l ଆଉ ଏ ଶାଶୁ ଘର କଥା ଟା ମୋ କାନ ରେ ପଡିଲେ ମୋ ବ୍ରହ୍ମ ଜଳିଯାଏ l ଆଉ ବାପା ପାଖରେ ଟିକେ ଗେଲ୍ହେଇ ହୋଇ କହେ ମୁଁ କୋଉ ଶାଶୁ ଘର ଯିବିନି ମୁଁ ସବୁଦିନ ମୋ ବାପା ପାଖରେ ରହିବି, ଚାକିରୀ କରି ବାପାଙ୍କୁ ମୋ ପାଖରେ ରଖିବି ଆଉ ମିଛ ରେ ବାପା ହସିଦେଇ କହନ୍ତି ହଁ ମା ତୋ କଥା ରେ ମୁଁ ରାଜି... ମୋ ଝିଅ ଶାଶୂଘର ଯିବ ନି ଆଉ ତାଙ୍କ କଥା ର ସମ୍ପୂର୍ଣ ସତ୍ୟତା କେବେ ମୁଁ ବୁଝି ପାରେନା l ଏବେ ବି ମୋର ମନେଅଛି ସେ ଶୀତୁଆ ମାର୍ଗଶିର ଗୁରୁବାର.... ଶୀତ ରେ ମଣିଷ ଆଉ ଟିକେ ଶୋଇବି ଭାବୁଥିବ ଆଉ ରାତି ଚାରି ଟା ରୁ ସେ ଶଙ୍ଖ ଘଣ୍ଟା ଆବାଜ ରେ କାନ ଫାଟି ଯିବ କେତେ ବେଳୁ ଉଠି ସେ ଗାଧୋଇ ପୂଜା କରେ ତାହା ଭଗବାନ ଙ୍କୁ ଜଣା... ଆଉ ପୂଜା ଆଗରୁ ନ ଉଠିଲେ ସବୁ ରାଗ ର ପ୍ରହାର ସେ ଘଣ୍ଟ ଆଉ ଶଙ୍ଖ ଉପରେ ହିଁ କରେ ମୋ ମା...

ଆଉ ଗର ଗର ହୋଇ ବାପା ଙ୍କୁ କହୁଥିବ "ଜାଣିଲ ଏ ଅଳସେଇ ହେଉଛି ତୁମେ ଯୋଗୁ ଏତେ ବଡ଼ ହେଲାନି କେବେ ଶିଖିଵ ସଣ୍ଠଣା... ଯିବ ତା ଶାଶୁ ଘର କଥା ଶୁଣି.... ମୁଁ ସବୁ କଥା ଅର୍ଦ୍ଧ ନିଦ୍ରିତ ଅବସ୍ଥା ରେ ଶୁଣୁଥାଏ l ଆଉ ବାପା ମୋ ଖଟ ପାଖରେ ଆସି କାନରେ ଚୁପ କିନା କୁହନ୍ତି ତା କଥା ଶୁଣ ନା ମା.. ସୋଇ ପଡ... ମୁଁ ବି ଆଉଟିକେ ଘୋଡେଇ ହୋଇ ଶୋଇପଡ଼େ l ଆଜି ମୁଁ ନିଜେ ଗୋଟେ ମା ହେବା ପରେ ମା କଥା ମନେକରେ... ହେଲେ ମୁଁ ତ ମା ଠୁ ଅଧିକା ଚିଡି ଚିଡି ହୁଏ... ମୋ ଝିଅ ଆଜି ଅନଲାଇନ କ୍ଳାସ ପାଇଁ ନ ଉଠିଲେ... ଆଜି ମୁଁ ନିଜ କୁ ସେ ମା ଜାଗା ରେ ପାଏ l ସେଦିନ କେତେ ରାଗୁଥିଲି ମା କୁ... ଆଜି ମୁଁ ନିଜକୁ ତl ଜାଗା ରେ ପାଏ l

ସେଦିନ ମୋ ଖୁସି କହିଲେ ନ ସରେ ..... ବାପା ମୋ ମନ ପସନ୍ଦ ର ଫ୍ରକ ଆଣିଦେବେ ଆଉ କlଲି ମୋ ନୂଆ ଫ୍ରକ ପିନ୍ଧି ରଥଯାତ୍ରା ଦେଖି ଯିବି l ଆମ ଗାଁ ନିପଟ ମଫସଲି ଆଉ ସବୁବେଳେ ସେଥିପାଇଁ ଆମେ ଯେ କୌଣସି ଜିନିଷ ଆଣିବା ପାଇଁ ସେଇ ସହର କୁ ଯିବାକୁ ପଡେ l ସହର ଟା ଆମ ଗାଁ ଠୁ ପ୍ରାୟ ପଚାଶ କିଲୋମିଟର ହେବ l ସେତେବେଳେ ଏମିତି ଗାଡି ବେସି ଚାଲୁନ ଥିଲା ସେଥିପାଇଁ ସମ୍ପୂର୍ଣ ଭାବେ ବସ ଉପରେ ନିର୍ଭର କରିବାକୁ ପଡୁଥିଲା lଆଉ ସେତେବେଳେ ମୋ ବାପା ଙ୍କ ପାଖରେ ଗାଡି ନ ଥିଲା l ସେ ବି ଏ ବସ ଉପରେ ନିର୍ଭର କରୁଥିଲେ l ବାପା ସେଦିନ ଯୋଉ ବେଗ ରେ ଆମ ନୂଆ ଡ୍ରେସ ରଖିଥିଲେ ଭାଗ୍ୟ ବଶତଃ ସେହିପରି ବେଗ ଆଉ ଜଣକର ଥିଲା ଆଉ ବସ ରୁ ଓଲ୍ଲାଉ ଓଲ୍ଲାଉ ଭୁଲ ବଶତଃ ତା ବେଗ କଣ୍ଡକ୍ଟର ବାପା ଙ୍କୁ ଧରାଇ ଦେଲା l ବାପା ଘରେ ପହଁଚି ମୋତେ ବେଗ ଟା ଧରେଇ ଦେଲେ ଆଉ ମୁଁ ଉତ୍ସକତା ସହିତ ଖୋଲିଲି... ହେଲେ ଏ କଣ.. ବେଗ ରେ ମୋ ଫ୍ରକ ବଦଲ ରେ ଅନ୍ୟ ସବୁ ଜିନିଷ ଅଛି... ବହେ କାନ୍ଦିଲି.... ବାପା କଥା ଟା ଜାଣିପାରିଲେ... ଆଉ କହିଲେ ବ୍ୟସ୍ତ ହୁଅନି ସେ ବେଗ ମୋତେ ମିଳିଯିବ...କାଲି ସକାଳୁ ମୁଁ ତୋ ଫ୍ରକ ଆଣିଦେଵି l ସେ ବେଗ ଟା ନେଇକି ସକାଳୁ ସକାଳୁ ବାପା ଚାଲିଗଲେ.... ପୁଣି ଫେରିଲେ ସେ ନୀଳ ଫ୍ରକ ନେଇ.... ମୋ ପାଦ ତଲେ ଲାଗିଲା ନି l ଖୁସିରେ.... ପିନ୍ଧି ରଥଯାତ୍ରା ଦେଖିବାପାଇଁ ଗଲି l ହେଲେ ରାତି ରେ ବାପା ମୋ ମା କୁ କହୁଥିଲେ "କଣ କରିବି ମୋ ଝିଅ ଖୁସି ମୋତେ ବଡ ସେଥିପାଇଁ ସହର ଯାଇ ପୁଣି ଥରେ ନୂଆ ଲୁଗା କିଣିଲି ଆଉ ସେ ବେଗ ସେ କଣ୍ଡକ୍ଟର କୁ ଦେଇଦେଲି ସେ ଲୋକ କୁ ସେ ଚିହ୍ନି ଛି... "ମୁଁ ଶୋଇ କି ସବୁ କଥା ଶୁଣୁଥିଲି ଆଉ ମୋ ଆଖି ର ଲୁହ ରେ ମୋ ତକିଆ ଟା କେତେବେଳେ ଓଦା ହୋଇ ଯାଇଛି..... ମୋ ବାପା କେତେ ହଇରାଣ ହେଲେ ମୋ ଟିକେ ଖୁସି ପାଇଁ... ସେଟା ତ ତାଙ୍କ ମହାନତା.... ଆଉ ଏବେ ଦୀର୍ଘ ତିରିଶ ବର୍ଷ ପରେ ସେ ସ୍ମୃତି ଏଵେ ବି ମୋ ହୃଦୟ ଭିତରେ ସାଇତି ରଖି ଛି l ଆଜି ଯାହା ମୋ କଲମ ମୁନରେ ଲେଖିଲି ଆଉ ମୋ ଅତି ଆଦର ର ବାପା ବି ପଚିଶ ବର୍ଷ ହେବ ଏ ଧରା ଧାମ ରୁ ବିଦାୟ ନେଇ ଚାଲିଗଲେନି ସେ ଅଫେରା ରାଇଜ କୁ.. ଖାଲି ଛାଡି ଯାଇଛନ୍ତି ସେ ପୁରୁଣା ସ୍ମୃତି ସବୁ.... ଯାହା ଏବେ ବି ମନେପଡୁଛି..... ଆଉ ଆଖି କୋଣ ଟା ପାଣି ରେ ଭର୍ତି ହୋଇ ଯାଉଛି..... ଏ କାହାଣୀ ଲେଖିବା ବେଳେ.....

ସେ ବାପା ସ୍ନେହ ଯେତେ ଖୋଜିଲେ ବି ଆଉ ଜୀବନ ରେ ମିଳେନି... ସବୁଦିନ ପାଇଁ ମୋ ଜୀବନ ଅଭିଧାନ ରେ ବିଲୁପ୍ତ ହୋଇଯାଏ ସେ ସ୍ନେହ ଭରା ମା ଡାକ ll ଶାଶୁ ଶଶୁର ଙ୍କୁ ଦ୍ଵିତୀୟ ମା ବାପା କୁହନ୍ତି ହେଲେ ମୋର ସେ ମା ଡାକ ଟା ଖାଲି ମୋ ବାପା କହୁଥିଲେ ସେ ଜାଗା ବୋଧେ ଦୁନିଆ ରେ କେହି ନେଇ ପାରିବେନି କେବେ... ମୋ ମତ ରେ ସେ ଚିର ଅପୂରଣୀୟ ହୋଇ ରହିଯାଏ ସବୁଦିନ ପାଇଁ ll



Rate this content
Log in