STORYMIRROR

Bijaylaxmi Behera

Others

2  

Bijaylaxmi Behera

Others

ନିଃଶବ୍ଦ ଶବ୍ଦ

ନିଃଶବ୍ଦ ଶବ୍ଦ

2 mins
7

ତନୁ ଚୁପଚାପ ଛିଡା ହୋଇଥିଲା ବାହାରେ । କେମିତି 1800km ରାସ୍ତା ଆସିଛି କେବଳ ସେ ହିଁ ଜାଣିଛି । ଆୟୁଷ ହିଁ ନିଜର ଅସୁସ୍ଥତା ସତ୍ତ୍ୱେ ତା ଆସିବାର ସମସ୍ତ ବ୍ୟବସ୍ଥା କରିଥିଲେ । କହିଥିଲେ ଆଜି ତ ଯାଅ । ଦ୍ରାକ୍ଷାର ପଦିଏ କଥା... ସୂର୍ଯ୍ୟ ବୋଧହୁଏ ତୁମକୁ ଖୋଜୁଛି hospital bedରେ । ଆଉ କଣ ଥୟ ଧରିହୁଅନ୍ତା ଇୟା ପରେ । କିନ୍ତୁ door ପାଖରେ ହିଁ ଅଟକି ଯାଇଥିଲା ସେ । ଦ୍ରାକ୍ଷାର ବାଧ୍ୟବାଧକତାରେ ଭିତରକୁ ଗଲା ସେ । ସୂର୍ଯ୍ୟକୁ ଭେଟିବାକୁ ଚାହିଁଥିଲା ସେ । କିନ୍ତୁ ଏମିତି କେବେ ନୁହେଁ । ଭାରି କଷ୍ଟରେ ସୂର୍ଯ୍ୟ କହୁଥିଲା ଦେଖାକରିବୁ କହୁଥିଲୁ ପରା ଆଉ କିଛି କହୁନୁ କାହିଁକି । 75 ବର୍ଷର ପେଜୁଆ ଆଖିରେ ଲୁହ ଢେଉ ଭାଙ୍ଗୁଥିଲା । ଦ୍ରାକ୍ଷା କହୁଥିଲା ମୁଁ ଏତିକି ଜାଣିଛି ତୁମେ ତାଙ୍କ ପାଇଁ ପୂଜା ଠାରୁ କିଛି କମ୍ ନ ଥିଲ । ତଥାପି କାଳେ ଭେଟିଲେ ପୂଜାଟା ଦୁର୍ବଳତାରେ ବଦଳିଯିବ, ସେଇ ଡରରେ କେବେ ଭେଟୁ ନ ଥିଲେ ତୁମକୁ । ତାଙ୍କର ଶେଷ ସମୟ ଆସିଗଲାଣି, ହୃଦୟ ଆଉ ସାଥ ଦେଉନି । ଡାକ୍ତର ହାତ ଉଠେଇ ସାରିଲେଣି । ସାରା ଜୀବନ ମୁଁ ଚାହୁଁଥିଲି ସୂର୍ଯ୍ୟ କେବେ ତୁମକୁ ନ ଭେଟନ୍ତୁ । କିନ୍ତୁ ଆଜି ତାଙ୍କ ଆଖିରେ ତୁମ ପାଇଁ ଅପେକ୍ଷା ଦେଖି ଆଉ ସ୍ୱାର୍ଥପର ହୋଇପାରିଲିନି । ଦ୍ରାକ୍ଷା ବାହାରକୁ ଚାଲିଗଲା ପରେ ଦୁହେଁ ଦୁହିଁଙ୍କୁ ଦେଖୁଥିଲେ ଅପଲକ ନୟନରେ । ବୋଧହୁଏ ସୂର୍ଯ୍ୟର ଥରଥର ଓଠ ତନୁର କପାଳ ଛୁଇଁବାକୁ ଚାହୁଁଥିଲା ଆଉ ତନୁ ଲୋଟିଯିବାକୁ ଚାହୁଁଥିଲା ତା ଛାତିରେ । କିନ୍ତୁ ଦୁହେଁ ସଚେତନ ଥିଲେ ନିଜ ସୀମା ସମ୍ପର୍କରେ । ଆଜିଯାଏ ତ ମୁହଁ ଖୋଲି କେବେ କେହି ସ୍ଵୀକାର କରିନାହାନ୍ତି ପରସ୍ପର ପ୍ରତି ଅନୁଭବ କରୁଥିବା ଭାବନାକୁ...

ଦ୍ରାକ୍ଷା ହାତରେ packet ଟିଏ ଧରି ଆସିଲା । ପୁନେଇଁ ଜହ୍ନର ରୂପେଲି କିରଣରେ ଚିକଚିକ କରୁଥିଲା ସୂର୍ଯ୍ୟର ମୁହଁ... ଗଙ୍ଗଶିଉଳିର ବାସ୍ନାରେ ମହକି ଯାଉଥିଲା ଅପ୍ରକାଶ୍ୟ ପ୍ରେମ... ଦ୍ରାକ୍ଷା ନୀଳ ଶାଢ଼ୀ ଟିଏ ବଢ଼େଇ ଦେଉଥିଲା ତନୁ ହାତକୁ । 

ସୂର୍ଯ୍ୟର ପ୍ରଶ୍ନିଳ ଆଖିକୁ ଚାହିଁ ଦ୍ରାକ୍ଷା କହିଲା ମୁଁ ତୁମ ପ୍ରେମ ନୁହେଁ ସତ କିନ୍ତୁ ଦୁହେଁ ଦୁହିଁଙ୍କୁ ବୁଝୁଥିଲେ,ଏତିକି କଣ ଯଥେଷ୍ଟ ନୁହେଁ ତୁମକୁ ତୁମ ଜୀବନ ସହ ଭେଟ କରେଇବା ପାଇଁ ମୃତ୍ୟୁ ଶଯ୍ୟାରେ... । ଲୁହ, କୋହରେ ଏକାକାର ହେଉଥିଲେ ତିନିହେଁ । 

ନିଃଶବ୍ଦ ଶବ୍ଦରେ ଗୁଞ୍ଜରୁଥିଲା ଚାରିପାଖ...



Rate this content
Log in