Smruti Sephali Meher

Children Stories

4  

Smruti Sephali Meher

Children Stories

ସମାନତା

ସମାନତା

3 mins
414


ବିଷ୍ଣୁପୁର ଗାଁ ମଝିରେ ନବାଜ୍ ର ଘର । ତା' ଘରକୁ ଲାଗି ମାେହନର ଘର । ନବାଜ୍ ଓ ମାେହନ ପିଲାଟି ଦିନରୁ ଅନ୍ତରଙ୍ଗ ସାଙ୍ଗ । ପିଲାଦିନର ବନ୍ଧୁତା ଆଜିଯାଏ ସେମିତି ଅତୁଟ ରହିଛି ନବାଜ୍ ଜଣେ ମୁସଲମାନ ଓ ମାେହନ ଜଣେ ହିନ୍ଦୁ । ଅଲଗା ଅଲଗା ଧର୍ମ ହେଲେ ମଧ୍ୟ ଉଭୟଙ୍କ ପରିବାର ମଧ୍ୟରେ ଥାଏ ନିବିଡ ସଂପର୍କ । ନବାଜ୍ ଘରେ ତାଙ୍କ ସବୁ ପର୍ବପର୍ବାଣୀରେ ମାେହନର ପରିବାର ଆସି ଯାେଗଦାନ କରିଥାନ୍ତି । ମାେହନର ଘରେ ମଧ୍ୟ ଯାହା ସବୁ ପର୍ବପର୍ବାଣୀ ପାଳନ ହୁଏ ନବାଜ୍ ର ପରିବାର ଆସିଥାନ୍ତି ।

     ଥରେ ନବାଜ୍ ସ୍ତ୍ରୀର ଦେହ ହଠାତ୍ ଖରାପ ହେଲା । ରକ୍ତ ଆବଶ୍ୟକ ପଡିଲା । ତା'ର ରକ୍ତ କାହା ସହିତ ମିଶିଲା ନାହିଁ । ହେଲେ ମାେହନର ରକ୍ତ ପୂରାପୂରି ମିଶିଗଲା । ମାେହନ ସଙ୍ଗେ ସଙ୍ଗେ ରକ୍ତ ଦେବାକୁ ରାଜି ହାେଇଗଲା । ନବାଜ୍ ର ସ୍ତ୍ରୀ ଭଲ ହାେଇଗଲା । ସେ ଦିନ ଠାରୁ ନବାଜ୍ ର ସ୍ତ୍ରୀ ମାେହନକୁ ନିଜ ଭାଇ ବାେଲି ଡାକିଲା । ଏମିତି ଦୁଇ ଜଣଙ୍କ ବନ୍ଧୁତା ଦିନକୁ ଦିନ ଘନିଷ୍ଠ ହେବାରେ ଲାଗିଲା । ମାେହନର ପଦ୍ମା ନାମରେ ଏକ ଝିଅ ଥାଏ । ନବାଜ୍ ର ଫକୀର ନାମରେ ପୁଅଟିଏ ଥାଏ ପଦ୍ମା ଭଲ ଗୀତ ଗାଏ । ଫକୀର ଭଲ ବଜାଇ ଜାଣେ । ନବାଜ୍ ଓ ମାେହନର ନିବିଡ ସମ୍ପର୍କ ଦେଖି ଗାଁ ଲାେକେ ଆଦୈା ସହି ପାରୁ ନ ଥିଲେ ।

      ମାେହନ ଘରେ କୁମାର ପୂର୍ଣ୍ଣିମା ପର୍ବ ଅନୁଷ୍ଠିତ ହେଉଥିଲା ତାଙ୍କ ଘରକୁ ନିମନ୍ତ୍ରଣ ପାଇ ନବାଜ୍ ର ପରିବାର ଆସିଥିଲେ । ଉଭୟ ପରିବାର ଅପୂର୍ବ ଉତ୍ସାହ ଓ ଉଦ୍ଦିପନା ସହ ଏକ ନିଆରା ଢଙ୍ଗରେ ଉତ୍ସବ ପାଳନ କରୁଥାନ୍ତି । ଉଭୟ ପରିବାର ଧାର୍ମିକ ଭେଦଭାବ ଭୁଲି ଗାେଟିଏ ସ୍ଥାନରେ ମିଳିତ ଭାବେ ଏହି ଉତ୍ସବ ପାଳନ କରି ସୃଷ୍ଟି କରିଛନ୍ତି ସାଂପ୍ରଦାୟିକ ସଦଭାବର ଏକ ଅନନ୍ୟ ଉଦାହରଣ । ମାେହନ ଅତ୍ୟନ୍ତ ଖୁସି ହାେଇ ନବାଜ୍ କୁ କହିଲା :" ମାେ ଝିଅ ତୁମ ଘରକୁ ବାେହୂ ହାେଇଯିବ " ମାେହନର କଥା ଶୁଣି ନବାଜ୍ ବହୁତ ଖୁସି ହାେଇଗଲା । ପଦ୍ମାକୁ ବାେହୂ କରିବା ପାଇଁ ରାଜି ହାେଇଗଲା ।

     ଏମିତି କିଛି ବର୍ଷ ବିତିଗଲା । ପଦ୍ମା ଓ ଫକୀର ଦୁହେଁ ବାହା ହେବାକୁ ଯାେଗ୍ୟ ହେଲେ । ଦୁଇ ବନ୍ଧୁଙ୍କ କଥା ଅନୁସାରେ ଦୁହେଁ ପଦ୍ମା ଓ ଫକୀରର ବାହାଘର କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେ । ଗାଁ ଲାେକେ ଏ କଥା ଜାଣି ବିରାେଧ କଲେ । ଜଣେ ହିନ୍ଦୁ ଘର ଝିଅ ମୁସଲମାନ ଘରକୁ ବାେହୂ ହାେଇ ଯାଇ ପାରିବନି । ଯଦି ଏହା ହେବ ମାେହନ ଓ ନବାଜ୍ କୁ ଏ ଗାଁ ଛାଡି ଚାଲିଯିବାକୁ ପଡିବ । ଏ କଥା ଶୁଣି ଦୁଇ ବନ୍ଧୁ ନବାଜ୍ ଓ ମାେହନ କ'ଣ କରିବେ ବାେଲି କିଛି ଭାବି ପାରିଲେ ନାହିଁ । ଶେଷରେ ଦୁଇ ପରିବାର ସ୍ଥିର କଲେ ସେମାନେ ଗାଁ ଛାଡି ଦେବେ ପଛକେ ନିଜ ବନ୍ଧୁତ୍ବକୁ କେବେ ଭାଙ୍ଗି ପାରିବେନି । ସକାଳ ପାହିବା ଆଗରୁ ଦୁଇ ପରିବାର ଗାଁ ଛାଡି ସହରକୁ ଚାଲିଗଲେ । ସହରରେ ଦୁଇ ବନ୍ଧୁ ଏକ ବ୍ୟବସାୟ ଆରମ୍ଭ କଲେ । ଭଲ ଦି ପଇସା ରାେଜଗାର କଲେ ବଡ ଧୁମଧାମରେ ଫକୀର ଓ ପଦ୍ମାର ବାହାଘର କଲେ । ନବାଜ୍ ଓ ମାେହନ ଗାଁ ଛାଡି ଚାଲି ଯାଇଥିବା କଥା ଶୁଣି ଗାଁ ଲାେକେ ମନଦୁଃଖ କଲେ । ନିଜ ଭୁଲ୍ ସେମାନେ ବୁଝି ପାରିଲେ । ସତ କହିବାକୁ ଗଲେ- ମଣିଷ ଜାତି ହେଉଛି ଗାେଟିଏ । ସେଥିରେ କାୈଣସି ଭେଦଭାବ ରହିବା ଉଚିତ ନୁହେଁ । ପ୍ରତ୍ୟେକ ମଣିଷକୁ ସମାନ ଦୃଷ୍ଟିରେ ଦେଖୁଥିବା ମଣିଷ ହିଁ ସର୍ବଦା ସମ୍ମାନର ଅଧିକାରୀ ହାେଇଥାଏ ।

       ତେଣୁ ପିଲାମାନେ, ସମାଜରେ ବାସ କରିବାକୁ ହେଲେ କୈାଣସି ଜାତି, ଧର୍ମ ବର୍ଣ୍ଣକୁ ଦେଖିବା ଉଚିତ ନୁହେଁ । ସମସ୍ତେ ଏକ ମାଆର ସନ୍ତାନ ହାେଇ ଚଳିଲେ ଦେଶ ଉନ୍ନତି ପଥରେ ଆଗେଇ ଚାଲିବ । 


Rate this content
Log in