Smruti Sephali Meher

Others

4.0  

Smruti Sephali Meher

Others

ମୋ ବାପା

ମୋ ବାପା

2 mins
152


ବାପା ମୋର ଭାରି ସିଧା ସାଧା ମଣିଷଟିଏ ।

ଅଭାବ ଭିତରେ ଭାବ,ଦୁଃଖ ଭିତରେ ସୁଖ, 

ଆଉ ଅସୁବିଧା ଭିତରେ ସୁବିଧା କୁ ଅତି ଆନନ୍ଦ ସହକାରେ ଗ୍ରହଣ କରିଥାନ୍ତି । ଓଲଟି ମତେ କୁହନ୍ତି ସବୁ ସହିବା ଶିଖ ରେ ମାଆ ପରେ ନହେଲେ ଆହୁରି ବଡ଼ ସମସ୍ୟା ହେଲେ କିପରି ତାକୁ ସାମ୍ନା କରିବୁ । ବାପାଙ୍କର ଏଇ ପଦୁଟିଏ କଥା ମତେ ସବୁ ପ୍ରକାର ଅସୁବିଧାର ସାମ୍ନା କରିବା ଶିଖାଇଦେଲା। ।

     ଦିନ ଏମିତି ବି ଆମ ଜୀବନରେ ଆସିଥିଲା

ମୁଠାଏ ଖାଦ୍ୟ ପାଇଁ ହାତରେ ପଇସା ନଥିଲା । କିନ୍ତୁ ଆଖିରେ ଥିଲା ଆଖିଏ ସ୍ବପ୍ନ । ସେଇ ସ୍ୱପ୍ନରେ ଡେଣା ଲାଗିଲେ ସେମାନେ ଉଡ଼ିଯାଉଥିଲେ ଅନେକ ଦୂର । ସ୍ବପ୍ନ ଦେଖିବାକୁ ତ କାହାକୁ ପଇସା ଲଗେନି । ଆଖିରେ ଅହରହ ଆସୁଥିଲା ଅସୁମାରୀ ସ୍ବପ୍ନ । ଏତେ ଅଭାବ ଭିତରେ ବି ବାପା କେବେ ଭାଙ୍ଗି ନଥିଲେ । ହୁଏତ ମତେ ଲୁଚେଇ କେବେ କେବେ କାନ୍ଦି ଥିବେ । କିନ୍ତୁ ମୋ ଆଗରେ ସବୁବେଳେ ଶକ୍ତ ହୋଇ ଛିଡା ହେଉଥିଲେ ମୋ ବାପା । ତାଙ୍କର ଅଦମ୍ୟ ସାହାସ ଓ ଚେଷ୍ଟା ବଳରେ ଧୀରେ ଧୀରେ ଆମ ଜୀବନରୁ କଳା ବାଦଲ ହଟି ଚାଲିଲା । ଆଉ ଆମେ ଆମ ସ୍ବପ୍ନ ପୂରଣ କରିବାରେ ସାମର୍ଥ୍ୟ ହୋଇ ପାରିଲୁ । 

    ସେଦିନ କଥା ଭାବିଲେ ଏବେବି ଆଖି ଓଦା ହୋଇଯାଏ ନୀରବ କୋହରେ । ପାଦ ଥରି ଉଠେ ଅନେକ ଯନ୍ତ୍ରଣାରେ। ତଥାପି ବଞ୍ଚିବାକୁ ହୁଏ ଯାତନା କଷଣ ସହି ଏ ଦୁନିଆଁରେ ।      


ପିଲା ବେଳେ ବାପାଙ୍କ ଆଗେ ବହୁତ୍ ଅଳି,ଅଝଟ କରିଛି । ବାପାଙ୍କ ପିଠିରେ କେତେ ଝୁଲୁଛି । କଷ୍ଟ କାରୁଣ୍ୟର ପରିଧି ଭିତରେ ବି ଆମେ ହସୁଥିଲୁ କାନ୍ଦୁଥିଲୁ । ବାପା ସବୁବେଳେ କହୁଥିବା ଧର୍ଯ୍ୟ ଓ ସାହାସ କଥା ଆଜି ବି ମନେ ପଡେ । ବିଦ୍ୟାଳୟରେ ପଢୁଥିବା ସମୟରେ ସେ ଥିଲେ ମୋ ବିଦ୍ୟାଳୟର ପ୍ରଧାନ ଶିକ୍ଷକ। ମୋତେ ତାଙ୍କ ସାଇକେଲରେ ସବୁଦିନ ବିଦ୍ୟାଳୟକୁ ନିଅନ୍ତି । ମୋ ପାଇଁ ସେ ତାଙ୍କ ସାଇକେଲରେ ଗୋଟେ ଛୋଟ ସିଟ ବି ଲଗେଇ ଥିଲେ । ବିଦ୍ୟାଳୟରେ ମୁଁ ତାଙ୍କୁ ଗୁରୁଜୀ ଡାକୁଥିଲି। ଭାରି ଅଡ଼ୁଆ ଲାଗୁଥିଲା ବାପଙ୍କୁ ପୁଣି ଗୁରୁଜୀ । ବାପା ବି ମତେ ତୁମେ ବୋଲି ସମ୍ବୋଧୋନ କରି କହୁଥିଲେ । ତାଙ୍କଠୁ ଶିଖିଛି ଗୁରୁଜନଙ୍କୁ ସମ୍ମାନ ଦେବା । ବଡ଼ ମାନେ କଥା ହେଲା ବେଳେ କଥା ନକହିବା । ଗୁରୁଜନଙ୍କ ଆଗରେ ସାଳିନତା ସହ କଥା ହେବା ଓ ଘରକୁ ଅତିଥି ଆସିଲେ ତାଙ୍କୁ ସମ୍ମାନ ଦେବା । ଏସବୁ କେମିତି ଭୁଲିବି ଯେ । ସକାଳୁ ଉଠି ଭଗବାନଙ୍କୁ ପ୍ରାର୍ଥନା କରିବା ଓ ବାପା ମାଆଙ୍କୁ ପାଦ ଧରି ମୁଣ୍ଡିଆ ମାରିବା ଏତକ ସବୁ ତ ତୁମେ ଶିଖେଇଛ ବାପା ।

ସେଥି ପାଇଁ ମୁଁ ତୁମକୁ ମୋର ପ୍ରଥମ ମାର୍ଗ ଦର୍ଶକ ଭାବେ । 


Rate this content
Log in