Smruti Sephali Meher

Children Stories

4  

Smruti Sephali Meher

Children Stories

ଅହଂକାରୀ ରାଜା ଓ କୃଷକ ପୁଅ

ଅହଂକାରୀ ରାଜା ଓ କୃଷକ ପୁଅ

2 mins
346


ଚନ୍ଦ୍ରପୁର ରାଜ୍ଯରେ ଜଣେ ରାଜା ରହୁଥିଲେ । ରାଜାଙ୍କର ବହୁତ ଧନ ସମ୍ପତ୍ତି ଥିଲା । ତା' ସହିତ ଅନେକ ସୈନ୍ୟ ସାମନ୍ତ ଓ ହାତୀ,ଘୋଡା ଥିଲା । ରାଜାଙ୍କର ବହୁତ ଗୁଡାଏ ଧନରତ୍ନ ଥିଲେ କ'ଣ ହେଲା ସେ ଥିଲେ ଭାରି ଅଂହକାରୀ । କାହାର ଦକ୍ଷତା ଦେଖିଲେ ଆଦୈା ସହି ପାରୁ ନଥିଲେ ।ଧନୁର୍ବିଦ୍ୟାରେ ରାଜା ଥିଲେ ଖୁବ୍ ପାରଙ୍ଗମ । ପଡାେଶୀ ରାଜ୍ୟମାନଙ୍କୁ ଅତି ସହଜରେ ଜୟ କରି ପାରୁଥିଲେ । ସେଥିପାଇଁ ତାଙ୍କ ମନରେ ସର୍ବଦା ଅଂହକାର ଓ ଗର୍ବଭାବ ସୃଷ୍ଟି ହେଉଥିଲା । ରାଜା ନିଜେ କହୁଥିଲେ:' ଧନୁ ଚାଳନାରେ ମୁଁ ଶ୍ରେଷ୍ଠ । ଏହି ବିଦ୍ୟାରେ ମାେତେ କେହି ବଳି ପାରିବେ ନାହିଁ ।' ମଝିରେ ମଝିରେ ରାଜା ଧନୁଚାଳନା ପ୍ରତିଯାେଗିତାମାନ ଆୟାେଜନ କରୁଥିଲେ । ପ୍ରତିଯାେଗିତାରେ ରାଜାମାନଙ୍କୁ ସିଏ ଅତି ସହଜରେ ପରାସ୍ତ କରି ଦଉଥିଲେ । ନିଜକୁ ସର୍ବଶ୍ରେଷ୍ଠ ରାଜା ଭାବେ ଘାେଷଣା କରୁଥିଲେ । ଗର୍ବର ସହିତ ସିଏ କହୁଥିଲେ:" ଯିଏ ତାଙ୍କୁ ଧନୁଚାଳନାରେ ହରେଇ ଦେବ ସିଏ ରାଜ୍ୟର ପରବର୍ତ୍ତି ରାଜାହେବ ।"

        ଦିନକର କଥା । ରାଜା ମନ୍ତ୍ରୀ ପାରିଷଦ ମାନଙ୍କ ସହିତ ଜଙ୍ଗଲକୁ ଶିକାର କରିବାକୁ ଯାଇଥିଲେ । ସେହି ଜଙ୍ଗଲରେ ବୁଲୁ ବୁଲୁ ମନ୍ତ୍ରୀ ଦେଖିଲେ ଗାେଟିଏ ଯୁବ କୃଷକ ଅତି ସୁନ୍ଦର ଭାବେ ଧନୁ ଚାଳନା କରୁଛି । ଉଡିଗଲା ଚଢେଇକୁ ତୀରମାରି ତଳକୁ ଖସେଇ ଦେଉଛି । ଯୁବକଙ୍କର ଏ ପରି ପରାକ୍ରମ ଦେଖି ମନ୍ତ୍ରୀ ସେହି ଯୁବକ ପାଖକୁ ଗଲେ। କହିଲେ:" ହେ ଯୁବକ ! ତୁମ ସୁନ୍ଦର ତୀର ଚାଳନା ଦେଖି ମୁଁ ଅତ୍ୟନ୍ତ ଖୁସି । ଆମ୍ଭ ରାଜା ମଧ୍ୟ ତୀର ଚାଳନାରେ ଖୁବ୍ ପାରଙ୍ଗମ । ତାଙ୍କୁ ଯିଏ ହରାଇ ଦେବ, ସିଏ ଏ ରାଜ୍ୟର ରାଜା ହେବ । ଅନେକ ଧନରତ୍ନ ଉପହାର ପାଇବ। ଯଦି ରାଜାଙ୍କ ଠାରୁ ସିଏ ହାରିଯିବ, ସିଏ ଏ ରାଜ୍ୟ ଛାଡି ଚାଲିଯିବ । ତୁମେ ଯଦି ପାରିବ, ତେବେ ତୁମକୁ ଆମ ରାଜାଙ୍କ ପାଖକୁ ନେଇଯିବି । ରାଜାଙ୍କ ସହିତ ତୀରଚାଳନା କରିବା ପାଇଁ କୃଷକ ପୁଅ ରାଜି ହାେଇଗଲା । ରାଜାଙ୍କ ପାଖକୁ ଗଲା । ରାଜା ଓ ଯୁବକ ମଧ୍ୟରେ ପ୍ରତିଯାେଗିତା ଆରମ୍ଭ ହେଲା । ଧନୁ ଚାଳନା ପ୍ରତିଯାେଗିତାରେ ରାଜା ଯୁବକ ଠାରୁ ହାରି ଗଲେ । ରାଜାଙ୍କ ମୁହଁ ଲାଜରେ ଝାଉଁଳି ଗଲା । ତାଙ୍କ ମୁହଁ ତଳକୁ ହାେଇଗଲା । ସିଏ କାହାକୁ ମୁହଁ ଦେଖେଇ ପାରିଲେ ନାହିଁ । ତାଙ୍କର ଅଂହକାର ସେଠାରେ ହିଁ ଭାଙ୍ଗିଗଲା । ରାଜାଙ୍କ ନିୟମ ଅନୁସାରେ ମନ୍ତ୍ରୀ ପାରିଷଦ ଓ ପ୍ରଜାମାନେ ଯୁବକଟିକୁ କୁଣ୍ଢାଇ ଧରି ପକାଇଲେ । ରାଜା କରିବା ପାଇଁ ବିଚାର କଲେ । କୃଷକ ଯୁବକଟି କହିଲା:" ମୁଁ ଧନୁର୍ବିଦ୍ଯାରେ ନିପୁଣ ହାେଇପାରେ ସତ କିନ୍ତୁ ରାଜା ହେବା ପାଇଁ ମାେର ଯାେଗ୍ୟତା ନାହିଁ । ରାଜାଙ୍କ ଗର୍ବ ଭାଙ୍ଗି ଯାଇଛି । ରାଜା ନିଜର ଅଂହକାରକୁ ନିଜେ ବୁଝି ପାରିଛନ୍ତି । ସେ ପୁଣି ଥରେ ରାଜା ହୁଅନ୍ତୁ ।" ଯୁବକଟିର ମହାନତା ପାଇଁ ରାଜା ଅତ୍ୟନ୍ତ ଖୁସି ହାେଇଗଲେ । କୃଷକ ପିଲାଟିର ପାଖକୁ ଆସି କହିଲେ:" ଧନ୍ୟ ତୁମେ ବୀର ! ଧନ୍ୟ ତୁମ ପିତା ମାତା । ତୁମେ ସାଧାରଣ ଯୁବକ ନୁହଁ । ତୁମେ ଏ ରାଜ୍ୟର ଗର୍ବ ଓ ଗାୈରବ । ତୁମେ ସାହସୀ । ତୁମ ନିର୍ଲାେଭପଣ ଆଗରେ ମୁଁ ନତଃମସ୍ତକ । ଅଂହକାର ମଣିଷକୁ ବିପଥଗାମୀ କରାଇଥାଏ । ନିଜ ଅଂହକାରପଣ ପାଇଁ ମଣିଷ ଅନ୍ୟର ବହୁତ କ୍ଷତି କରିଥାଏ । ତୁମେ ଆଜି ମାେ ଆଖି ଖାେଲିଦେଲ । ତୁମ ସ୍ଥାନ ଏ ଗ୍ରାମରେ ନୁହେଁ,ରାଜମହଲରେ ।"

     ଯୁବ କୃଷକଟିକୁ ପାଲିଙ୍କିରେ ବସାଇ ସମ୍ମାନର ସହିତ ରାଜମହଲକୁ ନେଇଗଲେ । ରାଜକୁମାରୀଙ୍କ ସହିତ ଯୁବ କୃଷକର ବାହାଘର କରାଇ ଦେଲେ ।



Rate this content
Log in