Smruti Sephali Meher

Children Stories

4.5  

Smruti Sephali Meher

Children Stories

କପୋତ ଭୁଲ ବୁଝିଲା

କପୋତ ଭୁଲ ବୁଝିଲା

3 mins
260


ନଈ କୂଳରେ ଥାଏ ଗଛଟିଏ । ସେ ଗଛରେ କପାେତ ପରିବାରଟିଏ ବସା ବାନ୍ଧି ରହୁଥାନ୍ତି । ତାଙ୍କ ଭିତରେ ଥାଏ ସ୍ନେହ ମମତାର ନିବିଡ ସମ୍ପର୍କ । କିଏ କାହାକୁ ଘଡିଏ ଛାଡି ଏକୁଟିଆ ରହି ପାରନ୍ତି ନାହିଁ । ପ୍ରତିଦିନ ସକାଳୁ ସାଙ୍ଗ ହାେଇ ଆହାର ଖାେଜିବାକୁ ଯାଆନ୍ତି , ପୁଣି ସଂନ୍ଧ୍ୟା ହେଲେ ବସାକୁ ଫେରି ଆସନ୍ତି । ଦିନେ ତାଙ୍କ ପରିବାରକୁ ଶିଶୁଟିଏ ଆସୁଥିବାର ଶୁଭ ସୂଚନା ମିଳିଲା ।କପାେତ କପାେତୀ ଦୁହେଁ ବହୁତ ଖୁସି ହେଲେ । କପାେତ ବଧେଇ ଜଣାଇଲା କପାେତୀକୁ । ଭଲ ଭଲ ଜିନିଷମାନ ଆଣି ଖାଇବାକୁ ଦେଲା ତାକୁ । କହିଲା:" କପାେତୀଲାେ ! ତୁ ଏଣିକି ବେଶୀ ପରିଶ୍ରମ କରିବୁ ନାହିଁ । ବସାରେ ରହି ବିଶ୍ରାମ ନେବୁ । ମୁଁ ଆହାର ଖାେଜିବାକୁ ଯିବି । ଭଗବାନ ମଙ୍ଗଳ କରନ୍ତୁ । ତାେତେ ସହାୟ ହୁଅନ୍ତୁ । ତୁ ଭଲରେ ଭଲରେ ଉଦ୍ଧାର ପାଇଯାଆ ।"

      କିଛି ଦିନ ପରେ ସତକୁ ସତ କପାେତୀ ଏକ ସୁନ୍ଦର ଗୁଲୁଗୁଲିଆ ପୁଅଟିଏ ଜନ୍ମ ଦେଲା । ଗଛ ସାରା ଖୁସିର ଲହରୀ ଖେଳିଗଲା । ସେ ଗଛରେ ବସା ବାନ୍ଧି ରହୁଥିବା କାଉ, ବଗ,ଶୁଆ ,ଶାଗୁଣା ,କାେଇଲି ଓ ଅନ୍ୟ ପକ୍ଷୀମାନେ ସମସ୍ତେ କପାେତୀକୁ ଶୁଭେଚ୍ଛା ଜଣାଇଲେ । ତା' ଛୁଆର ମଙ୍ଗଳ କାମନା କଲେ ।

     ଦିନେ ସକାଳୁ ସକାଳୁ ବର୍ଷା ଲାଗି ରହିଲା । କପାେତର ଦେହ ଭଲ ଲାଗିଲା ନାହିଁ । ତେଣୁ ସେ ଦିନ କପାେତୀ ଏକା ଆହାର ଖାେଜିବାକୁ ଗଲା ।କିନ୍ତୁ; ସଂଧ୍ୟା ପର୍ଯ୍ୟନ୍ତ ସିଏ ବସାକୁ ଫେରିଲା ନାହିଁ । କପାେତୀର ବାଟକୁ ଚାହିଁ ରହିଥାଏ କପାେତ ବେଳକୁ ବେଳ ତାକୁ ବହୁତ ଚିନ୍ତା ଲାଗୁଥାଏ । ତହିଁକେ ବରଷା ରାତି । କପାେତୀ ଗଲା କୁଆଡେ ? ଏ ପର୍ଯ୍ୟନ୍ତ ଆସିଲା ନାହିଁ । ବର୍ଷା ତ ଅନେକ ବେଳୁ ଛାଡି ଗଲାଣି । ସଂଧ୍ୟା ଗଡି ରାତି ହେଲାଣି ।ହେଲେ କପାେତୀର ଦେଖା ନାହିଁ । କପାେତ କିଛି ଭାବି ପାରୁ ନ ଥିଲା । ସକାଳ ପାହିଲା । କପାେତୀ ବସାକୁ ଫେରିଲା । କପାେତୀକୁ ଦେଖି କପାେତ ଖୁବ୍ ରାଗିଗଲା । ବହୁତ ଗାଳିମନ୍ଦ କଲା । କପାେତୀ କିଚଵି କହିଲା ନହିଁ । ସ୍ବାମୀର ରାଗକୁ ମଥାପାତି ସହିଗଲା । କପାେତୀ କିଛି କହିବାକୁ ଚାହୁଁଥିଲା ହେଲେ କପାେତୀର କାୈଣସି କଥାକୁ ଶୁଣିବାକୁ କପାେତର ଧୈର୍ଯ୍ୟ ନଥିଲା । ରାଗରେ କପାେତୀକୁ ତଡି ଦେଲା ବସାରୁ । ବିଚାରୀ କପାେତୀ କାନ୍ଦି କାନ୍ଦି ବସା ଛାଡି ଚାଲିଗଲା । ଅନ୍ୟ ଏକ ଗଛରେ ଆଶ୍ରୟ ନେଲା । ଏଣେ ଛାେଟ ଛୁଆଟି ମାଆକୁ ପାଖରେ ନ ପାଇ ବିକଳରେ କାନ୍ଦିବାକୁ ଲାଗିଲା । କପାେତର ବୁଦ୍ଧି ବଣା ହାେଇଗଲା । ଛୁଆଟିକୁ ଲାଳନ ପାଳନ କରିବାରେ ତାକୁ ବହୁତ କଷ୍ଟ ହେଲା । ଦିନେ ଛୁଆଟିର ଦେହ ହଠାତ୍ ଖରାପ ହେଲା । ଏକାଥରକୁ ଖାଇବା ପିଇବା ଛାଡି ଦେଲା । ଖାଦ୍ୟ ଆଣିବାକୁ ନ ଗଲେ ଭାେକରେ ରହିବାକୁ ପଡିବ । କ'ଣ କରିବ ସେ କିଛି ବୁଝି ପାରିଲା ନାହିଁ । ବାଧ୍ୟ ହାେଇ ବସାରେ ଛୁଆକୁ ଏକା ଛାଡି ଆହାର ଖାେଜିବାକୁ ଗଲା । ପାଖ ଗଛରୁ ଥାଇ ଏ କଥା କପାେତୀ ସବୁ ଦେଖୁଥିଲା ବସା ଛାଡି କପାେତ ଗଲାପରେ କପାେତୀ ଅତି ସନ୍ତର୍ପଣରେ ଆସି ତା' ଛୁଆକୁ ଥରେ ଆଖି ପୂରେଇ ଦେଖିଲା । ଖୁସିରେ ଦେହସାରା ଥଣ୍ଟରେ ଘଷିବାକୁ ଲାଗିଲା । କିଛି ସମୟ ଗେଲ କଲା । କପାେତ ବସାକୁ ଫେରି ଆସିବା ପୂର୍ବରୁ ବସା ଛାଡି ଚାଲିଗଲା । ଏମିତି କପାେତ ବସାରେ ନ ଥିବା ବେଳେ କପାେତୀ ଯାଆ ଆସ କରେ । କପାେତ ଆସି ଦେଖିଲା, ଛୁଆଟି ପୂରାପୂରି ଭଲ ହୋଇ ଯାଇଛି । ମନ ଖୁସିିରେ ଖେଳୁଛି କପାେତ ଦେଖି ଆଶ୍ଚର୍ଯ୍ୟ ହାେଇଗଲା । ସେଇ ଗଛରେ ବସା ବାନ୍ଧି ରହୁଥିବା ବାଇଚଢେଇଟି କପାେତ ପାଖକୁ ଆସି କହିଲା:" କପାେତ ଭାଇ ! ତୁମେ ବସାରେ ନ ଥିବା ବେଳେ କପାେତୀ ସବୁଦିନ ଏଠାକୁ ଆସେ । ତା' ଛୁଆକୁ ଥରେ ଆଖି ପୂରେଇ ଦେଖି ଚାଲିଯାଏ । ତା' ପାଇଁ ବାେଲି ଛୁଆଟିର ଦେହ ଭଲ ହାେଇଛି । ତୁମେ ତାକୁ ଭୁଲ୍ ବୁଝିଲ ସିନା ।ହେଲେ ବିଚାରୀର କିଛି ଦାେଷ ନାହିଁ । ମାଆକୁ ଛାଡି କ'ଣ କେବେ ଛୁଆ ରହିପାରେ ? ମାଆ ବି କ'ଣ ତା' ଛୁଆକୁ ଛାଡି କେବେ ଏକା ରହି ପାରିବ ? ତୁମେ ତା'ର ଯେତେ ସେବା ଯତ୍ନ କଲେ ମଧ୍ୟ ଗାେଟିଏ ପୁଅ ପାଇଁ ମାଆଟିଏ ନିହାତି ଦରକାର । ତୁମେ ଯାଇ କପାେତୀକୁ ବୁଝାଇ ଶୁଝାଇ ନେଇ ଆସ ବସାକୁ ।" କପାେତ ଶେଷରେ ନିଜ ଭୁଲ୍ ବୁଝି ପାରିଲା । ମାଆ ବିନା ଛୁଆଟିକୁ ପାଳିବା କେତେ ଯେ କଷ୍ଟକର ସେ କଥା ସିଏ ଜାଣି ପାରିଲା । କପାେତ ଯାଇ କପାେତୀକୁ ବୁଝାଇ ଶୁଝାଇ ଡାକି ଆଣିଲା । ପୁଣି ଥରେ ତାଙ୍କ ପରିବାର ଖୁସିରେ ହସି ଉଠିଲା ।



Rate this content
Log in