STORYMIRROR

Bijaylaxmi Behera

Others

2  

Bijaylaxmi Behera

Others

ଝିଅ ପାଇଁ ପଦେ

ଝିଅ ପାଇଁ ପଦେ

1 min
47

କାଲି ଯାଏ ମୋ ହାତ ଛାଡୁ ନ ଥିବା ,ଦଶ ପଦରେ ପଦେ ଉତ୍ତର ଦେଉ ନ ଥିବା ଅଂଶିକା ଆଜି ଯେତେବେଳେ ଏତେ ପିଲାଙ୍କ ଆଗରେ stage ଉପରେ ଛିଡା ହୁଏ...

ମୋ ପାଇଁ ନିଶ୍ଚୟ ଏକ ବଡ଼ achievement.ହାତ, ଗୋଡ଼ ହଲେଇ କିଛି ତାଳ,ବେତାଳରେ ନାଚୁନାଚୁ ତା ଡର ବାଷ୍ପୀଭୁତ ହେବାର ଅନୁଭବକୁ ଜୀଇଁବା କିଛି କମ କଥା ନୁହେଁ।ଡରକୁ ପଛ କରି ବଞ୍ଚିବାର ନାଁ ଯଦି ଜୀବନ ହୁଏ ତେବେ ତୋର ଏ ଯାତ୍ରାରେ ଆମେ ତୋ ସହିତ ସବୁବେଳେ, ସବୁକାଳେ...।ସାରା ଆକାଶ ତୋର।ଝଡକୁ ନ ଡରି ସତର୍କ ଉଡାଣ ଭରିବା ଦାୟିତ୍ୱ ତୋର।ତୋ ପାଦର ଘୁଙ୍ଗୁର ତୋ ଇଛାରେ ଗହଣା ଟିଏ ହୋଇ ବାଜିଲେ ଖୁବ ଖୁସି ହେବି କିନ୍ତୁ ଘୁଙ୍ଗୁରକୁ ବେଡି କରିବାର ଦୁଃସାହସ କାହାକୁ ଏପରିକି ନିଜକୁ ବି କରିବାକୁ ଦେବୁନି।ସମୁଦ୍ରେ ସ୍ୱାଭିମାନ, ଆକାଶେ ସ୍ବପ୍ନ ନେଇ ଦିଗବଳୟକୁ ସ୍ପର୍ଶ କରିବାର ତୋର ଏ ସାହସ ଏମିତି ଦିନକୁ ଦିନ ବଢୁଥାଉ.... ଅଶେଷ ଆଶୀର୍ବାଦ ଏବଂ ଶୁଭ କାମନା ....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍