STORYMIRROR

Bijaylaxmi Behera

Others

3  

Bijaylaxmi Behera

Others

ଅସହାୟ ଅବଶୋଷ

ଅସହାୟ ଅବଶୋଷ

1 min
130

ସ୍ୱାମୀ ଗୋଟିଏ ଶବ୍ଦ ନୁହେଁ

ମୁଠେ ରଙ୍ଗୀନ ପାଣିକାଚ

କୃଷ୍ଣଚୂଡା ରଙ୍ଗର ଟିକିଲି

ଆଉ ଟିକେ ନିରେଖି ଦେଖିଲେ 

ଗାଢ଼ ରଙ୍ଗର ଶାଢୀ

ଶୁଣି ତ ଥିଲା ବାରବାର

ଶୈଶବର ଅବୁଝା ଦିନରୁ

ଆଖିରେ ମୋତିଆ ବିନ୍ଦୁ ହେବା ଯାଏଁ

କିନ୍ତୁ ଆଜି ସମାଜ ବୁଝେଇଦେଲା

ହାତରେ ଧଳା ସୂତା ଖଣ୍ଡେ ବାନ୍ଧି

ବୋଧହୁଏ ସେଥିପାଇଁ

ଛାତି ତଳଟା ଯାଉଥିଲା ରୁନ୍ଧି

ପାଉଁଜି ଟା ପୋତି ଯାଇଥିଲା

ଦୁଃଖର ବାଲିରେ

ଶୁଭୁ ନ ଥିଲା ଆଉ ରୁଣୁଝୁଣୁ

ରହି ରହି ବାଜୁଥିଲା ଆର୍ତ୍ତନାଦ କାନରେ 

ଯଦି କବାଟ ଆଡେଇ ଦେଖିଥାଆନ୍ତି

ବାହାର ଦୁନିଆଁ ଥରେ

ଏ କଷ୍ଟ ଛାତିରେ ଜାବୁଡି ଧରି ଥାଆନ୍ତି ସତ 

କିନ୍ତୁ ଏ ବିବର୍ଣ୍ଣ ଦୁନିଆଁଟା

ରଙ୍ଗିତ ଥାଆନ୍ତା ହେଉ ପଛେ 

ଉଦାସ କିନ୍ତୁ ଆତ୍ମବିଶ୍ବାସ ରଙ୍ଗରେ

ମହାକୁ ଥାଆନ୍ତା ସ୍ୱାମୀରୁ

ଜୀବନ ସାଥୀର ଖାଲି ପଣଟା

ବନ୍ଧୁତ୍ୱର ମିଠା ବାସ୍ନାରେ

ଘା ଟା ଶୁଖି ନ ଥାନ୍ତା କିନ୍ତୁ

ଅସହାୟତର ପୂଜ ରେ 

ପଚପଚ ତ ହେଉ ନ ଥାଆନ୍ତା

ବେଶ କିଛି କୋହ ଥପ ଥପ ଗଡୁଥିଲା

ପେଜୁଆ ଆଖିରୁ ମୁଠାଏ ଅବଶୋଷରେ ।


Rate this content
Log in