STORYMIRROR

Sunanda Mohanty

Children Stories Thriller Children

4  

Sunanda Mohanty

Children Stories Thriller Children

ନେଉଳ ଓ ବାଇଚଢେଇ କଥା

ନେଉଳ ଓ ବାଇଚଢେଇ କଥା

2 mins
379


ଗୋଟିଏ ଡେଙ୍ଗା ତାଳ ଗଛ ଉପରେ ବାଇ ଚଢେଇଟିର ବସାଟି ପବନରେ ଦୋହଲୁଥାଏ ତ ବାଇଚଢେଇ ମନେପକାଏ ମୁନା ଘରେ ବାଜୁଥିବା ଟିଭିରେ ସେଇ ଗୀତ ଦୁଇଧାଡି। ବାଇ ଚଢେଇର କି ଯାଏ... ବାଆ କଲେ ବସା ଦୋହଲୁଥାଏ। ପ୍ରକୃତରେ ବାଇ ଚଢେଇ ଖୁବ ଖୁସିରେ ତା ବସା ଭିତରେ ରହିଥାଏ। ଦିନ ସବୁଦିନ ସମାନ ଯାଏନାହିଁ।ଏବେ ଏବେ ଗୋଟେ ସାପ ଆସି ବାଇଚଢେଇ ଓ ଚଢ଼େୟାଣୀ ନଥିବା ଅବସ୍ଥାର ସୁଯୋଗ ନେଇ ତା ବସା ଭିତରେ ପଶି ଅଣ୍ଡା ସବୁ ଖାଇଦେଉଥିଲା. ମନଦୁଃଖରେ ସ୍ୱାମୀ ଓ ସ୍ତ୍ରୀ ବାଇ ଚଢେଇ ପକ୍ଷୀ ଦୁହେଁ ପୁଣି ମୁନାଘରକୁ ଉଡିଯାଇ ଖୁଦ ଚାଉଳ ଖୁଣ୍ଟି ଖାଉଥିଲା ବେଳେ ମୁନା ଘର ଟିଭିରେ ସାପ ଓ ନେଉଳର ଲଢେଇ ଦେଖିବାକୁ ପାଇଥିଲେ।

  ବାଇଚଢେଇ ତା ବନ୍ଧୁ ନେଉଳ ପାଖକୁ ଯାଇ ତା ଦୁଃଖ ବିଷୟରେ ସବୁ କହି କିଛି ସାହାଯ୍ୟ ଲୋଡ଼ିଥିଲା।ନେଉଳ ସବୁ ଶୁଣି ସାପକୁ ମାରିବାକୁ ବାଇଚଢେଇ ସଙ୍ଗେ ତାଳ ଗଛ ପାଖକୁ ଆସି ସେଇ ଗଛରେ ଗୋଟେ ଗୁମ୍ଫା ଥିବାର ଦେଖି ସେଇଠି ରହି ଦିନସାରା ସାପକୁ ଜଗି ବସିଲା। ବାଇଚଢେଇ ନଥିବାର ସୁଯୋଗ ଦେଖି ସାପ ଅଣ୍ଡା ଖାଇବାକୁ ଆସି ନେଉଳ ହାବୁଡ଼ରେ ପଡି ମୃତ୍ୟୁ ବରଣ କଲା. ଏଣିକି ବାଇ ଚଢେଇର ବସାରେ ଅଣ୍ଡା ଫୁଟି ଛୁଆ ବାହାରିଲେ ତ ତାଙ୍କୁ ଦେଖି ବାଇଚଢେଇ ଦୁହେଁ ଯେତିକି ଖୁସି ନେଉଳ ମଧ୍ୟ ସେତିକି ଖୁସି ହେଉଥିଲା ଓ ସେହି ତାଳ ଗଛରେ ଥିବା ଗୁମ୍ଫାରେ ସବୁଦିନ ପାଇଁ ନେଉଳ ରହିଯିବାକୁ ବାଇ ଚଢେଇ ପରିବାର ସଦସ୍ୟମାନଙ୍କ ଅନୁରୋଧକୁ ଏଡେଇ ନପାରି ନେଉଳ ସେଇ ଗୁମ୍ଫାରେ ରହିଯାଇଥିଲା.

  ସେଦିନ ମୁନା ଘରକୁ ଯାଇଥାଏ ବାଇଚଢେଇ. ମୁନା ବାଇଚଢେଇଙ୍କ ବଂଶ ଲୋପ ହେବାର କାରଣ ଖୋଜିବାକୁ ସାଙ୍ଗମାନଙ୍କ ସହ ମିଶି ସ୍କୁଲରେ ଗୋଟିଏ ଗ୍ରୁପ କରିଥିଲା। ସେ ଗ୍ରୁପର ମୁଖ୍ୟ ଥିଲେ ତାଙ୍କ ଶ୍ରେଣୀ ଶିକ୍ଷକ. ବାଇଚଢେଇର ବଂଶ ନିପାତ କରୁଥିଲା ସାପ।ସେମାନଙ୍କ ଅଣ୍ଡା ଖାଇଦେଉଥିବାରୁ ତାଙ୍କ ବଂଶବୃଦ୍ଧି ହୋଇପାରୁନି କହିବାକୁ ଓ ନେଉଳ ହିଁ ବାଇଚଢେଇର ପ୍ରକୃତ ମିତ୍ର ବୋଲି ମୁନାକୁ ବୁଝେଇବାକୁ ଯାଇ ଦେଖିଲା ଖୁବ ଜୋରରେ ବାତ୍ୟାର ପାଣି ପବନ ମାଡି ଆସୁଛି।ଟିଭିରେ ବାତ୍ୟା ବିଷୟରେ ସବିଶେଷ ବିବରଣୀ ପ୍ରଦାନ କରୁଥିବା ବେଳେ ଖୁବ ଜୋର ପବନରେ ବିପଦ ଆଶଙ୍କା କରି ବାଇଚଢେଇ ଉଡିଆସି ଦେଖେତ ତାଳ ଗଛଟି ଭାଙ୍ଗି ପଡିଛି କିନ୍ତୁ ତା ସ୍ତ୍ରୀ ବାଇଚଢେଇ ସହ ପିଲା ବାଇଚଢେଇମାନେ ଉଡିଯାଇ ପାଖ ଘର କାନ୍ଥେଣି ଠଣାରେ ରହିଯାଇ ବଞ୍ଚିଯାଇଥିବା ବେଳେ ନେଉଳ ସେହି ଗୁମ୍ଫା ଭିତରୁ ବାହାରି ଆସିପାରି ନଥିବାରୁ ତାର ମୃତ୍ୟୁ ହୋଇଯାଇଛି। ବନ୍ଧୁର ମୃତ୍ୟୁରେ ବାଇଚଢେଇ କାନ୍ଦୁଥିଲା ଖୁବ। ତାର ଲୁହ ସବୁ ଟପ ଟପ ବର୍ଷା ପାଣିରେ ପଡି ନଈ ସୃଷ୍ଟି କରିଥିଲା। ତା ପରଠୁ ମନ ଦୁଃଖ ଲାଗିଲେ ବାଇ ଚଢେଇ ସେହି ନଈ ପାଣିରେ ଦେହ ଧୋଇ ଝାଡ଼ିହୋଇପଡିବା ଆମେ ସମସ୍ତେ ଦେଖି ଖୁସି ପାଉ ସିନା ହେଲେ ବାଇଚଢେଇ ତା ବନ୍ଧୁ ବିୟୋଗର ସ୍ମୃତିରେ ସେମିତି ହିଁ କରିଥାଏ।


Rate this content
Log in