STORYMIRROR

Smruti Sephali Meher

Children Stories

3  

Smruti Sephali Meher

Children Stories

ମାଟି କଣ୍ଢେଇ

ମାଟି କଣ୍ଢେଇ

2 mins
134

ମିନି ଓ ବିନି ଦୁହେଁ ବହୁତ ଭଲ ସାଙ୍ଗ ଥିଲେ । ଗାେଟିଏ ଶ୍ରେଣୀରେ ପଢନ୍ତି ।ସାଙ୍ଗ ହାେଇ ସ୍କୁଲକୁ ଯାଆନ୍ତି ।ଏକାଠି ଖେଳନ୍ତି ।ସ୍କୁଲ ଛୁଟିବେଳେ ସାଙ୍ଗହାେଇ ପୁଣି ଦୁହେଁ ଘରକୁ ଫେରି ଆସନ୍ତି ।ବିନି ବାପଛେଉଣ୍ତ ଝିଅଟିଏ ।କେବଳ ମାଆଟି ତା'ର ସବୁକିଛି।ମାଆ ପର ଘରେ କାମପାଇଟି କରେ ।ସେଥିରୁ ଯାହା ମିଳେ ତାଙ୍କ ଘର ଚଳେ ।ଥରେ ବାପା ସହିତ ମିନି ବଜାରକୁ ବୁଲିବାକୁ ଯାଇଥିଲା ।ବଜାରରେ ବୁଲିବା ଭିତରେ ହଠାତ୍ ତା'ର ନଜର ପଡିଲା ଏକ ଦାେକାନ ଉପରେ ।ସେଇ ଦାେକାନରେ ସୁନ୍ଦର ସୁନ୍ଦର କଣ୍ଢେଇ ଗୁଡିକୁ ସଜାଇ ରଖାଯାଇଥିଲା ।କଣ୍ଢେଇ ଗୁଡିକୁ ଦେଖି ମିନିର ଖୁସି କହିଲେ ନସରେ ।ମିନି ଧୀରେ ଧୀରେ ସେ କଣ୍ଢେଇ ପାଖକୁ ଗଲା ।କିଛି ସମୟ ଏକ ଲୟରେ ଚାହିଁ ରହିଲା । ବାପାକୁ କହିଲା-'ବାପା ! ଦେଖ,ଏଇ କଣ୍ଢେଇଟା ବହୁତ ସୁନ୍ଦର ହାେଇଛି ନା ?' ମିନି କଥା ଶୁଣି ବାପା କହିଲେ -'ସେଇଟା ମାଟିର କଣ୍ଢେଇ ।ଛୁଉଁନା ତାକୁ ଭାଙ୍ଗିଯିବ ।'ବାପାଙ୍କ କଥା ଶୁଣି ମିନିର ମୁହଁଟା ଶୁଖିଗଲା । ମିନିର ମନଦୁଃଖ ହେବା ଜାଣି ମିନିର ବାପା ମିନିକୁ ବୁଝାଇବାକୁ ଲାଗିଲେ ।କିନ୍ତୁ,ମିନିର ଏକା ଜିଦ୍ ସେ କଣ୍ଢେଇଟା ତା'ର ପସନ୍ଦ ହାେଇଛି ମାନେ ତାକୁ ହିଁ ନେବ । ମିନିର କଣ୍ଢେଇ ପ୍ରତି ପସନ୍ଦ ଥିବା ଜାଣି ମିନିର ବାପା ତାକୁ ସେଇ କଣ୍ଢେଇଟା କିଣିଦେଲେ । ମିନି ଦୁଇ ହାତରେ ଦୁଇଟି କଣ୍ଢେଇ ଧରିଲା । ବାପା ପଚାରିଲେ - ଆରେ ମିନି ? ଏକା ପ୍ରକାରର ଦୁଇଟି କଣ୍ଢେଇ କ'ଣ କରିବୁ ? ମିନି କହିଲା - ବାପା! ମାେର ଗାେଟିଏ ଆଉ ମାେ ସାଙ୍ଗ ବିନି ପାଇଁ ଗାେଟିଏ । ତୁମେ ଜାଣିଛ ନା' ବାପା ? ବିନିର ବାପା ନାହାନ୍ତି ।ତା' ମାଆ ସହିତ ରୁହେ । ତା ମାଆ ପର ଘରେ କାମ କରେ । ବିନିର ପାଠ ପଢିବା ଓ ଖାଇବାରେ ବହୁ ଅସୁବିଧା ହେଉଛି ।ମିନି ଠାରୁ ସବୁକଥା ଶୁଣି ମିନି ବାପା ମିନିକୁ କହିଲେ - କାଲି ତାେ' ସାଙ୍ଗ ବିନିକୁ ମନେକରି ଆମ ଘରକୁ ଡାକିଆଣିବୁ । ମିନି ବହୁତ ଖୁସି ହାେଇଗଲା ।ଏହାପରେ ମିନି ତା' ବାପା ସହିତ ଆଗକୁ ଆଗକୁ ଗଲା । ଆଗରେ ଦେଖିଲା ଜଣେ ଲାେକ ଏକ ଗାଡି ଭିତରେ ରଙ୍ଗ ବେରଙ୍ଗର କଣ୍ଢେଇମାନ ବିକ୍ରି କରିବାରେ ବ୍ୟସ୍ତ ଅଛି। ସେ ଗୁଡିକ ବହୁତ ସୁନ୍ଦର ଆଉ ମନଲାେଭା ଦେଖା ଯାଉଥିଲା । ଅଧିକ ମୂଲ୍ୟ ଦେଇ ତାକୁ କିଣିନେଉଥିଲେ ଲାେକମାନେ । ଏହା ଦେଖି ମିନି ତା ବାପାକୁ ପୁଣିଥରେ ପଚାରିଲା - ବାପା ! ସେ ରଙ୍ଗଦିଆ କଣ୍ଢେଇ ଗୁଡିକ ବି ତ ବହୁତ ସୁନ୍ଦର ହାେଇଛି ? ମିନି ବାପା କହିଲେ ମିନିକୁ । ନା ମିନି ସେଇଗୁଡା ଉପରକୁ ସେମିତି ସୁନ୍ଦର ଦେଖା ଯାଉଛି ସିନା କିନ୍ତୁ,ଦିନ ଆସିବ ସେ କଣ୍ଢେଇ ମାନଙ୍କ ଦେହରୁ ରଙ୍ଗ ଛାଡିଯିବ ।ରଙ୍ଗହୀନ ହାେଇଗଲେ କଣ୍ଢେଇର ଅସଲ ରୂପ ଦେଖାଯିବ । ଠିକ୍ ସେମିତି ମଣିଷର ଛଦ୍ମରୂପୀ ଚେହେରାଟି ପଦାକୁ ବାହାରି ଆସିଲେ ମଣିଷ ରଙ୍ଗହୀନ ହାେଇଯାଏ । ତା'ର ଅସଲ ପରିଚୟଟି ଧରା ପଡିଯାଏ ।



Rate this content
Log in