STORYMIRROR

Bijaylaxmi Behera

Others

3  

Bijaylaxmi Behera

Others

ବିଷତ୍ୱ

ବିଷତ୍ୱ

2 mins
191


ଅମ୍ଳାନର ପଦେ କଥାରେ ପୃଥିବୀ ଠପ ହେବାଟା ନିଶ୍ଚିତ ଥିଲା ବୋଧେ । ନହେଲେ କୋଉ ସହ୍ୟ କରି ହୋଇ ଥାଆନ୍ତା ଏତେ ବଡ଼ ଅପମାନ । ସେ କହିଲା ମୁଁ ତୋ ସହିତ ପୁରୁଣା ସମ୍ପର୍କ ଆଗକୁ ବଢ଼େଇବାକୁ ଚାହୁଁନି । ହେଲେ ମୁଁ ବି କୋଉ ଛାଡିବାର ଜନ୍ତୁ । ଖୁବ ସତର୍କରେ ଚଲେଇଲି ଗୋଟି । ଏଥର ମୋତେ ଜିତିବା ଅପେକ୍ଷା ଅଧିକ ଆବଶ୍ୟକ ଥିଲା ତା ସ୍ତ୍ରୀ ନନ୍ଦିକାକୁ ହରେଇବା । କେବେ କିଛି କାମର ବାହାନା,ଆଉ କେବେ ସହାନୁଭୂତି ଆଡରେ କିଛି କଥାବାର୍ତ୍ତା । ଖୁବ ଦୁଃଖ ସୁଖ ବାଣ୍ଟୁଥିଲୁ ଆମେ । ମୋତେ ଗଡ଼ ଜିତିବା ଭଳି ଲାଗୁଥିଲା ,ନୁହେଁ ତ ଆଉ କଣ । ଏକ ଭରପୁର ପରିବାର ଥିବା ପୁରୁଷର ଦୁର୍ବଳ ମୁହୂର୍ତ୍ତର ପ୍ରଥମ ଆବଶ୍ୟକତା ହେବା କଣ କମ କଥା ।


ଯଦିଓ ମୁଁ ଭୁଲି ଯାଉଥିଲି ମୋର ବି ଗୋଟାଏ ସ୍ୱାମୀ ଅଛି ଯାହାର ଦୁର୍ବଳ ମୁହୂର୍ତ୍ତରର ପ୍ରଥମ ଆବଶ୍ୟକତା ଆଉ କୋଉ ନାରୀ ହେବା ଅସମ୍ଭବ ନୁହେଁ । ହଁ ଖୁବ ଖୁସି ଲାଗୁଥିଲା ଯେତେବେଳେ ଆମେ ପରସ୍ପରର କଥା ଗୋପନୀୟ ରଖିଥିଲୁ ନନ୍ଦିକା ପାଖରୁ,ଆପଣା ଢଙ୍ଗରେ ସମ୍ପୂର୍ଣ୍ଣା ସେ.... ତଥାପି ସିଧା ଗଛଟା ଆଗ ତ ହଣା ହେବ ନା । କେତେ ବିଶ୍ୱାସ କରୁଥିଲା ମ ମୋତେ । ଭାବୁଥିଲା ମୁଁ କଥା ହୁଏନି ଅମ୍ଳାନ ସହିତ....ଖୁବ ଉପହାସ କରୁଥିଲୁ ଆମେ ତାକୁ ନେଇ । ଦିନେ କଥା ପ୍ରସଙ୍ଗରେ ମୋତେ କହିଲା ମୀରୁ ଲୋ ମୋ ବରକୁ ପୁଣି ନଜର କାହିଁକି ଲଗେଇଲୁ । ଖୁବ ଗୋଟାଏ ଚୋଟ ଲାଗିଲା ମୋତେ । କହିଲି ନନ୍ଦିକା ତୋ ବର ତୋତେ କଣ କେବେ କହିଛି ଆମ ସଂପର୍କ ବିଷୟରେ । ଫାଟି ପଡୁଥିଲି ମୁଁ ଅହଂକାରରେ ଅମ୍ଳାନ ଆଉ ମୋ କଥା ନିଜେ ଅମ୍ଳାନ ହିଁ ଲୁଚେଇଛି । ଆଃ ଏହାଠାରୁ ଆଉ କଣ ବଡ଼ ଉପହହାର ହୋଇପାରେ ଗୋଟିଏ ପ୍ରେମିକା ପାଇଁ । ଜଣା ନାହିଁ କଣ ଘଟିଥିଲା ନନ୍ଦିକା ମନରେ । କିନ୍ତୁ କେଜାଣି କଣ ପାଇଁ ମନର କିଛି ଅଂଶ ମୋର ତୁରନ୍ତ ପକ୍ଷାଘାତ ଭୋଗିନେଇଥିଲା । ତା ପର ଠାରୁ ଅନେକ ଚେଷ୍ଟା ସତ୍ତ୍ୱେ ଅମ୍ଳାନ ସହିତ ଆଉ ଯୋଗାଯୋଗ କରି ପାରି ନ ଥିଲି । ହଁ ନନ୍ଦିକାର ମେସେଜ ଥିଲା ମୋ ପାଇଁ - ଆଇ ହାବ ଗିବେନ ଟାଇମ, ଏନର୍ଜୀ, ଟ୍ରଷ୍ଟ ଏବ୍ରୀଥିଙ୍ଗ ଟୁ ଦିସ ବଣ୍ଡ । ବଟ ୟୁ ଲେଫ୍ଟ ମି ସ୍କାର୍ଚ୍ଚଡ଼I ମେ ଗଡ଼ ୟର ଫେତ ଅନ ଇଛ ଅଦର ।ମୁଁ ଏବେ ଅପେକ୍ଷା କରିଥିଲି ବିଷତ୍ୱ ଭୋଗିବା ପାଇଁ ପ୍ରତିଟି ରକ୍ତ କଣିକାରେ । କାରଣ ନନ୍ଦିକା ପ୍ରତି ଉପହାର ଦେବାରେ ହେଳା କରେନି ...।


Rate this content
Log in