STORYMIRROR

Bijaylaxmi Behera

Others

3  

Bijaylaxmi Behera

Others

ବିଡମ୍ବିତ ଈର୍ଷା

ବିଡମ୍ବିତ ଈର୍ଷା

2 mins
112


ବହୁତ ଖୁସି ହୋଇ ପୁଅ ମୋର କହୁଥିଲା ମାମା ଆଜି ମୁଁ ଗୋଟେ ନୂଆ ଡିସ୍ ବନେଇଛି।ମୋତେ ଫଟୋ ବି ପଠେଇଥିଲା ।ମୁଁ ଅଭିଯୋଗ କରୁଥିଲି ଏତେ ପର୍ଯ୍ୟନ୍ତ ଫୋନ କାହିଁକି କରିନ ଥିଲୁ।ସେ କହୁଥିଲା ସିମୁ କୁ ହୋମୱାର୍କ ରଉଥିଲି।ତା ପରେ ତାକୁ ଟିଭି ପାଖରେ ବସେଇ dinner ready କରୁଥିଲି।ସଂଧ୍ୟା ରେ କଥା ହୋଇ ଥିଲି।ଏତେ ବ୍ୟସ୍ତ କାହିଁକି। ମୋ ମୁହଁରୁ ବାହାରିଗଲା ମୀରୁ ନାହିଁକି ତୁ ଏସବୁ କରୁଛୁ।ପୁଅ କହିଲା ମାମା ମୀରୁ ଅଫିସ ରୁ ଫେରି ରେଷ୍ଟ କରୁଛି।ତା ଛଡ଼ା ମୁଁ ସଂଧ୍ୟା ରେ ଶୀଘ୍ର ଫେରେ।ଆଉ ଟିକିଏ କାମ ବାକି ଅଛି ମୁଁ ରଖୁଛି।ଫୋନଟା ଧରି ସେମିତି ବସି ରହିଥିଲି ମୁଁ।ଈର୍ଷା ହେଉଥିଲା ମୀରୁ ପାଇଁ।ନିଜକୁ ତୁଳନା କରୁଥିଲି ତା ସହିତ।ମୋ ପୁଅ ର ପ୍ରତି କଥା ରେ ତା ପରାମର୍ଶ ଲୋଡ଼ିବା, ତାର ଯତ୍ନ ନେବା, ଘର କାମ ନିଜେ କରିବା କେଜାଣି କାହିଁକି ମୁଁ ମନ ଭିତରୁ ଗ୍ରହଣ କରିପାରୁ ନଥିଲି।ଜୀବନ ରେ କେଵେ ଦିନେ ମୁଁ ମୋ

ସ୍ଵାମୀଙ୍କ ପାଖରୁ ଏସବୁ ପାଇବାର ସୁନ୍ଦର ସ୍ବପ୍ନ ସଜାଡି ଥିଲି।ବାହା ଅଳତା ସହିତ ଏ ସ୍ବପ୍ନ ସବୁ ଗାଁ ପୋଖରୀ ତୁଠ ରେ ଭସାଇ ଦେଇ ମୃତ ମନ ରେ ସଂସାରର ଘୁର୍ଣି ରେ ହଜି ଗଲି।ତଥାପି ମାତୃତ୍ବର ଆଡ ରେ ମଲା ସ୍ବପ୍ନ ଟା ଅଳସ 

ଭାଙ୍ଗେ ମୋ ଅଜନ୍ମା କନ୍ୟା ପାଇଁ।ଭାବେ ମୁଁ ନ ହେଲା ନାହିଁ ମୋ ଝିଅ taku ବୁଝୁଥିବା ଭଳି ମଣିଷଟିଏ ପାଆନ୍ତା କି।watch man ର whistle ଶବ୍ଦ ରେ ବର୍ତମାନକୁ ଫେରିଆସିଲି।ଝିଅ ନୁହେଁ ପୁଅ ଟେ କୋଳ ମଣ୍ଡନ କରିଥିଲା।ତା ବାହାଘର ଦିନରୁ ମୀରୁ ପ୍ରତି ମୋର ଈର୍ଷାର ନିଅଁ ପଡ଼ି ସାରିଥିଲା।ତା ପ୍ରତି ମୋ ପୁଅର ଭଲ ପାଇବା ମୋତେ ଅସନ୍ତୁଷ୍ଟ କରୁଥିଲା।ବୋଧ ହୁଏ ପୁଅ ମୋର ପଢିସାରିଥିଲା ଈର୍ଷା ର ଅବୁଝା ପାଠ ମୋ ଆଖିରେ।ମୀରୁକୁ ନେଇ ଦୂରେଇ ଯାଇଥିଲା ମୋ ସଂସାରର ମଚଉହଦୀରୁ।ନିଜେ ବଞ୍ଚିବା ସହିତ ମୋତେ ଵି ବାକି ଜୀବନ ଶାନ୍ତିରେ ବଞ୍ଚିବା ପାଇଁ ଏକ ଅକୁହା ସୁଯୋଗ ଦେଇଥିଲା।ତଥାପି ମୁଁ କେଵେ ଵି ମୀରୁ କୁ ସହି ପାରେନି।ବୋଧହୁଏ ସେଥିପାଇଁ ମୋ ପୁଅ ବି ମୋ ସହିତ ତାର ଛୋଟ ବଡ଼ ଖୁସିକୁ ବାଣ୍ଟିଵା ବନ୍ଦ କରିସାରିଲାଣି।ସେ ଯାଉଛି ମୁଁ ଜଳୁଛି ଈର୍ଷା ରେ।ଆଜି ମୋ ସହିତ ତାର ସମ୍ପର୍କ ଆବେଗିକ ନୁହଁ କେବଳ ଜନ୍ମ ସୂତ୍ର ର ଏକ ଦାୟୀତ୍ୱ। ଈର୍ଷା, ମିଛ ମମତାର ଆଡରେ ମାତୃତ୍ବର ଅନ୍ଧ ଅହଂକାର ର ଆଘାତ ରେ ମୋ ବିଡମ୍ବିତ ଜୀବନ ମୋତେ ଅସ୍ଥିର କରେ।ଅନ୍ଧାର ରାତିରେ ନାରୀଟିଏର ଈର୍ଷା ରେ ଆହୁତି ନେଉଥାଏ ଆଉ ଗୋଟିଏ ନାରୀର ନୂଆ ସଂସାର ।


Rate this content
Log in