STORYMIRROR

Dipti lekha Mishra

Others

5.0  

Dipti lekha Mishra

Others

ମୁଷା ବିଷ

ମୁଷା ବିଷ

1 min
1.2K


ବହୁତ ଦିନ ତଳର ଘଟଣା ।ଆମ ପଡିଶା ଘରେ ଜଣେ ଶିକ୍ଷକ ରହୁଥିଲେ ।ଘରକୁ ଆସୁ ଆସୁ ତାଙ୍କ ପତ୍ନୀ କହିଲେ ହେଇଟି ଶୁଣୁଛ ଆଜି ଆମ ବିବାହ ବାର୍ଷିକୀ ଏଣୁ ମୋ ଭାଇ ତୁମ ପାଈଁ ଆଉ ମୋ ପାଇଁ ବୁଲିଯିବା ପାଈଁ ଫ୍ଳାଇଟ୍ ଟିକଟ ଦୁଈଟି ଦେଈଛନ୍ତି ।ଆମେ ଦୁବାଇ ଯିବା ।

କିଛି ନ କହି ସେ ଆମ ଘରେ ଆସି ଜେଜେଙ୍କ ସହ କଥା ହେବାକୁ ବସିପଡିଲେ ।ରାଗ ତମତମ ହୋଈ ରୀନା ଆଣ୍ଟି ମାନେ ତାଙ୍କ ପତ୍ନୀ ବି ଆମ ଘରକୁ ପାଦ ଥପଥପ କରି ଆସିଲେ ଆଉ ହାତରେ ଥିବା ମୁଷା ବିଷ ଦେଖାଇ କହିଲେ ଏଥିରୁ ମୋତେ ଖୁଆଇଦିଅ ମୁଁ ଟିକେ ଶାନ୍ତିରେ ନିଶ୍ବାସ ମାରିବି ।

ମୁଁ ମୁଷାବିଷ କଥା ଶୁଣି ଖାଇଦେବେ ଭାବି ଡରିଗଲି ଆଉ ହଠାତ୍ ଏକ ଲୁଗା ତାଙ୍କ ମୁହଁରେ ପକାଈ ମୁଷାବିଷ ଛଡାଇନେଈଥିଲି ।

ଶିକ୍ଷକ ଅଙ୍କଲ୍ ଆଣ୍ଟିକୁ ବୁଝାଇ କହିଲେ ଆମ ବାହାଘର ବେଳେ ଠିଆ ବି ହୋଇନଥିଲେ ତୁମ ଭାଇ ଆଉ ଆଜି ତାଙ୍କଠାରୁ ଟିକଟ ରଖିଲ କେମିତି ? ସେ ଟିକଟ ଫେରାଈଲେ ଜାଣିବି ତୁମେ ମୋତେ ପ୍ରକୄୄୣୣତରେ ଭଲ ପାଅ ।ଆଣ୍ଟି କହିଲେ ଏଇ କଥା ସେ ସମୟରେ ନ କହି ରାଗି ଚାଲିଆସିଲ କାହିଁକି ଏଣୁ ତ ମୁଁ ମୁଷାବିଷ ଧରିଥିଲି ।

ଆଉ ସେ ବିଷ ହାତରେ ଥିଲେ ତ !!


Rate this content
Log in