STORYMIRROR

Bijaylaxmi Behera

Others

3  

Bijaylaxmi Behera

Others

ମା ପାଇଁ କିଛି ଶବ୍ଦ

ମା ପାଇଁ କିଛି ଶବ୍ଦ

1 min
197

ଶେଷ ଫଗୁଣର ପବନରେ ବିମୋହିତ ହୋଇ ଅନ୍ୟମନସ୍କ ଭାବେ ଦେଖୁଥିଲି ଇଆଡେ ସିଆଡେ।ଲୋକମାନେ ଯାଉଥାଆନ୍ତି, ଆସୁଥାଆନ୍ତି।ହଠାତ ନଜର ପଡିଲା ମଲର ସୁଦୃଶ୍ୟ ପୋଷାକ ଉପରେ।ଖୁବ ନିବିଷ୍ଟ ହୋଇ ଦେଖୁଥିଲି ମୁଁ।ଭାବୁଥିଲି ଆକାଶ ପାତାଳ।ଦୁଇଟୋପା ଲୁହ ଭଉଁରୀ ଖେଳୁଥିଲା।ସତରେ ସମୟ ଡେଣା ଲଗେଇ ଉଡିଯାଏ।ଏଇ ଯେମିତି ଛଳଛଳ ରୁ ବୟସ୍କ ମୁଁ।ଖାଲି ବୟସରେ ନୁହେଁ ,ମନରେ ବି।ନହେଲେ dress ଟା ନେବା କଥା ନ ଭାବି ମୁଁ କଣ ଭାବୁଥାଆନ୍ତି ନେବା ପାଇଁ ସକ୍ଷମ କରିଥିବା ଲୋକଟିକୁ।ସତରେ ଚିର ନମସ୍ୟ ତୁମେ ମୋତେ ଉଡିବା ପାଇଁ ଡେଣା ଦେଇଥିବାରୁ।ଆଜି ପୃଥିବୀର ଯେ କୌଣସି ସ୍ଥାନକୁ ଯିବାର, ମନ ଖୋଲି କିଛି କିଣିବାର ଆଉ ସବୁଠାରୁ ବଡ଼ କଥା ନିଜ ଇଚ୍ଛାରେ ନିଜ ପାଇଁ ବଞ୍ଚିବାର।ବୋଉ ଜନ୍ମ ସମସ୍ତେ ଦିଅନ୍ତି।କହନ୍ତି ଜନ୍ମ ଦେଲି କିନ୍ତୁ ଭାଗ୍ୟ ନୁହେଁ।ହେଲେ ତୁମେ ଜନ୍ମ ଦେଲ, ଭାଗ୍ୟ ନୁହେଁ.. କର୍ମ ଜୋରରେ ବଂଚିବା ଶିଖେଇଲ।ମାଟିରେ ପାଦ ସ୍ଥିର କରେଇ ଆକାଶରେ ଉଡିବାର ସ୍ବପ୍ନ ଦେଖାଇବା ଶିଖେଇଲ।ସ୍ୱାଭିମାନର ଜୀବନ ପ୍ରତି ମୋହ ସୃଷ୍ଟି କରିଲ।ଯେବେ ଯେବେ ମୁଁ ଭିଡରେ, ନିସ୍ତବ୍ଧ ପ୍ରହରରେ ଅବା ସମସ୍ୟା ଘେରରେ ଥାଏ ସତ କହୁଛି ମୋ ଭିତରୁ କେହି ଜଣେ ମୋତେ ଖୁବ ଦୃଢ଼ କରି ଗଢ଼ି ତୋଳେ।ମୁଁ ସ୍ୱୟଂ ସଂପୂର୍ଣା ଭାବିବସେ ନିଜକୁ।ବର୍ଷା ଆଡେ ଛତା ନୁହେଁ ବରଂ ସମସ୍ୟା ଭିତରୁ ବାହାରି ପୁଣି ନିଜର ପରିଚୟ ସୃଷ୍ଟି କରିବାରେ ବ୍ୟସ୍ତ ରହେ।ହୁଏତ ମୋ ଧୃଷ୍ଟତା ହୋଇପାରେ କିନ୍ତୁ ବୋଉ ବାପା ଥିଲେ କଣ ଆଉ କିଛି ଅଧିକ ଭଲ କଥା ଶିଖେଇ ପାରି ଥାଆନ୍ତେ!


Rate this content
Log in