Pallabi Das

Others

3  

Pallabi Das

Others

ନିଃସ୍ଵାର୍ଥ ସେବା

ନିଃସ୍ଵାର୍ଥ ସେବା

4 mins
11.5K


କେବେ କେବେ ଏମିତି ବି ହୁଏ , ଆମେ ଯାହା ଭାବୁ ତୁରନ୍ତ ଆମ ସହ ସେଟା ଘଟିଯାଏ | ଆଉ ଆମେ ପଛରେ ମନେ ପକାଉ - "ଆରେ ଠିକ୍ ଏମିତି ତ ମୁଁ ଭାବିଥିଲି" | ସେଦିନ କୁନି ସାଥିରେ ଠିକ୍ ଏମିତି କିଛି ଘଟିଥିଲା | ତାକୁ ତା ବାପା ସବୁ ବେଳେ କୁହନ୍ତି -"ଆଖି ଆଗରେ ଯିଏ ବି ପଡୁଛି ଯଦି ତତେ ଲାଗୁଛି ତାକୁ ସାହାଯ୍ୟ କରିବା ଜରୁରୀ ତେବେ ନିଶ୍ଚିତ କରିବୁ ଆଉ ତା ବଦଳରେ କିଛି ଆଶା କରିବୁନି ଯ ସେଇ ଲୋକ ତତେ ସାହାଯ୍ୟ କରିବ ବୋଲି , ହୁଏ ତ ତତେ ଆଉ କାହାଠୁ ସାହାଯ୍ୟ ମିଳିପାରେ " କିନ୍ତୁ - ଯଦି ତୁ କାହାକୁ ସାହାଯ୍ୟ କରିଥିବୁ ତେବେ ତତେ ବି ସାହାଯ୍ୟ ମିଳିବ " | ଆଜି ଯାଏ କେବେ ବି କୁନି ସେମିତି ଅସହାୟ ଅନୁଭବ କରିନି, ଯାହା ସେ ପାଞ୍ଚ ବର୍ଷ ତଳେ ରେଭେନସା ୟୁନିଭରସିଟି ଆଗରେ ଅନୁଭବ କରିଥିଲା | ଭୋକ ଉପାସରେ ପେଟର ସ୍ଵର ସହ ଡହ ଡହ ଖରା ତାକୁ ବୋହୁତ୍ କଷ୍ଟ ଦଉଥିଲା | ପ୍ରତି ମୁହୂର୍ତ୍ତରେ ସେ ଭାବୁଥିଲା ଏବେ ପଡିଯିବି କି ରାସ୍ତାରେ , ଷ୍ଟ୍ରାଇକ ଯୋଗୁ ବସ୍ ଚଳା ଚଳ ବନ୍ଦ ଥିଲା ଆଉ ସେ ଯାଉଥିଲା ମାଉସୀ ଘରକୁ | ମାଉସୀ ଖବର ପଠେଇଥିଲେ ତାଙ୍କ ଦେହ ଭିଷଣ ଖରାପ ବୋଲି, ଯେହେତୁ ସେ ସେଇ ଏକା ଟାଉନରେ ରହୁଥିଲା ତେଣୁ ବେଳେ ବେଳେ ସେ ଚାଲି ଯାଉଥିଲା ଦେଖା କରିବାକୁ | ହଷ୍ଟେଲ କୁ ଫେରିବା ପାଇଁ ବି ତା ଦେହରେ ଶକ୍ତି ନଥିଲା | ରାସ୍ତାରେ ଲୋକ ବୋହୁତ୍ କମ୍ ଥିଲେ ଆଉ ଦିଚକିଆ ଯାନ ଗୁଡା ସାଇଁ ସାଇଁ ତା ଆଗରେ ଚାଲି ଯାଉଥିଲେ | ଅଟୋ କୁ ଅପେକ୍ଷା କରି କରି 3 ଘଣ୍ଟା ରୁ ଅଧିକ ହେଇଯାଇଥିଲା | ବସିବାକୁ ଜାଗା ନଥିଲା , ବସ୍ ଷ୍ଟପ୍ ରେ ଯୋଉ କେତେଟା ଚେୟାର ଥିଲା ସବୁ ଗୁଡାରେ ୟୁନିଭରସିଟି ଛୁଆ ବସିଯାଇଥିଲେ | କୁନି ୟୁନିଭରସିଟିରେ ସେମିଷ୍ଟାର୍ ପରୀକ୍ଷା ସାରି ଅପେକ୍ଷା କରିଥିଲା ଅଟୋକୁ | ସକାଳୁ କଲେଜ ଯିବା ଛାନିଆରେ ଖାଇବାକୁ ତାକୁ ସମୟ ମିଳିନଥିଲା ଆଉ ସେଥିରେ ପୁଣି ଷ୍ଟ୍ରାଇକ ଯୋଗୁ ରାସ୍ତା କଡରେ ମିଳୁଥିବା ଦହିବରା ଆଳୁଦମ ବି ବନ୍ଦ ଥିଲା | ହଠାତ୍ ତା ଆଖି ଆଗରେ ଅନ୍ଧକାର ଛାଇ ଗଲା ପରି ଲାଗୁଥିଲା , ଆଉ ମୁଣ୍ଡ ଭାରି ଭାରି ଲାଗିଥିଲା , କାଳେ ତଳେ ପଡ଼ିଯିବ ଭାବି ସେ ଗୋଟେ ଟଲିକୁ ଆଉଯେଇ ହୋଇ ବସି ପଡ଼ିଥିଲା ଟଲି ଉପରେ | ବ୍ୟାଗ୍ ରେ ଥିବା ପାଣି ବୋତଲଟା ବି ସାରି ଦେଇଥିଲା କେତେ ବେଳୁ | କାହାକୁ ସାହାଯ୍ୟ ମାଗିବାକୁ କୁନି କୁ ବୋହୁତ୍ ଖରାପ ଲାଗେ ଆଉ ତା ମୁହଁରୁ କିଛି ଠିକ୍ ରେ ବାହାରେନି | କିନ୍ତୁ ସେଦିନ ସେ ପ୍ରଥମ ଥର ମନେ ମନେ ଭାବୁଥିଲା "କାସ୍ କେହି ଗୋଟେ ଝିଅ କୁଆଡୁ ଆସିଯାନ୍ତା କି, ତାକୁ ଟିକେ ସାହାଯ୍ୟ ମାଗି ଦିଅନ୍ତି | ମତେ ଟିକେ ମୋ ମାଉସୀ ଘରେ ଛାଡିଦିଅ" ବୋଲି କହି ଦିଅନ୍ତି କି | ହଷ୍ଟେଲ୍ ଫେରିବାକୁ ଚାହୁଁନଥିଲା କାରଣ ସେଇ ସମୟରେ ହଷ୍ଟେଲରେ କେହି ନଥିବେ , ସବୁ କଲେଜରେ ଥିବେ ବୋଲି ତାକୁ ଭଲରେ ଜଣାଥିଲା | ଏମିତି ଭିତରେ ତା ଅବସ୍ତା ବେଳ କୁ ବେଳ ଗୁରୁତ୍ଵର ହବାକୁ ଲାଗିଥିଲା | ହଠାତ୍ ଆଖି ଆଗରେ ଅନ୍ଧକାର ଦେଖା ଦେଲା, ମୁଣ୍ଡ ବୁଲେଇ ତଳେ ପଡ଼ୁ ପଡ଼ୁ ତାକୁ ଗୋଟେ ଝିଅ ଧରି ଦେଇଥିଲା | ଆଇ କାର୍ଡ ରୁ ଜଣା ପଡୁଥିଲା, ସେ ବି ସେଇ ଏକା ୟୁନିଭରସିଟିର ଛୁଆ ଥିଲା | କୁନିକୁ ପାଣି ପିଇବାକୁ ଦେଇ ଟଲି ଉପରେ ବସେଇ ପଚାରିଲା କ'ଣ ହେଇଛି ବୋଲି ,କୁନି ଏକା ନିଶ୍ଵାସ ରେ କହିଦେଲା- "ମତେ ଟିକେ ବିଡାନାସି ରେ ଛାଡିଦିଅନ୍ତୁ ଦୟାକରି" | ଅଜଣା ଅଶୁଣା ଝିଅ ଟି ତୁଳସୀପୁର ଯାଉଥିଲା ସେଇ ଏକା ରାସ୍ତା ରେ | ତୁରନ୍ତ ରାଜି ହୋଇ ଯାଇଥିଲା କୁନି ର ଅବସ୍ତା ଦେଖି | ଅଟୋ ଗୋଟେ ମିଳି ଯାଇଥିଲା ୟା ଭିତରେ | ଅଜଣା ଝିଅଟି କୁନି କୁ ନେଇ ବସେଇ ଦେଇଥିଲା ସେ ଅଟୋ ରେ ଆଉ ନିଜେ ବସିଥିଲା କୁନି ପାଖରେ ଆଉ ମଝିରେ ମଝିରେ ପଚାରି ଚାଲିଥିଲା- " ଏବେ କେମିତି ଲାଗୁଛି " | ପାଣି ଦି ଢୋକ ପିଇବା ପରେ ଧୀରେ ଧୀରେ କୁନି କୁ ଟିକେ ଆରାମ୍ ଲାଗୁଥିଲା | ହଠାତ୍ ତୁଳସୀପୁର୍ ହେଲା ଆଉ ଝିଅଟିକୁ ତା ନିତିଦିନିଆ ଅଟୋ ବାଲା ପଚାରିଲା ମାଡାମ୍ ଓଲେହିବେନି କି, ଝିଅଟି କହିଲା - "ନାଇଁ ଭାଇ, ଏଇ ଝିଅଟିକୁ ଛାଡିଦବା ତା ଘରେ ତା ପରେ ଆସିବା" | ଏଯାଏ କୁନି ଭଲ ରେ ସେ ଝିଅଟିକୁ ଦେଖି ନଥିଲା , ତା ସ୍ଵର ରେ ପ୍ରକୃସ୍ଥିତ ହୋଇ ତାକୁ ଟିକେ ଭଲ କରି ଚାହିଁ କହିଲା - "ମାଡାମ୍ ବୋହୁତ୍ ବୋହୁତ୍ ଧନ୍ୟବାଦ, ଏଇଠୁ ମୁଁ ଆଉ ଗୋଟେ ଅଟୋ ଧରି ଚାଲିଯିବି ଆପଣ ଯାଆନ୍ତୁ" | ଝିଅ ଟି ମନା କରିଥିଲା | କୁନି ମନେ ମନେ ଅନୁତାପ କରୁଥିଲା, କେତେ ହଇରାଣ କରୁଛି ସେ ଅଜଣା ଝିଅଟିକୁ | କୁନି ର ଜିଦ୍ ଆଗରେ ସେ ଅଜଣା ଝିଅ ହାର୍ ମାନିଥିଲା କିନ୍ତୁ ନିଜେ ଅଲଗା ଅଟୋ ଧରି ଚାଲିଯାଇଥିଲା ଆଉ କୁନି କୁ ନିଜ ଅଟୋ ରେ ଘରକୁ ପଠେଇଥିଲା | କୁନି ସେଦିନ ଭଲ ରେ ପହଁଚି ଯାଇଥିଲା ତା ଘରେ | କଲେଜ ଫେରିବା ପରେ ବୋହୁତ୍ ଥର କୁନି ସେ ଝିଅଟିକୁ ସେଇ ବସ୍ ଷ୍ଟପ୍ ରେ ଅପେକ୍ଷା କରିଛି, କଲେଜ ରେ ଖୋଜିଛି କିନ୍ତୁ କେବେ ଭେଟ ହେଇନି | କୁନି ସେଇ ଅଜଣା ଝିଅ ନିକଟରେ ଚିର ରୁଣି ହୋଇ ରହିଗଲା | ବେଳେ ବେଳେ ସେ ଭାବେ "ଭଗବାନ ହୁଏତ ସାହାଯ୍ୟ ପାଇଁ ସେ ଅଜଣା ଝିଅଟିକୁ ପଠେଇ ଥିଲେ " | ଯେବେ ବି ସେ କାହାକୁ ଅସୁବିଧାରେ ଦେଖେ ସାହାଯ୍ୟ କରିବାକୁ ପଛାଏ ନାହିଁ କାରଣ ସେ ଭାବେ ଯ "ନିଃସ୍ୱାର୍ଥପର ସେବା ହିଁ ପ୍ରକୃତ ଭଗବାନଙ୍କ ସେବା" |


Rate this content
Log in