Smruti Sephali Meher

Children Stories

3  

Smruti Sephali Meher

Children Stories

କର୍ମ ହିଁ ଭଗବାନ

କର୍ମ ହିଁ ଭଗବାନ

2 mins
130


ଜଙ୍ଗଲଟିଏ ଥିଲା। ସେ ଜଙ୍ଗଲରେ ହରିଣଟିଏ ଡାଳପତ୍ର ଖାଇ ଆନନ୍ଦ ମନରେ ଏଣେତେଣେ ଘୂରି ବୁଲୁଥିଲେ । ମଜାଳିଆ ଗୀତ ଗାଇ ଜଙ୍ଗଲଟା ସାରା ବୁଲିବାକୁ ସିଏ ଖୁବ୍ ଭଲପାଉଥିଲା। ଏମିତି ବଣ ଭିତରେ ବୁଲିବା ଭିତରେ ସିଏ ଏକ କପାେତକୁ ଦେଖିଲା । କପାେତଟି ଆହତ ହାେଇ ଛଟପଟ ହେଉଥିଲା । ପାଣି ଟାେପାଏ ପାଇଁ ଆକୁଳ ଚିତ୍କାର କରୁଥିଲା । କପାେତଟିର କଷ୍ଟ ଦେଖି ହରିଣ ମନରେ ଦୟା ଆସିଲା । ନିକଟରେ ଥିବା ନଈକୂଳକୁ ନେଇଗଲା ତାକୁ । ସେଠାରେ ତାକୁ ପାଣି ପିଆଇଲା । ଦେହରୁ ରକ୍ତ ଝରୁଥିବା ଦେଖି ତା'ର ଘରକୁ ନେଇଗଲା । ଜଙ୍ଗଲରୁ ଔଷଧପତ୍ର ଆଣି କପାେତର କ୍ଷତ ସ୍ଥାନରେ ଭଲ ଭାବେ ଲଗାଇ ଦେଲା । କପାେତ ପକ୍ଷୀଟି ଧୀରେ ଧୀରେ ଭଲ ହାେଇଗଲା।

    ହରିଣ କପାେତକୁ କହିଲା:"ଏହା କେମିତି ହେଲା ?"କପାେତ କହିଲା :"ମୁଁ ଖୁସିରେ ଖାଇପିଇ ବଣରେ ଘୂରି ବୁଲୁଥାଏ । ମାେ'ଖୁସିକୁ ଦେଖି କାଉ ଜମା ସହି ପାରିଲା ନାହିଁ । ସିଏ ମାେର ଏପରି ଅବସ୍ଥା କଲା ।"

     ହରିଣ କହିଲା:" କିଛି ଚିନ୍ତା କରନି କପାେତ । ସିଏ ଏଣିକି ତୁମର ଆଉ କିଛି କ୍ଷତି କରି ପାରିବନି । ତୁମର ନିରୀହ,ସରଳପଣିଆ ଦେଖି ସିଏ ତୁମ ପ୍ରତି ଏଭଳି ଅତ୍ୟାଚାର କଲା । ଦିନ ଆସିବ ଦେଖିବ ତା'ର ଅବସ୍ଥା ତୁମ ଠାରୁ ବଳି ଅଧିକ ହେବ ।"

      ହରିଣର କଥା ଶୁଣି କପାେତ କହିଲା:"ଥାଉ ହରିଣ । କାଉ ତା'ର ଦୁଷ୍ଟପଣ ଯାେଗୁଁ ଭଗବାନଙ୍କ ଠାରୁ ନିଶ୍ଚୟ ଦଣ୍ତ ପାଇବ । ତୁମ ଠାରୁ ସେବା ଯତ୍ନ ପାଇ ମୁଁ ଆଜି ବହୁତ ଖୁସି । ଆକାଶକୁ ଯିବାକୁ ଆଉ ମନ ବଳୁନାହିଁ । ମୁଁ ସବୁଦିନ ତୁମ ପାଖରେ ରହିବି । ତୁମର ସେବା କରିବି ।"

     କପାେତର କଥା ଶୁଣି ହରିଣ ବହୁତ ଖୁସି ହାେଇଗଲା । କପାେତ କଥାରେ ରାଜି ହାେଇଗଲା । ହରିଣ ଓ କପାେତ ଦୁହେଁ ଆନନ୍ଦ ମନରେ ଅନ୍ୟର ସେବା କରିବାରେ ଲାଗିଲେ । ତେଣୁ କର୍ମ ହେଉଛି ଭଗବାନ । ଆମେ ଯଦି ଜୀବନରେ ଭଲ କର୍ମ କରିବା ଦିନେ ନା ଦିନେ ଆମକୁ ଆମର କର୍ମଫଳ ନିଶ୍ଚୟ ମିଳିବ ।



Rate this content
Log in