Sonali Garnayak

Others

3  

Sonali Garnayak

Others

ମମତାର ପ୍ରତିଛବି

ମମତାର ପ୍ରତିଛବି

3 mins
247


ମୁଁ ଏଠି ଆଉ ରହିପାରିବିନି, ଏଇଠି ରହିଲେ ମୋ ନାମ ଅଭିଜାତ୍ୟ ସବୁକିଛି କଳଙ୍କିତ ହୋଇଯିବ ।ଏ ଦୁନିଆ ଦାଣ୍ଡରେ ମୁଁ ଆଉ ମୁଣ୍ଡ ଉଠେଇ ଚାଲିପାରିବିନି କହି ହାତ ଛିଞ୍ଚାଡି ଚଳିଯାଇଥିଲା ସ୍ୱାଧୀନ ।........

           (କିଛି ପୂର୍ବରୁ )

ଏମିତି ଦିନେ ଗରାଖକୁ ସନ୍ତୁଷ୍ଟ କରାଇ ନିଜ ଫ୍ଲାଟରୁ ବିଦାୟ ଦେବାବେଳେ କନକ ବେଶ୍ୟାର କାନରେ ପଡିଥିଲା ଏକ ଛାତିଥରା ସ୍ୱର ।ଶୀତ ରାତିରେ ସାଲଟିଏ ନିଜ ଦେହରେ ଘୋଡେଇ ହୋଇ ଚାଲିଯାଇଥିଲା ବାହାରକୁ ସେ ଶବ୍ଦର ଅନେସ୍ବଣ ନିମନ୍ତେ, ସେ ଯେତିକି ଯେତିକି ଶବ୍ଦର ନିକଟତର ହୋଇ ହୋଇ ଚାଲିଥାଏ ସେ ଶବ୍ଦଟି ପରିଷ୍କାର ଭାବରେ ଅନୁଭବ କରିପାରୁଥିଲା ।ଶବ୍ଦଟି ଥିଲା କଅଁଳ ଶିଶୁର କାନ୍ଦ ଯିଏ କି ପଡିରହିଥିଲା ଏକ ଗଛ ପାଖରେ ।କନକ ସେଠାରେ ରହି ଆଖ ପାଖ ବହୁତ ଖୋଜା ଖୋଜା କରିଥିଲା କିନ୍ତୁ କିଏ ଏଠି ଏ ଛୁଆକୁ ଛାଡିଯାଇଛି ତା ସ୍ବତ୍ୱା ବି ପ୍ରତୀତ ହୋଇନଥିଲା ।କିଏ ଏଠି ଏମିତି କଅଁଳ ଶିଶୁକୁ ଛାଡି ଦେଇ ଯାଇଛି !ହୁଏତ ତା ବାପା ମା ଙ୍କ ମୁର୍ତ୍ୟୁପରେ ଘର ଲୋକ ଏଠି ଛାଡିଦେଇଛି କିମ୍ବା ଆମ ପରି କିଛି ନାରୀ ନିଜକୁ ସତୀତ୍ୱର ଟୀକା ପିନ୍ଧି ସମାଜରେ ଚାଲିବା ପାଇଁ ଏ ପାପକୁ ଏଇଠି ଛାଡିଯାଇଛି ।ବହୁତ ପ୍ରୟାସପରେ ତା ହୃଦୟଭିତରେ ଥିବା ମମତା ତାକୁ ସେ ଛୁଆକୁ ସେଠି ଛାଡିଆସିବାକୁ ଅନୁମତି ଦେଇନଥିଲା ।ପିନ୍ଧିଥିବା ସାଲତଳେ ମାତୃତ୍ୱର ଗରମ ଉଷ୍ମତା ଭିତରେ ନେଇ ଆସିଥିଲା ନିଜ ଫ୍ଲାଟ୍ କୁ ।


ପରିସ୍ଥିତିର ଚକ୍ରବିହୁ ସିନା ମୁଠେ ଖାଇବାକୁ ଏବଂ ସମାଜ ଆଗରେ ନିଜ ଦେହକୁ ଘୋଡାଇବାକୁ ଯାଇ ଫ୍ଲାଟ୍ ର ଅନ୍ଧାର ରୁମ୍  ଭିତରେ ଦେହକୁ ପୁଙ୍ଗୁଳା କରିବାକୁ ପଡେ କିନ୍ତୁ ହୃଦୟ ଇଚ୍ଛା କରେ ଗଢିବାକୁ ଏକ ସଂସାର ଅନ୍ୟ ନାରୀ ମାନଙ୍କ ଭଳି ଏବଂ ମାତୃତ୍ୱର ସୁଖ ।ରାତିଅନ୍ଧାରରେ ତାକୁ ଅସଭ୍ୟ ସଜାଉଥିବା ପୁରୁଷ ସଭ୍ୟ ସମାଜର ଦ୍ୱାହି ଦେଇ ତାକୁ ସିନା ପତ୍ନୀର ସ୍ୱୀକୃତି ଦେଇପାରିବେନି କିନ୍ତୁ ଏ ପିଲାଠାରୁ ମାର ଦରଜା ତ ଅବଶ୍ୟ ପାଇପାରିବ ।ସେ ଆଶାଟିକୁ ମନରେ ରଖି ବଢ଼େଇଚାଲିଥିଲା ସେ ଛୁଆକୁ ।ଗୋପରେ କୃଷ୍ଣସହ ବାଲ୍ୟ ଲୀଳା କଲାବେଳେ ଯଶୋଦା ଯେମିତି ପୁତ୍ର ମୋହରେ ଅନ୍ଧୁଣି ହୋଇ ସାରିଥିଲେ କନକ ମଧ୍ୟ ସେହି ଅବସ୍ଥାରେ ପହଞ୍ଚିସାରିଥିଲା ।ପୁଅକୁ ଉଚ୍ଚ ଶିକ୍ଷିତ କରିବା ପାଇଁ ତା ସବୁ ସ୍ବପ୍ନକୁ ରୂପ ଦେବା ନିମନ୍ତେ ଅହରହ ପ୍ରଚେଷ୍ଟା ଚଲାଇଥାଏ କନକ ।ଧୀରେ ଧୀରେ ସୌନ୍ଦଯ୍ୟର ଚମକ କମିବାରୁ ଅନ୍ୟ କମ୍ପାନୀଗୁଡାକରେ ଗଧ, ଘୁଷୁରୀ ଭଳି ଖଟିଚାଲିଥିଲା ।କିନ୍ତୁ ସେ ପୁଅ ଆଜି ସଭ୍ୟ ସମାଜରେ ବାଟ ଚାଲିବ ବୋଲି ଏ ମାଆର ହାତ ଛିଞ୍ଚାଡି ଚାଲିଯାଉଛି ।ମାନୁଛି ସେ ଦଶମାସ ଗର୍ଭରେ ଧରିନି କି ନିଜ ଅମୃତ ଦାନ କରିବାର ସୋଭାଗ୍ୟ ପାଇନି କିନ୍ତୁ ପ୍ରତିଥର ତା ମାତୃତ୍ୱ ଜାଳିଛି ଏ ପୁଅ ପାଇଁ ।


     ଲଣ୍ଡନରୁ ନିଜ ଏମ. ବିଏ  ପରିସମାପ୍ତି ପରେ ସ୍ୱାଧୀନ ବର୍ତ୍ତମାନ ଏଠାକାର "ମଲ୍ଟି ନେସନାଲ କମ୍ପନୀ "ର ସି. ଇ. ଓ ଭାବରେ କାର୍ଯ୍ୟରତ ।ଦିନେ ବଡ଼ବଡ଼ିଆ ସଭ୍ୟ ଏବଂ ଉଚ୍ଚ ଶିକ୍ଷିତ ବାବୁମାନଙ୍କ ସହ ବସି କଫି ପିଇବା ବେଳେ କେହି ଜଣେ ଅପମାନ ଦେଇ କହିଲେ "ଆର ୟୁ ଦ ସନ ଅଫ ପ୍ରଷ୍ଟିଟ୍ୟୁଟ "!ସେହିଠାରୁ ରାଗିକରି ଆସି ସ୍ୱାଧୀନ ଆଜି ଘର ଛାଡି ଚାଲିଯାଉଛି ।


      ସ୍ୱାଧୀନ ଭୁଲିଯାଇଛି ବୋଧେ ସେ ବାସୁଥିବା ଉଠୁଥିବା ସଭ୍ୟ ସମାଜର ବାବୁମାନେ ହିଁ ରାତ୍ରିଅନ୍ଧାରରେ ଅସଭ୍ୟ ସାଜନ୍ତି ଏବଂ ସକାଳ ପାହିଲେ ଭଦ୍ରତାର ମୁଖା ପିନ୍ଧି ବୁଲନ୍ତି ।ହଁ ସେ ପ୍ରଷ୍ଟିଟ୍ୟୁଟ ଆଉ ନିଜ ରକ୍ତ ମାଂସକୁ ଇଂରାଜୀ କହୁଥିବା ଶାଗୁଣା କାଉମାନଙ୍କୁ ଦେଇକି ତାକୁ ଜୀବନ ଦାନ ଦେଇଛି ଏବଂ ଉଚ୍ଚଶିକ୍ଷିତ କରିଛି ନହେଲେ ସେଦିନ ହୁଏତ ବିଲୁଆ କୁକୁର ଖାଇଯାଇଥାନ୍ତେ ।ଆଉ ଆଜି ସେ ମା କୁ ବେଶ୍ୟା କହି ତାକୁ ଛାଡିଚାଲିଯାଉଛି, ତାକୁ ଚାହିଁକି ତ ଆଉ ଅଧା ଦୁନିଆ ପାର କରିଦେବ ବୋଲି ଆଶା ସଞ୍ଚାରିଥିଲା ।କନକ ନିଜ ଫ୍ଲାଟର ଝରକା ପାଖରୁ ଦେଖୁଥାଏ ଏ ଅଭାଗିନୀ ମା, ମା ନୁହେଁ ତ ବେଶ୍ୟା, ଯିଏ ତାକୁ ପାଳିପୋଷି ସବୁଠୁ ବଡ଼ ପାପ କରିଛି !ହଁ ଗୋଟେ ବେଶ୍ୟାର ପୁଅ ହେବା ସବୁଠୁ ବଡ଼ ପାପ ତା ପାଇଁ ।ନିଜ ଆଖିରୁ ଲୁହ ପୋଛି ଥମ କରି ବସିପଡିଥିଲା କନକ ।ସତରେ କଣ ବେଶ୍ୟା କେବେ କାହାର ମା ହୋଇପାରିବନି? ଠିକ୍ ଏହି ସମୟରେ ଫୋନ୍ କୁ ଏକ ମେସେଜ ଆସିଲା ରୁମ୍ ନମ୍ବର ସହ ହୋଟେଲ ଠିକଣା, କନକ ରାଗିକି ସେ ମେସେଜ କାଟିବାକୁ ଯାଉଥିବା ବେଳେ ସେ ଭାବିଲା ଯିଏ ତ୍ୟାଗର ମୂଲ୍ୟ ବୁଝିପାରିଲିନି ତା ପାଇଁ ଲୁହ ଗଡେଇ କି ଲାଭ, ସେହିଠାରୁ ଉଠି ନିଜ ଫ୍ଲାଟର କବାଟ ବନ୍ଦ କରି ଚାଲିଯାଇଥିଲା ନିଜ ଗନ୍ତବ୍ୟ ସ୍ଥଳୀକୁ ।


Rate this content
Log in