Satyabati Swain

Others

2  

Satyabati Swain

Others

ମୋହ

ମୋହ

2 mins
744


ମଧ୍ୟାହ୍ନ। ଧୂ ଧୂ ଖରା । ମୁଣ୍ଡ ଉପରେ ସୂର୍ଯ୍ୟ। ତାତିରେ ପୋଡି ଯାଉଛି ଦେହ,ମନ।ଏଇ ଟିକକ ପରେ ବୋଧହୁଏ ଅପରାହ୍ନ ଆସିବ।ତାପରେ ଦିଗ୍ ବଳୟ ସେପାରେ ଏ....ଇ...ସେଇ ଯେଉଁ ଗଛର ପାଚିରୀ ପଶ୍ଚିମ ଆକାଶେ ବୁଡିଯିବେ ସୂର୍ଯ୍ୟ। ସଂଜ ନଇଁ ଆସିବ ଧୀରେ ଅନ୍ଧାରକୁ ସାଙ୍ଗରେ ଆଣି। କିଟିମିଟ ଅନ୍ଧାରରେ ଦିକ୍ ଦିକ୍ ଜଳିଥିବା ଦୀପଟା ଲିଭିଯିବ ଶେଷରେ.....

ଯଦି ଏମିତି ତେବେ ଏସବୁ କାହିଁକି? କାହିଁକି କାହାପ୍ରତି ଏତେଆସକ୍ତି,ମୋହ,ଅନୁରାଗ,ଅନୁରକ୍ତି !ସକାଳ,ମଧ୍ୟାହ୍ନ,ସଞ୍ଜ ଓ ରାତିର ମାୟା ,ଭୟ। କାହିଁକି ଛାତି ଫାଟେ କାହା ପାଇଁ ଦରଜରେ ! ମନ ଝୁରେ,ଖଣ୍ଡିଆ ଖାବରା ହୋଇ ସେଇ ବାଟ ମିଳୁ ନଥିବା କିଟିମିଟି ଅନ୍ଧାରରେ ଝୁଣ୍ଟି ! କଣ ପାଇଁ ନୀଳ ସ୍ୟାହି ଓ ନାଲି ଗୋଲାପର ମନ ଡାଇରୀରେ ସାଇତା ଶୁଖା ସ୍ମୃତି ଉଖାରେ ବାହାରେ ଶୁଖିଲା ଭିତରେ କଞ୍ଚାଥିବା ଘା କୁ!

ଇସ୍ ! କେତେ ରକ୍ତ ଝରୁଛି।।ଖୁସିର ଚଟାଣକୁ ଭିଜେଇ ଦେବ ବୋଧେ। କିବା ରକ୍ତ ସ୍ମୃତି ନଈ ହୋଇ ଭସାଇ ନେବ କୁଆଡେ ନାଇଁ କୁଆଡେ........

ଓହୋ ସତ ସତିକା ଭାସିଗଲା । ଏଇଟା କେଉଁ ନଈ! ହଜିଲା ଦିନର !

ଦେଖ ଦେଖ କିଏ ସେଠି,ସେଇ ନଈ ପଠାରେ ! ସୂର୍ଯ୍ୟ ଡୁବିବେ ଡୁବିବେ ହେଉଛନ୍ତି। ପଶ୍ଚିମ ଆକାଶ ନାଲି।

ତୁମେ !

ଓଃ ବାପା !

ମୋ ଘୋଡା ମୋ ଖୁସିର ନିଶ୍ଚିନ୍ତ ଠିକଣା !

ବୋଉ !

ମୋ ନିଃଶ୍ୱାସ,ଶରୀରର ପ୍ରତି ରକ୍ତ କଣା।।

ଭାଇ ଭଉଣୀ! ମେଞ୍ଚାଏ ସମ୍ମୋହନ !

ମୋ ପରିବାର-ଖୁସି,ହସର ବଗିଚା ସେହ୍ନ ମମତାର ଗାଲିଚା !

ଯା ସବୁ ଲିଭି ଯାଉଛି। ପଶ୍ଚିମ ଆକାଶରେ ଅନ୍ଧାର । ଅନ୍ଧାର ଗଛ, ପଡ଼ିଆ,ଅଗଣା ଘର। କେବଳ ଅନ୍ଧାର ।କିଛି ଦିଶୁନି ଆଗକୁ।

କିଏ କିଏ ସେଠି!!ଛାୟା ଚିତ୍ର ପରି ଲାଗୁଛ??? ଏ ରହ ରହ।।ଆରେ ଶୁଣ...

ନା ସେ ଶୁଣିଲାନି।।ଚାଲିଗଲା ପଛକରି।।ମୁଁ କିନ୍ତୁ ଗୋଡାଉଥିଲି ଅଝାଟିଆ ପୁଅ ରାହା ଧରି ମା ପଛେ ପଛେ ଗଲା ପରି ସ୍ୱୟଂ ଚାଳିତ ମେସିନ୍ ହୋଇ।

ଏ କଣ ମୋହ କି ? ଫୁଲ,ଫଗୁଣ, ଭଅଁର,ଆକାଶ,ନଈ, ଶ୍ରାବଣ,ବର୍ଷାରେ ଭିଜିବା ସ୍ବପ୍ନ ପଛେ ଗୋଡ଼ାଇ ଆଣ୍ଠୁ ଗଣ୍ଠି ଛିଡେଇବା । ଆଖୁବୁଝି ଗୋଟେ ଆଦେଖା ମୁହଁ, ଦେହର କଳ୍ପନା କରି ରୋମାନଚିତ ହେବା । ପ୍ରତିଷ୍ଠା, ପ୍ରଭୁତ୍ୱ,ପ୍ରଶଂସା ପଛେ ଅଣନିଃଶ୍ଵାସୀ ହୋଇ ଧାଇଁବା । ଏ ସବୁ କଣ ମୋହ କି!!!

ବେଦୀର ହୋମ ଧୂଆଁ। ଢାଳ ପରେ ଥୁଆ ହାତ ଗଣ୍ଠି। ସାତ ଫେର। ପ୍ରଥମ ମା ହେବାର ଅନୁଭବ। କୁଆଁ ରାବର ମାଦକତା। ପିଲା ସିଙ୍ଘାଣି,ଝାଡା, ବାନ୍ତିରେ ଲଟର ପଟର ହେବା । ପିଲା ମାନଙ୍କୁ ଭଲ ମଣିଷ କରିବା ଆଶାରେ ଜୀବନର ସବୁ ଖୁସି,ସମୟ ଖର୍ଚ୍ଚ କରିଦେବା । ଆତ୍ମୀୟ ସ୍ଵଜନଙ୍କ ମୃତ୍ୟୁରେ ଭାଙ୍ଗି ପଡି ଲହୁ ଝାରିବା ଲୁହ ରୂପେ। କାନ୍ଦିବା,କନ୍ଦେଇବା ମୋହ କି !

ଭାଙ୍ଗିଯିବା ପରେ ପୁଣି ଅଣ୍ଟା ସଳଖି ଠିଆ ହେବା । ସୁନା ହରିଣ ପଛେ ବାଇଆ ହେବା,ନିହାତି ସ୍ୱାର୍ଥ ପର ହୋଇ ଆପଣାର ଲୋକକୁ ଭୁଲିଯିବା।ହତ୍ୟା,ଲୁଣ୍ଠନ, ଦୁଷ୍କର୍ମ,ଆତଙ୍କରାଜ,ମଣିଷ ରକ୍ତରେ ହୋଲି ଖେଳିବା ବି କଣ ମୋହ!

ପୁଣି ମୃତ୍ୟୁ ବି କଣ ବି ଗୋଟିଏ ମୋହ!!ଜନ୍ମରୁ ମଶାଣୀ ପର୍ଯ୍ୟନ୍ତ ଯାତ୍ରର ଅନ୍ୟ ନାମ କି ମୋହ!!

ସତ୍ୟବତୀ ସ୍ଵାଇଁ,ବାଲିକୁଦା,ଜଗତସିଂହପୁର


Rate this content
Log in