ସାଧବବୋହୂ
ସାଧବବୋହୂ
ବର୍ଷାଦିନ । ଝିପ୍ ଝିପ୍ ବର୍ଷା ଲାଗି ରହିଥାଏ । ରାସ୍ତା କଡରେ ସାଧବବାେହୂମାନେ ଧାଡି ବାନ୍ଧି ଯାଉଥିଲେ । ଏହି ଦୃଶ୍ୟକୁ ମିନି ତାଙ୍କ ଝରକା ପାଖରେ ଠିଆହାେଇ ଦେଖୁଥିଲା । ରାସ୍ତାଟା ସାରା ଯେମିତି କି ଲାଲ୍ ଟୁକୁଟୁକୁ ଦେଖାଯାଉଥିଲା ତାକୁ । ମିନି ଥିଲା ସୁଦାମ ବାବୁଙ୍କ ସବୁଠାରୁ ସାନ ଝିଅ । ମନ ଲଗେଇ ପାଠପଢେ । ପାଠକୁ କେବେ ଅଳସୁଆ ହୁଏନାହିଁ । ବିଦ୍ୟାଳୟରେ ପ୍ରଥମ ହୁଏ । ମିନି ଏବେ ଷଷ୍ଠ ଶ୍ରେଣୀର ଛାତ୍ରୀ ।
ଆଉ ଦିନକର କଥା । ମିନି ବିଦ୍ୟାଳୟରୁ ଫେରୁଥିଲା । ହଠାତ୍ ତା' ନଜର ପଡିଗଲା ସାଧବବାେହୂଙ୍କ ଉପରେ । ସିଏ ଖୁସିରେ ନାଚି ଉଠିଲା । ସେଠାରେ ଟିକିଏ ଅଟକିଗଲା । ସାଧାବବାେହୂ ମାନଙ୍କୁ ଧରିବା ପାଇଁ ତା'ର ଭାରି ଇଚ୍ଛାହେଲା । ମିନି ସାଧବବାେହୂ ମାନଙ୍କ ପାଖକୁ ଗଲା । ତାଙ୍କ କଅଁଳିଆ ପିଠିରେ ଆଉଁଶି ଦେଇ କହିଲା-
ସାଧବବାେହୂ ଲାେ ସାଧବବାେହୂ
ଥିରି ଥିରିକା କେଣିକି ଯାଉ ।
ରୂପ ତାେର ଅଟେ ମୁକୁତା ଝରା
ନେଇଯିବେ ତାେତେ ପିଲାଏ ପରା ।
ସାଧବବାେହୂ ଲାେ ସାଧବବାେହୂ
ଥିରି ଥିରିକା ନ ଯାଆ ଆଉ ।
ମିନିର କଥା ଶୁଣି ସାଧବବାେହୂ ମାନେ କହିଲା: " ଆମେ ଆଉ କ'ଣ କରିବୁ ଯେ ? ଆମକୁ ଯିଏ ନେବ ନେଉ । ଏମିତି ବର୍ଷାଦିନ ଆସିଲେ ଆମେ ବାହାରେ ବିଚରଣ କରୁ । କିନ୍ତୁ କ'ଣ କରିବୁ ବାହାରେ ବିପଦ ଥିଲେ ମଧ୍ୟ ଆମେ ନିଜ ଭାଗ୍ୟକୁ ନେଇ ବଞ୍ଚିଥାଉ । ସତରେ ଆମକୁ ବହୁତ କଷ୍ଟ ହେଉଛି ବାହାରେ ।" ମିନି କହିଲା: " ନା ନା ! ତୁମେମାନେ ବାହାରେ ରହିବ ନାହିଁ । ତୁମ ପ୍ରତି ବିପଦ ଅଛି । ମୁଁ ତୁମ ମାନଙ୍କୁ ମାେ' ସହିତ ଆମ ଘରକୁ ନେଇଯିବି । ଆମେ ସମସ୍ତେ ସାଙ୍ଗହାେଇ ରହିବା । ସାଙ୍ଗହାେଇ ଖେଳିବା । ସାଙ୍ଗହାେଇ ଖାଇବା । ସାଙ୍ଗହାେଇ ଶାେଇବା । ବହୁତ ମଜା ଲାଗିବ । ତୁମେମାନେ ମାେ ସହିତ ଆସିବ ନା ? "
ସାଧବବାେହୂମାନେ ମିନିର ସରଳ କଥାରେ ରାଜି ହାେଇଗଲେ ଏବଂ ମିନି ସହିତ ତାଙ୍କ ଘରକୁ ଗଲେ । ମିନିର ବାପାମାଆ ସାଧବବାେହୂ ମାନଙ୍କୁ ଦେଖି ବହୁତ ଖୁସି ହାେଇଗଲେ । ମିନି ତାଙ୍କର ବହୁତ ସେବା ଯତ୍ନ କଲା । ତାଙ୍କ ସହିତ ଗପ କଲା ।
ଦିନେ ମିନି ଶାେଇଥିବା ବେଳେ ଏକ ମୂଷା ଆସି ମିନି ଗାେଡରେ କାମୁଡି ଦେଲା । ମିନି ଗାେଡରୁ ରକ୍ତ ଝରିବାକୁ ଲାଗିଲା । ସିଏ କାନ୍ଦିବାକୁ ଲାଗିଲା । ଏ କଥା ଶୁଣି ସାଧବବାେହୂ ମାନଙ୍କ ମନରେ ବହୁତ କଷ୍ଟ ହେଲା । ସେମାନେ ମୂଷାଟିକୁ ଉଚିତ୍ ଶିକ୍ଷା ଦେବାପାଇଁ ବାହାରି ପଡିଲେ । ସାଧବବାେହୂ ମାନଙ୍କୁ ଦେଖି ମୂଷାଟି ନିଜକୁ ଭୟ ପାଇଗଲା । ନିଜର ଭୁଲ୍ ବୁଝିପାରିଲା । ମୂଷାଟି ମିନି ପାଖକୁ ଯାଇ କହିଲା : " ମାେତେ କ୍ଷମା କରିଦେ ମିନି । ମାେର ଭୁଲ୍ ହାେଇଯାଇଛି । ଜୀବନରେ ଆଉ ଏମିତି କେବେ ହେବନି ।"
ମିନି ମୂଷାଟିକୁ କ୍ଷମା କରିଦେଲା । ମନଖୁସିରେ ମିନି ପୁଣି ଥରେ ସାଧବବାେହୂ ମାନଙ୍କ ସହିତ ଖେଳିବାକୁ ଆରମ୍ଭ କଲା ।