Shanti Mishra

Others

3  

Shanti Mishra

Others

ନିଆରା ଇଣ୍ଟରଭ୍ୟୁ

ନିଆରା ଇଣ୍ଟରଭ୍ୟୁ

3 mins
7.7K


ଶାନ୍ତିଲତା ମିଶ୍ର, ରଚେଷ୍ଟର, ମିନେସୋଟା

ସେଦିନ ଥିଲା ଅଫିସରେ ଶେଷ ଦିନ l ଅବସର ନିମିତ୍ତ ଆୟୋଜିତ ବିଦାୟ କାଳିନ ଉତ୍ସବ ପରେ ‘ସନାତନ ବାବୁ’ ଶେଷ ଥର ପାଇଁ ସମସ୍ତକଂ ସଂଗେ ଦେଖା କରି ଫେରିଲା ପରେ ଅଫିସ୍ ପ୍ରାଗଂଣରେ ଗିରିଧାରୀ ବାବୁକଂ ପ୍ରସ୍ତର ପ୍ରତିମୁର୍ତ୍ତି ଉପରେ ଆଖି ପଡ଼ିବା ମାତ୍ରେ ଗୋଟାଏ କଥା ମନେ ପଡି ତାକୁଂ ବହୁତ ହସ ମାଡିଲା l ଏମିତିରେ ତ ବହୁତ କିଛି ଅଭିଜ୍ଞତା, ଅନୁଭୂତିକୁ ସାଥିରେ ନେଇକରି ସେ ଯାଉଛନ୍ତି l

ଯେତେବେଳେ ସେ ପ୍ରଥମେ ଆସିଥିଲେ ଏ ଅଫିସକୁ ଇଣ୍ଟରଭ୍ୟୁ ପାଇଂ ସେ ଥକି ଯାଇଥିଲେ ଇଣ୍ଟରଭ୍ୟୁ ଦେଇ ଦେଇ ଚାରିଆଡେ l ଶପଥ କଲେ ଏଇ ତାଂକର ଶେଷ l ସେ ପଛେ ପାନ ଦୋକାନଟିଏ କରି ବସିବେ ଆଉ ଇଣ୍ଟରଭ୍ୟୁ ପାଇଁ ଯିବେ ନାହିଁ l

ଇତିହାସ ପଢିକି ଗଲେ ଭୂଗୋଳରୁ ପ୍ରଶ୍ନ କରୁଛନ୍ତି, ଗଣିତ ପଢ଼ିକି ଗଲେ ବିଜ୍ଞାନ ପଚାରୁଛନ୍ତି | ସେ ଏବେ କ୍ଲାନ୍ତ l ଆଉ ନୁହେଁ l ଏତେ ପାଠ ଶାଠ ପଢି ଯଦି ମନ ପସନ୍ଦ ଦୁରେ ଥାଉ ଖାଲି ଖଣ୍ଡେ ଚାକିରୀ ମିଳି ଯାନ୍ତା ତେବେ ସେ ସେତିକିରେ ବି ଖୁସି ହୋଇ ଯାନ୍ତେ l କିଛି ଦିନର ବନ୍ଚିବାର ବ୍ୟବସ୍ଥା ହୋଇଯାନ୍ତା l ସେ ପରେ ଭଲ ଚାକିରୀ ଖୋଜନ୍ତେ l ଯେ କୌଣସି ଚାକିରୀ ମିଳିଗଲେ ବି ସେ ଖୁସି ହୁଅନ୍ତେ l

ସେଦିନ ଆଖିକୁ ଭଲ ଦିଶୁ ନଥିବା ଅତ୍ୟଧିକ ବୟସ ହୋଇଯାଇ ଥିବା ଏବଂ ଅସୁସ୍ଥ ଜଣା ପଡୁଥିବା ଜଣେ ଲୋକ ତାକଂର ଇଣ୍ଟରଭିୟୁ ନଉଥିବାର ଦେଖି ତାଂକ ମନ ଟା ଖୁସି ହୋଇ ଯାଇଥିଲା l ସେ ନିଶ୍ଚୟ ଓଲୋଟା ସିଧା କିଛି ପ୍ରଶ୍ନ କରିବନି ନିଶ୍ଚୟ l ତାକୁ ସେ ଭୁତେଇ ଦେବେ ଇଆଡୁ ସିଆଡୁ କହି l ଚାକିରୀ ଟା ଆ ଜି ପକ୍କା ହେଲା ପରି ଲାଗୁଛି l

କିନ୍ତୁ ତାଂକ ପ୍ରଶ୍ନ ଗୁଡିକ ପୁରା ଅଜବ୍ ଥିଲା | ଏ ଚାକିରୀ ସଂପର୍କିୟ ତ ମୋଟେ ନଥିଲା | ପ୍ରଶ୍ନ ଥିଲା ତୁମ ଜେଜେ ମା ଓ ଆଇ କଂର ଶିକ୍ଷା ଗତ ଯୋଗ୍ୟତା କଣ ଥିଲା | ହସ ଲାଗିଥିଲା ଏ ପ୍ରଶ୍ନ ଶୁଣି l ହସକୁ ରୋକି ପାରି ନଥଲେ | -“ନ ହସି ପ୍ରଶ୍ନର ଉତ୍ତର ଦିଅ” | ପ୍ରଶ୍ନ କର୍ତ୍ତା କଂର ତାଗିଦ୍ ରେ ହସ ରୋକି କହିଥିଲେ -”ନା ଆଜ୍ଞା ସେମାନେ ଅପାଠୁଆ ଥିଲେ କହିଲେ ଚଳେ | ଜଣେ ପ୍ରଥମ ଶ୍ରେଣୀ ଓ ଆଉ ଜଣେ ତୃତୀୟ ଶ୍ରେଣୀ ବୋଧେ ପଢି ଥିବେ |”

-”ସେମାନେ କେବେ କିଛି କାମ କରିଛନ୍ତି ଜୀବନରେ ?” -”ନା, ଘର କାମ, ଛୁଆ ସମ୍ଭାଳିବା, ରୋଷେଇ ବାସ କରିବା, ଘର ଲୋକକଂର ଯତ୍ନ ନେବା ବ୍ୟତୀତ ଆଉ କିଛି କରୁ ନଥିଲେ |”

-”ଏତେ କାମ କରୁଥିବା ସତ୍ବେ କିପରି କହୁଛ ସେମାନେ କିଛି କରୁ ନଥଲେ ବୋଲି | ଘର କାମ ରୋଷେଇ ବାସ କଣ କାମ ନୁହେଁ | କାମ ବୋଇଲେ ତୁମେ ତେବେ କଣ ବୁଝ |’’ ସେ କେବଳ ଚାହିଁ ରହିଲେ ପ୍ରଶ୍ନ କର୍ତ୍ତାକୁଂ l କଣ ଉତ୍ତର ଦେବେ ଭାବୁଥିବା ବେଳେ ସେ ଇଣ୍ଟରଭ୍ୟୁ ସରିଗଲା ବୋଲି କହିଥିଲେ l ଏବେ ତୁମେ ଯାଇପାର l

ସେ ଏହାର ଆଦି ଅନ୍ତ କିଛି ବୁଝିଲେନି l ନିରାଶରେ ଫେରି ଆସିଥିଲେ l ପାଗଳ ପୁରା ପୁରି ପାଗଳ ଜଣେ l ଭଲ ହୋଇଛି ଏଠି ଚାକିରୀ ନପାଇ l ପରେ କିନ୍ତୁ ତାକୁଂ ଚାକିରୀ ନପାଇବାର କାରଣ ଦର୍ଶାଇ ଏକ ପତ୍ର ମିଳିଥିଲା ଯୋଉଥିରେ ଲେଖାଥିଲା କି ଜଣେ ମ୍ୟାନେଜର ର ପ୍ରଥମ କାମ ହେଲା ତାର କର୍ମଚାରୀ ମା ନକଂର କଣ ଯୋଗ୍ୟତା ଅଛି କୋଉ କାମରେ ସେମାନେ ପାରଂଗତ, କୋଉ କାମ ସେମାନେ ସହଜରେ କରି ପରୁଛନ୍ତି ବା କୋଉ କାମରେ ସେମାନେ ଆଗ୍ରହି ତାହା ପ୍ରଥମେ ଦେଖିବା ଉଚିତ୍ l ସେଇ ଅନୁସାରେ ତାକୁଂ କାମ ବାଣ୍ଟିବା ଉଚିତ୍ l ସବୁ ଲୋକ ପାଖରେ କିଛି ନା କିଛି ଗୁଣ ବା କଳା କୌଶଳ ଅଛି l

ଯୋଉ ଲୋକ ନିଜ ମା’ ଆଇ କଂର ବା ଘର ଲୋକଂକର ଯୋଗ୍ୟତା ଚିନ୍ହି ପାରି ବାରେ ଅକ୍ଷମ ସେ ଅନ୍ୟ ମାନକଂର ଯୋଗ୍ୟତା କେମିତି ବୁଝିବ l ସୁଚାରୁ ରୁପେ ଘର ସମ୍ଭାଳିବା, ପିଲା ସମ୍ଭାଳିବା ଏକ ଯୋଗ୍ୟତା ପୁର୍ଣ କାମ l ଏତେ ସହଜ ନୁହେଁ l ଖାଲି ପାଠ ପଢି ଗୁଡାଏ ସାର୍ଟିଫିକେଟ୍ ପାଇଗଲେ ଯେ ଲୋକ ଜ୍ଞାନୀ ବା ଯୋଗ୍ୟ ହୋଇଯାଏ ତା ନୁହେଁ l ସଂସାରରେ ବଂଚିବା ପାଇଂ ହେଲେ ସବୁ ପ୍ରକାରର ଜ୍ଞାନର ଆବଶ୍ୟକତ ଅଛି |

ଯାହାକୁ ସେ ପାଗଳ ବୋଲି ଭାବିଥିଲେ ସେ ପାଗଳ ନଥିଲେ ମହା ଜ୍ଞାନୀ ଥିଲେ | ଆଉ ଥରେ ଯାଇ ତାକୁଂ ଦେଖା କରିବାକୁ ଇଚ୍ଛା ଥିଲେ ବି ସମୟ କରି କେବେ ଯାଇପାରି ନଥିଲେ l ଛଅ ମାସ ପରେ ତାକଂ ମୃତ୍ୟୁ ଖବର ଖବରକାଗଜରୁ ପାଇଥିଲେ l

ପୁଣି ଥରେ ସେଇ କମ୍ପାନୀରେ ଆଉ ଗୋଟେ ପୋଷ୍ଟ ଖାଲି ଥିବାର ଖବର କାଗଜରୁ ପଢି ଇଣ୍ଟରଭ୍ୟୁ ପାଇଂ ଗଲେ ଏଥରକ ତାକଂ ଇଣ୍ଟରଭ୍ୟୁ ତାକଂ ସାନ ପୁଅ ନେଇଥିଲେ l ସିଏ ବି ସେହିପରି ପୁର୍ବ ସାମଂଯ୍ୟସ କିଛି କିଛି ପ୍ରଶ୍ନ କରିଥିଲେ l ଠିକ୍ ଠିକ୍ ଉତ୍ତର ଦେଇ ଚାକିରୀ ଟି ପାଇଗଲେ ସନାତନ ବାବୁ l

ତାଂକ ଜୀବନରେ ତାହା ଥିଲା ଏକ ବଡ ଶିକ୍ଷା l ଭଲ ମ୍ୟାନେଜର ଭାବେ ପଇଂତିରିଶ୍ ବର୍ଷ ଚାକିରୀ ର ଦାୟିତ୍ବ ସୁଚାରୁ ରୁପେ ତୁଲ|ଇ ଆଜି ଅବସର ଗ୍ରହଣ କଲେ l ଗିରିଧାରୀ ବାବୁଂକର ପ୍ତସ୍ତର ପ୍ରତିମୁର୍ତ୍ତୀ କୁ ଅଜସ୍ର ପ୍ରଣାମ କରିବା ସହ ଅନ୍ତରରୁ ଧନ୍ୟବାଦ ଦେଇ ଥିଲେ |

ଜୀବନରେ ସମସ୍ତେ ତୁମର ଶିକ୍ଷକ l ଏ ଦୁନିଆଁ ରେ ଏକ ପରିପୂର୍ଣ ସନ୍ତୋଷ ଭରା ଜୀବନ ଯାପାନ କରିବାକୁ ହେଲେ ସମସ୍ତକଂ ଠାରୁ କିଛି ନା କିଛି ଶିଖିବାର ତ ନିଶ୍ଚିତ ରୁପେ ଅଛି l

******************************************************


Rate this content
Log in