STORYMIRROR

Bijaylaxmi Behera

Others

2  

Bijaylaxmi Behera

Others

ସାଧବ ବୋହୂ

ସାଧବ ବୋହୂ

1 min
47

ବୋହୁର dressing table ପାଖରେ ବିଭିନ୍ନ ରଙ୍ଗର lipstic ଦେଖି ମୁଁ ଆଉ ନିଜକୁ ରୋକି ପାରିଲିନି । ମୋ ଭିତରର ପଚାଶ ବର୍ଷ ତଳର ନୂଆ ବୋହୁ ଟା ଅଥୟ କରୁଥିଲା ମୋତେ । ଲାଲି ଟହଟହ ରଙ୍ଗର brush ଟିକୁ ଓଠରେ ଲଗାଇ ମିରରକୁ ଦେଖୁଥିଲି ମୁଁ । ବୋହୁର ଚିତ୍କାରରେ ପଛକୁ ଫେରି ଦେଖିଲା ବେଳକୁ ପୁଅ ପାଖରେ ସେ ନାଲିସ୍ କରୁଥିଲା । ତମ ମାଆ ଲୁଚି ଲୁଚି ମୋ ଜିନିଷ ନଷ୍ଟ କରୁଛନ୍ତି । ବୁଢ଼ୀ ବୟସରେ ସଜେଇ ହେବାକୁ ଏତେ ମନ । ନ ଦେଖି ଥିଲେ ହୁଏତ ଚୋରୀ କରି ନେଇ ଥାନ୍ତେ । ପୁଅର ନୀରବତା ଛାତି ଟାକୁ କୋରି ପକାଉଥିଲା । ତା ଚାହାଣୀ ମୋତେ ଚୋରଣୀ ସଜେଇ ଵା ପାଇଁ ଯଥେଷ୍ଟ ଥିଲା । ଏଇ ପୁଅ ପାଇଁ ସ୍ୱାମୀ ସହିତ ଲଢ଼ି ଆଦିବାସୀ ଝିଅ ଟାକୁ ଘରକୁ ବୋହୁ କରି ନେଇଥିଲେ । ତାଙ୍କ ଛୋଟ ପୁଅର ଯତ୍ନ ନେଵା ପାଇଁ ମଧୁମେହରେ ଆକ୍ରାନ୍ତ ସ୍ୱାମୀଙ୍କୁ ଗାଁରେ ଏକୁଟିଆ ଛାଡ଼ି ପଳାଇ ଆସିଥିଲେ । ବାହା ହେବା ଦିନରୁ ସାଧବ ବୋହୁ ଭଳି ଲାଲ ଟୁକ୍ ଟୁକ୍ ହୋଇ ସ୍ୱାମୀଙ୍କ ଆଖିରେ ନିଜକୁ ଦେଖିବାର ଲାଳସାରେ ବୋହୁ ଜିନିଷରେ ହାତ ମାରି ଦେଇଥିଲେ । ନିଜ ଆଖିକୁ ମାନିଥିଲେ ବୋହୁ ପାଖରୁ ମାଗି ନେଇଥାନ୍ତେ । ଝିଅଟିଏ ଥିଲେ ହୁଏତ ଏଇ ଇଚ୍ଛାକୁ ତା ସହିତ ବାଣ୍ଟି ଥାଆନ୍ତେ । ତଥାପି ଝିଅ ବୟସର ମୋତି ପାଖରେ କେଵେ ଥରେ କହିଥିଲେ । ଏଇ ଘଟଣା ପରେ ବ୍ୟାଗ୍ ଧରି ପାହାନ୍ତି ପହରେ ଘରୁ ବାହାରିବା ବେଳକୁ କାମଵାଲୀ ମୋତି ଧାଇଁ ଆସି ଲାଲି lipstic,ଲାଲି ଶାଢୀ ଆଉ ମୁଠେ ଲାଲି ଚୁଡ଼ି ଦେଇ କହୁଥିଲା ମାଆ ସାବିତ୍ରୀରେ ବୁଢା ବାବୁଙ୍କ ପାଇଁ ସାଧବ ବୋହୁଟିଏ ନିଶ୍ଚୟ ସାଜିବ......



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍