STORYMIRROR

Bijaylaxmi Behera

Others

4  

Bijaylaxmi Behera

Others

ନଡ଼ିଆ ତେଲର ବାସ୍ନାରେ

ନଡ଼ିଆ ତେଲର ବାସ୍ନାରେ

1 min
386


ଆଜି ମୋ ଝିଅ କେରଳ ରୁ ଆଣିଥିବା ମରା ନଡ଼ିଆ ତେଲ ଲଗାଇ ବେଣୀ କରୁଥିଲା। ବହୁତ ବର୍ଷ ପରେ ମୋ ଅଶୀ ବର୍ଷର ପାଚିଲା କେଶରୁ ମରା ନଡ଼ିଆ ତେଲର ବାସ୍ନାରେ ମୁଁ ଆଖି ବନ୍ଦ କରି ଭାବୁଥିଲି ମୋ ଆଈ ଙ୍କୁ। ସାମ୍ପୁ କରି ନୂଆ ନୂଆ ଷ୍ଟାଇଲ କରିବା ସମୟରେ ମୋତେ ଜୋର କରି ପାଖରେ ବସାଇ ତେଲ ଲଗେଇ ଦେଉଥିଲେ। ଘନକଳା କେଶର ଲୋଭ ଦେଖାଉଥିଲେ। ନଡ଼ିଆ ଖାକି ଲୋଭରେ ମୁଁ ରାଗିଲେ ବି କିଛି କହି ପାରୁ ନ ଥିଲି। ସମୟ ବିତିବା ସହ ମୁଁ ବି ବୟସ୍କ ହେଲି ମାନସିକ ସ୍ତରରେ । ଅନୁଭବ କରିଲି ସେ ମମତାକୁ ଆଉ ବିକଳ ହେଲି ମନରେ ଏ ମିଠା ସ୍ମୃତିକୁ ସାଇତି ରଖିବା ପାଇଁ। ତା'ପରେ ଯେବେ ମୁଁ ଘରକୁ ଆସେ ତାଙ୍କୁ କହେ ମୋ ମୁଣ୍ଡରେ ତେଲ ଲଗେଇ ବେଣୀ କରିଦେବା ପାଇଁ। ଆଉ କଣ ମୁଁ ମୁଣ୍ଡ କୁଣ୍ଡେଇ ପାରୁଛି...? ଏଇ ପଦକ ଶୁଣିବା ପରେ ମୋ ପୃଥିବୀରେ ଗୁଞ୍ଜରିତ ହେଉଥିଲା ଗୌତମ ବୁଦ୍ଧଙ୍କ ଜରା, ବ୍ୟାଧି କୁ ନେଇ କିଛି ଉକ୍ତି । ମୁଁ ଭାବୁଥିଲି ସତରେ ସମୟ ଯଥେଷ୍ଟ ସମୟ ଆମକୁ ଦିଏ ଛୋଟ ଛୋଟ ଖୁସିରେ ଜୀବନ ଜୀଇଁବା ପାଇଁ, ସ୍ମୃତିକୁ ସାଉଁଟି ନେବା ପାଇଁ କାରଣ ଖୋଦ ସମୟ ବି ନିଜ ଉପରେ ଭରସା କରିପାରେନି। ମୋ ପେଜୁଆ ଆଖିରୁ ଦୁଇଟୋପା ଲୁହକୁ ପୋଛି ଦେଇ ମୋ ଝିଅ ମୋତେ ତା କାନ୍ଧକୁ ଆଉଜି ନେଉଥିଲା... ସେ ବୋଧହୁଏ ମାପି ପାରୁଥିଲା ମୋ ଆକୁଳତାକୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍