Bijaylaxmi Behera

Others

3  

Bijaylaxmi Behera

Others

ମୋ ପିଲାଦିନ ମୋ ଘର

ମୋ ପିଲାଦିନ ମୋ ଘର

1 min
187



ଏକ ଅଳସ ଅପରାହ୍ନରେ ମୁଁ ଫେରୁଥିଲି ମୋ ବର୍ତ୍ତମାନର ଘରକୁ।ପଛରେ ନୀରବରେ ମୋତେ ହାତ ହଲାଇ ବିଦାୟ ଦେଉଥିଲା ମୋ ପିଲାଦିନର ସ୍ମୃତିକୁ ଛାତିରେ ଖୁବ୍ ଯତ୍ନରେ ସାଉଁଟି ରଖିଥିବା ମୋ ଘର ।


ଵାଢ ସେପାଖରୁ ସ୍ଥଳପଦ୍ମ ଗଛ ମୁଣ୍ଡ ହଲାଉଥିଲା।ଗଙ୍ଗଶିଉଳି ଉଦାସ ଆଖିରେ ମୋତେ ଦେଖୁଥିଲା।ପଛରୁ ଟାଣି ଧରୁଥିଲେ ଲେମ୍ବୁ ଆଉ କମଳା ଗଛ।gate ପାଖରେ ଛିଡା ହୋଇଥିଲେ ମୋ ଆପଣାର ମଣିଷ ମାନେ।ଘର ପାଖ ପୋଖରୀରୁ ମାଛ ମାନେ ମୋତେ ଦେଖା କରିବା ପାଇଁ ଡ଼େଉଁଥିଲେ।ନଡିଆ ବାହୁଙ୍ଗା କେଵେ ପୁଣି ଆସିବି ବୋଲି ଧୀରେ ଧୀରେ ପଚାରୁଥିଲା ।ମୁଁ ଦ୍ଵନ୍ଦରେ ଥିଲି କେମିତି ଆଗକୁ ବଢିବି ଏତେ ସବୁ ମୋହ କୁ କାଟି, ଆପଣାପଣରେ ଜୁଡୁବୁଡୁ, ଆନ୍ତରିକତାରେ ଛଳଛଳ କେଇ ଯୋଡ଼ା ଆଖିକୁ।ମୋ ନିଜକୁ ମୁଁ ପଚାରୁ ଥିଲି କିଏ ଵଦଳେଇଦେଲା ସମୟ କୁ।ମୋ ଅନ୍ତରରୁ ଏକ ଧୀର କିନ୍ତୁ ସ୍ପଷ୍ଟ ସ୍ୱର ମୋତେ ଶୁଣା ଯାଉଥିଲା।


ମୁଁ ନିଜେ ବଦଳି ଯାଇଛି।ବଦଳି ଯାଇଛି ମୋ ରୁଚି, ମୋ ପ୍ରାଥମିକତା।ବିରାଟ ହୃଦୟ ଥିବା ଛୋଟ ଘର ଆଜି ମୋତେ ଛୋଟ ଲାଗୁଛି।ତଥାପି ମୋ ଚେର ଟା ମୋତେ ଟାଣି ଆଣେ ଏଠିକୁ।ପବନ ମୋ ମୁଣ୍ଡ ଆଉଁସି ଦେଇ ଭଲମନ୍ଦ ପଚାରି ଦିଏ।ରଂଗ ଛଡ଼ା ଇଟା ମୋତେ ତା କୋଳକୁ ଆଉଜେଇ ନେଇ ଆପଣାପଣରେ ବାନ୍ଧି ନିଏ।ଆଉ ଏଇ ଘରେ ରହୁଥିବା ନିଜ ଲୋକ ମାନେ କହନ୍ତି ଆମେ ଏଇ ଜାଗା ରେ ଏମିତି ତୋ ପାଇଁ ଭଲପାଇବାର ଚାଙ୍ଗୁଡି ଧରି ଛିଡା ହୋଇ ଥିବୁ ତୋ ଲୁହକୁ ଆଂଜୁଳି ରେ ଭରି ନେବାକୁ ଆଉ ତୋ ଖୁସିକୁ ଆଶୀର୍ବାଦ ରଙ୍ଗରେ ରଂଗେଇ ଦେବାକୁ।ବୋଧହୁଏ ଏଇ ଟିକକ ଆନ୍ତରିକତା ଅଭାଵ ଅଛି ମୋ ବର୍ତ୍ତମାନର ନୂଆ ମେନସନରେ, ଯାହା ପାଇଁ ବାରମ୍ବାର ମୁଁ ଧାଉଁଥାଏ ମୋ ପିଲାଦିନ କଟି ଥିବା ଘରକୁ।ପ୍ରତ୍ୟେକ ଥର ସାଉଁଟି ଆଣିଥାଏ କିଛି ଜୀବନିକା ବଞ୍ଚିବାର ଉତ୍ସ ହେବା ପାଇଁ......!!


Rate this content
Log in